ପ୍ରଶ୍ନବାଚୀ ସୃଷ୍ଟି କରିଛି ନଓ୍ବାଜଙ୍କ ଭାଇରାଲ ଫଟୋ

ଇସ୍‌ଲାମାବାଦ,୧୪।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କର ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଯାହା ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶରିଫ ଏବେ ଲଣ୍ଡନରେ ଚିକିତ୍ସାଧୀନ ଥିବାରୁ ତାଙ୍କର ଏହି ଫଟୋଟି ତାଙ୍କ ପାଇଁ ଅସୁବିଧା କରିପାରେ ବୋଲି କହିଛି ଡନ୍‌ ନ୍ୟୁଜ୍‌। ଶରିଫ ଏକ ରେସ୍ତୋରାଁରେ ତାଙ୍କ ପୁଅ ହମ୍‌ଜା ଓ ବିଏମ୍‌ଏଲ୍‌-ଏନ୍‌ ଅଧ୍ୟକ୍ଷ ସହବାଜ ଶରିଫଙ୍କ ସହ ନଜର ଆସିଛନ୍ତି। ଏହି ଫଟୋ ଭାଇରାଲ ହେବାପରେ ଏବେ ପ୍ରଶ୍ନ ଉଠିଛି ଯେ ଶରିଫ ଯଦି ଚିକିତ୍ସିତ ହେଉଛନ୍ତି ତେବେ ସେ ଫଟୋରେ କେମିତି ସୁସ୍ଥ ଲାଗୁଛନ୍ତି। ସୂଚନାଯୋଗ୍ୟ, କୋର୍ଟଙ୍କ ଅନୁମତି କ୍ରମେ ୪ ସପ୍ତାହ ପାଇଁ ଗତ ନଭେମ୍ବରରେ ଶରିଫ ଚିକିତ୍ସା ଲାଗି ଲଣ୍ଡନ ଯାଇଥିଲେ। ଏହାପରେ ସେ ଏହି ଛୁଟିକୁ ବୃଦ୍ଧି କରିବାକୁ ମଧ୍ୟ ଆବେଦନ କରିଥିଲେ।


All Right Reserved By Dharitri.Com

ପୁଣି ଇଣ୍ଡୋନେସିଆରେ ଭୂକମ୍ପ

ଜାକର୍ତ୍ତା,୨୬।୯: ପୂର୍ବ ଇଣ୍ଡୋନେସିଆରେ ଗୁରୁବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୫ ରହିଛି। ଅବଶ୍ୟ ଭୂକମ୍ପ ପରେ ଏବେ ସୁନାମି...

ରୁଷିଆ ସହ ପ୍ରତିରକ୍ଷା ସମ୍ପର୍କକୁ ଏଡ଼ାଇପାରିନି ଭାରତ

ନୂଆଦିଲ୍ଲୀ,୨୬ା୬(ପି.ଟି.): ରୁଷିଆ ସହିତ ପ୍ରତିରକ୍ଷା ସମ୍ପର୍କକୁ ନୂଆଦିଲ୍ଲୀ ଏଡ଼ାଇ ଦେଇପାରିବ ନାହିଁ ବୋଲି ଭାରତ ଗସ୍ତରେ ଆସିଥିବା ଆମେରିକା ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ମଙ୍ଗଳବାର...

ମୋଦି ସରକାରଙ୍କୁ ଡୋନାଲ୍ଟ ଟ୍ରମ୍ପ୍‌ଙ୍କ ଝଟ୍‌କା: ଜିଏସ୍‌ପି ସୁବିଧାରୁ ଭାରତ ବଞ୍ଚିତ ହେବା ଆଶଙ୍କା

ଓ୍ବାଶିଂଟନ,୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକ ଝଟ୍‌କା ଦେବାର ଯୋଜନା କରିଛନ୍ତି। ପୂର୍ବରୁ ଭାରତକୁ ବ୍ୟବସାୟ କ୍ଷେତ୍ରରେ ମିଳୁଥିବା...

କାର୍ଯ୍ୟକ୍ଷେତ୍ରରେ ଚଷମା ପିନ୍ଧିପାରିବେନି ମହିଳା

ଜାପାନରେ ଏକ ଅଜବ ନିୟମ ଲାଗୁ ହୋଇଛି। ଏଠାରେ କର୍ମକ୍ଷେତ୍ରରେ ମହିଳାମାନେ ଚଷମା ପିନ୍ଧିପାରିବେନି। କେତେକ ବେସରକାରୀ କମ୍ପାନୀ ଏଭଳି ନିୟମ ଲାଗୁ କରିଛନ୍ତି। ଏହା...

ଆଇଏମ୍‌ଏଫ୍‌ ପରିଚାଳନା ନିର୍ଦ୍ଦେଶକ ପଦବୀ: ଦୌଡ଼ରେ ରଘୁରାମ ରାଜନ ଆଗରେ

ଲଣ୍ଡନ,୨୨।୭: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ପରିଚାଳନା ନିର୍ଦ୍ଦେଶକ ପଦବୀରେ ନିଯୁକ୍ତ ହେବା ଆଶା ଉଜ୍ବଳ ହୋଇଛି।...

ସବୁଠୁ ହାଲ୍‌କା ମିଠା

ମିଠା ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। କୌଣସି ଖାସ୍‌ ଅବସରରେ ମିଠାକୁ ବାଦ୍‌ ଦିଆଯାଇପାରେନା। ସେଇଥିପାଇଁ ତ ବଜାରରେ ପସନ୍ଦ ଅନୁସାରେ ବିଭିନ୍ନ ରକମର...

ସରକାରଙ୍କ ବିରୋଧରେ ପ୍ରଦର୍ଶନ ସମୟରେ ବିସ୍ଫୋରଣ: ୨ ମୃତ, ୧୨ରୁ ଅଧିକ ଆହତ

ବାଗଦାଦ୍‌,୧୬।୧୧: ଇରାକ୍‌ର ବାଗଦାଦ୍‌ରେ ସରକାରଙ୍କ ବିରୋଧରେ ପ୍ରଦର୍ଶନ ସମୟରେ ଏକ ବିସ୍ଫୋରଣ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିବା ସହିତ ୧୨ରୁ ଅଧିକ ଲୋକ...

୮୦୦କି.ମି. ପଛେଇ ଚାଲିଲେ ଇଣ୍ଡୋନେସୀୟ ବ୍ୟକ୍ତି

ଜାକର୍ତ୍ତା: ପୂର୍ବ ଜାଭାର ଜଣେ ବ୍ୟକ୍ତି ଅବିଚାରିତ ଗଛକଟା ବିରୋଧରେ ସଚେତନତା ସୃଷ୍ଟିଲାଗି ପଛେଇ ପଛେଇ ଚାଲି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ସେ...

Leave a comment

Your email address will not be published. Required fields are marked *