ମାଟି ତଳୁ ମିଳିଲା ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବୋମା: ଭୟରେ ରାସ୍ତାରେ ଦୌଡ଼ିଲେ ଲୋକେ

ବର୍ଲିନ୍‌,୧୪।୧: ଦ୍ୱିତୀୟ ବିଶ୍ୱ ଯୁଦ୍ଧ ଶେଷ ହେବାକୁ ଇତିମଧ୍ୟରେ ୭୫ ବର୍ଷ ବିତିଛି। ତେବେ ଜର୍ମାନୀର ହାର୍ଡମୁଣ୍ଡ ସହରରେ ଲୋକେ ଏବେ ବି ଭୟରେ ଜୀବନ ବିତାଉଛନ୍ତି। ବିଭିନ୍ନ ସମୟରେ ସହରର ମାଟି ତଳୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ୟବହାର ହୋଇପାରି ନ ଥିବା ବୋମା ଉଦ୍ଧାର କରାଯାଉଛି। ସହରର କେଉଁଠାରେ ବୋମା ରହିଛି ତାହାର କିଛି ଠିକ୍‌ ଠିକଣା ନାହିଁ। ତେଣୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଉଛି। ସମ୍ପ୍ରତି ଏଠାରୁ ୪ଟି ବୋମା ମିଳିଛି। ପ୍ରତି ବୋମାର ଓଜନ ୨୫୦ କିଲୋଗ୍ରାମ୍‌ ବୋଲି କୁହାଯାଉଛି। ବୋମା ମିଳିବା ଖବର ବ୍ୟାପିଯିବାରୁ ଲୋକେ ଭୟରେ ରାସ୍ତାରେ ଦୌଡ଼ିବା ଆରମ୍ଭ କରିଥିଲେ। ଫଳରେ ଟ୍ରାଫିକ୍‌ ସମସ୍ୟା ଉପୁଜିଥିଲା। ଶେଷରେ ବୋମାଗୁଡ଼ିକୁ ନିଷ୍କ୍ରିୟ କରାଯାଇଥିଲା।


All Right Reserved By Dharitri.Com

ଆନିମେସନ୍‌ ଷ୍ଟୁଡ଼ିଓରେ ଅଗ୍ନିକାଣ୍ଡ

ଟୋକିଓ,୧୮।୭: ଜାପାନର ଏକ ଆନିମେସନ୍‌ ଷ୍ଟୁଡ଼ିଓରେ ଗୁରୁବାର ପୂର୍ବାହ୍ନ ୧୦ଟା ୩୦ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୨ରୁ ଅଧିକ ଲୋକ ଜୀବନ ଦଗ୍ଧ ହୋଇଥିବା କୁହାଯାଉଛି।...

୯/୧୧ ଭଳି ଆକ୍ରମଣ ପାଇଁ ପାକ୍‌ର ଷଡ଼ଯନ୍ତ୍ର

ନୂଆଦିଲ୍ଲୀ/ଇସ୍‌ଲାମାବାଦ, ୧୮ା୫(ଆଇଏଏନ୍‌ଏସ୍‌): ପାକିସ୍ତାନ ପାଶ୍ଚାତ୍ୟ ଦେଶଗୁଡ଼ିକ ବିରୋଧରେ ୯/୧୧ ଆକ୍ରମଣ ଭଳି ଆଉ ଏକ ଷଡ଼ଯନ୍ତ୍ର ରଚୁଛି। ପାକିସ୍ତାନ ସମର୍ଥତ୍ତ ହକ୍କାନି ନେଟ୍‌ଓ୍ବର୍କ (ଏଚ୍‌କ୍ୟୁଏନ୍‌) ଇସ୍‌ଲାମିକ୍‌...

ଟ୍ରମ୍ପ୍‌ଙ୍କ ଟୁଇଟ୍‌କୁ ଉଡ଼ାଇଦେଲା ଟୁଇଟର

ଓ୍ବାଶିଂଟନ,୩୦ା୫(ପି.ଟି.): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସଦ୍ୟ ଟୁଇଟ୍‌କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ଉଡ଼ାଇଦେବା ସହ ଏହା ହିଂସା ବଢ଼ାଇବା ବିରୋଧୀ ନିୟମର...

ସିନ୍ଧୁ ନଦୀରେ ବେକେ ପାଣିରେ ବୁଡ଼ି ଯୁବକ କଲେ ରିପୋର୍ଟିଂ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଇସଲାମାବାଦ୍‌,୨୮।୭: ଏବେ ସୋସିଆଲ୍‌ ମିଡ଼ିଆରେ ରିପୋର୍ଟିଂ କରୁଥିବା ଜଣେ ଯୁବକଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯୁବକ ଜଣକ ହେଉଛନ୍ତି ଅଜଦର ହୁସେନ୍‌। ସେ ପାକିସ୍ତାନର...

ଏକତାର ଚିତ୍ର ଆଙ୍କିଲେ ଟ୍ରମ୍ପ୍‌

ବିଆରିଜ୍‌,୨୬ା୮:ସାରା ବିଶ୍ୱରେ ଅର୍ଥନୈତିକ ମାନ୍ଦାବସ୍ଥା ଲାଗିରହିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫ୍ରାନ୍ସର ବିଆରିଜ୍‌ରେ ଚାଲିଥିବା ଜି-୭ ସମ୍ମିଳନୀରେ ଏକତାର ଚିତ୍ର ଆଙ୍କିଛନ୍ତି। ଏହି ଅବସରରେ...

ଇଟାଲିରେ ଥମୁନି କରୋନା: ଇରାନରେ ସୁଧାରର ଆଶା

ରୋମ/ତେହେରାନ,୧୯।୩: ଇଟାଲିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନା ଧରୁନି। ଇତିମଧ୍ୟରେ ଏଠାରେ ୩୫,୭୧୩ ସଂକ୍ରମିତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୨,୯୭୮ ରହିଛି। ସରକାର କରୋନା...

କରୋନା ସହିତ ଲଢ଼ି ଜୀବନ ଦେଲେ ୭୧୦୦ ସ୍ବାସ୍ଥ୍ୟକର୍ମୀ

ରୋମ୍‌,୨୯।୩: କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ପୃଥିବୀରେ ବଢ଼ିବାରେ ଲାଗିଛି। ଇଟାଲିରେ କରୋନା ସଂକ୍ରମଣ ମହାମାରୀ ଭଳି ମାଡ଼ି ଚାଲିଛି। ଏଠାରେ କରୋନା ସଂକ୍ରମିତଙ୍କ...

ଆଇଇଡି ବିସ୍ଫୋରଣରେ ୫ ଆତଙ୍କବାଦୀ ମୃତ

କାବୁଲ,୧୧।୧୧: ଆଫଗାନିସ୍ତାନର ଉତ୍ତରରେ ଥିବା କୁନ୍ଦୁଜ ଅଞ୍ଚଳରେ ସୋମବାର ହୋଇଥିବା ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ ଡିଭାଇସ୍‌ (ଆଇଇଡି) ବିସ୍ଫୋରଣରେ ୫ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ...

Leave a comment

Your email address will not be published. Required fields are marked *