ପାକିସ୍ତାନୀ ଡ୍ରାଇଭରଙ୍କ ମଣିଷ ପଣିଆ: ଫେରାଇଲେ ଭାରତୀୟ ଯୁବତୀଙ୍କ ପର୍ସ

ଦୁବାଇ,୧୪।୧: କୁହାଯାଏ ମଣିଷ ପଣିଆ ହିଁ ସବୁଠାରୁ ବଡ଼ ଗୁଣ। ଏହାର ସଦ୍ୟତମ ଉଦାହରଣ ପାଲଟିଛନ୍ତି ଦୁବାଇର ଜଣେ ପାକିସ୍ତାନୀ ଡ୍ରାଇଭର। କାର୍‌ରେ ବୁଲିଥିବା ରୈଶେଲ ରୋଜ୍‌ ନାମକ ଭାରତୀୟ ଯୁବତୀ ତାଙ୍କ ପର୍ସ ଭୁଲ୍‌ ବଶତଃ ଛାଡ଼ି ଦେଇଥିଲେ। ରୈଶଲଙ୍କ ପରେ ଅନ୍ୟ କିଛି ଯାତ୍ରୀ କାର୍‌ରେ ଯାତ୍ରା କରିଥିଲେ। କାର୍‌ରେ ପର୍ସ ପଡ଼ିଥିବା ଦେଖି ଡ୍ରାଇଭର ମୋଦାସର୍‌ ଖାଦିମ୍‌ ଏହା କାହାର ବୋଲି ପଚାରିଥିଲେ। ତେବେ ଯାତ୍ରୀମାନେ ଏହା ସେମାନଙ୍କର ନୁହେଁ ବୋଲି ଉତ୍ତର ଦେଇଥିଲେ। ପର୍ସ ଖୋଲି ଖାଦିମ୍‌ ରୈଶଲଙ୍କ ଫଟୋ ଦେଖିଥିଲେ। ପର୍ସରେ ଏକ ହଜାର ଦିରହମ୍‌ ଥିଲା। ତେବେ ରୈଶଲ ସେତେବେଳକୁ ଦୁବାଇ ଛାଡ଼ି ମାଞ୍ଚେଷ୍ଟର ପଳାଇ ଯାଇଥିଲେ। ଖାଦିମ୍‌ ଦୁବାଇର ସଡ଼କ ପରିବହନ କର୍ତ୍ତୃପକ୍ଷଙ୍କ ସହାୟତା ଲୋଡ଼ିଥିଲେ। ଶେଷରେ ରୈଶଲଙ୍କୁ ତାଙ୍କ ପର୍ସ ଫେରାଇ ଦିଆଯାଇଥିଲା। ଏବେ ଖାଦିମ୍‌ଙ୍କ କାହାଣୀ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।


All Right Reserved By Dharitri.Com

ମେହୁଲ ଚୌକସିଙ୍କୁ ଠକ କହିଲେ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ: ଭାରତ ନ୍ୟାୟିକ ଯାଞ୍ଚ ପାଇଁ ସ୍ବତନ୍ତ୍ର

ନ୍ୟୁୟର୍କ,୨୬।୯: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତି ମାମଲାରେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୌକସିଙ୍କ ଉପରେ ଆଣ୍ଟିଗୁଆ ଓ ବାରବୁଡାର ପ୍ରଧାନମନ୍ତ୍ରୀ ଗେଷ୍ଟୋନ ବ୍ରାଉନି ବଡ଼...

ମଦ ବୋତଲରେ ଗାନ୍ଧିଜୀଙ୍କ ଛବି

ଜେରୁଜେଲମ୍‌,୪ା୭(ପି.ଟି.): ଇସ୍ରାଏଲ୍‌ର ୭୧ତମ ସ୍ବାଧୀନତାର ସ୍ମାରକୀ ସ୍ବରୂପ ସ୍ଥାନୀୟ ଏକ କମ୍ପାନୀ ଏହାର ମଦବୋତଲରେ ମହାତ୍ମା ଗାନ୍ଧୀଙ୍କ ଛବି ରଖି ବିବାଦୀୟ ହୋଇପଡ଼ିଛି। ଏହାଦ୍ୱାରା ଭାରତ...

ହଗ୍‌ ଡେ: ମାନସିକ ଚାପ ହ୍ରାସ କରେ ଆଲିଙ୍ଗନ…

ଭାଲେଣ୍ଟାଇନ୍‌ ଓ୍ବିକ୍‌ରେ ଫେବୃୟାରୀ ୧୨ରେ ପାଳିତ ହେବ ହଗ୍‌ ଡେ ବା ଆଲିଙ୍ଗନ ଦିବସ। ଆଲିଙ୍ଗନ କେବଳ ପ୍ରେମୀଯୋଡ଼ାଙ୍କ ଭଲ ପାଇବା ତଥା ଆବେଗକୁ ପରିପ୍ରକାଶ...

ପାକିସ୍ତାନକୁ ଆମେରିକାର ତାଗିଦ: ହାଫିଜ, ଆଝାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ

ନ୍ୟୁୟର୍କ,୨୮।୯(ପି.ଟି.): ଭାରତ ସହ ଲାଗି ରହିଥିବା ଉତ୍ତେଜନା ହ୍ରାସ କରିବାକୁ ହେଲେ ହାଫିଜ ସୟିଦ, ମାସୁଦ ଆଝାରଙ୍କ ଭଳି ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା...

କଶ୍ମୀର ସ୍ଥିତି ସୁଧାରିବାରେ ଭାରତ-ପାକ୍‌ ବିଫଳ

ଜେନିଭା,୯ା୭ (ପି.ଟି.): ଭାରତ ଓ ପାକିସ୍ତାନ କଶ୍ମୀର ସ୍ଥିତି ସୁଧାରିବାରେ ବିଫଳ ହୋଇଛନ୍ତି। ପୂର୍ବ ରିପୋର୍ଟ ମୁତାବକ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରାଯାଇ ନାହିଁ...

୫୦୦ ବର୍ଷ ତଳେ ପ୍ରାଣୀକେଶରୁ ବ୍ରଶ୍‌ ତିଆରି କରିଥିଲା ଚାଇନା

ବେଜିଂ,୩।୫: ସକାଳୁ ଉଠିଲେ ସଭିଏଁ ଦାନ୍ତ ଘଷିବା ପାଇଁ ବ୍ରଶ୍‌‌ ଖୋଜି ବସନ୍ତି। ବ୍ରଶ୍‌‌ କରିବା ପରେ ଅନ୍ୟ କାମ କରିବାକୁ ଲୋକେ ପସନ୍ଦ କରନ୍ତି।...

ଇରାକ ପାର୍ଲାମେଣ୍ଟରେ ସହମତି: ବିଦା ହେବେ ଆମେରିକା ସୈନ୍ୟ

ବେରୁଟ,୬ା୧(ଏପି): ଇରାକରୁ ଆମେରିକା ସୈନ୍ୟଙ୍କୁ ବିଦା କରାଯିବ। ଦେଶରୁ ଆମେରିକା ସେନାକୁ ବିତାଡ଼ିତ କରିବା ପାଇଁ ରବିବାର ଇରାକ ପାର୍ଲାମେଣ୍ଟରେ ସହମତି ପ୍ରକାଶ ପାଇଛି। ପାର୍ଲାମେଣ୍ଟ...

ବିଶ୍ୱରେ ସର୍ବାଧିକ ପ୍ରବାସୀ ଭାରତୀୟ

ଜାତିସଂଘ,୧୯ା୯(ପି.ଟି.): ଚଳିତ ବର୍ଷର ଅନ୍ତର୍ଜାତୀୟ ପ୍ରବାସୀଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ସର୍ବାଧିକ ବୋଲି ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। ଜାତିସଂଘର ନୂଆ ଆକଳନ ଅନୁଯାୟୀ ସାରା...

Leave a comment

Your email address will not be published. Required fields are marked *