ଦନ୍ତାହାତୀ ଆକ୍ରମଣରେ ଜଣେ ଗୁରୁତର

କେନ୍ଦୁଝର,୧୪।୧: କେନ୍ଦୁଝର ଜିଲା ତେଲକୋଇ ଥାନା କୁଣ୍ତେଇହତା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଛି ଦନ୍ତା ହାତୀ। ରବିବାର ବିଳମ୍ବିତ ରାତିରେ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ବନବିଭାଗ ଏବଂ ଗ୍ରାମବାସୀ ଦନ୍ତା ହାତୀଟିକୁ ଘୋଉଡ଼ାଉ ଥିବାବେଳେ ବିଜୟ କୁମାର ପ୍ରଧାନ(୪୨) ସେମାନଙ୍କ ପାଟି ଶୁଣି ଘରୁ ବାହାରି ଆସୁ ଥିବାବେଳେ ହାତୀଟି ହଠାତ୍‌ ଘରକୁ ପଶିଯାଇ ପ୍ରଥମେ ଶଣ୍ତରେ କଚ଼ାଡି ଦେଇଥିଲା। ପରେ ଗୋଡ଼ରେ ଆକ୍ରମଣ କରିଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଫରେଷ୍ଟ ଗାଡ଼ିରେ ତେଲକୋଇ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ ସେଠାରେ ସଙ୍କଟାପନ୍ନ ହେବାରୁ ସରକାରୀ ୧୦୮ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟ ଚ଼ିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।


All Right Reserved By Dharitri.Com

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ନବରଙ୍ଗପୁର,୩୦।୧୨(ବି.ପ୍ର.): ନବରଙ୍ଗପୁର ଜିଲା ରାଇଘର ବ୍ଲକ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ନିରଞ୍ଜନ ଜେନା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

ବରଗଡ଼ ମତଦାନ: ଦିନ ୧୧ଟା ସୁଦ୍ଧା ଅତାବିରାରେ ସର୍ବାଧିକ, ବିଜେପୁରରେ ସର୍ବନିମ୍ନ

ବରଗଡ଼ ଅଫିସ୍‌,୧୮।୪: ବରଗଡ଼ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀର  ସମୁଦାୟ ୧୩୭୮ ଭୋଟ କେନ୍ଦ୍ରରେ ଗୁରୁବାର ସକାଳ ୭ଟାରୁ ମତଦାନ ଗ୍ରହଣ ଆରମ୍ଭ ହୋଇଛି। କେତେକ...

ମଝି ସମୁଦ୍ରରେ ଫସିଲା ଯାତ୍ରୀବାହୀ ଲଞ୍ଚ୍‌

ରାଜନଗର,୧୭।୧(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ତାଳଚୁଆ ଫେରିଘାଟରୁ ଚାନ୍ଦବାଲି ଯାଉଥିବା ଏକ ସରକାରୀ ଯାତ୍ରୀବାହୀ ଲଞ୍ଚ୍‌ ଘନ କୁହୁଡି ଯୋଗୁ ମଝି ସମୁଦ୍ରରେ ଫସିଯାଇଛି। ଉକ୍ତ ଲଞ୍ଚ୍‌ରେ...

ମାମୁରିଝରଣରେ ଅଗ୍ନିକାଣ୍ଡ, ୪ ବଖରା ଜଳିଗଲା

ବଇଣ୍ଡା,୧୪।୧୧(ଡି.ଏନ୍‌.ଏ.)-ଆଠମଲ୍ଲିକ ବ୍ଲକ ଆମ୍ବସରମୁ ପଞ୍ଚାୟତ ମାମୁରିଝରଣ ଗ୍ରାମରେ ଅଗ୍ନିକାଣ୍ଡ ଘଟି ପୁରୁଷୋତ୍ତମ ନାୟକ, ଟୁଟୁ ନାୟକଙ୍କ ୪ ବଖରା ଘର ଜଳିଯାଇଛି। ଅଗ୍ନିକାଣ୍ଡର ସଠିକ କାରଣ...

ନାଁ ଧନମତି, ଦାରିଦ୍ର୍ୟ-ଦୁଃଖ ଆଜନ୍ମ

ବୈପାରୀଗୁଡ଼ା,୨୦ା୧(ଡି.ଏନ୍‌.ଏ.) ନାଁ ତାଙ୍କର ଧନମତି। କିନ୍ତୁ ଦୁଃଖ ଓ ଦାରିଦ୍ର୍ୟ ତାଙ୍କର ଆଜନ୍ମ। ବୈପାରୀଗୁଡ଼ା ବ୍ଲକ ଚେରକା ପଞ୍ଚାୟତ ସିନ୍ଧିଗାଁ ନିକଟସ୍ଥ ଭେଜାପଦର ଗ୍ରାମର ଧନମତି...

ଦୀପାବଳି ପାଇଁ ବନ୍ଦ ରହିବ ଶ୍ରୀପୁରୁଷୋତ୍ତମ ପ୍ରାର୍ଥନା କାର୍ଯ୍ୟକ୍ରମ

ପୁରୀ ଅଫିସ,୨୬ା୧୦:ରବିବାର ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିବ। ମହାପ୍ରଭୁଙ୍କୁ ଦର୍ଶନ କରି ବାଇଶି ପାହାଚରେ ପୟାଶ୍ରାଦ୍ଧ କରିବା ପରେ...

ଶିକ୍ଷାବିତ୍‌ ତାରାପ୍ରସାଦ ମହାପାତ୍ରଙ୍କ ପରଲୋକ

ବ୍ରହ୍ମପୁର ଅଫିସ,୨୧।୧: ବରିଷ୍ଠ ଶିକ୍ଷାବିତ୍‌ ତଥା ସ୍ବର୍ଗତ ପଣ୍ଡିତ ବାଇକୋଳି ମହାପାତ୍ର(ଜ୍ୟୋତିଷ ବିଶାରଦ)ଙ୍କ ପୁତ୍ର ତାରାପ୍ରସାଦ ମହାପାତ୍ରଙ୍କ(୮୫)ର ସୋମବାର ପରଲୋକ ଘଟିଛି। ସ୍ବର୍ଗତ ମହାପାତ୍ର ଖଲ୍ଲିକୋଟର...

ଜମି ବିବାଦ: ସାନଭାଇଙ୍କୁ ହାଣି ବଡ଼ ଗିରଫ

ଶଙ୍କରାଖୋଲ/ଟିକାବାଲି,୧୩ା୧୧(ଡି.ଏନ.ଏ.)-କନ୍ଧମାଳ ଜିଲା ଚକାପାଦ ଥାନା ପସରା ପଞ୍ଚାୟତର ଗୋଛାବାରୀ ଗ୍ରାମରେ ଜମି ଭାଗବଣ୍ଟାକୁ ନେଇ ସାନଭାଇ ବିକ୍ରମ କହଁରକୁ ହାଣିଥିବା ଅଭିଯୋଗରେ ମଙ୍ଗଳବାର ଚକାପାଦ ପୋଲିସ...

Leave a comment

Your email address will not be published. Required fields are marked *