Posted inଜାତୀୟ

କମିଲା ପିଆଜ ଦର

ନୂଆଦିଲ୍ଲୀ,୧୪।୧: ଗୋଟିଏ ମାସ ପୂର୍ବରୁ ଲୋକଙ୍କୁ କନ୍ଦାଉଥିବା ପିଆଜର ଦାମ୍‌ ଏବେ କମିଛି। ଉତ୍ତର ପ୍ରଦେଶରେ ଏବେ ସାଧାରଣ ପିଆଜ ଦର ୫୦-୬୦ ଟଙ୍କାରେ ପହଞ୍ଚିଛି। ପ୍ରକୃତରେ ବିଦେଶରୁ ଆସିଥିବା ପିଆଜ ଏବେବି ବଜାରରେ ଉପଲବ୍ଧ ହେଉଥିବା ବେଳେ ଅନ୍ୟପଟେ ପିଆଜ ଅମଳ ହୋଇ ଯାଇଥିବାରୁ ଏହାର ଦାମ୍‌ କମିବାରେ ଲାଗିଛି। ଗୋଟିଏ ପଟେ ଏହାକୁ ନେଇ ଗ୍ରାହକ ଖୁସିଥିବା ବେଳେ ଅନ୍ୟପଟେ କିନ୍ତୁ ସରକାରୀ କର୍ମଚାରୀମାନେ ଅଡୁଆରେ ପଡିଯାଇଛନ୍ତି। କାରଣ ବିଦେଶରୁ ଆସିଥିବା ପିଆଜକୁ ବିକ୍ରି କରିବା ପାଇଁ ସରକାର ଯେଉଁ ବିକ୍ରୟ କେନ୍ଦ୍ର ଖୋଲିଥିଲେ ସେଠାରେ ପିଆଜ ପଡି ରହିଥିବା ବେଳେ ଏବେ ଗ୍ରାହକ ଆଉ ସେଠାକୁ ନ ଯାଇ ବଜାରରେ ମିଳୁଥିବା ପିଆଜ କିଣୁଛନ୍ତି। ଏହା ହେବା ଫଳରେ ଏବେ ବିକ୍ରୟ କେନ୍ଦ୍ରରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ ଅପାରଗ ଦର୍ଶାଇ ସରକାର ସେମାନଙ୍କ ଦରମା ବନ୍ଦ କରି ଦେଇଥିବା ସୂଚନା ମିଳିଛି।


All Right Reserved By Dharitri.Com

ସହଯୋଗରେ ସମ୍ପର୍କ ହେବ ମଜଭୁତ

ନୂଆଦିଲ୍ଲୀ,୨୧।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ମଙ୍ଗଳବାର ମିଳିତ ଭାବେ ଯୋଗବାନି-ବିରାଟନଗରରେ ଦ୍ୱିତୀୟ ଇଣ୍ଟିଗ୍ରେଟେଡ ଚେକ୍‌ପୋଷ୍ଟର ଉଦ୍‌ଘାଟନ କରିଛନ୍ତି।...

କୌଣସି କାମ ଛୋଟ ନୁହେଁ: ଜନନୀ

ହାଇଦ୍ରାବାଦ,୧୯।୧୦: ତେଲେଙ୍ଗାନା ହାଇଦ୍ରାବାଦର ୨୦ ବର୍ଷିୟା ଯୁବତୀ ଜନନୀ ରାଓ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। କାରଣ ସାମାଜିକ କଟକଣାକୁ ଭାଙ୍ଗି ସେ...

୨୦୨୩ରେ ଇସ୍ରୋ ଆରମ୍ଭ କରିବ ଶୁକ୍ର ମିଶନ

ନୂଆଦିଲ୍ଲୀ,୧୮।୫: ଇସ୍ରୋ ପକ୍ଷରୁ ୨୦୨୩ରେ ଶୁକ୍ର ମିଶନ ଆରମ୍ଭ କରାଯିବାର ଯୋଜନା କରାଯାଇଛି। ଶୁକ୍ରକୁ ଯାଉଥିବା ସ୍ପେସ୍‌କ୍ରାଫ୍ଟରେ ୨୦ରୁ ଅଧିକ ଉପକରଣର ଉପଯୋଗ କରାଯିବ ବୋଲି...

ତିହାର ଜେଲ୍‌ ଗଲେ ସେନଗର: ୭ ଅଗଷ୍ଟରେ ପରବର୍ତ୍ତି ଶୁଣାଣି

ନୂଆଦିଲ୍ଲୀ,୫।୮: ଉନ୍ନାଓ ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଭାଜପାର ବହିଷ୍କୃତ ବିଧାୟକ କୁଲଦୀପ ସିଂ ସେନଗର ସୋମବାର ଦିଲ୍ଲୀର ତିସ୍‌ ହଜାରି କୋର୍ଟରେ ହାଜର...

ଝେଲମ୍‌ରେ ବ୍ରିଜ୍‌ ଲାଗି ସହଯୋଗ କଲେ ମୁସଲ୍‌ମାନ: ଭଙ୍ଗାଯିବ ୪୦ ବର୍ଷର ମସ୍‌ଜିଦ

ଶ୍ରୀନଗର୍‌, ୨୩ା୧୨(ପି.ଟି.): ଜମ୍ମୁ-କଶ୍ମୀରର ଝେଲମ୍‌ ନଦୀ ଉପରେ ବ୍ରିଜ୍‌ ନିର୍ମାଣ ଶେଷକରିବା ଲାଗି ମୁସଲ୍‌ମାନ ସମ୍ପ୍ରଦାୟ ସହଯୋଗର ହାତ ବଢ଼ାଇଛି। ଦୀର୍ଘ ୪୦ ବର୍ଷର ମସ୍‌ଜିଦ...

ଆଇନଜୀବୀରୁ ବହିର୍ବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ, ୭ା୮: ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ମଙ୍ଗଳବାର ରାତି ୧୧ଟାରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ବୁଧବାର ନୂଆଦିଲ୍ଲୀସ୍ଥିତ...

କେନ୍ଦ୍ରକୁ ୬,୮୧୩ କୋଟି ମାଗିଲା ମହାରାଷ୍ଟ୍ର

ନୂଆଦିଲ୍ଲୀ, ୧୪ା୮(ପି.ଟି.): ଦେଶର ୮ ରାଜ୍ୟରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିଥିବାବେଳେ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି। ମଙ୍ଗଳବାର କେରଳ...

ମଙ୍ଗୁ ମଠ ନ ଭାଙ୍ଗିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ଅନୁରୋଧ

ଭୁବନେଶ୍ୱର(ବ୍ୟୁରୋ)/ଚଣ୍ଡିଗଡ଼, ୧୫।୯(ଆଇଏଏନ୍‌ଏସ୍‌): ଶିଖ୍‌ ଗୁରୁ ନାନକ ଦେବଙ୍କ ସହ ଜଡ଼ିତ ପୁରୀର ମଙ୍ଗୁ ମଠ ନ ଭାଙ୍ଗିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓଡ଼ିଶା ପ୍ରତିପକ୍ଷ...

Leave a comment

Your email address will not be published. Required fields are marked *