Posted inଜାତୀୟ

ସର୍ଜିକାଲ ଷ୍ଟ୍ରାଇକ୍‌ ଏବଂ ଅନୁଚ୍ଛେଦ-୩୭୦ ନେଇ ଭୟଭୀତ ଥିଲେ ଆତଙ୍କବାଦୀ: ଦିଲ୍ଲୀ-ପଞ୍ଜାବରେ ଆକ୍ରମଣ ପାଇଁ ଦାବିନ୍ଦରଙ୍କ ସହିତ ରଚିଥିଲେ ଷଡ଼ଯନ୍ତ୍ର

ଶ୍ରୀନଗର,୧୪।୧: ଆତଙ୍କବାଦୀଙ୍କ ସହିତ ସମ୍ପର୍କ ରଖିବା ଥିବା ଅଭିଯୋଗରେ ଗିରଫ ହୋଇଥିବା ଡିଏସ୍‌ପି ଦାବିନ୍ଦର ସିଂଙ୍କୁ ନେଇ ଗୋଟିଏ ପରେ ଗୋଟିଏ ଗୁପ୍ତ ତଥ୍ୟର ପର୍ଦ୍ଦାଫାଶ୍‌ ହେବାରେ ଲାଗିଛି। ଭାରତୀୟ ସେନା ପକ୍ଷରୁ ପାକିସ୍ତାନରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ ଏବଂ ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ-୩୭୦ର ଉଚ୍ଛେଦ ନେଇ ଆତଙ୍କବାଦୀମାନେ ଭୟଭୀତ ଥିଲେ। ତେଣୁ ଡିଏସ୍‌ପି ଦାବିନ୍ଦରଙ୍କ ସହିତ ମିଶି ଦିଲ୍ଲୀ ଏବଂ ପଞ୍ଜାବରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚାଯାଇଥିଲା। ଦାବେନ୍ଦରଙ୍କ ପାଖରେ ଏକାଧିକ ମୋବାଇଲ୍‌ ନମ୍ବର ଆକ୍ଟିଭ୍‌ ରହିଥିଲା। ଆତଙ୍କବାଦୀଙ୍କ ସହିତ କଥା ହେବା ପାଇଁ ସେ କିଛି ନମ୍ବର ବ୍ୟବହାର କରୁଥିଲେ। ଆତଙ୍କବାଦୀ ରହିବା ପାଇଁ ଦିଲ୍ଲୀ ଏବଂ ଚଣ୍ଡିଗଡ଼ରେ ଦାବିନ୍ଦରଙ୍କ ଦ୍ୱାରା ବ୍ୟବସ୍ଥା ମଧ୍ୟ କରାଯାଇଥିବା ପଚରାଉଚରା ସମୟରେ ଜଣା ପଡ଼ିଛି।


All Right Reserved By Dharitri.Com

ଜମ୍ମୁ-କଶ୍ମୀର ଏନ୍‌କାଉଣ୍ଟର: କର୍ନେଲ, ମେଜରଙ୍କ ସମେତ ୫ ଯବାନ ଶହୀଦ

ହନ୍ଦଓ୍ବାଡା,୩।୫: ଉତ୍ତର କଶ୍ମୀରର ହନ୍ଦଓ୍ବାଡାରେ ରବିବାର ହୋଇଥିବା ଏନ୍‌କାଉଣ୍ଟରରେ ଜଣେ କର୍ନେଲ, ଜଣେ ମେଜର, ଜଣେ ପୋଲିସ ଅଧିକାରୀ ଓ ୨ ଯବାନ ଶହୀଦ ହୋଇଥିବା...

ପୁଣି ଟିଏମସିକୁ ଲାଗିଲା ଝଟକା: ଜଣେ ବିଧାୟକ ସମେତ ବହୁ ନେତା ଭାଜପାରେ ସାମିଲ

ନୂଆଦିଲ୍ଲୀ,୨୯।୫: ପଶ୍ଚିମବଙ୍ଗର କ୍ଷମତାଧାରୀ ଦଳ ତୃଣମୂଳ କଂଗ୍ରେସକୁ ୨୪ ଘଣ୍ଟା ଭିତରେ ଦ୍ୱିତୀୟ ଝଟକା ଲାଗିଛି। ବୁଧବାର ଦିଲ୍ଲୀରେ ଟିଏମସିର ବିଧାୟକ ମୁନିରୁଲ ଇସଲାମ ଭାଜପାରେ...

ଚଳିତ ଆର୍ଥିକ ବର୍ଷରେ ୬୨ ଲକ୍ଷରୁ ଅଧିକଙ୍କୁ ମିଳିଛି ନିଯୁକ୍ତି: ଇପିଏଫ୍‌ଓ

ନୂଆଦିଲ୍ଲୀ,୨୩।୧: ଚଳିତ ୨୦୧୯-୨୦ ଆର୍ଥିକ ବର୍ଷର ନଭେମ୍ବର ସୁଦ୍ଧା ୬୨ ଲକ୍ଷ ୩୮ ହଜାରଙ୍କୁ ନୂତନ ନିଯୁକ୍ତି ମିଳିଛି। ୨୦୧୮-୧୯ରେ ଏହା ୬୧ ଲକ୍ଷ ୧୨...

ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନେଇ ଉଡ଼ାଣ କରିବ ତେଜସ୍‌

ବେଙ୍ଗାଲୁରୁ,୧୭।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ନେଇ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧ ବିମାନ ତେଜସ୍‌ ଉଡ଼ାଣ କରିବ। ସେପ୍ଟେମ୍ବର ୧୯ରେ ବେଙ୍ଗାଲୁରୁରେ ଏହା ଅନୁଷ୍ଠିତ...

ଖୋଲିଲା ବଦ୍ରିନାଥ ମନ୍ଦିର, ଭକ୍ତଙ୍କୁ ମିଳିଲାନି ଅନୁମତି

ଚାମୋଲି,୧୫।୫: ଦୀର୍ଘଦିନ ପରେ ଶୁକ୍ରବାର ଭୋର ପ୍ରାୟ ୪ଟା ୩୦ରେ ଖୋଲିଛି ବଦ୍ରିନାଥ ମନ୍ଦିର। ପ୍ରଥମେ ଶୀତଦିନିଆ ତୁଷାରପାତ ଓ ଏହାପରେ କରୋନା ସଂକ୍ରମଣ ଯୋଗୁ...

୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ରାହୁଲଙ୍କୁ ଭେଟିଲେ ଚନ୍ଦ୍ରାବାବୁ

ନୂଆଦିଲ୍ଲୀ,୧୯।୫: ନିର୍ବାଚନ ଫଳାଫଳ ପୂର୍ବରୁ କେନ୍ଦ୍ରରେ କିଏ ହେବ ଶାସକ? ସେନେଇ ଆରମ୍ଭ ରହିଛି କଳ୍ପନାଜଳ୍ପନା। ଏହି ମର୍ମରେ କେନ୍ଦ୍ରରେ ଅଣ-ଭାଜପା ସାମ୍ମୁଖ୍ୟ ଗଠନ ପାଇଁ...

ଏନ୍‌ଆଇଏକୁ ମିଳିବ ଅଧିକ କ୍ଷମତା

ନୂଆଦିଲ୍ଲୀ,୧୬ା୭(ପି.ଟି.): ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ଅଧିକ କ୍ଷମତା ଦେବା ଲାଗି ସଂଶୋଧିତ ବିଲ୍‌ ଲୋକ ସଭାରେ ସୋମବାର ଗୃହୀତ ହୋଇଛି। ଏନ୍‌ଆଇଏ ସଂଶୋଧନ ବିଲ୍‌...

ପ୍ରିୟଙ୍କା-ରାହୁଲଙ୍କୁ ଅଟକାଇଲା ପୋଲିସ

ମିରଟ,୨୪।୧୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ଉତ୍ତର ପ୍ରଦେଶର ମିରଟ ଗସ୍ତ କରିଥିଲେ। ହେଲେ...

Leave a comment

Your email address will not be published. Required fields are marked *