Posted inUncategorized

ସିଏଏ ନେଇ ମାଇକ୍ରୋସଫ୍ଟ ସିିଇଓ ସତ୍ୟ ନଡେଲାଙ୍କ ମନ୍ତବ୍ୟ: ସଫେଇ ଦେଲା ମାଇକ୍ରୋସଫ୍ଟ

ଓ୍ବାଶିଂଟନ, ୧୪।୧: ନାଗରିକତ୍ୱ ସଂଶୋଧନ ଆଇନ( ସିଏଏ) ନେଇ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନଡେଲା ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ଭାରତରେ ମୋର ପିଲାଦିନ ବିତିଛି। ସେଠାରେ ଦୀପାବଳି ଏବଂ ଖ୍ରୀଷ୍ଟମାସ ଏକାଠି ପାଳନ କରାଯାଇଥାଏ। ବାଂଲାଦେଶରୁ ଆସିଥିବା ଜଣେ ଛୋଟ ପିଲା ଭାରତରେ ବଡ଼ ହେବାର ଅବସର ପାଇବା ଆବଶ୍ୟକ। ତେବେ ଏବେ ସିଏଏକୁ ନେଇ ଦେଶରେ ଅଶାନ୍ତି ସୃଷ୍ଟି ହୋଇଛି। ଭାରତରେ ଯାହା ସବୁ ଘଟୁଛି ତାହା ଦୁଃଖଦ ବୋଲି ସେ କହିଥିଲେ। ସତ୍ୟଙ୍କ ମନ୍ତବ୍ୟ ନେଇ ବିବାଦ ସୃଷ୍ଟି ହେବାରୁ ଶେଷରେ ସେ ଏନେଇ ସଫେଇ ଦେଇଛନ୍ତି। ସତ୍ୟଙ୍କ ମନ୍ତବ୍ୟକୁ ବିଶ୍ଳେଷଣ କରାଯାଇ ଏହାର ଉଦ୍ଦେଶ୍ୟ ସମ୍ପର୍କରେ ମାଇକ୍ରୋସଫ୍ଟ ପକ୍ଷରୁ ମଧ୍ୟ ସଫେଇ ଦିଆଯାଇଛି। ମାଇକ୍ରୋସଫ୍ଟ କହିଛି ଯେ, ପ୍ରତି ଦେଶର ରାଷ୍ଟ୍ରୀୟ ସୁରକ୍ଷା ନୀତି, ସୀମା ଏବଂ ପ୍ରବାସୀ ନୀତି ନିଶ୍ଚିତ କରିବାର ଅଧିକାର ରହିଛି। ଗଣତନ୍ତ୍ରରେ ସରକାର ଲୋକଙ୍କ ହିତ ପାଇଁ ନିଷ୍ପତ୍ତି ଗ୍ରହଣ କରିଥାନ୍ତି ବୋଲି ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଛି।


All Right Reserved By Dharitri.Com

Posted inUncategorized View All

ଶ୍ରେଣୀଗୃହ ବିପଦସଙ୍କୁଳ, ଭୟଭୀତ ଅବସ୍ଥାରେ ଛାତ୍ରୀଛାତ୍ର

ଜମନକିରା,୩୧।୭(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ କଟଙ୍ଗପାଣି ପଞ୍ଚାୟତ ସରେଇ ଗାଁସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶେଣୀଗୃହ ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବାବେଳେ ଛାତ୍ରୀଛାତ୍ରଙ୍କ ପାଠପଢ଼ା...

ଦର୍ଶକଙ୍କୁ ଡରାଇ ପାରିଲାନି ‘ଭୂତ’: ୩ ଦିନରେ ୧୬.୩୬ କୋଟି ବ୍ୟବସାୟ

ମୁମ୍ବାଇ: ଭିକି କୌଶଲଙ୍କ ଅଭିନୀତ ଫିଲ୍ମ ‘ଭୂତ’ ରିଲିଜ ହୋଇସାରିଛି। ଟ୍ରେଲର ରିଲିଜ ପରେ ଦର୍ଶକେ ଯାହା ଆଶା କରୁଥିଲେ କିନ୍ତୁ ସେମିତି କିଛି କମାଲ...

ବଢୁଛି ନିଶା କାରବାର: ପୋଲିସ, ଅବକାରୀ ବିଭାଗ ନୀରବଦ୍ରଷ୍ଟା

ବ୍ରହ୍ମପୁର ଅଫିସ,୨ା୧- ଗଞ୍ଜାମ ଜିଲାର ବିଭିନ୍ନ ଗଁ। ରେ ଏବେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛି। ଯୁବ ପିଢ଼ି ଏହି କାରବାରରେ ଏବେ...

ଡିଏମ୍‌କେରେ ଯୋଗଦେଲେ ତାମିଲନାଡୁ ଭାଜପା ଉପାଧ୍ୟକ୍ଷ

ଚେନ୍ନାଇ,୫।୧୨: ତାମିଲନାଡୁର ଭାରତୀୟ ଜନତା ପାର୍ଟି(ଭାଜପା) ଉପାଧ୍ୟକ୍ଷ ବିଟି. ଅରସକୁମାର ଗୁରୁବାର ଡିଏମ୍‌କେରେ ଯୋଗ ଦେଇଛନ୍ତି। ଡିଏମ୍‌କେ ଅଧ୍ୟକ୍ଷ ଏମ୍‌କେ ଷ୍ଟାଲିନଙ୍କ ଉପସ୍ଥିତିରେ ସେ ଅରିଭାଲୟମଠାରେ...

ଜିଏସ୍‌ଟି କ୍ଷତିପୂରଣ ବିଳମ୍ବକୁ ନେଇ ଉଦ୍‌ବେଗ

ନୂଆଦିଲ୍ଲୀ, ୫।୧୨: କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତିପୂରଣ ପ୍ରଦାନରେ ବିଳମ୍ବ କରୁଥିବାରୁ ଏହାକୁ ନେଇ ବିରୋଧୀ ଦଳରେ ଥିବା ରାଜ୍ୟଗୁଡିକର ଅର୍ଥମନ୍ତ୍ରୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।...

ଡିଏଲ୍‌ ପରେ ଏବେ ଆର୍‌ସି ଆସିବ ସ୍ମାର୍ଟ କାର୍ଡରେ

ଲକ୍ଷ୍ନୌ,୧୫।୯: ଉତ୍ତର ପ୍ରଦେଶ ସରକାର ଏବେ ଡ୍ରାଇଭିଂ ଲାଇସେନ୍ସ ପରେ ରେଜିଷ୍ଟ୍ରେଶନ ପ୍ରମାଣ ପତ୍ର(ଆର୍‌ସି)କୁ ବି ସ୍ମାର୍ଟ କାର୍ଡ ଭଳି କରିବାକୁ ଯାଉଛନ୍ତି। ଡିଜିଟାଲାଇଜେଶନକୁ ପ୍ରୋତ୍ସାହନ...

ପୂର୍ବତନ ସେନା ଅଧିକାରୀ ବିଦେଶୀ ଘୋଷିତ

ଗୁଆହାଟୀ, ୩୦ା୫: ରାଷ୍ଟ୍ରପତି ମେଡାଲ୍‌ ପାଇଥିବା ଆସାମର ଜଣେ ପୂର୍ବତନ ସେନା ଅଧିକାରୀଙ୍କୁ ବୁଧବାର ଗିରଫ କରାଯାଇଛି। କାମରୂପସ୍ଥିତ ବୈଦେଶିକ ନ୍ୟାୟାଳୟରେ ତାଙ୍କୁ ଜଣେ ବିଦେଶୀ...

Leave a comment

Your email address will not be published. Required fields are marked *