ଭିଡ଼ିଓ ଗେମ୍‌ ଖେଳି ଗୋଟେ ମାସରେ କମାଇଲେ ୯ କିଲୋ ଓଜନ…

ମାନିଲା, ୧୪।୧: ମେଦବହୁଳତାରୁ ରକ୍ଷା ପାଇଁ କେତେକ ଲୋକ ଭିନ୍ନ ଭିନ୍ନ ଉପାୟ କରିଥାନ୍ତି। ତେବେ ଭିଡ଼ିଓ ଗେମ୍‌ ଖେଳି ଓଜନ କମାଇବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ମାତ୍ର ଏଭଳି ଘଟଣା ଫିଲିପାଇନ୍ସ୍‌ରେ ଘଟିଛି। ଏଠାକାର ଗ୍ରାଫିକ୍‌ ଡିଜାଇନର ମିଗୁଇ ଗେବ୍ରିଏଲ ତାଙ୍କ କ୍ଷେତ୍ରରେ ଏଭଳି ହୋଇଥିବା ଦାବି କରିଛନ୍ତି। ସେ ମାସେ ଭିଡ଼ିଓ ଗେମ୍‌ ଖେଳିବା ପରେ ତାଙ୍କର ଫଟୋ ସୋସିଆଲ୍‌ ମିଡ଼ିଆରେ ଶେୟାର କରିଛନ୍ତି। ତାଙ୍କ ଓଜନ ୯ କିଲୋ(୧୦ ପାଉଣ୍ଡ) କମିଯାଇଥିବା ସେ କହିଛନ୍ତି। ପୂର୍ବରୁ ତାଙ୍କ ଓଜନ ୭୮ କିଲୋ ଥିବାବେଳେ ଏବେ ଏହା ୬୯ କିଲୋରେ ପହଞ୍ଚିଥିବା ସେ ସୂଚନା ଦେଇଛନ୍ତି। ଭିଡ଼ିଓ ଗେମ୍‌ ଖେଳିବା ବେଳେ ସେ ଖେଳକୁଦ ମଧ୍ୟ କରିଥାନ୍ତି। ଏହାଯୋଗୁ ଲଗାତାର ୨୫ରୁ ୩୦ ମିନିଟ୍‌ ପର୍ଯ୍ୟନ୍ତ ତାଙ୍କର ବ୍ୟାୟାମ ହୋଇଥାଏ। ତେଣୁ ତାଙ୍କ ଓଜନ କମିଯାଇଥିବା ସେ କହିଛନ୍ତି। ଏବେ ଗେବ୍ରିଏଲଙ୍କ ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


All Right Reserved By Dharitri.Com

ଅଷ୍ଟ୍ରେଲିଆ ନିର୍ବାଚନ: ପୁଣି ଥରେ କ୍ଷମତାକୁ ଫେରିଲା କଞ୍ଜରଭେଟିଭ ମେଣ୍ଟ

ସିଡନୀ, ୧୯।୫: ଏକଜିଟ୍‌ ପୋଲ୍‌ ଆକଳନକୁ ଭୁଲ ସାବ୍ୟସ୍ତ କରି ପୁଣି ଥରେ ଶାସକ କଞ୍ଜରଭେଟିଭ ଲିବେରାଲ ପାର୍ଟି ମେଣ୍ଟ ବିଜୟୀ ହୋଇଛି। ଏଠାରେ ଅନୁଷ୍ଠିତ...

ମରୁଭୂମିରେ ୯୫ ହଜାର କୋଟିରେ ନିର୍ମିତ ହେଉଛି ସୋଲାର ପାର୍କ: ୧୩ ଲକ୍ଷ ଘରକୁ କରିବ ଆଲୋକିତ

ଆବୁଧାବି,୨୯।୪: ଦୁବାଇର ମରୁଭୂମିରେ ୟୁଏଇ ପ୍ରଧାନମନ୍ତ୍ରୀ ମହମ୍ମଦ୍‌ ବିନ୍‌ ଶହିଦ୍‌ ଅଲ୍‌ ମକତୁମ୍‌ଙ୍କ ନାମରେ ଏକ ସୋଲାର ପାର୍କ ନିର୍ମାଣ କରାଯାଉଛି। ଏଥିରେ ୯୫ ହଜାର...

ମୋଦି-ଟ୍ରମ୍ପ୍‌ଙ୍କ ସେଲ୍ଫି ନେଇଥିବା ଏହି ବାଳକ ଜଣଙ୍କ କିଏ ଜାଣନ୍ତି କି

ହ୍ୟୁଷ୍ଟନ୍‌,୨୩।୯: ଆମେରିକାର ହ୍ୟୁଷ୍ଟନରେ ଆୟୋଜିତ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌। ଉଭୟଙ୍କ...

୨୩ଥର ମାଉଣ୍ଟ ଏଭରେଷ୍ଟ ଚଢି ବିଶ୍ୱ ରେକର୍ଡ ହାସଲ କଲେ ଏହି ବ୍ୟକ୍ତି

କାଠମାଣ୍ଡୁ, ୧୫।୫: ୨୩ଥର ମାଉଣ୍ଟ ଏଭରେଷ୍ଟ ଚଢି ବିଶ୍ୱ ରେକର୍ଡ ହାସଲ କରିଛନ୍ତି ନେପାଳର ୪୯ବର୍ଷୀୟ କାମି ରୀତା ଶେରପ୍ପା। ବୁଧବାର ସକାଳ ୭.୫୦ରେ ଏଭରେଷ୍ଟର...

ମାଡ଼ିଆସୁଛି ମହାଜାଗତିକ ବସ୍ତୁ: ଧ୍ୱଂସପାଇପାରେ ଗୋଟିଏ ଦେଶ

ନୂଆଦିଲ୍ଲୀ: ମହାକାଶରେ ଥିବା ବହୁ ମହାଜାଗତିକ ବସ୍ତୁର ଟାର୍ଗେଟରେ ରହିଆସିଛି ପୃଥିବୀ। ବହୁ ସମୟରେ ଏହିସବୁ ବସ୍ତୁ ପୃଥିବୀକୁ ଧକ୍କାଦେବାର ଆଶଙ୍କା ଉପୁଜିଛି। ସୌଭାଗ୍ୟକୁ ଅନେକ...

ଭାରତ-ବାଂଲାଦେଶ ଜେଆର୍‌ସି ଆଲୋଚନା ବାତିଲ୍‌

ଢ଼ାକା/ନୂଆଦିଲ୍ଲୀ,୧୮।୧୨: ଭାରତ-ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଜଏଣ୍ଟ୍‌ ରିଭର କମିଶନ(ଜେଆର୍‌ସି) ଆଲୋଚନାକୁ ବାତିଲ୍‌ କରି ଦିଆଯାଇଛି। ଉଭୟ ଦେଶରେ ପ୍ରବାହିତ ମୁହୁରି, ମୋନୁ, ଧରଲା, ଖୋଓ୍ବାଇ,...

୧୭ ବର୍ଷ ପୂର୍ବେ ଅଲଗା ହୋଇଥିଲେ ୨ ଭଉଣୀ: ସେଲ୍‌ଫି ପାଇଁ ହେଲେ ଏକାଠି

ଆଜିର ଅତ୍ୟାଧୁନିକ ଯୁଗରେ ସେଲ୍‌ଫି କ୍ରେଜ୍‌ ସବୁଆଡ଼େ ଦେଖିବାକୁ ମିଳୁଛି। ସେଲ୍‌ଫି ନେବା ଆଳରେ ଅନେକଙ୍କ ଜୀବନ ଚାଲିଯାଉଥିବା ନଜିର ରହିଛି। ତେଣୁ କେହି କେହି...

୨୦ ବର୍ଷ ପରେ କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଲେ

ଅହମ୍ମଦାବାଦ: ଦୁର୍ଘଟଣାରେ ଜଣେ ପଙ୍ଗୁ ହୋଇଯିବା ପରେ ଦୀର୍ଘ ଦୁଇ ଦଶନ୍ଧି ପରେ କ୍ଷତିପୂରଣ ପାଇବା ଘଟଣା ଏବେ ସାମନାକୁ ଆସିଛି। ଗୁଜରାଟର ଅହମ୍ମଦାବାଦରେ ରହୁଥିବା...

Leave a comment

Your email address will not be published. Required fields are marked *