Posted inଜାତୀୟ

ସୁପ୍ରିମକୋର୍ଟରେ ପୋଲାଭରମ୍‌ ଶୁଣାଣି ଆଜି

ନୂଆଦିଲ୍ଲୀ,୧୪ା୧: ଗୋଦାବରୀ ନଦୀ ଉପରେ ଆନ୍ଧ୍ରପ୍ରଦେଶ ସରକାର ବିବାଦୀୟ ପୋଲାଭରମ୍‌ ଡ୍ୟାମ ପ୍ରକଳ୍ପ ନିର୍ମାଣ କରୁଥିବାବେଳେ ଏହାକୁ ବନ୍ଦକରିବା ଲାଗିି ସୁପ୍ରିମକୋର୍ଟରେ ଓଡ଼ିଶା ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି ମଙ୍ଗଳବାର କରାଯିବ। ଜଷ୍ଟିସ ଏନ୍‌.ଭି. ରମାନା, ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ କ୍ରିଷ୍ଣା ମୁରାରୀଙ୍କୁ ନେଇ ଗଠିତ ସର୍ବୋଚ୍ଚ ଅଦାଲତଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଓଡ଼ିଶାର ଆବେଦନ ସହ ସୁପ୍ରିମକୋର୍ଟ ‘ରେଲା’ ନାମକ ଏନ୍‌ଜିଓ, ଛତିଶଗଡ଼ ଓ ତେଲଙ୍ଗାନା ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି ମଧ୍ୟ କରିବେ। ପୋଲାଭରମ ଦ୍ୱାରା ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ କ୍ଷତି ଘଟାଇବ ବୋଲି ଓଡ଼ିଶା ପକ୍ଷରୁ କରାଯାଇଥିବା ଆବେଦନରେ ଦର୍ଶାଯାଇଥିଲା। କେନ୍ଦ୍ରର ସହାୟତାରେ ନିର୍ମାଣ କରାଯାଉଥିବା ଏହି ପ୍ରକଳ୍ପକୁ ଏକାଧିକ ରାଜ୍ୟ ବିରୋଧ କରିଆସୁଛନ୍ତି।


All Right Reserved By Dharitri.Com

ଏନ୍‌ଡିଏ ନେତାଙ୍କ ପାଇଁ ରାତ୍ରଭୋଜିର ଆୟୋଜନ କଲେ ଶାହ

ନୂଆଦିଲ୍ଲୀ,୨୦।୫: ଭାଜପା ଅଧ୍ୟକ୍ଷ ଅମିତ ଶାହ ମଙ୍ଗଳବାର ଏନ୍‌ଡିଏ ନେତାଙ୍କ ପାଇଁ ମଙ୍ଗଳବାର ଏକ ରାତ୍ରଭୋଜିର ଆୟୋଜନ କରିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,...

୧୯ବର୍ଷ ହେଲା ଶୌଚାଳୟରେ କଟୁଛି ମହିଳାଙ୍କ ଜୀବନ

ଚେନ୍ନାଇ, ୨୫।୮: ତାମିଲନାଡୁର ମଦୁରାଇରେ ଜଣେ ମହିଳା ଦୀର୍ଘ ୧୯ବର୍ଷ ହେଲା ସାର୍ବଜନୀନ ଶୌଚାଳୟରେ ଜୀବନ କାଟୁଛନ୍ତି। ୬୫ବର୍ଷୀୟ କରୁପାୟୀ ରମନାଡ ଅଞ୍ଚଳରେ ଥିବା ଏକ...

ସିବିଏସ୍‌ଇ ବିଦ୍ୟାଳୟ ପରିସର ହେବ ‘କ୍ରୋଧ ମୁକ୍ତ ଅଞ୍ଚଳ’

ନୂଆଦିଲ୍ଲୀ,୨୮।୧୨: ଏଣିକି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ସମସ୍ତ ବିଦ୍ୟାଳୟ ପରିସର ‘କ୍ରୋଧ ମୁକ୍ତ ଅଞ୍ଚଳ’ରେ ପରିଣତ ହେବ। ବିଦ୍ୟାଳୟ ପରିସରରେ...

ମୋଦିଙ୍କୁ ଭେଟିଲେ ପାଓ୍ବାର: ମହାରାଷ୍ଟ୍ର ରାଜନୀତିରେ ଆଲୋଡ଼ନ

ନୂଆଦିଲ୍ଲୀ,୨୦।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅନିଶ୍ଚତତା ଜାରି ରହିଥିବାବେଳେ ବୁଧବାର ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ...

ବାଚସ୍ପତିଙ୍କ ଗାଇଡ୍‌ କି ମେଣ୍ଟର୍‌ ନୁହନ୍ତି ରାଜ୍ୟପାଳ

ନୂଆଦିଲ୍ଲୀ,୨୦ା୭(ପି.ଟି.): କର୍ନାଟକରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଥିବାବେଳେ ରାଜ୍ୟପାଳ ଭଜୁଭାଇ ଭାଲା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କୁ ଦୁଇଥର ମହଲତ୍‌ ଦେଇସାରିଲେଣି।...

ଯୋଗୀ ସରକାରଙ୍କ ଶାସନରେ ପୋଲିସ ହୋଇଉଠିଛି ପ୍ରତିଶୋଧ ପରାୟଣ: ପ୍ରିୟଙ୍କା

ଲକ୍ଷ୍ନୌ,୩୦।୧୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଡ଼ା ସମାଲୋଚନା କରିଛନ୍ତି। ଯୋଗୀ ସରକାରଙ୍କ ଶାସନରେ ପୋଲିସ ପ୍ରତିଶୋଧ...

ମାୟାବତୀଙ୍କ ବଂଶବାଦ: ଭାଇ ପୁତୁରାଙ୍କୁ ଗୁରୁ ଦାୟିତ୍ୱ

ଲକ୍ଷ୍ନୌ,୨୩।୬: ବିଏସ୍‌ପି ଅଧ୍ୟକ୍ଷା ମାୟାବତୀଙ୍କ ଅଧ୍ୟକ୍ଷତାରେ ରବିବାର ଦଳୀୟ କର୍ମକର୍ତ୍ତାଙ୍କ ଏକ ବୈଠକ ଅନୁଷ୍ଠୀତ ହୋଇଯାଇଛି। ବୈଠକରେ ସାଂଗଠନିକ କ୍ଷେତ୍ରରେ କେତେକ ପରିବର୍ତ୍ତନ କରାଯାଇଛି। ଏଥିରେ...

ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ନିଆଁ : ନୌସେନା ଅଧିକାରୀ ମୃତ

ସୁରଟ,୨୭ା୪: ରୁଷିଆଠାରୁ କିଣାଯାଇଥିବା ଭାରତର ସବୁଠାରୁ ବଡ଼ ବିମାନବାହୀ ଜାହାଜ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ଅଗ୍ନିକାଣ୍ଡ ଘଟିଛି। ଏହା ଶୁକ୍ରବାର ସକାଳେ କରଓ୍ବର ବନ୍ଦର ଅଭିମୁଖେ ଯାଉଥିବାବେଳେ...

Leave a comment

Your email address will not be published. Required fields are marked *