Posted inଜାତୀୟ

ଚଳିତବର୍ଷ ମକର ସଂକ୍ରାନ୍ତିରେ ଲାଲୁଙ୍କ ବାସଭବନରେ ଆୟୋଜିତ ହେବନାହିଁ ଦହି-ଚୁଡା ଭୋଜି

ପାଟନା,୧୪।୧: ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଜେଲ୍‌ ଯିବା ପରେ ତାଙ୍କ ବାସଭବନରେ ପର୍ବପର୍ବାଣୀର ଉତ୍ସାହ ଆଉ ଦେଖିବାକୁ ମିଳୁନାହିଁ। ସବୁ ବର୍ଷ ମକର ସଂକ୍ରାନ୍ତି ଅବସରରେ ପାଟନା ସ୍ଥିତ ଲାଲୁଙ୍କ ବାସଭବନରେ ଦହି ଓ ଚୁଡା ଭୋଜିର ଆୟୋଜନ କରାଯାଇଥାଏ। ହେଲେ ଚଳିତବର୍ଷ ଏଠାରେ ଏହି ପର୍ବ ପାଳନ କରାଯିବ ନାହିଁ ବୋଲି ଜଣାପଡ଼ିଛି। କାରଣ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଅସୁସ୍ଥ ଥିବା ବେଳେ ସେ ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି। ଏହାକୁ ନେଇ ଏବେ ଆରଜେଡି ନେତା, କର୍ମକର୍ତ୍ତା ଓ ସମର୍ଥକ ନିରାଶ ହୋଇଛନ୍ତି। ଏକଦା ମକର ସଂକ୍ରାନ୍ତି ଅବସରରେ ଲାଲୁଙ୍କ ବାସଭବନରେ ଚଳଚଞ୍ଚଳ ଦେଖାଯାଉଥିବା ବେଳେ ବହୁ ଉତ୍ସାହର ସହ ଏହି ପର୍ବକୁ ପାଳନ କରାଯାଉଥିଲା ବୋଲି କୁହାଯାଏ। ଅପରପକ୍ଷେ ରାବ୍ରି, ତେଜସ୍ବୀ, ତେଜପ୍ରତାପ ଓ ମୀସା ଭାରତୀ ମକର ସଂକ୍ରାନ୍ତି ଉପଲକ୍ଷେ ସମସ୍ତ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


All Right Reserved By Dharitri.Com

୧୪୪ ଧାରା ଉଲ୍ଲଂଘନ: ୫୫ ଶିଖ୍‌ ଶ୍ରଦ୍ଧାଳୁ ଗିରଫ

ଲକ୍ଷ୍ନୌ, ୩୦।୧୨: ଉତ୍ତରପ୍ରଦେଶରେ ୧୪୪ ଧାରା ଉଲ୍ଲଂଘନ କରିଥିବା ଅଭିଯୋଗରେ ୫୫ ଶିଖ୍‌ ଶ୍ରଦ୍ଧାଳୁଙ୍କୁ ଗିରଫ କରାଯାଇଛି। ସ୍ଥାନୀୟ ପିଲଭିତ୍‌ ଜିଲାର କିରତାରପୁର ଗୁରୁଦ୍ୱାରା ପକ୍ଷରୁ...

ସୁପ୍ରିମକୋର୍ଟରେ ଅନୁଚ୍ଛେଦ ୩୭୦ ରଦ୍ଦ ମାମଲା: ପିଟିଶନ ବିରୋଧରେ କ୍ୟାଭିଟ୍‌ ଦାଏର

ନୂଆଦିଲ୍ଲୀ,୨୧ା୮(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ୬ ଜଣ ଅବସରପ୍ରାପ୍ତ ପ୍ରଶାସନିକ ଓ ସେନା...

ଗୁଜରାଟରେ ପାକ୍‌ ପଙ୍ଗପାଳ ଆତଙ୍କ

ବଡୋଦରା, ୨୬ା୧୨: ପାକିସ୍ତାନରୁ ଦଳ ଦଳ ପଙ୍ଗପାଳ ଗୁଜରାଟର ବିଭିନ୍ନ ଜିଲାରେ ପ୍ରବେଶ କରିବା ଫଳରେ ଚାଷୀଙ୍କ ନିଦ ହଜାଇ ଦେଲେଣି। ଏମାନେ ବ୍ୟାପକ ଫସଲ...

ଶାହଙ୍କ ଜିରୋ ଟଲରେନ୍ସ ନୀତି : ନୂଆ ବିଚ୍ଛିନ୍ନତାବାଦୀ ଦଳ ଗଠନ କଲା ଆଇଏସ୍‌ଆଇ

ନୂଆଦିଲ୍ଲୀ, ୧୨।୬: ଆତଙ୍କବାଦ ବିରୋଧରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଜିରୋ ଟଲରେନ୍ସ ନୀତିରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଆତଙ୍କିତ ହୋଇପଡ଼ିଛି। ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ...

ଉର୍ମିଳାଙ୍କୁ ଆପତ୍ତିଜନକ ଟିପ୍ପଣୀ ଦେଇ ଅଡ଼ୁଆରେ ୫୭ ବର୍ଷୀୟ ବୃଦ୍ଧ

ମୁମ୍ବାଇ,୨୮।୫: ମହଙ୍ଗା ପଡ଼ିଲା ବଲିଉଡ୍‌ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କୁ ସୋସିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ଦେବା। ବୃଦ୍ଧ ଜଣଙ୍କ ଉର୍ମିଳାଙ୍କ ସୋସିଆଲ...

ଭାରତ ଛାଡିବେନି ହଜାର ହଜାର ଗାଈଙ୍କ ‘ମା’

ମଥୁରା, ୨୭।୫: ଭାରତରେ ରହି ଗୋସୁରକ୍ଷା କାର୍ଯ୍ୟ କରୁଥିବା ପଦ୍ମଶ୍ରୀ ଫ୍ରିଡେରିକ ଇରିନା ବୃର୍ନିଂଙ୍କ ଭିସା ଅବଧି ଏକବର୍ଷ ପାଇଁ ବଢାଇ ଦିଆଯାଇଛି। ବୈଦେଶିକ ମନ୍ତ୍ରୀ...

କରୋନା ମହାମାରୀ ଯୋଗୁ ଦେଶବ୍ୟାପୀ ଟୋଲ୍‌ ଆଦାୟ ବନ୍ଦ

ନୂଆଦିଲ୍ଲୀ,୨୬।୩: କରୋନା ସଂକ୍ରମଣ ଯୋଗୁ ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଭାରତ ସରକାର ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି।...

ଅଙ୍କିତ ଶର୍ମା ହତ୍ୟା ମାମଲା: ୭ ଦିନ ପାଇଁ ପୋଲିସ ହାଜତକୁ ଗଲେ ତାହିର

ନୂଆଦିଲ୍ଲୀ,୬।୩: ଦିଲ୍ଲୀ ଦଙ୍ଗା ବେଳେ ଆଇବି କର୍ମଚାରୀ ଅଙ୍କିତ ଶର୍ମାଙ୍କୁ ହତ୍ୟା କରିବା ଅଭିଯୋଗରେ ଆମ ଆଦମୀ ପାର୍ଟି(ଏଏପି)ରୁ ନିଲମ୍ବିତ ହୋଇଥିବା କାଉନ୍‌ସିଲର ତାହିର ହୁସେନଙ୍କୁ...

Leave a comment

Your email address will not be published. Required fields are marked *