ଜିଲା ମୁଖ୍ୟ ଚିକିତ୍ସାଳୟରେ ଲାଗିଲା ଡାକବାଜି ଯନ୍ତ୍ର:ରୋଗୀଙ୍କୁ ଦିଆଯିବ ସ୍ବାସ୍ଥ୍ୟ ସମ୍ପର୍କିତ ସୂଚନା

ଅନୁଗୋଳ ଅଫିସ, ୧୪।୧

ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏଣିକି ଡାକବାଜିରେ ରୋଗୀଙ୍କୁ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ମିଳିବ। ଏଥିସହ କେଉଁ ବିଭାଗରେ କେତେବେଳେ କେଉଁ ଡାକ୍ତର ରୋଗୀ ଦେଖିବେ ସେ ନେଇ ମଧ୍ୟ ସୂଚନା ପ୍ରଦାନ କରାଯିବ। ଏଥିପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡରେ ଲାଗିଛି ୩୦ ଡାକବାଜି ଯନ୍ତ୍ର। ଏହାର ପରିଚାଳନା ପାଇଁ ୩ଟି ସ୍ଥାନରେ କଣ୍ଟ୍ରୋଲ ରୁମ୍‌ ବ୍ୟବସ୍ଥା କରାଯାଇଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହି ବ୍ୟବସ୍ଥାକୁ ପବ୍ଲିକ୍‌ ଇନ୍‌ଫରମେଶନ୍‌ ଆଡରେସ୍‌ ସିଷ୍ଟମ ବୋଲି କୁହାଯାଉଛି।
ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନେ ଆଉ ଠକାମିର ଶିକାର ହେବେ ନାହିଁ କି ରୋଗୀଙ୍କୁ କୌଣସି ବ୍ୟକ୍ତି ଭୂତାଇ ପାରିବେ ନାହିଁ। ଏ ନେଇ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ନୂଆ ବ୍ୟବସ୍ଥା ଭାବେ ଲଗାଯାଇଥିବା ଡାକବାଜି ଯନ୍ତ୍ରରେ ରୋଗୀଙ୍କୁ ବିଭିନ୍ନ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ସହ ବିନାମୂଲ୍ୟରେ ମିଳୁଥିବା ସେବା ଓ କେତେବେଳେ କେଉଁ ଡାକ୍ତର ୱାର୍ଡକୁ ଯିବେ ତାହା ଜଣାଇ ଦିଆଯିବ। ମେଡିକାଲ କର୍ମଚାରୀଙ୍କୁ ମଧ୍ୟ ଜରୁରିକାଳୀନ ସୂଚନା ପ୍ରଦାନ କରାଯିବାରେ ଏହି ପବ୍ଲିକ ଇନ୍‌ଫରମେସନ୍‌ ଆଡରେସ୍‌ ସିଷ୍ଟମ ସାହାଯ୍ୟ କରିବ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି। ଏହା ମେଡିକାଲର ଆଉଟଡୋର ପାଖରୁ ଆରମ୍ଭ କରି ପୁରୁଷ ୱାର୍ଡ, ମହିଳା ୱାର୍ଡ, ପ୍ରସୂତି ବିଭାଗ, ସର୍ଜରୀ ୱାର୍ଡ, ଶିଶୁ ୱାର୍ଡ ସହ ୫ ମହଲା ଓ ୩ ମହଲାର ବିଭିନ୍ନ ବିଭାଗରେ ଲଗିବ। ଏ ନେଇ ମେଡିକାଲ କର୍ତ୍ତୃପକ୍ଷ ଏକ ଲକ୍ଷ ଟଙ୍କାର ବଜେଟ୍‌ କରି କାର୍ଯ୍ୟ କରୁଛନ୍ତି। ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ଜିଲା ସଦର ମହକୁମାରେ ଥିବା ଚିକିତ୍ସାଳୟରେ ଏହି ବ୍ୟବସ୍ଥା କରାଯାଉଛି ବୋଲି ସୂଚନା ମିଳିଛି। ଏହି ପ୍ଲବିକ୍‌ ଇନ୍‌ଫରମେଶନ୍‌ ଆଡରେସ୍‌ ସିଷ୍ଟମ ଆସନ୍ତା ୨୬ ତାରିଖରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉଦ୍‌ଘାଟନ କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅପରପକ୍ଷରେ ଏହି ବ୍ୟବସ୍ଥା ପାଇଁ କରାଯାଇଥିବା ଟେଣ୍ଡରକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି। ମେଡିକାଲ ପକ୍ଷରୁ ନୋଟିସ୍‌ ବୋର୍ଡରେ ଏ ନେଇ ସୂଚନା ଲଗା ନ ଯାଇ ଗୁପ୍ତ ରଖାଯାଇଥିବା କୁହାଯାଉଥିଲେ ହେଁ ସିଡିଏମ୍‌ ଅମରେନ୍ଦ୍ରନାଥ ମହାନ୍ତି ଏହାକୁ ଖଣ୍ଡନ କରିଛନ୍ତି। ନୋଟିସ୍‌ ବୋର୍ଡରେ ଲଗାଯାଇଥିବା ସେ କହିଛନ୍ତି।


All Right Reserved By Dharitri.Com

ଲାପ୍‌ଟପ୍‌ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧୦ ମେଧାବୀ ଛାତ୍ରୀଛାତ୍ରଙ୍କୁ ଲାପ୍‌ଟପ୍‌ ପ୍ରଦାନ କରିଛନ୍ତି। ଏହି...

ଟିଟୋଙ୍କ ସହଯୋଗୀ ଡାଙ୍ଗ ଗିରଫ: କେନ୍ଦ୍ରାପଡ଼ାର ହୋଟେଲରୁ ଧରିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ଗ୍ୟାଙ୍ଗଷ୍ଟର ଟିଟୋଙ୍କ ଡାହାଣ ହାତ କୁହାଯାଉଥିବା ସେକ୍‌ ଜାବିଦ୍‌ ଓରଫ ଡାଙ୍ଗଙ୍କୁ ଏସ୍‌ଟିଏଫ୍‌ ଶନିବାର ସକାଳେ କେନ୍ଦ୍ରାପଡ଼ାର ଏକ ହୋଟେଲରୁ ଗିରଫ କରିଛି।...

ଗ୍ରାହକ ସେବା ସର୍ବୋଚ୍ଚ ଲକ୍ଷ୍ୟ: ଶିଭମ୍‌ ହୋଣ୍ଡା

ପୁରୀ ଅଫିସ, ୨୦।୧୨:ପୁରୀ ଭିଆଇପି ରୋଡରେ ଥିବା ଶିଭମ୍‌ ହୋଣ୍ଡା ୪ର୍ଥ ବର୍ଷରେ ପଦାର୍ପଣ କରିଛି। ଗ୍ରାହକ ସେବାକୁ ସର୍ବୋଚ୍ଚ ଲକ୍ଷ୍ୟ ଭାବେ ଗ୍ରହଣ କରିଥିବା ହୋଣ୍ଡାର...

ବ୍ରାଣ୍ଡ୍‌ ଓଡ଼ିଶାର ପ୍ରସାର ପାଇଁ ନୂଆ ଅଭିଯାନ:ଓଡ଼ିଶା ନୁହେଁ…ଓଡ଼ିଶା ଆଃ

ଭୁବନେଶ୍ୱର,୨୦-୯(ବ୍ୟୁରୋ):ପ୍ରଥମେ ‘ଓଡ଼ିଶା ବାଇ ମର୍ର୍ନିଂ, ହକି ବାଇ ଇଭିନିଂ’। ଆଉ ଏବେ ‘ଓଡ଼ିଶା ଆଃ’। ରାଜ୍ୟ ଏବଂ ଦେଶ ବାହାରେ ବ୍ରାଣ୍ଡ୍‌ ଓଡ଼ିଶାର ପ୍ରମୋଶନ ପାଇଁ...

ଲେଉଟିଲା ଶୀତ, ୫ ଦିନ ଥରାଇବ

ଭୁବନେଶ୍ୱର, ୧୩ା୧(ବ୍ୟୁରୋ): ରାଜ୍ୟରେ ପୁଣି ଲେଉଟିଛି ଶୀତ। ଅଦିନିଆ ବର୍ଷା ମାଟି ଭିଜାଇ ଚାଲିଯିବା ପରେ ଶୀତ ମାଡ଼ି ଆସିଛି। ଅସହ୍ୟ ଥଣ୍ଡାରେ ଥରୁଛି ସାରା...

ଛଦେଶ ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍‌ ଫେଲ୍‌: କାମରେ ଆସୁନି ପୁରୁଣା ଯନ୍ତ୍ରପାତି

ଭାପୁର, ୩।୭(ଡି.ଏନ୍‌.ଏ.)-ଢେଙ୍କାନାଳ ସଦର ବ୍ଲକ ଛଦେଶ ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍‌ ସେବା ବିଭ୍ରାଟରେ ସୁଧାର ଆସୁନାହିଁ। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏହି ଟେଲିକମ୍‌ କମ୍ପାନୀ ନିଜକୁ...

ଗରିବଙ୍କ ରାଶନ ଖାଉଥିଲେ ଅଯୋଗ୍ୟ ହିତାଧିକାରୀ: ଧରାପକାଇଲା ଆଧାର

ଭୁବନେଶ୍ୱର,୩।୯(ବ୍ୟୁରୋ): ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଅଯୋଗ୍ୟ ହିତାଧିକାରୀ ଗତ ୪ବର୍ଷ ହେବ ଗରିବଙ୍କ ପାଇଁ ଆସିଥିବା ହଜାର ହଜାର କୁଇଣ୍ଟାଲ ଚାଉଳ, ଗହମ ଲୁଟି...

ବ୍ରାଉନ୍‌ସୁଗାର ମାଫିଆ ରାଜାଙ୍କ ଘର ଉପରେ ଚଢ଼ାଉ: ଦୁଇଟି ଦାମୀ ଗାଡ଼ି, ୬୦ ହଜାର ଟଙ୍କା ଜବତ

ବାଲେଶ୍ୱର ଅଫିସ/ଜଳେଶ୍ୱର, ୨୩।୯-ବ୍ରାଉନ୍‌ସୁଗାର ମାଫିଆ ସେକ୍‌ ରାଜାଙ୍କୁ ଏସ୍‌ଟିଏଫ୍‌ ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବା ପରେ ବହୁ ତଥ୍ୟ ଏସ୍‌ଟିଏଫ ହାତରେ ଲାଗିଛି।...

Leave a comment

Your email address will not be published. Required fields are marked *