ପୂର୍ତ୍ତ ବିଭାଗ ଡାକବଙ୍ଗଳା କାନ୍ଥରେ ମାଓପୋଷ୍ଟର : ଜନସାଧାରଣ ଭୟଭୀତ

ବାଲିଗୁଡ଼ା,୨ା୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ମାଓବାଦୀମାନେ ସେମାନଙ୍କ ସ୍ଥିତି ଜାହିର କରି ବାରମ୍ବାର ନାନା ଧମକପୂର୍ଣ୍ଣ ପୋଷ୍ଟର ଲଗାଉଛନ୍ତି। ଫଳରେ ଜନସାଧାରଣ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏପରି ଏକ ପୋଷ୍ଟର ରବିବାର ସକାଳେ ବାଲିୁଗଡ଼ା ଥାନା ଠାରୁ ମାତ୍ର ୨୦୦ମିଟର ଦୂରରେ ଥିବା ପୂର୍ତ୍ତ ବିଭାଗ ଡାକବଙ୍ଗଳା କାନ୍ଥରେ ଲଗାଯାଇଥିବା ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟରରେ ବାଲିଗୁଡ଼ା ପୂର୍ତ୍ତ ବିଭାଗରେ ଏସ୍‌ଡିଓ ଭାବେ କାର୍ଯ୍ୟରତ ଭାସ୍କର ଚନ୍ଦ୍ର ସାମନ୍ତରାୟ ୧୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରି ୧୪ ବର୍ଷ ଧରି ବାଲିଗୁଡ଼ାରେ ରହିଆସୁଛନ୍ତି। ପ୍ରାୟ ୪ ମାସ ହେବ ତାଙ୍କର ବଦଳି ଅର୍ଡର ହୋଇଥିଲେ ମଧ୍ୟ କାହିଁକି ବାଲିଗୁଡ଼ା ଛାଡ଼ୁ ନାହାନ୍ତି ବୋଲି ଲେଖାଯାଇଛି। ହଡ଼ପ କରିଥିବା ୧୦ କୋଟି ଟଙ୍କାର ତଦନ୍ତ ଏବଂ ତୁରନ୍ତ ଏଠାରୁ ବଦଳି କରା ନ ଗଲେ ମୃତ୍ୟୁଦଣ୍ଡ ମିଳିବ ବୋଲି ପୋଷ୍ଟର ଜରିଆରେ ଚେତାବନୀ ଦିଆଯାଇଛି। ପୋଷ୍ଟର ତଳକୁ କୁଟ୍ରାମାଝୀ, ସମ୍ପାଦକ ବଂଶଧାରା ଡିଭିଜନ, ଖମନଖୋଲ ବୋଲି ଲେଖାଯାଇଛି।


All Right Reserved By Dharitri.Com

ମଦସହ ୩ ବାଇକ ଜବତ, ୩ ଗିରଫ

ବେଗୁନିଆପଡ଼ା,୧୫ା୫(ଡି.ଏନ.ଏ.)- କରୋନା କଟକଣାର ଫାଇଦା ନେଇ ଅସାଧୁ ମଦ ବେପାରୀ ମାତିଛନ୍ତି। ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଶୁକ୍ରବାର ଶାଳବଣ ଛକରେ ପାଟ୍ରୋଲିଂବେଳେ...

ଜମି ଦେବା ନାଁରେ ଠକେଇ : ଅଭିଯୁକ୍ତ କୋର୍ଟଚାଲାଣ

ବ୍ରହ୍ମପୁର ଅଫିସ,୧୬ା୫: ଜମି ଦେବାକୁ କହି ଠକେଇ କରିଥିବା ଅଭିଯୋଗରେ ସଦର ଥାନା ପୋଲିସ ବୁଧବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଜଣଙ୍କ ଲୋଚପଡ଼ା...

ବାଲ୍ୟ ବିବାହ ରୋକିଲା ପ୍ରଶାସନ

ପାଟପୁର,୩ା୨-ସାନଖେମୁଣ୍ଡି ବ୍ଲକ ସିଙ୍ଗିପୁର, କଉଡିଆ, କଙ୍କୋରଡା ଅଞ୍ଚଳରେ ହେବାକୁ ଥିବା ବାଲ୍ୟ ବିବାହକୁ ସୋମବାର ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଛି। ଉକ୍ତ ଅଞ୍ଚଳରେ ପରିବାର...

ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ବୁଗୁଡ଼ା,୧୯ା୧୧(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ବେଲପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି ଦାବି ନେଇ ସୋମବାର ଉକ୍ତ ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା...

ବିଭିନ୍ନ ଦାବିରେ ଗ୍ରାସୀମ କମ୍ପାନୀ ଠିକା ଶ୍ରମିକଙ୍କ ଧାରଣା

ଗଞ୍ଜାମ,୧୫।୨(ଡି.ଏନ୍‌.ଏ.): ବିଭିନ୍ନ ଦାବି ନେଇ ଗଞ୍ଜାମ ସହର ନିକଟ ଗ୍ରାସୀମ କମ୍ପାନୀ ସମ୍ମୁଖରେ ଶନିବାର ଠିକା ଶ୍ରମିକ ସଙ୍ଘ ପକ୍ଷରୁ ଧାରଣା ଦିଆଯାଇଛି। ଶତାଧିକ ମହିଳା...

ପାନୀୟଜଳ, ପକ୍କାରାସ୍ତା, ବିଦ୍ୟୁତ୍‌ରୁ ବଞ୍ଚିତ

ଖଜୁରିପଡା,୨୦ା୫(ଡି.ଏନ.ଏ.)-କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ବିଲାବାଡି ପଞ୍ଚାୟତର ମେଣିଆଁକୋଠି ଗାଁ। ଜଙ୍ଗଲ ଘେରା ଏହି ଗାଁରେ ୧୫ ପରିବାର ରହୁଥିବାବେଳେ ଜନସଂଖ୍ୟା ୬୦ରୁ ୭୦। ସ୍ବାଧୀନତାର...

ସହାୟତା ଦେଲା ଗଞ୍ଜାମ ଜ଼ିଲା ପ୍ରଶାସନ: ପୁଅଙ୍କୁ କଟକ ନେଇ ଚିକିତ୍ସା କରାଇଲେ ମା’, ଜଣାଇଲେ କୃତଜ୍ଞତା

ଛତ୍ରପୁର, ୨୪।୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଗଙ୍ଗାପୁର-୧ ର ଜଣେ ଅସହାୟ ମହିଳା ନମିତା କରଣଙ୍କ ୧୦ ବର୍ଷର ପୁଅ ଏକ ଗୁରୁତର ରୋଗରେ...

ଦଳବଦଳ କରିଥିବା ପ୍ରାର୍ଥୀଙ୍କ ବଢ଼ୁଛି ଟେନ୍‌ସନ

ବ୍ରହ୍ମପୁର ଅଫିସ,୧୮ା୫-ଆସନ୍ତା ୨୩ରେ ଭୋଟଗଣତି ସହ ଫଳାଫଳ ଘୋଷଣା କରାଯିବ। ତେବେ କିଏ ଜିତିବ ଓ କିଏ ହାରିବ ସେ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ...

Leave a comment

Your email address will not be published. Required fields are marked *