ଶୀତଦିନେ ଆଜ୍‌ମାରୁ ଦୂରେଇ ରହିବେ କିପରି…

ଶୀତଦିନେ ପରିବେଶ ଥଣ୍ଡା ରହିବା ଯୋଗୁ କେତେକଙ୍କଠାରେ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଦେଇଥାଏ। ଏହାକୁ ଚିକିତ୍ସକମାନେ ଆଜ୍‌ମା ସମସ୍ୟା ବୋଲି କହିଥାନ୍ତି। ଏଥିପାଇଁ ଔଷଧ ଖାଇବାକୁ ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ତେବେ ସଜନା ଛୁଇଁ ଖାଇଲେ ଏହି ସମସ୍ୟାରୁ ସହଜରେ ମୁକ୍ତି ମିଳିଥାଏ। ସଜନା ଛୁଇଁରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ଏବଂ ପ୍ରୋଟିନ୍‌ ରହିଛି। ଏଥିରେ ଭିଟାମିନ୍‌ ସି ଥିବାରୁ ଏହା ବିଭିନ୍ନ ରୋଗ ସଂକ୍ରମଣରୁ ରକ୍ଷା କରିବା ସହିତ ଶ୍ୱାସକ୍ରିୟାକୁ ସ୍ବାଭାବିକ କରିଥାଏ। ଏଥିରେ ପ୍ରଚୁର ପରିମାଣରେ ଖଣିଜ, ଲୌହ, ଭିଟାମିନ୍‌-ବି-୬, ଫୋଲିକ୍‌ ଏସିଡ୍‌ ଆଦି ତତ୍ତ୍ୱ ରହିଛି। ଏହା ପାଚନଶକ୍ତି ବଢାଇବାରେ ସହାୟକ ହୋଇଥାଏ। ଏହାକୁ ତରକାରୀ କରି ଅବା ଭାଜି ଖାଇଲେ ସୁଫଳ ମିଳିଥାଏ। ତେବେ ଏକ ପାତ୍ରରେ ପାଣିନେଇ ସେଥିରେ ସଜନା ଛୁଇଁ ପକାଇ ଏହାର ବାଷ୍ପ ଆଘ୍ରାଣ କଲେ ଆରାମ ମିଳେ। ଆଜ୍‌ମା ରୋଗୀଙ୍କ ପାଇଁ ଏହା ମହୌଷଧୀ ସାବ୍ୟସ୍ତ ହୋଇଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି।


All Right Reserved By Dharitri.Com

ରକ୍ତହୀନତା ଦୂର କରେ ସଜନା ଶାଗ

ବାଡିବଗିଚାରେ ସଜନା ଶାଗ ଅତି ସହଜରେ ମିଳିଯାଏ। ସଜନା ସାଗ ହେଉ କି ଛୁଇଁ ସମେସ୍ତ ଏହା ଖାଇବାକୁ ଭଲ ପାଆନ୍ତି। ଏଥିରେ ପ୍ରଚୁର ଖଣିଜତତ୍ତ୍ୱ...

ଉଚ୍ଚରକ୍ତଚାପରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ…

ପରିବର୍ତ୍ତିତ ଜୀବନ ଶୈଳୀରେ ବିଭିନ୍ନ କାରଣରୁ କେତେକଙ୍କ କ୍ଷେତ୍ରରେ ରକ୍ତଚାପ ଦେଖାଯାଇଥାଏ। ଆୟୁର୍ବେଦରେ ରକ୍ତଚାପରୁ ଦୂରେଇ ରହିବା ପାଇଁ ଅନେକ ସହଜ ଘରୋଇ ଉପଚାର ସମ୍ପର୍କରେ...

ମହିଳାଙ୍କ ପାଇଁ ଲାଭଦାୟକ ଅଖ୍‌ରୋଟ

ସ୍ବାସ୍ଥ୍ୟ ପାଇଁ ଲାଭଦାୟକ କୁହାଯାଉଥିବା ଅଖ୍‌ରୋଟ ସ୍ତନ କର୍କଟ ବୃଦ୍ଧିକୁ ରୋକିବାରେ ଏବଂ ସେଥିରୁ ରକ୍ଷା ପାଇବାରେ ବିଶେଷ ସାହାଯ୍ୟ କରିଥାଏ। ‘ନ୍ୟୁଟ୍ରିସନ୍‌ ରିସର୍ଚ୍ଚ’ ପତ୍ରିକାରେ...

ନୋବେଲ ପୁରସ୍କାର ଚିକିତ୍ସା ବିଜ୍ଞାନ-୨୦୧୯ ଅମ୍ଳଜାନର ପରିମାଣକୁ ବାରି ଜୀବକୋଷରେ ପରିବର୍ତ୍ତନ

”ଜୀବନଧାରଣ ପାଇଁ ଅମ୍ଳଜାନ ଅପରିହାର୍ଯ୍ୟ। ମାତ୍ର ଶରୀରର ଜୀବକୋଷମାନ ଅମ୍ଳଜାନର ପରିମାଣରେ ବିଭିନ୍ନତାକୁ କିପରି ବାରିପାରନ୍ତି ଓ କିପରି ଏହା ସହ ଖାପଖୁଆଇ ନିଜ ଭିତରେ...

ଘିକୁଆଁରୀ ଏହି ଲୋକଙ୍କ ପାଇଁ ଲାଭଦାୟକ ନୁହେଁ

ଘିକୁଆଁରୀ ଖାଇବା ଲାଭଦାୟକକ ହୋଇଥାଏ ବୋଲି ଶୁଣିଥିବେ। ଏଥିରେ ଥିବା ଆଣ୍ଟି ଇନ୍‌ଫ୍ଲାମାଟୋରି ଗୁଣ, ଯାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏହାସହିତ ଏଥିରେ ଆଣ୍ଟି...

ପିଆଜରେ ରହିଛି ଏସବୁ ଉପକାରୀ ଗୁଣ…..

ଘରେ ଘରେ ପିଆଜର ବହୁତ ଚାହିଦା ରହିଛି। ସାଧାରଣତଃ ଖାଦ୍ୟର ସ୍ବାଦ ବଢାଇବା ପାଇଁ ପିଆଜର ବ୍ୟବହାର କରାଯାଇଥାଏ। ଏହା ଆମ ସ୍ବାସ୍ଥ୍ୟପାଇଁ ମଧ୍ୟ ଲାଭଦାୟକ।...

ଅଖାଦ୍ୟ ଘିଅ ପ୍ରତି ସାବଧାନ

ମନ୍ଦିରରେ ଦେବଦେବୀ ଦର୍ଶନ ପରେ ଆମକୁ ପ୍ରସାଦ ଭାବେ ଯେଉଁ ଘିଅ ବା ବଟର ମିଳିଥାଏ ତାହା ଖାଦ୍ୟ ଅନୁପଯୋଗୀ ହୋଇପାରେ ଏବଂ ଏପରି କି...

ଦୀପାବଳି ଓ ପ୍ରଦୂଷଣ

”ଶବ୍ଦ ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ସ୍ବଳ୍ପ ଡେସିବେଲଯୁକ୍ତ ଶବ୍ଦ ବାଣ ଫୁଟାଇବା ଦରକାର । ଅଧିକ ଶବ୍ଦ କରୁଥିବା ବାଣ କେବଳ ଶ୍ରବଣ...

Leave a comment

Your email address will not be published. Required fields are marked *