ସିଆରଜେଡ଼ ଜନଅଭିଯୋଗ ଶୁଣାଣି: ଆସିଲେନି ବିଭାଗୀୟ ଅଧିକାରୀ, ତହସିଲଦାର ହଟହଟା

ବାଲିଆପାଳ,୧୩।୧(ସ୍ବ.ପ୍ର.)-ସାମୁଦ୍ରିକ ତଟବର୍ତ୍ତୀ ପରିଚାଳନା ଜୋନ (ସିଆରଜେଡ୍‌)ର ପ୍ରସ୍ତାବିତ ନକ୍ସା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଏବଂ ଲୋକଙ୍କଠାରୁ ଅଭିଯୋଗ ଶୁଣିବା ପାଇଁ ବାଲିଆପାଳ ତହସିଲଦାର ସୋମବାର ତାରିଖ ଧାର୍ଯ୍ୟ କରିବା ସହିତ ସର୍ବସାଧାରଣଙ୍କୁ ନୋଟିସ ଦେଇଥିଲେ। ଏହି ଶିବିରକୁ ବିଭିନ୍ନ ବିଭାଗର ଅଧିକାରୀମାନେ ନ ଆସିବାରୁ ବାଲିଆପାଳ ତହସିଲଦାର ସମ୍ମିତା ମୁର୍ମୁଙ୍କୁ ସାଧାରଣରେ ହଟହଟା ହେବାକୁ ପଡ଼ିଛି। ଅପରପକ୍ଷରେ ସିଆରଜେଡ଼ ପରିଚାଳନା ଏବଂ ନକ୍ସା ପ୍ରସ୍ତୁତକୁ ବିରୋଧ କରି ଉପକୂଳ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ଏହାର ପ୍ରତିବାଦ କରାଯାଇ ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
କେନ୍ଦ୍ରର ସିଆରଜେଡ଼ ନିର୍ଦ୍ଦେଶାବଳୀ ଅନୁଯାୟୀ ଓଡ଼ିଶା ସରକାରଙ୍କ ଜଙ୍ଗଲ ଏବଂ ପରିବେଶ ବିଭାଗ ପକ୍ଷରୁ ସମଗ୍ର ରାଜ୍ୟରେ କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟ ପ୍ଲାନ ମ୍ୟାପ ପ୍ରସ୍ତୁତ କରାଯାଇଛି। ଜିଲାସ୍ତରରେ ଏ ସମ୍ପର୍କରେ ଆଲୋଚନା କରାଯିବା ପରେ ତହସିଲସ୍ତରରେ ସମ୍ମୁଖ କୂଳବର୍ତ୍ତୀ ଚଉମୁଖ, ଡଗରା, ବେତଗଡ଼ିଆ, ଅଳାଡ଼ିହା, ନୂଆଗାଁ ଜମ୍ଭୀରାଇ ପଞ୍ଚାୟତବାସୀଙ୍କୁ ଅବଗତ କରାଇବା ଏବଂ ସେମାନଙ୍କର ମତାମତ ନେବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବାଲିଆପାଳ ତହସିଲଦାର ଜାନୁୟାରୀ ୧୩ ତାରିଖକୁ ଦିନଧାର୍ଯ୍ୟ କରିବା ସହିତ ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ଏବଂ ଜନସାଧାରଣଙ୍କୁ ନୋଟିସ ଦେଇଥିଲେ। ଏହି ଜନଶୁଣାଣି ଶିବିରରେ ବାଲିଆପାଳ ବିଡ଼ିଓ, ବନଖଣ୍ଡ ଅଧିକାରୀ, ଜିଲା ମତ୍ସ୍ୟ ଅଧିକାରୀ ଏବଂ ଜିଲା ପର୍ଯ୍ୟଟନ ଅଧିକାରୀ ଉପସ୍ଥିତ ରହି ଜନସାଧରଣଙ୍କ ମତାମତ ଗ୍ରହଣ କରିବାର ଥିଲା। ସୋମବାର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତରୁ ୨ ହଜାରରୁ ଅଧିକ ଲୋକ ତହସିଲ ଆସିଥିଲେ ମଧ୍ୟ କୌଣସି ଅଧିକାରୀଙ୍କ ଦେଖା ନ ଥିଲା। ଅପରପକ୍ଷରେ ବାଲିଆପାଳର ଭାରପ୍ରାପ୍ତ ତହସିଲଦାର ସମ୍ମିତା ମୁର୍ମୁ ଜନସାଧରଣଙ୍କ ପ୍ରଶ୍ନର ଉତ୍ତର ଦେଇପାରି ନ ଥିଲେ। ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପରେ ଭିଟାମାଟି ସୁରକ୍ଷା କମିଟିର ଉପଦେଷ୍ଟା ଅରୁଣ ଜେନାଙ୍କ ନେତୃତ୍ୱରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ଲୋକମାନେ ଏକ ଶୋଭାଯାତ୍ରାରେ ଆସି ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଆଜିର ଜନଶୁଣାକୁ ବାତିଲ କରିବାକୁ ଦାବି କରି ଦାବିପତ୍ର ପ୍ରଦାନ କରିଥିଲେ।
ଏ ସମ୍ପର୍କରେ ବାଲିଆପାଳର ଭାରପ୍ରାପ୍ତ ତହସିଲଦାରଙ୍କୁ ପଚାରିବାରୁ ସେ ଆଜିର ଘଟଣା ଏବଂ ଅନୁପସ୍ଥିତ ଥିବା ଅଧିକାରୀଙ୍କ ସମ୍ପର୍କରେ ଜିଲା କାର୍ଯ୍ୟାଳୟକୁ ଜଣାଇବେ ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟପନ୍ଥା ନିଆଯିବ ବୋଲି ପ୍ରକାଶ କରିଛନ୍ତି।


All Right Reserved By Dharitri.Com

୧୭ରୁ ଆଲୁମିନିୟମ ନଗରୀରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା: ୭ ଦିନ ଧରି ଚାଲିବ, ପଡ଼ିବ ୨୪୦ ଷ୍ଟଲ

ଅନୁଗୋଳ ଅଫିସ, ୧୩।୯-ଆସନ୍ତା ୧୭ ତାରିଖ ବିଶ୍ୱକର୍ମା ପୂଜା ଅବସରରେ ଅନୁଗୋଳ ଜିଲାର ଆଲୁମିନିୟମ ନଗରୀରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳାର ଆୟୋଜନ କରାଯିବ। ୨୩ ତାରିଖ...

ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ, ଆନ୍ଦୋଳନ ଡାକରା

ବ୍ରହ୍ମପୁର ଅଫିସ୍‌,୩ା୯-ଫୋରମ୍‌ ଫର୍‌ ଗଞ୍ଜାମର ଏକ ସାଧାରଣ ବୈଠକ ଆର୍ଯ୍ୟଭଟ୍ଟ ଫାଉଣ୍ଡେଶନ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନ ସଂଯୋଜକ ସୁଧୀର କୁମାର ରାଉତ ଏଥିରେ ଅଧ୍ୟକ୍ଷତା...

ପାରିବାରିକ କଳହର ଦୁଃଖଦ ପରିଣତି: ପଥରରେ କଚାଡ଼ି ୧୮ ବର୍ଷର ଯୁବକଙ୍କୁ ହତ୍ୟା

ଝୁମ୍ପୁରା, ୨।୯ (ଡି.ଏନ.ଏ.)- କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ମଲଦା ପଞ୍ଚାୟତର ବଳଭଦ୍ରପୁର ଗ୍ରାମରେ ୧୮ ବର୍ଷର ଜଣେ ଯୁବକଙ୍କୁ ରବିବାର ଅପରାହ୍ନରେ ପଥରରେ...

ନାବାଳିକାଙ୍କୁ ଗର୍ଭବତୀ କରିବା ମାମଲା: ୨୦ ବର୍ଷ ଜେଲ୍‌

ଅନୁଗୋଳ ଅଫିସ, ୨୨।୧୨- ଅନୁଗୋଳ ଜିଲା ବଅଁରପାଳ ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ଗର୍ଭବତୀ କରିବା ମାମଲାର ବିଚାର କରି ଶନିବାର ଅତିରିକ୍ତ ଜିଲା ଓ...

ବୌଦ୍ଧ ବିହାର ରତ୍ନଗିରି ଅସୁରକ୍ଷିତ: ସୁରକ୍ଷା ନାଁରେ କୋଟିକୋଟି ଟଙ୍କା ହରିଲୁଟ୍‌

ବରୀ,୧୨।୯ (ସ୍ବ.ପ୍ର): ଯାଜପୁର ଜିଲା ବରୀ ବ୍ଲକ ଅଧୀନ ବିଶ୍ୱ ପ୍ରସିଦ୍ଧ ବୌଦ୍ଧ ବିହାର ରତ୍ନଗିରି ପାହାଡ଼ ଅସୁରକ୍ଷିତ ହୋଇପଡ଼ିଛି। ଏହାର ସୁରକ୍ଷା ପାଇଁ ଆସୁଥିବା...

ପରୀକ୍ଷା ହଲ୍‌ରୁ ମିଳିଲା ମୋବାଇଲ

ପରଜଙ୍ଗ, ୨୭।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁଆଳୋସ୍ଥିତ ଅଷ୍ଟଶମ୍ଭୁ ବିଦ୍ୟାନିକେତନ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ବୁଧବାର ଏକ ମୋବାଇଲ ଫୋନ୍‌ ଜବତ ହେବା...

ଗ୍ରାମବାସୀଙ୍କୁ ଭୟଭୀତ କରିବା ମହଙ୍ଗା ପଡ଼ିଲା: ଯୁବକ ଗିରଫ, ଦେଶୀ ବନ୍ଧୁକ ଜବତ

ପଦ୍ମପୁର,୩୦।୮(ଡି.ଏନ୍‌.ଏ.): ବରଗଡ଼ ଜିଲା ଜମଲା ଗ୍ରାମର ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଗ୍ରାମବାସୀଙ୍କୁ ଭୟଭୀତ କରାଇବା ମହଙ୍ଗା ପଡ଼ିଛି। ପଦ୍ମପୁର ଥାନା ପୋଲିସ ଯୁବକଙ୍କ ଘରେ...

ମା’-ବାପାଙ୍କ ମୃତ୍ୟୁ ପରେ ଭଉଣୀ ଭାଇ ବେସାହାରା

ଦଶମନ୍ତପୁର,୧୪।୩(ଡି.ଏନ୍‌.ଏ.)ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତ ଅଙ୍ଗାରଗୁଡ଼ାରେ ଦୁଇ ଭଉଣୀ, ଭାଇ ମା’-ବାପାଙ୍କ ମୃତ୍ୟୁ ପରେ ଏବେ ବେସାହାରା ହୋଇପଡ଼ିଛନ୍ତି। ସେମାନେ ହେଲେ ମୃତ ଲିମଦାଶ ଜାନୀ...

Leave a comment

Your email address will not be published. Required fields are marked *