Posted inଜାତୀୟ

ପୁଲଓ୍ବାମା ଆକ୍ରମଣର ପୁଣିଥରେ ଯାଞ୍ଚ୍‌ ଦାବି କଲା କଂଗ୍ରେସ: ଦାବିନ୍ଦରଙ୍କ ପଛରେ କାହାର ମାଷ୍ଟର ମାଇଣ୍ଡ୍‌ ?

ନୂଆଦିଲ୍ଲୀ,୧୪।୧: ଆତଙ୍କବାଦୀଙ୍କ ସହିତ ସମ୍ପର୍କ ଥିବା ଅଭିଯୋଗରେ ଡିଏସ୍‌ପି ଦାବିନ୍ଦର ସିଂଙ୍କୁ ଗିରଫ କରାଯାଇ ପଚରାଉଚରା ଜାରି ରହିଛି। ତାଙ୍କର ଆତଙ୍କବାଦୀ ଅଫଜଲ ଗୁରୁଙ୍କ ସହିତ ସମ୍ପର୍କ ଥିବା ଜଣାପଡ଼ିଛି। ଏହି ମାମଲାରେ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି। ପୁଲଓ୍ବାମା ଆକ୍ରମଣର ପୁଣିଥରେ ନୂଆ କରି ଯାଞ୍ଚ୍‌ କରିବାକୁ କଂଗ୍ରେସ ପକ୍ଷରୁ ଅଧୀର ରଞ୍ଜନ ଚୌଧୁରୀ ଟୁଇଟ୍‌ କରି ଦାବି କରିଛନ୍ତି। ସେହିପରି କଂଗ୍ରେସ ପ୍ରବକ୍ତା ରଣଦୀପ୍‌ ସୁରଜଓ୍ବାଲା କହିଛନ୍ତି ପୁଲଓ୍ବାମା ଆକ୍ରମଣ ସମୟରେ ଦାବିନ୍ଦର ସେଠାରେ ଥିଲେ। ଏହି ଘଟଣାରେ ତାଙ୍କର ଭୂମିକା କ’ଣ ଥିଲା ସେ ନେଇ ଯାଞ୍ଚ କରାଯିବା ଆବଶ୍ୟକ। ସେହିପରି ୨୦୦୧ରେ ପାର୍ଲାମେଣ୍ଟ ଉପରେ ହୋଇଥିବା ଆକ୍ରମଣରେ ଦାବିନ୍ଦରଙ୍କ ଭୂମିକା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। ଦାବିନ୍ଦର ଆତଙ୍କବାଦୀଙ୍କ ସହିତ ଯୋଗାଯୋଗରେ ଥିଲେ ନା ସେ ଏଭଳି ଷଡ଼ଯନ୍ତ୍ରର ଏକ ମାଧ୍ୟମ ଭାବେ କାମ କରୁଥିଲେ ତାହାର ତଦନ୍ତ ହେବା ଆବଶ୍ୟକ। ଦାବିନ୍ଦରଙ୍କ ପଛରେ କାହାର ମାଷ୍ଟର ମାଇଣ୍ଡ୍‌ ରହିଛି ସେ ନେଇ ତଦନ୍ତ ହେବା ଆବଶ୍ୟକ ବୋଲି ରଣଦୀପ୍‌ କହିଛନ୍ତି।


All Right Reserved By Dharitri.Com

ସୁସ୍ଥ ଭବିଷ୍ୟତ ଆଡ଼କୁ ଭାରତ

ନୂଆଦିଲ୍ଲୀ,୩୦-୮(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏକ ରଙ୍ଗାରଙ୍ଗ ଉତ୍ସବରେ ‘ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ’ର ଶୁଭାରମ୍ଭ କରିଛନ୍ତି। ଭାରତକୁ ସୁସ୍ଥ ଭବିଷ୍ୟତ ଆଡ଼କୁ ଆଗେଇନେବାରେ ଏହା ସମୟର...

ପ୍ରାର୍ଥୀପତ୍ର ଦାଖଲ କଲେ ଗୃହମନ୍ତ୍ରୀ

ଲକ୍ଷ୍ନୌ,୧୬।୪: କେନ୍ଦ୍ର ଗୃହମନ୍ତ୍ରୀ ଏବଂ ଲକ୍ଷ୍ନୌ ଲୋକସଭା ଆସନର ଭାଜପାର ଆଶାୟୀ ପ୍ରାର୍ଥୀ ରାଜନାଥ ସିଂହ ମଙ୍ଗଳବାର ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ରାଜନାଥ ସିଂହ...

ଏସସିଓରେ ଚାଇନା ରାଷ୍ଟ୍ରପତି ସି ଜନପିଙ୍ଗ୍‌ଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ, ୯।୬: ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହେବାପରେ ନରେନ୍ଦ୍ର ମୋଦି ଚାଇନା ରାଷ୍ଟ୍ରପତି ସି ଜନପିଙ୍ଗ୍‌ଙ୍କୁ ପ୍ରଥମଥର ପାଇଁ ଭେଟିବାର କାର୍ଯ୍ୟକ୍ରମ ରହିଛି। କିିର୍ଗିିଜିସ୍ତାନର ରାଜଧାନୀ ବିଶକେକଠାରେ...

ସାଧାରଣତନ୍ତ୍ର ଦିବସ ମୁଖ୍ୟ ଅତିଥି: ବ୍ରାଜିଲ୍‌ ରାଷ୍ଟ୍ରପତି ବୋଲସୋନାରୋ; ପ୍ରଥମ ଥର ପାଇଁ ଆସୁଛନ୍ତି ୪ ଦିନିଆ ଭାରତ ଗସ୍ତରେ

ନୂଆଦିଲ୍ଲୀ,୨୧।୧: ପ୍ରଥମ ଥର ପାଇଁ ୪ ଦିନିଆ ଭାରତ ଗସ୍ତରେ ବ୍ରାଜିଲ୍‌ ରାଷ୍ଟ୍ରପତି ଜୈର୍‌ ବୋଲସୋନାରୋ ଆସୁଛନ୍ତି। ସେ ସାଧାରଣତନ୍ତ୍ର ଦିବସ ମୁଖ୍ୟ ଅତିଥି ଭାବେ...

୪୦ ବର୍ଷର ରେକର୍ଡ ଭାଙ୍ଗିଲା ହିମାଚଳ ପ୍ରଦେଶର ତୁଷାରପାତ

କୁଲୁ,୧୯।୧: ହିମାଚଳ ପ୍ରଦେଶରେ କିଛିଦିନ ହେଲା ତୁଷାରପାତ ସାଧାରଣ ଜୀବନଯାତ୍ରା ଉପରେ ବେଶ୍‌ ପ୍ରଭାବ ପକାଇଛି। କୁହାଯାଉଛି ଏଥରର ତୁଷାରପାତ ଗତ ୪୦ ବର୍ଷର ରେକର୍ଡ...

ନୂଆଦିଲ୍ଲୀ,୨୮ା୪: ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବିଛା ମନ୍ତବ୍ୟ ଦେଇ କଂଗ୍ରେସ ସାଂସଦ ଶଶୀ ଥରୁର୍‌ ଫସିଯାଇଛନ୍ତି। ଏହି ମନ୍ତବ୍ୟ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି...

ବିହାରରେ ଆଇନ ବ୍ୟବସ୍ଥାକୁ ନେଇ ଖପ୍ପା ଗିରିରାଜ

ପାଟନା,୨୯।୧୦: ବିହାରରେ ବଢ଼ୁଥିବା ଅପରାଧକୁ ନେଇ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ଗରିରାଜ ସିଂହ ମଙ୍ଗଳବାର ବିହାର ସରକାରଙ୍କ ଉପରେ ବର୍ଷିଛନ୍ତି। ଏଥିସହ ସେ...

ରାଜ୍ୟ ସଭା ସଦସ୍ୟଙ୍କ ଆୟକୁ ନେଇ ଏଡିଆର୍‌ ରିପୋର୍ଟ: ଶେୟାରରୁ ମିଳୁଛି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ, ୧୨ା୯ (ପି.ଟି.): ରାଜ୍ୟ ସଭା ସଦସ୍ୟମାନେ ବେଳେବେଳେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରି ସିଧା ପାର୍ଲାମେଣ୍ଟକୁ ଯାଇଥାନ୍ତି। ଏମିତିକି ରାଜନୈତିକ ସ୍ବାର୍ଥସାଧନ ଲାଗି ଏହି...

Leave a comment

Your email address will not be published. Required fields are marked *