କଟକ ଆକାଶେ ପବ୍‌ଜି, ପୋକେମନ୍‌

କଟକ ଅଫିସ,୧୪ା୧:ବୁଧବାର ମକରସଂକ୍ରାନ୍ତି। ଏହା ହେଉଛି ଗୁଡ଼ି ଉଡାର ପ୍ରମୁଖ ପର୍ବ। ପୂର୍ବଦିନ ଅପେକ୍ଷା ମକରସଂକ୍ରାନ୍ତିରେ କଟକ ସହରର ଆକାଶରେ ବେଶି ମାତ୍ରାରେ ଗୁଡି ଉଡିବା ଦେଖିବାକୁ ମିଳିଥାଏ। ହେଲେ ଚଳିତବର୍ଷ ଗୁଡ଼ି ଉଡାଇବା ପାଇଁ ବ୍ୟବହୃତ ମାଞ୍ଜାସୂତା ଉପରେ ପ୍ରଶାସନ କଟକଣା ଲଗାଇଛନ୍ତି। ଅନ୍ୟପକ୍ଷରେ ଗୁଡ଼ି ଉଡାକୁ ପରମ୍ପରା ଭାବେ ମାନି ଆସୁଥିବା କଟକବାସୀ ଆସନ୍ତା ବୁଧବାର ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି।
ମକରସଂକ୍ରାନ୍ତି ଆସିବ, ଆଉ କଟକ ଆକାଶରେ ଗୁଡ଼ି ନ ଉଡିବ, ଏଭଳି କେବେ ହୋଇନାହିଁ। ମକର ସଂକ୍ରାନ୍ତିର କିଛିଦିନ ଆଗରୁ କଟକବାସୀ ଗୁଡ଼ି ଉଡାଇବା ପାଇଁ ପ୍ରସ୍ତୁତ ହୋଇଯାନ୍ତି। ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ସହରରେ କିଛିଦିନ ହେବ ଗୁଡ଼ି ଉଡା ଚାଲିଛି। ଗୁଡ଼ି ଓ ସୂତା ବିକ୍ରି ପାଇଁ ସହରର ଚୌଧୁରୀବଜାର, ନନ୍ଦିସାହି, ଝୋଲାସାହି, ପିଠାପୁର ଆଦି ସ୍ଥାନରେ ଦୋକାନ ଖୋଲିଛି। ୩ ଟଙ୍କାରୁ ଆରମ୍ଭ କରି ୧୨୦ଟଙ୍କା ପର୍ଯ୍ୟନ୍ତ କାଗଜ ଓ ଜରିଗୁଡିର ଦାମ୍‌ ରହିଛି। ବିଶେଷକରି ଜରିଗୁଡିରେ ବିଭିନ୍ନ କାର୍ଟୁନ ଚିତ୍ର ରହିଥିବାରୁ ଏହା ପିଲାମାନଙ୍କୁ ଅଧିକମାତ୍ରାରେ ଆକୃଷ୍ଟ କରୁଛି। ପବ୍‌ଜି, ପୋକେମନ୍‌, ଆପନା ଟାଇମ ଆଏଗା ଭଳି କୋଟେସନ୍‌ ମଧ୍ୟ ଗୁଡ଼ିରେ ଲେଖାଯାଇଥିବା ଦେଖିବାକୁ ମିଳୁଛି। ସେହିଭଳି କାଠ, ପ୍ଲାଷ୍ଟିକ ଓ ପ୍ଲାଏର ନଟେଇ ବଜାରରେ ବିକ୍ରି ହେଉଛି। ନଟେଇର ମୂଲ୍ୟ ୨୦୦ରୁ ଆରମ୍ଭ କରି ୬୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ପ୍ଲାଏ ନଟେଇ ସର୍ବାଧିକ ବିକ୍ରି ହେଉଥିବା ବ୍ୟବସାୟୀମାନେ କହିଛନ୍ତି। ପୂର୍ବରୁ ଗୁଡ଼ି ଓ ନଟେଇ ଦିଲ୍ଲୀ, କଲିକତାରୁ ଅଣାଯାଉଥିଲା। ଏବେ କଟକରେ ଏହିସବୁ ତିଆରି ହେଉଛି ବୋଲି ବ୍ୟବସାୟୀମାନେ କହିଛନ୍ତି।
କାଠଯୋଡ଼ି ପଠାରେ ପ୍ରତିଯୋଗିତା
କାଠଯୋଡ଼ି ନଦୀ ପଠାରେ ଗୁଡି ଉଡାଇବା ପାଇଁ ହୁଏ ଏକ ବିଶାଳ ପ୍ରତିଯୋଗିତା। ସ୍ଥାନୀୟ ଯୁବକମାନେ ଏହି ପ୍ରତିଯୋଗିତା ଆୟୋଜନ କରିଥାନ୍ତି। ସହରର ସମସ୍ତ ସାହିର ଯୁବକ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତି। ଭୋରରୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲେ।
କଟକଣା ଏବେ ବାଟବଣା
ପ୍ରଶାସନ ପକ୍ଷରୁ ମାଞ୍ଜାସୂତା ଉପରେ କଟକଣା ଲାଗିଛି ସତ, ହେଲେ ଏହା ପାଳନ ହେଉ ନ ଥିବା ଅନେକ ଉଦାହରଣ ଦେଖାଯାଏ। ଏପରି କି ବଜାରରେ ମଧ୍ୟ ଅଧିକ ପରିମାଣର ମାଞ୍ଜାସୂତା ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। କଟକଣା ଲାଗୁ ହୋଇଥିଲେ ସୁଦ୍ଧା ଏହାକୁ କାର୍ଯ୍ୟକାରୀ ଠିକ୍‌ ଭାବେ ପାଳନ କରାଯାଉନାହିଁ। ଫଳରେ କଟକଣା ଏବେ ବାଟବଣା ବୋଲି ସାଧାରଣରେ ଅଭିଯୋଗ ହୋଇଛି।
ବିଭିନ୍ନ ଗୁଡ଼ିର ନଁା ଢାବା, ମମଥୋର, ଚିଲ୍‌, ଚେଙ୍ଗ, ଜରି, କାର୍ଟୁନ, ରେଡିୟମ, ଆଲଗାଇ, ତୋହି।

ମୋଗଲ ଅମଳରୁ ଗୁଡ଼ି ଉଡା ପରମ୍ପରା
ଭାରତ ଭୂଖଣ୍ଡରେ ମୋଗଲମାନଙ୍କ ଶାସନ ଥିବାବେଳେ ଗୁଡ଼ି ଉଡା ପରମ୍ପରା ଆରମ୍ଭ ହୋଇଥିଲା ବୋଲି କୁହାଯାଏ। ଏହି ପରମ୍ପରା ସମୟକ୍ରମେ କଟକ ସହର ସହିତ ଯୋଡ଼ି ହୋଇଥିଲା। ମୋଗଲ ଶାସକମାନେ ଏକ ସଉକ ଭାବେ ଗୁଡ଼ି ଉଡାଉଥିଲେ ବୋଲି ଲୋକକଥା ରହିଛି।


All Right Reserved By Dharitri.Com

ରାଜ୍ୟରେ ବିଦ୍ୟୁତ୍‌ ସଙ୍କଟ ଉତ୍କଟ

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ଏକଦା ବଳକା ବିଦ୍ୟୁତ୍‌ ରାଜ୍ୟ ବୋଲି ଡିିଣ୍ଡିମ ପିଟୁଥିବା ଓଡ଼ିଶା ଏବେ ଉତ୍କଟ ବିଦ୍ୟୁତ୍‌ ସଙ୍କଟର ସମ୍ମୁଖୀନ ହୋଇଛି। ପରିସ୍ଥିତି ଏପରି ହେଲାଣି ଯେ,...

ମୟୂରଭଞ୍ଜରେ ଆରମ୍ଭ ହେଲା ପକ୍ଷୀ ଗଣନା

ବାରିପଦା ଅଫିସ/ଠାକୁରମୁଣ୍ଡା/ ରାଇରଙ୍ଗପୁର,୪ା୧(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲାରେ ବନ ବିଭାଗ ପକ୍ଷରୁ ଶୁକ୍ରବାର ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପକ୍ଷୀଙ୍କ ସଂରକ୍ଷଣ, ପ୍ରଜାତି ଚିହ୍ନଟ ଓ...

ଲକ୍‌ଡାଉନ୍‌ର ଦ୍ୱିତୀୟ ଦିନ: ନିର୍ଦ୍ଦେଶ ଉଲ୍ଲଙ୍ଘନକାରୀଙ୍କୁ ଦାଗିଦ୍‌ କଲା ପ୍ରଶାସନ

ପୁରୁଷୋତ୍ତମପୁର,୨୩।୩: ମହାମାରୀ କରୋନା ଭାଇରସ୍‌ ଆତଙ୍କକୁ ନେଇ ସରକାର ଲକ୍‌ଡାଉନ୍‌ ଘୋଷଣା କରି ବିଭିନ୍ନ ନିୟମ ଓ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ମାତ୍ର ଗଞ୍ଜାମ ଜିଲା...

ରାଜଧାନୀରେ ଶତାଧିକ ଚାଷୀ ଗିରଫ

ଭୁବନେଶ୍ୱର,୪ା୨(ବ୍ୟୁରୋ) : ନୟାଗଡ଼ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ ଓ ଚାଷୀଙ୍କ ବକେୟା ପ୍ରଦାନ ଦାବିରେ ଗତ ୩୦ତାରିଖରୁ ଆରମ୍ଭ ହୋଇଥିବା ବିଶାଳ ପଦଯାତ୍ରା ସୋମବାର ରାଜଧାନୀ...

ସ୍ୟାଟ୍‌ ଉଚ୍ଛେଦ ପ୍ରସଙ୍ଗ : ଆଜି ଆଇନଜୀବୀଙ୍କ ଆନ୍ଦୋଳନ

କଟକ ଅଫିସ, ୯।୮ : ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‌) ଉଚ୍ଛେଦ ନେଇ ଶୁକ୍ରବାର ଆଇନଜୀବୀମାନେ ଆନ୍ଦୋଳନ କରିବେ। ଏହି ଆନ୍ଦୋଳନ ଗୋଟିଏ ଦିନ ହେବାକୁ...

ବେଆଇନ୍‌ ମାଛମରାକୁ ବିରୋଧ, ଜାଲ ଜବତ କଲେ ମହିଳା

ବଲାଙ୍ଗୀର ଅଫିସ, ୧୭ା୫-ବଲାଙ୍ଗୀର ପୁଇଁତଳା ଥାନା ଅନ୍ତର୍ଗତ ମହୀମୁଣ୍ଡା ଗ୍ରାମର ପୀତାବଲି କଁଟାରେ ବେଆଇନଭାବେ ମାଛ ମାରୁଥିବାବେଳେ ଗ୍ରାମର ମହିଳାମାନେ ରବିବାର ଧୀବରଙ୍କ ଜାଲ ଜବତ...

ଗଙ୍ଗାଜଳ ଆଣି ଆରଡ଼ି ପୀଠରେ ପହଞ୍ଚିଲେ ହରିହର

ଆରଡ଼ି,୧୨।୮ (ଡି.ଏନ.ଏ.) – ଶ୍ରାବଣ ମାସର ପ୍ରତି ସୋମବାର ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ କାଉଡ଼ିଆ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ବହୁ ଦୂରଦୂରାନ୍ତରୁ କାଉଡ଼ିଆମାନେ...

ବଜ୍ରପାତ ନେଇ ୭ ଜିଲାକୁ ୟେଲୋ ଓ୍ବାର୍ନିଂ: ୪୨.୫ ଡିଗ୍ରୀରେ ଟିଟିଲାଗଡ଼

ଭୁବନେଶ୍ୱର,୧୧।୫(ବ୍ୟୁରୋ): ରାଜ୍ୟରେ ରବିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଝଡ଼ ତୋଫାନ ସହ ବଜ୍ରପାତ ସୂଚନା ମିଳିଛି। କେନ୍ଦୁଝରରେ ସର୍ବାଧିକ ୩୧.୬ ମିମି ବର୍ଷା...

Leave a comment

Your email address will not be published. Required fields are marked *