Posted inଜାତୀୟ

ଭାଜପା ଏମ୍‌ପି ପ୍ରଜ୍ଞା ଠାକୁରଙ୍କୁ ଧମକପୂର୍ଣ୍ଣ ଚିଠି

ଭୋପାଳ,୧୪।୧: ମଧ୍ୟପ୍ରଦେଶ ଭୋପାଳର ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ପ୍ରଜ୍ଞା ସିଂ ଠାକୁରଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିବା ଜଣାପଡିଛି। ଏହା ଉର୍ଦ୍ଦୁରେ ଲେଖାଯାଇଥିବା ବେଳେ ଏଥିରେ କିଛି କେମିକାଲ ପାଉଡ଼ର ଥିବା ପ୍ରଜ୍ଞା ପ୍ରକାଶ କରିଛନ୍ତି। ଏହାକୁ ପାଇବା ପରେ ପ୍ରଜ୍ଞା ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ଉକ୍ତ ଚିଠିକୁ ଜବତ କରି ଫରେନସିକ ଯାଞ୍ଚ ପାଇଁ ପଠାଇଥିବା ଜଣାପଡିଛି। ସେହି ଚିଠିରେ ପ୍ରଜ୍ଞାଙ୍କ ଫଟୋ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ସୁରକ୍ଷା ପରମର୍ଶ ଦାତା ଅଜିତ ଡୋଭାଲ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଜମ୍ମୁ-କଶ୍ମୀର ରାଜ୍ୟପାଳଙ୍କ ଫଟୋ ମଧ୍ୟ ରହିଥିବା ପ୍ରଜ୍ଞା ପ୍ରକାଶ କରିଛନ୍ତି। ଦେଶର ହିତପାଇଁ କାମ କରୁଥିବା ଲୋକଙ୍କୁ ଟାର୍ଗେଟ କରାଯାଉଛି ବୋଲି ସେ କହିଛନ୍ତି।


All Right Reserved By Dharitri.Com

ବଦଳିକୁ ନେଇ ରାଗି ଯାଇ ୬୫ କିଲୋମିଟର ଦୌଡିବାକୁ ଉଦ୍ୟମ କଲେ ଏସ୍‌ଆଇ

ଇଟାଓ୍ବା,୧୬।୧୧: ଉତ୍ତର ପ୍ରଦେଶ ଇଟାଓ୍ବା ଜିଲାରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଚାକିରିରେ ବଦଳିକୁ ବିରୋଧ କରି ଜଣେ ସବ୍‌-ଇନସପେକ୍ଟର(ଏସ୍‌ଆଇ) ୬୫...

ମମତାଙ୍କୁ ପୁଣି ଝଟକା: ଭାଜପାରେ ସାମିଲ୍‌ ହେଲେ ଆଉ ଜଣେ ଟିଏମସି ବିଧାୟକ

କୋଲକାତା, ୧୪।୮: ୨୦୧୯ ଲୋକ ସଭା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଭାଜପା ଏବଂ ତୃଣମୂଳ କଂଗ୍ରେସ(ଟିଏମସି) ମଧ୍ୟରେ ଲାଗିଥିବା ଝଗଡା ଏପର୍ଯ୍ୟନ୍ତ ଶେଷ ହେବାର...

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ

ଶ୍ରୀନଗର,୪।୧: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଥିବା ସିଆର୍‌ପିଏଫ୍‌ ଶିବିର ଉପରେ ଶନିବାର ଆତଙ୍କବାଦୀମାନେ ଗ୍ରେନେଡ୍‌ ଆକ୍ରମଣ କରିଛନ୍ତି। କୋଡରା ଚକରେ ଥିବା ଟ୍ରାନ୍ସଫରମର ନିକଟରେ ଏମାନେ ଗ୍ରେନେଡ...

ଟ୍ରାଫିକ୍‌ ପୋଲିସ ଅଟକାଇବାରୁ ନିସ୍ତୁକ ଛେଚିଲେ ଯୁବତୀ

ନୂଆଦିଲ୍ଲୀ,୧୭।୭: ପଶ୍ଚିମ ଦିଲ୍ଲୀ ମାୟାପୁରୀରେ ଜଣେ ଯୁବତୀ ଟ୍ରାଫିକ୍‌ ପୋଲିସଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଚାଳକଙ୍କ ସହ ଯୁବତୀଙ୍କୁ ଗିରଫ କରାଯାଇଛି।...

ଗୁଜରାଟ ଦଙ୍ଗା: ମୋଦିଙ୍କୁ କ୍ଲିନ୍‌ ଚିଟ୍‌ ଦେଲେ ନାନାବତୀ କମିଶନ

ନୂଆଦିଲ୍ଲୀ,୧୧।୧୨: ଗୁଜରାଟ ଦଙ୍ଗାର ତଦନ୍ତ କରୁଥିବା ନାନାବତୀ କମିଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍‌ ଚିଟ୍‌ ଦେଇଛନ୍ତି। ଗୋଧ୍ରା ଦଙ୍ଗା ସମୟରେ ଗୁଜରାଟର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ...

ଚନ୍ଦ୍ରୟାନ-୨ର ପରୀକ୍ଷଣ ପାଇଁ ଧାର୍ଯ୍ୟ ହେଲା ତାରିଖ

ଶ୍ରୀହରିକୋଟା,୧୮।୭: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଗତ ଜୁଲାଇ ୧୫ରେ ଚନ୍ଦ୍ରୟାନ-୨ର ଉତ୍‌କ୍ଷେପଣ କରାଯିବାକୁ ସମସ୍ତ ପ୍ରସ୍ତୁତି ସରିଥିଲା। ହେଲେ ଶେଷ...

ଆଜିର ଦିନରେ ଦେଶରେ ଆରମ୍ଭ ହୋଇଥିଲା ମୋଦି ଲହର

ନୂଆଦିଲ୍ଲୀ, ୧୬।୫: ଆଜକୁ ପ୍ରାୟ ଠିକ୍‌ ପାଞ୍ଚ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୪ ମେ ୧୬ ଦିନ ବିରୋଧୀଙ୍କୁ ଚିତ୍‌ କରି ଭାଜପା ଏକତରଫା ବିଜୟ...

ମୁମ୍ବାଇରେ ଜଳପ୍ରଳୟ: ବୁଡିଗଲା ଗାଡି, ଦୁଇ ମୃତ

ମୁମ୍ବାଇ, ୩।୭: ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବର୍ଷା ଗତ ୨ ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ମୂଷଳ ଧାରାରେ...

Leave a comment

Your email address will not be published. Required fields are marked *