ଆଜି ସରିବ ପହିଲି ଭୋଗ ନୀତି

ପୁରୀ ଅଫିସ, ୧୪-୧: ପବିତ୍ର ଧନୁସଂକ୍ରାନ୍ତିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିଲା ପହିଲି ଭୋଗ ନୀତି। ଏହା ମକରସଂକ୍ରାନ୍ତି ପୂର୍ବ ମାସାନ୍ତ ପର୍ଯ୍ୟନ୍ତ ଚାଲିବାର ବିଧି ରହିଛି। ତେଣୁ ମଙ୍ଗଳବାର ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଶେଷ ହେବ। ଏହିଦିନ ମହାପ୍ରଭୁଙ୍କ ନବାଙ୍କ ବେଢା ଓ ନବାଙ୍କ ବେଶ ଅନୁଷ୍ଠିତ ହେବ।
ଶ୍ରୀମନ୍ଦିର ସ୍ବତ୍ୱ ଲିପି ଅନୁଯାୟୀ, ପହିଲି ଭୋଗରେ ଠାକୁରଙ୍କ ପାଖରେ ବଡ଼ଝିଲି, ଦରସୁଆ, ବଡି, ଝିଲି, ବଡବଡା, କାକେରା, ସାନ ଅମାଲୁ, ନଳୀ, ଆରିସା, ଏଣ୍ଡୁରି, ମୁଗେଇ, ଝଢେଇନେଦା, ଚୁଡ଼ା ପୁଆ, ଛତୁ, ନଡୁ, ଗଜା, ଖଇରଚୁଳ, ଗଇଣ୍ଠା, ମଣ୍ଡା, ଛତୁପୁଆ, କଣ୍ଟେଇ ଆଦି ଲାଗି କରାଯାଇଥାଏ। ମାସେ ଧରି ଗୋପାଳ ବଲ୍ଲଭ ଭୋଗ ସହିତ ପହିଲି ଭୋଗ ହୋଇଥାଏ। କାଉ କା’ କହିବା ପୂର୍ବରୁ ଏହି ଭୋଗ ଠାକୁରଙ୍କ ପାଖରେ ଅର୍ପଣ କରାଯିବାର ବିଧି ରହିଛି। ଶ୍ରୀମନ୍ଦିରରେ ପହିଲି ଭୋଗ ମା’ ଯଶୋଦାଙ୍କ ସେବା। ମା’ ଯଶୋମତୀ ପୁଷମାସ ଶୀତଦିନରେ ଶୀତକାଳୀନ ସୁସ୍ବାଦୁ ପିଠା ତିଆରି କରିଥାନ୍ତି । ଥଣ୍ଡା ଲାଗିଯିବ ବୋଲି କୁଆ କା’ କରିବା ପୂର୍ବରୁ କଳାକାହ୍ନୁଙ୍କୁ ଖୁଆଇ ଶୀତ ଲୁଗା ଘୋଡ଼ାଇ ଦେଇ ଜଗତବାସୀଙ୍କ ଗୁହାରି ଶୁଣିବା ନିମନ୍ତେ ପ୍ରସ୍ତୁତ କରାଇଥାନ୍ତି।


All Right Reserved By Dharitri.Com

ପୁଣି ସ୍କୁଲ ବ୍ୟାଗ୍‌ ତାଗିଦ: ଜିଲାପାଳଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ସଚିବ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ସ୍କୁଲ ପିଲାଙ୍କ ବ୍ୟାଗ ଓଜନ କମ୍‌ ପ୍ରସଙ୍ଗରେ ପୁଣି ଚିଠି ଲେଖିଛି ଗଣଶିକ୍ଷା ବିଭାଗ। ରାଜ୍ୟର ସମସ୍ତ ଜିଲାପାଳଙ୍କୁ ଶୁକ୍ରବାର ଚିଠି ଲେଖି ଗଣଶିକ୍ଷା...

ମହାନଦୀ ମଝିପଠାରେ ହାତୀପଲ, ଦେଖିବା ଲାଗି ଜମୁଛି ଲୋକଙ୍କ ଭିଡ଼

ନରାଜ,୧୭ା୯(ଡି.ଏନ.ଏ)- ମୁଣ୍ଡଳି ନିକଟସ୍ଥ ମହାନଦୀ ପଠାରେ ସୋମବାର ବିଳମ୍ବିତ ରାତିରେ ଏକ ହାତୀପଲ ଆସି ଅଟକି ଯାଇଥିବା ଦେଖାଯାଇଛି। ଏହି ହାତୀପଲରେ ୧୧ଗୋଟି ହାତୀ ଥିବାବେଳେ...

ଚର୍ଚ୍ଚାରେ ରାଜ୍ୟ ସଭା ଲଢ଼େଇ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଓଡିଶାର ୩ଟି ରାଜ୍ୟ ସଭା ଆସନ ଏପ୍ରିଲ ୨ତାରିଖରେ ଖାଲି ହେବାକୁ ଥିବାବେଳେ ଗୋଟିଏ ଆସନ ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ବାହାରିବା ପରଠାରୁ...

କୁତ୍ରା ବ୍ଲକ ଅଞ୍ଚଳରେ ଝାଡ଼ଖଣ୍ଡୀ ହାତୀପଲ: ରାଉରକେଲା-ସମ୍ବଲପୁର ଯାତାୟାତ ବାଧାପ୍ରାପ୍ତ

ସୁନ୍ଦରଗଡ଼,୨୯।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଗଙ୍ଗାଜଳ ଗ୍ରାମ ନିକଟକୁ ଶନିବାର ରାତିରେ ଝାଡ଼ଖଣ୍ଡୀ ହାତୀପଲ ଚାଲି ଆସିଥିଲେ। ରବିବାର ହାତୀପଲକୁ ଘଉଡ଼ାଇବା ଲାଗି ବନ...

ଆଉ ନୂଆ ୧୭ ଏନ୍‌ଏସି ଗଠନ ହେବ

ଭୁବନେଶ୍ୱର, ୩୧।୭(ବ୍ୟୁରୋ): ରାଜ୍ୟରେ ଆଉ ୧୭ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ଗଠନ ହେବ। କେବଳ ଜନସଂଖ୍ୟା ନୁହେଁ, ସେଠାକାର ଭୌଗୋଳିକ ପରିସ୍ଥିତି, ରାଜସ୍ବ ଆୟ...

ବେଆଇନ ମୋରମ ଖୋଳାକୁ ଗ୍ରାମବାସୀଙ୍କ ବିରୋଧ

ଭବାନୀପାଟଣା,୧୭।୧୧(ଡି.ଏନ୍‌.ଏ.): ଭବାନୀପାଟଣା ସଦର ବ୍ଲକ ବଳରାମପୁର ଶ୍ମଶାନରୁ ବେଆଇନ ମୋରମ ଖୋଳାକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଏହି ଗ୍ରାମ ନିକଟ ପାହାଡ଼...

‘ଅଳଙ୍କାର’ ବସ୍‌ ଦୁର୍ଘଟଣାଗ୍ରସ୍ତ: ୨୫ ଯାତ୍ରୀ ଆହତ, ଭଦ୍ରକ ମେଡିକାଲରେ ଭର୍ତ୍ତି

ଭଦ୍ରକ ଅଫିସ,୧।୩: ଭଦ୍ରକ ଜିଲା ୧୬ନଂ ଜାତୀୟ ରାଜପଥ ସିମୁଳିଆ ଭଗିଆ ଛକଠାରେ ଶନିବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ରାଇରଙ୍ଗପୁରରୁ ଭୁବନେଶ୍ୱରର ଯାଉଥିବା...

୧୯ ଦିନ ବିତିଲା, ମଦମୃତ୍ୟୁ ସଂଖ୍ୟା ଅସ୍ପଷ୍ଟ

ଭଦ୍ରକ ଅଫିସ, ୨୦।୫ – ଭଦ୍ରକ ଜିଲାରେ ମଦମୃତ୍ୟୁ ଘଟଣାକୁ ୧୯ ଦିନ ବିତିଲାଣି। ନିର୍ବାଚନ ସମୟରେ ଭୋଟରଙ୍କୁ ହାତେଇବା ପାଇଁ ଏକ ନିର୍ଦ୍ଦିଷ୍ଟ ଦଳ...

Leave a comment

Your email address will not be published. Required fields are marked *