ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ପୀତି ୭.୩୫% ସ୍ତର ଛୁଇଁଲା

 

ନୂଆଦିଲ୍ଲୀ,୧୪-୧: ବଜାରରେ ଏବେ ଦରଦାମ ବଢୁଛି। ଚଳିତ ବର୍ଷ ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ସାଢେ ୫ ବର୍ଷର ସର୍ବୋଚ୍ଚ ସ୍ତର ଟପି ୭.୩୫% ସ୍ତରରେ ରହିଛି। ମୁଦ୍ରାସ୍ଫୀତିକୁ ଏକ ନିର୍ଦ୍ଦିଷ୍ଟ ସ୍ତରରେ ରଖିବା ଲାଗି ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଥିଲା। ହେଲେ ଏହି ସ୍ତର ଟପିଯାଇଥିବା ଜଣାପଡିଛି। ଏହା ଅତ୍ୟନ୍ତ ଚିନ୍ତାଜନକ। ବିଶେଷ କରି ପନିପରିବା ଏବଂ ପିଆଜ ଦର ବଢିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନ୍‌ଏସ୍‌ଓ) ପକ୍ଷରୁ ସୋମବାର ଜାରି କରାଯାଇଥିବା ଡାଟା ମୁତାବକ ଏହି ସମୟରେ ପରିପରିବା ବର୍ଗରେ ମୁଦ୍ରାସ୍ଫୀତି ବୃଦ୍ଧିଘଟି ୬୦.୫% ସ୍ତର ଛୁଇଁଛି। ୨୦୧୮ ଡିସେମ୍ବରରେ ସାମଗ୍ରିକ ଖୁଚୁରା ମୁଦ୍ରାସ୍ଫୀତି ଭିତ୍ତିକ ଖାଉଟି ମୂଲ୍ୟ ସୂଚୀ(ସିପିଆଇ) ୨.୧୧% ରହିଥିଲା। ସେହିଭଳି ୨୦୧୯ ନଭେମ୍ବରରେ ଏହା ୫.୫୪% ସ୍ତରରେ ଥିଲା।
ଏନ୍‌ଏସ୍‌ଓ ଡାଟା ମୁତାବକ, ଖାଦ୍ୟ ବର୍ଗରେ ମୁଦ୍ରାସ୍ଫୀତି ୧୪.୧୨% ବଢିଛି। ଏହା ୨୦୧୮ ଡିସେମ୍ବରରେ (-) ୨.୬୫% ସ୍ତରରେ ରହିଥିଲା। ଚଳିତ ବର୍ଷ ନଭେମ୍ବରରରେ ଏହି ବର୍ଗରେ ମୁଦ୍ରାସ୍ଫୀତି ୧୦.୦୧% ରହିଥିଲା। ଏହା ପୂର୍ବରୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ସରକାରଙ୍କ ପ୍ରଥମ ପାଳିରେ ଖୁଚୁରା ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତର ୭.୩୯% ରହିଥିଲା। ଚଳିତ ବର୍ଷ ଡିସେମ୍ବରରେ ଡାଲିଜାତୀୟ ଏବଂ ଅନ୍ୟାନ୍ୟ ସାମଗ୍ରୀର ମୁଦ୍ରାସ୍ଫୀତି ୧୫.୪୪% ରେକର୍ଡ କରାଯାଇଛି। ଏହାବାଦ ମାଂସ ଏବଂ ମାଛ ବର୍ଗରେ ଏହା ପ୍ରାୟ ୧୦% ବଢିଛି। ମୁଦ୍ରାସ୍ଫୀତିକୁ ୪% ସ୍ତରରେ ରଖିବା ଲାଗି କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କକୁ ପରାମର୍ଶ ଦେଇଥିଲେ। ଫେବୃୟାରୀ ୬ ରିଜର୍ଭ ବ୍ୟାଙ୍କ ଏହାର ପରବର୍ତ୍ତି ଦ୍ୱିମାସିକ ସୁଧହାର ବା ରେପୋ ହାର ଘୋଷଣା କରିବ। ସିପିଆଇ ଭିତ୍ତିକ ମୁଦ୍ରାସ୍ଫୀତିକୁ ଏହା ନିଶ୍ଚିତ ପକ୍ଷେ ବିଚାରକୁ ନେବ। ଡିସେମ୍ବର ପଲିସିରେ କେନ୍ଦ୍ରୀୟ ବ୍ୟାଙ୍କ ମୁଦ୍ରାସ୍ଫୀତି ବୃଦ୍ଧି ଆଶଙ୍କା କରି ସୁଧହାର ଅପରିବର୍ତ୍ତିତ ରଖିଥିଲା।


All Right Reserved By Dharitri.Com

ଆସିଆନ ଦେଶକୁ ବୁଝାଇବାରେ ସଫଳ ଭାରତ; ଏଫ୍‌ଟିଏ ସମୀକ୍ଷା ପାଇଁ ରାଜି

ନୂଆଦିଲ୍ଲୀ,୧୨-୯: ଆର୍ଥିକ ମାନ୍ଦାବସ୍ଥା ଏବଂ ରପ୍ତାନି ହ୍ରାସକୁ ନେଇ ଚିନ୍ତିତ ଭାରତ ପାଇଁ ଖୁସି ଖବର ଆସିଛି। ମୋଦି ସରକାରଙ୍କ ସଫଳ ଉଦ୍ୟମ କାରଣରୁ ୧୦...

୫ ଲକ୍ଷ କୋଟି ଡଲାର ଅର୍ଥନୀତି ନେଇ ପ୍ରଣବଙ୍କ ମନ୍ତବ୍ୟ;କଂଗ୍ରେସ ସରକାର ଯୋଗୁ ଏହା ସମ୍ଭବ ହେବାକୁ ଯାଉଛି

ନୂଆଦିଲ୍ଲୀ,୨୦-୭: ମୋଦି ସରକାର ଦେଶର ଅର୍ଥନୀତିକୁ ୨୦୨୪-୨୫ ସୁଦ୍ଧା ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି। ଏହା ଉପରେ ପୂର୍ବତନ ରାଷ୍ଟ୍ରପତି ତଥା...

ନୋକିଆର ଚେନ୍ନାଇ ୟୁନିଟ କିଣିଲା ସାଲକମ୍ପ

ନୂଆଦିଲ୍ଲୀ,୨୬-୧୧: ଆପଲର ପ୍ରମୁଖ ଯନ୍ତ୍ରାଂଶ ଯୋଗାଣକାରୀ କମ୍ପାନୀ ସାଲ୍‌କମ୍ପ ନୋକିଆର ଚେନ୍ନାଇ ୟୁନିଟକୁ କ୍ରୟ କରିଛି। ଏହି ଡିଲ୍‌ ନେଇ ଉଭୟ କମ୍ପାନୀ ସ୍ପଷ୍ଟ କରିଛନ୍ତି।...

୪ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୨୧-୧୦: ଚଳିତ ସପ୍ତାହରେ ଦେଶର ବିଭିନ୍ନ ପ୍ରାନ୍ତରେ ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ବ୍ୟାଙ୍କ ଧର୍ମଘଟ ଏବଂ ବିଧାନ ସଭା ନିର୍ବାଚନ ରହୁଥିବା ମହାରାଷ୍ଟ୍ର...

ଏସ୍‌ପ୍ଲାନେଡ ଓ୍ବାନ ପାଳିଲା ପ୍ରଥମବର୍ଷ ପୂର୍ତ୍ତି

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଏସ୍‌ପ୍ଲାନେଡ ଓ୍ବାନ ମଲ୍‌ ପକ୍ଷରୁ ପ୍ରଥମ ବର୍ଷ ପୂର୍ତ୍ତି ଏବଂ ବାହୁଡା ଯାତ୍ରା ମଲ୍‌ ପରିସରରେ ପାଳିତ ହୋଇଯାଇଛି। ଏହା ସହ କେକ୍‌ କାଟି...

ଅକ୍ଟୋବରରେ ୨.୫୨ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ

ମୁମ୍ବାଇ,୨୨-୧୧-ଅକ୍ଟୋବର ମାସରେ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ୨.୫୨ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି। ପାର୍ବଣ ସମୟ ଲାଗି ଏହି ଋଣ ପ୍ରଦାନ କରାଯାଇଥିବା...

ଜେଟ୍‌ ଏୟାରଓ୍ବେଜର ନିୟନ୍ତ୍ରଣ ନେବାକୁ ଅଣ୍ଟା ଭିଡ଼ିଲେ କର୍ମଚାରୀ

ନୂଆଦିଲ୍ଲୀ,୩୦-୪: ବୁଡ଼ି ଯାଇଥିବା ଏୟାରଲାଇନ କମ୍ପାନୀ ଜେଟ୍‌ ଏୟାରଓ୍ବେଜକୁ ପୁନର୍ବାର ଛିଡା କରିବା ଲାଗି ଏବେ କର୍ମଚାରୀମାନେ ଅଣ୍ଟା ଭିଡ଼ିଛନ୍ତି। ବାହାର ନିବେଶକଙ୍କଠାରୁ ୩ ହଜାର...

ତୃତୀୟ ସର୍ବବୃହତ୍ତ ମାର୍କେଟ ପ୍ଲେସ ହେଲା ସ୍ନାପଡିଲ୍‌

ନୂଆଦିଲ୍ଲୀ,୨୩-୧୦: ଇ-କମର୍ସ କମ୍ପାନୀ ସ୍ନାପଡିଲ କଞ୍ଜ୍ୟୁମର ଟ୍ରାଫିକରେ ଦେଶର ତୃତୀୟ ସର୍ବବୃହତ୍ତ ମାର୍କେଟ ପ୍ଲେସ ହୋଇ ପାରିଛି। ଏ କ୍ଷେତ୍ରରେ ଆମାଜନ ପ୍ରଥମ ସ୍ଥାନରେ ରହିଥିବା...

Leave a comment

Your email address will not be published. Required fields are marked *