ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିରିଆ ରାଷ୍ଟ୍ରଦୂତ;ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ପଦକ୍ଷେପ ପ୍ରଶଂସନୀୟ: ଆବାସ

ଭୁବନେଶ୍ୱର,୧୪-୧(ବ୍ୟୁରୋ):ଭାରତରେ ଥିବା ସିରିଆ ରାଷ୍ଟ୍ରଦୂତ ରିଆଦ ଆବାସ ଏବଂ ତାଙ୍କ ନେତୃତ୍ୱରେ ଆସିଥିବା ଏକ ପ୍ରତିନିଧି ମଣ୍ଡଳୀ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକସେବା ଭବନରେ ଭେଟି ଆଲୋଚନା କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀ ଓଡ଼ିଶା ଏବଂ ସିରିଆର ମିଳିତ ସ୍ବାର୍ଥ ସମ୍ପର୍କରେ ବିଭିନ୍ନ ବିଷୟ ଆଲୋଚନା କରିଛନ୍ତି। ଏଥିସହିତ ସିରିଆ ରାଷ୍ଟ୍ରଦୂତ ଓଡ଼ିଶାର ଶିକ୍ଷାକ୍ଷେତ୍ରରେ ହେଉଥିବା ଅଗ୍ରଗତିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ତାଙ୍କ ପାଇଁ ଏକ ବଡ଼ ସମ୍ମାନ। ଓଡ଼ିଶା ଓ ସିରିଆ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆମ ଦେଶକୁ ନିମନ୍ତ୍ରଣ କରୁଛୁ। ଶିକ୍ଷାକ୍ଷେତ୍ରରେ ଓଡ଼ିଶାର ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଆବାସ କହିଛନ୍ତି। ଓଡ଼ିଶା ତୃଣମୂଳସ୍ତରରୁ ଅନେକ ପରିବର୍ତ୍ତନ କରିପାରିଛି। ଓଡ଼ିଶା ସରକାରଙ୍କ ଦୁଃସ୍ଥ ଓ ଅସହାୟଙ୍କୁ ସଶକ୍ତ ଏବଂ ସମର୍ଥନ ଏକ ଦୃଷ୍ଟାନ୍ତ। ଏଥିସହିତ ଆବାସ କିଟ୍‌ ବିଶ୍ୱବିଦ୍ୟାଳୟ ଗସ୍ତକରି ଛାତ୍ରୀଛାତ୍ର ଓ ଶିକ୍ଷକମାନଙ୍କୁ ଭେଟି ଆଲୋଚନା କରିଥିଲେ।
ଇରାନ ଓ ଆମେରିକା ବିବାଦ ଯୋଗୁ ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନା ସମ୍ପର୍କରେ ଆବାସ ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ଅଞ୍ଚଳରେ ଆମେରିକାର ନୀତି ଭୁଲ୍‌ ପ୍ରମାଣିତ ହୋଇଛି। ଆମେରିକାକୁ ତାଙ୍କ ଦେଶ ବିଶ୍ୱାସକୁ ନେଇପାରିବ ନାହିଁ। ଦକ୍ଷିଣ କୋରିଆ, ୟୁକ୍ରେନ୍‌ ଏବଂ ବିଶ୍ୱର ଅନ୍ୟାନ୍ୟ ସ୍ଥାନରେ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ଆମେରିକାର ସମସ୍ତ ପ୍ରକଳ୍ପ ଫେଲ୍‌ ମାରିଛି। ଉତ୍ତର କୋରିଆର ପରମାଣୁ କାର୍ଯ୍ୟକ୍ରମକୁ ଆମେରିକା ବନ୍ଦ କରିପାରିବ ନାହିଁ। ସେହି ରାଷ୍ଟ୍ର ମଧ୍ୟପ୍ରାଚ୍ୟ କିମ୍ବା ୟୁକ୍ରେନ୍‌ରେ କୌଣସି ବିକାଶ କରିପାରିନାହିଁ। ମଧ୍ୟପ୍ରାଚ୍ୟରେ ଇସ୍ରାଏଲ୍‌ର ନୀତିକୁ ଆମେରିକା ଅନୁସରଣ କରୁଛି। ଇସ୍ରାଏଲ୍‌ ସିରିଆର ଜମିକୁ ଅଧିଗ୍ରହଣ କରି ରଖିଛି। ସମସ୍ୟାର ସମାଧାନ ପାଇଁ ଆମେ ଇଚ୍ଛୁକ ଥିଲାବେଳେ ଇସ୍ରାଏଲ୍‌ ଏ ଦିଗରେ କୌଣସି ସକାରାତ୍ମକ ପଦକ୍ଷେପ ନେଉନାହିଁ ବୋଲି ଆବାସ କହିଛନ୍ତି।


All Right Reserved By Dharitri.Com

ଦୁଇ କିଡନୀ ହରାଇଛନ୍ତି ସାମ୍ବାଦିକ: ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ୨ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ପାଇଁ ସ୍ବତନ୍ତ୍ର ସହାୟତା ପ୍ରଦାନ କରାଯାଉଛି। ଏହି କ୍ରମରେ ଶୁକ୍ରବାର ଢେଙ୍କାନାଳ ଜିଲାର ଜଣେ କର୍ମଜୀବୀ ସାମ୍ବାଦିକଙ୍କ...

ଶ୍ୱେତଗଙ୍ଗା କୂଳରେ ଶ୍ୱେତ ରାଜା

ପରମ ପାବନ ନୀଳାଚଳ କ୍ଷେତ୍ରରେ ରହିଥିବା ପଞ୍ଚତୀର୍ଥ ପ୍ରତି ସମସ୍ତଙ୍କ ଆସ୍ଥା ଓ ବିଶ୍ୱାସ ରହିଛି। ପଞ୍ଚତୀର୍ଥରେ ବୁଡ଼ ପକାଇଲେ ପୁରୀକୁ କରିଥିବା ତୀର୍ଥଯାତ୍ରା ସଫଳ...

‘ଗଣମାଧ୍ୟମ ସମ୍ମୁଖରେ ଅନେକ ଆହ୍ବାନ’

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ସାମାଜିକ ବ୍ୟବସ୍ଥାରେ ଗଣମାଧ୍ୟମର ସ୍ବତନ୍ତ୍ର ଭୂମିକା ରହିଛି। ସାମ୍ପ୍ରତିକ ପରିସ୍ଥିତିରେ ଗଣମାଧ୍ୟମ ସମ୍ମୁଖରେ ଅନେକ ଆହ୍ବାନ ରହିଛି। କେତେକ କ୍ଷେତ୍ରରେ ସ୍ବାଧୀନ ମତକୁ ସହନଶୀଳତାର...

ଯୁବତୀଙ୍କୁ ଟ୍ରେନ୍‌ରୁ ମୃତ୍ୟୁମୁଖରୁ ବଞ୍ଚାଇବା ଘଟଣା: କଣ୍ଟିଲୋର ସୁବ୍ରତଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା

ଖଣ୍ଡପଡା,୧୮।୨(ସ୍ବ.ପ୍ର.)- ନୟାଗଡ ଜିଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ହାଟମୁଣ୍ଡପାଟଣା ଗ୍ରାମର ସୁବ୍ରତ କୁମାର ମହାରଣା(ସିଲୁ) ତଥା ରେଲୱେ ପ୍ରୋଟେକ୍ସନ ଫୋର୍ସ(ଆରପିଏଫ) ଭୁବନେଶ୍ୱରର କନଷ୍ଟେବଳ ଶନିବାର...

ପଡିଆ ବାହ୍ୟ ଜଗତରୁ ବିଚ୍ଛିନ୍ନ

ପଡିଆ,୭ା୮(ଡି.ଏନ.ଏ.): ମାଲକାନଗିରି ଜିଲାରେ ପୁଣି ଲଘୁଚାପଜନିତ ଲଗାଣ ବର୍ଷା ଜିଲାକୁ ବେହାଲ କରିଦେଇଛି। ସୋମବାର ରାତିରୁ ବର୍ଷା ଲାଗିରହିଥିବାରୁ ଜିଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି।...

ସମ୍ବଲପୁର ରେଳ ଡିଭିଜନ ଦେଶରେ ପ୍ରଥମ

ସମ୍ବଲପୁର,୧୭-୯(ବ୍ୟୁରୋ):ରେଳ ବୋର୍ଡ ୫୮ଟି ଦିଗକୁ ଆଧାର କରି ବିଭିନ୍ନ ରେଳ ମଣ୍ଡଳକୁ ମାର୍କ ଦେଇଛି। ଏଥିରେ ସମ୍ବଲପୁର ରେଳମଣ୍ଡଳ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି।...

ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ସେବା କରିବା ଲାଗି ପୁଣିଥରେ ସୁଯୋଗ ଦେଇଥିବାରୁ ଧନ୍ୟବାଦ: ନବୀନ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଚଳିତ ସାଧାରଣ ନିର୍ବାଚନରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରି ପୁଣିଥରେ କ୍ଷମତାକୁ ଫେରିଛି ବିଜେଡି। ଦଳ ଉପରେ ଭରସା ରଖିବା ସହ ପଞ୍ଚମ ଥର...

ଥମୁନି ଝାଡ଼ାବାନ୍ତି, ୯ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ସଜନାଗଡ଼, ୧୭ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକର ବାଇଗଡ଼ିଆ ପଞ୍ଚାୟତର ୩୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି। ନୀଳଗିରି ବ୍ଲକର ମହିଷାପଟା...

Leave a comment

Your email address will not be published. Required fields are marked *