Posted inଖେଳ

ସମସ୍ତ ପ୍ରକାର କ୍ରିକେଟ୍‌ରୁ ଡୁମିନିଙ୍କ ଅବସର

କେପ୍‌ ଟାଉନ, ୧୪।୧- ପୂର୍ବତନ ଦକ୍ଷିଣ ଆଫ୍ରିକା ଅଲ୍‌ରାଉଣ୍ଡ ଜେପି ଡୁମିନି ସୋମବାର ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୨୦୧୭ରେ ଟେଷ୍ଟରୁ ଅବସର ନେଇଥିବା ଡୁମିନି ଗତ ବର୍ଷ ଆଇସିସି ବିଶ୍ୱକପ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲ୍‌ବିଦା କରିଥିଲେ। କିନ୍ତୁ ଏହି ବାମହାତୀ ବ୍ୟାଟ୍ସମ୍ୟାନ ବିଭିନ୍ନ ଦେଶରେ ଅନୁଷ୍ଠିତ ଟି୨୦ ଲିଗ୍‌ରେ ନିଜକୁ ସାମିଲ ରଖିଥିଲେ। ୩୫ ବର୍ଷୀୟ ଡୁମିନି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ଠାରୁ ଆରମ୍ଭ କରି କାରିବୀୟନ ପ୍ରିମିୟର ଲିଗ୍‌, ପାକିସ୍ତାନ ସୁପର୍‌ ଲିଗ୍‌, ବିଗ୍‌ ବାସ୍‌ ଲିଗ୍‌, ଗ୍ଲୋବାଲ ଟି୨୦ ଲିଗ୍‌ ପରି ବିଶ୍ୱର ୧୪ଟି ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି। ଅବସର ପଛରେ ଇଚ୍ଛାଶକ୍ତି କମ୍‌ ଥିବା ଡୁମିନି କହିଛନ୍ତି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଡୁମିନି ୪୬ ଟେଷ୍ଟ, ୧୯୯ ଦିନିକିଆ ଓ ୮୧ ଟି୨୦ ମ୍ୟାଚ୍‌ ଖେଳି ଯଥାକ୍ରମେ ୨୧୦୩, ୫୧୧୭ ଓ ୧୯୩୪ ରନ ସଂଗ୍ରହ କରିଛନ୍ତି। ସେହିଭଳି ସେ ବିଶ୍ୱର ବିଭିନ୍ନ ଲିଗ୍‌ରେ ୯୧ ମ୍ୟାଚ୍‌ ଖେଳିଛନ୍ତି।


All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆକୁ ବଡ଼ ଆଶ୍ୱସ୍ତି

ଲଣ୍ଡନ,୨୫।୫- ଭାରତୀୟ ଦଳକୁ ଶନିବାର ବଡ଼ ଆଶ୍ୱସ୍ତି ମିଳିଛି। ଭାରତୀୟ ଅଲ୍‌ରାଉଣ୍ଡର ବିଜୟ ଶଙ୍କରଙ୍କ ଆହତ ସମସ୍ୟା ଗୁରୁତର ନୁହେଁ। ତାଙ୍କ ରିଷ୍ଟର ସ୍କାନ କରାଯିବା...

ଅଲ ଓଡ଼ିଶା ବିଲିୟାଡର୍‌ସ, ସ୍ନୁକର: ସୁବ୍ରତ-କୁନାଲ ଫାଇନାଲ

ଭୁବନେଶ୍ୱର, ୨୧।୧୧(କ୍ରୀଡ଼ା ପ୍ରତିନିଧି)- ବିଲିୟାର୍ଡସ ଆଣ୍ଡ ସ୍ନୁକର ଆସୋସିଏଶନ ଅଫ ଓଡ଼ିଶା(ବିଏସ୍‌ଏଓ) ଓ ଓଡ଼ିଶା ମାଇନିଂ କର୍ପୋରେଶନର ମିଳିତ ଆନୁକୂଲ୍ୟରେ କଟକ କ୍ଲବଠାରେ ଚାଲିଥିବା ୨୬ତମ...

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ବର୍ଷା ସାଜିପାରେ ବାଧକ

ନଟ୍ଟିଂହାମ, ୧୧।୬(ପି.ଟି.)- ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ଆଇସିସି ବିଶ୍ୱକପ୍‌ରେ ଏହାର ପରବର୍ତ୍ତୀ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଭେଟିବ। ଏହି ମ୍ୟାଚ୍‌ ଗୁରୁବାର ଟ୍ରେଣ୍ଟବ୍ରିଜଠାରେ...

୪୦ ଶତକ ଲଗାଇବାରେ କୋହଲି ପ୍ରଥମ ଭାରତୀୟ ଅଧିନାୟକ

ପୁଣେ,୧୧।୧୦: ଭାରତୀୟ ଅଧିନାୟକ ବିରାଟ କୋହଲି ଶୁକ୍ରବାର କ୍ୟାରିୟରରେ ସଫଳତାର ଆଉ ଏକ ଫଦ୍ଦର୍ଦ୍ଦ ଯୋଡ଼ିଛନ୍ତି। ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବର୍ଷେ ପରେ ଟୋକିଓ ଅଲିମ୍ପିକ୍ସ: ପଦକ ଉନ୍ମୋଚିତ

ଟୋକିଓ,୨୫।୭(ପି.ଟି.)- ୨୦୨୦ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ଗୋଟିଏ ବର୍ଷ ବାକି ରହିଛି। ଏହି ଅବଗଣନା ଆରମ୍ଭ କରିବା ଅବସରରେ ଅଲିମ୍ପିକ୍ସର ସ୍ବର୍ଣ୍ଣ, ରୌପ୍ୟ...

ଜାତୀୟ ସିନିୟର ୫-ଏ-ସାଇଡ୍‌ ହକି: ହରିୟାଣା ଚାମ୍ପିୟନ

ଭୁବନେଶ୍ୱର, ୨୭।୯(କ୍ରୀଡ଼ା ପ୍ରତିନିଧି)- କାନପୁରର ଗ୍ରୀନ୍‌ ପାର୍କ ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ ୫-ଏ-ସାଇଡ୍‌ ହକି (ମିଳିତ ମହିଳା-ପୁରୁଷ) ପ୍ରଦର୍ଶନୀ ଟୁର୍ନାମେଣ୍ଟର ସେମିଫାଇନାଲରେ ଓଡ଼ିଶା ପରାଜିତ ହୋଇଛି।...

ଆଂଶିକାଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୭।୧୦(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ରିଲିଆନ୍ସ ଫାଉଣ୍ଡେଶନ ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ପ୍ରତିଭା ଅନ୍ବେଷଣ ଏବଂ ଦୌଡ଼କୁଦ ପ୍ରତିଯୋଗିତାର ଜୁନିୟର ବାଳିକା ଶଟ୍‌ପୁଟ୍‌ ଇଭେଣ୍ଟରେ...

ୟୁଜବେନ୍ଦ୍ରଙ୍କୁ ୪, ରୋହିତଙ୍କ ଶତକ: ଭାରତ ବିଜୟୀ

ସାଉଥାମ୍ପଟନ, ୬।୬- ବୋଲରଙ୍କ ଚମତ୍କାର ପ୍ରଦର୍ଶନ ପରେ ରୋହିତ ଶର୍ମାଙ୍କ ଶତକ ବଳରେ ଭାରତ ବୁଧବାର ଅନୁଷ୍ଠିତ ଆଇସିସି ବିଶ୍ୱକପ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୬...

Leave a comment

Your email address will not be published. Required fields are marked *