ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗରେ ଜେଲ୍‌ ଗଲେ ସ୍ବାମୀ

ରୂପ୍‌ସା,୧୩।୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରସଲପୁର ପଞ୍ଚାୟତ ବଡ଼ଧନାଡ଼ି ଗ୍ରାମର ସଞ୍ଜୁ ତରେଇ ନାମ୍ନୀ ମହିଳାଙ୍କୁ ହତ୍ୟା ଅଭିଯୋଗରେ ବସ୍ତା ପୋଲିସ ତାଙ୍କ ସ୍ବାମୀ ଶଙ୍କର ତରେଇଙ୍କୁ ରବିବାର ଗିରଫ କରିଛି। ସଞ୍ଜୁଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା (ନଂ. ୧୦/୨୦) ରୁଜୁ କରି ତଦନ୍ତ ଜାରି ରଖିଥିଲା। ମହିଳା ଜଣକ ଫାଶୀ ଦେଇ ଆମତ୍ହତ୍ୟା କରିଥିବା ପରିବାର ଲୋକେ କହୁଥିବା ବେଳେ ମୃତକଙ୍କ ଭାଇ ସଦର ଥାନା ବେଳଦା ଗ୍ରାମର ରାଜେନ୍ଦ୍ର ମାଝି ତାଙ୍କ ଭଉଣୀଙ୍କୁ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ କହିଛନ୍ତି। ଗିରଫ ଅଭିଯୁକ୍ତ ଶଙ୍କରଙ୍କୁ କୋର୍ଟଚାଲାଣ କରାଯାଉଛି।


All Right Reserved By Dharitri.Com

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ ସନ୍ଦେହଜନକ ମୃତ୍ୟୁ

ଧର୍ମଶାଳା,୧୭।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକର ଗ୍ରାମସେବିକା ତଥା ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ବୁଧବାର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସ୍ଥାନୀୟ...

ସମ୍ମାନିତ ହେଲେ କରୋନା ଯୋଦ୍ଧା

କାମାକ୍ଷାନଗର, ୧୧।୫(ଡି.ଏନ.ଏ.) କାମାକ୍ଷାନଗରର ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପିପୁଲ୍ସ ଫର୍‌ ସ୍ମାଇଲ’ ପକ୍ଷରୁ ରବିବାର କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କରୋନା ସଙ୍କଟ ସମୟରେ ସ୍ବାସ୍ଥ୍ୟ ବିଭାଗ,...

ଲୁଣା ନଦୀରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର

ମାର୍ଶାଘାଇ,୨୬।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା କୁଆଁରପାଳ ନିକଟ ଲୁଣା ନଦୀରେ ଗୁରୁବାର ଜଣେ ଅଜଣା ଯୁବତୀଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ଖବର ପାଇ ମାର୍ଶାଘାଇ...

ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ରୂପ୍‌ସା/ବସ୍ତା, ୧୮।୧୦(ଡି.ଏନ.ଏ./ସ୍ବ.ପ୍ର.)-ବାଲେଶ୍ୱର ସଦର ବ୍ଲକ ସାର୍ଥା ବଜାରରେ ଥିବା ଏଟିଏମ୍‌କୁ ଦୁର୍ବୃତ୍ତମାନେ ଗୁରୁବାର ରାତିରେ ଭାଙ୍ଗି ଲୁଟ୍‌ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ...

ମଦ ବିରୋଧରେ ତାତିଲେ ମହିଳା

ଲୋଇସିଂହା,୨୫।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁର୍ଡା ଗ୍ରାମର ମହିଳାମାନେ ସଟ୍ଟା ଏବଂ ମଦ ବିରୋଧୀ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ଗୁରୁବାର ବୁର୍ଡା-ସୋନପୁର ରାସ୍ତାରେ...

ବନବିଭାଗ ପକ୍ଷରୁ ଚଢ଼ାଉ: ଶାଳକାଠ ବୋଝେଇ ଅଟୋରିକ୍ସା ଜବତ, ଚାଳକ ଫେରାର

କେନ୍ଦୁଝର, ୨୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବନ୍ୟପ୍ରାଣୀ ବନ ଖଣ୍ଡ ଅଧୀନ ଦେଓଗାଁ ରେଞ୍ଜ ଭଗାମୁଣ୍ଡା ଗ୍ରାମ ମେଡିକାଲ ନିକଟରୁ ରବିବାର ରାତିରେ ହରିଚନ୍ଦନପୁର ଓ...

ଗଁ। ମୁଣ୍ଡରେ ସଚେତନ କଲେ ଯୁବଗୋଷ୍ଠୀ

କେନ୍ଦୁଝର, ୨୬ା୩(ନରେଶ ପଟ୍ଟନାୟକ)-କରୋନା ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ ଘୋଷଣା ପରେ ସବୁଠି କଟକଣା ଲାଗୁ ହୋଇଛି। ପୋଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି।...

ସ୍ବାଗତ ପାଇଁ ଖରାରେ ଛିଡାହେଲେ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୧୯।୧୦(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ କୋଠାକୁ ଶୁକ୍ରବାର କନ୍ଧମାଳ ଏମ୍‌ପି ଡ.ଅଚ୍ୟୁତାନନ୍ଦ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ...

Leave a comment

Your email address will not be published. Required fields are marked *