Posted inଜାତୀୟ

୨୨ରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ମାମଲାର ଦୋଷୀ: ଖାରଜ ହେଲା କ୍ୟୁରେଟିଭ ପିଟିସନ

ନୂଆଦିଲ୍ଲୀ,୧୪।୧: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ବିନୟ ଶର୍ମା ଓ ମୁକେଶଙ୍କ ଦ୍ୱାରା ଦାଖଲ କରାଯାଇଥିବା କ୍ୟୁରେଟିଭ ପିଟିସନ ମଙ୍ଗଳବାର ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି। ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠରେ ଜଷ୍ଟିଶ ଏନ୍‌ଭି ରାମଣ, ଅରୁଣ ମିଶ୍ର, ଆର୍‌ଏଫ୍‌ ନରିମନ, ଆର୍‌ ବନୁମଥି ଓ ଅଶୋକ ଭୂଷଣ ଏହାର ଶୁଣାଣି କରିଛନ୍ତି। ଆଇନ ଅନୁଯାୟୀ କ୍ୟୁରେଟିଭ ପିଟିସନ କ୍ଷମା ଆବେଦନର ଶେଷ ପର୍ଯ୍ୟାୟ ଥିବାରୁ ଏବେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଏହାକୁ ନେଇ ନିର୍ଭୟାଙ୍କ ମା’ ଆଶା ଦେବୀ ଖୁସି ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଦୀର୍ଘ ୭ ବର୍ଷର ଲଢେଇ ପରେ ଆଜିର ଦିନ ହେଉଛି ମୋ ପାଇଁ ବଡ଼ ଦିନ। କିନ୍ତୁ ଯେଉଁଦିନ ନିର୍ଭୟା ମାମଲାର ୪ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବେ ସେଦିନ ମୋ ପାଇଁ ସବୁଠାରୁ ବଡ଼ ଦିନ ହେବ ବୋଲି ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୨ରେ ରାଜଧାନୀ ଛାତିରେ ପାରା ମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଗଣବଳାତ୍କାର କରାଯିବା ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା।


All Right Reserved By Dharitri.Com

ଭାଜପାରେ ଯୋଗଦେଲେ ସପ୍‌ନା

ନୂଆଦିଲ୍ଲୀ,୭।୭: ହରିୟାଣାର ଗାୟିକା ତଥା ନୃତ୍ୟାଙ୍ଗନା ସପ୍‌ନା ଚୌଧୁରୀ ରବିବାର ଭାଜପାରେ ଯୋଗ ଦେଇଛନ୍ତି। ଦିଲ୍ଲୀର ଭାଜପା ଅଧ୍ୟକ୍ଷ ମନୋଜ ତିଓ୍ବାରୀଙ୍କ ଉପସ୍ଥିତିରେ ସେ ଭାଜପା...

ଶୁଖିଲା ନଦୀରେ ଜଳ ଭରିବା ପାଇଁ ଅଣ୍ଟା ଭିଡିଛନ୍ତି ୨୦ ହଜାର ମହିଳା

ଭେଲୋର,୧୯।୬: ତାମିଲ୍‌ନାଡୁ ଭେଲୋରରେ ଗତ ୧୫ ବର୍ଷ ଧରି ଶୁଖିଲା ପଡ଼ିଥିବା ନାଗାନାଧି ନଦୀରେ ଜଳ ଭରିବା ପାଇଁ ଏହି ଅଞ୍ଚଳର ୨୦ ହଜାର ମହିଳା...

କମିଲା ଭାଜପାର ବିଜୟ ବ୍ୟବଧାନ:ହରିୟାଣାରେ ଅଟକିଲା ବିଜୟ ରଥ

ନୂଆଦିଲ୍ଲୀ,୨୫-୧୦(ପି.ଟି.):ସାଧାରଣ ନିର୍ବାଚନରେ ହରିୟାଣାର ସମସ୍ତ ୧୦ ଲୋକ ସଭା ଆସନ ଅକ୍ତିଆର କରିବାର ୫ ମାସ ପରେ ଭାଜପାକୁ ଲାଗିଛି ଝଟକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

କଂଗ୍ରେସ କାର୍ଯ୍ୟାଳୟରେ ମାଡ଼ପିଟ୍‌: ପୋଲିସ ସୁରକ୍ଷାରେ ବୈଠକ କରିଲେ ପ୍ରଦେଶ ଅଧ୍ୟକ୍ଷ

ରାଞ୍ଚି,୨।୮: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଦଳ ଏବେ ନେତୃତ୍ୱହୀନ ହୋଇପଡ଼ିଛି। ନିର୍ବାଚନର ଫଳାଫଳ ପାଇଁ ପରସ୍ପର ଉପରେ କାଦୁଅଫିଙ୍ଗା ଚାଲିଥିବା...

‘ଭାଜପା କାର୍ଯ୍ୟକର୍ତ୍ତା ମୋଦି,ମୋଦି ନାରା ଲଗାଉଛନ୍ତି, ଆପଣମାନେ ମୋ ପାଇଁ କେବେ ଏମିତି ନାରା ଲଗାଇଛନ୍ତି କି’

ଜଳନ୍ଧର, ୨୯।୫: ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଧୀନ ଭାଜପା ଜବରଦସ୍ତ ସଫଳତା ହାସଲ କରିବା ଏବେ ସାରା ଦେଶରରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ...

ଯମୁନା ଏକ୍ସପ୍ରେସ୍‌ ହାଇଓ୍ବେରେ ଦୁର୍ଘଟଣା: ନାଳକୁ ଖସିଲା ଯାତ୍ରୀବାହୀ ବସ୍‌; ୨୯ ମୃତ

ଆଗ୍ରା,୮।୭: ଉତ୍ତରପ୍ରଦେଶ ଯମୁନା ଏକ୍ସପ୍ରେସ୍‌ ହାଇଓ୍ବେରେ ସୋମବାର ଭୋର୍‌ ୪ଟା ୩୦ରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଗ୍ରାର ଏତ୍‌ମାଦ୍‌ପୁରସ୍ଥିତ ଝରନା ନାଳରେ ଏକ ଯାତ୍ରୀବାହୀ...

ଉତ୍ସାହ ଆଗରେ ବୟସ ହାର ମାନିଲା: ପୋଲିଂ ବୁଥ୍‌ରେ ପହଞ୍ଚିଲେ ବରିଷ୍ଠ ନାଗରିକ

ପାଟନା, ୧୮।୪: ମନର ଉତ୍ସାହ ଆଗରେ ବୟସ ହାର ମାନିଛି। ଏହର ଉଦାହରଣ ଦେଖିବାକୁ ମିଳିଛି ବିହାର ଭାଗଲପୁରର ଏକ ମତଦାନ କେନ୍ଦ୍ରରେ। ଏଠାରେ ଜଣେ...

ନିର୍ଭୟା ମାମଲା: ତିହାର ଜେଲରେ ୪ ଦୋଷୀଙ୍କ ଡମିକୁ ଦିଆଗଲା ଫାଶୀ

ନୂଆଦିଲ୍ଲୀ,୧୩।୧: ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଜାନୁୟାରୀ ୨୨ରେ ସକାଳ ୭ଟାରେ ଫାଶୀ ଦିଆଯିବ। ଏନେଇ ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି।...

Leave a comment

Your email address will not be published. Required fields are marked *