Posted inଫୁରସତ

ଯେଉଁଠି ରାତିରେ ବିବାହ ମନା

ସାଧାରଣତଃ ଭାରତର ଅଧିକାଂଶ ସ୍ଥାନରେ ରାତିରେ ବାହାଘର ହେବାର ପରମ୍ପରା ରହିଛି। ହେଲେ ଉତ୍ତର ପ୍ରଦେଶର ଗାଜିଆବାଦରେ ଏଥିରେ ଦେଖାଯାଏ କିଛି ବ୍ୟତିକ୍ରମ। ଏଠାକାର ଲୋକେ ବିବାହ ଉତ୍ସବକୁ ଏକ ନିଆରା ଢଙ୍ଗରେ ପାଳନ କରିଥାନ୍ତି। ଏଠାରେ ବିବାହ ରାତିରେ ନ କରାଯାଇ ସାଧାରଣତଃ ଦିନରେ କରାଯାଇଥାଏ। ଏଠାକାର ଲୋକଙ୍କ କହିବା କଥା ହେଲା ବିବାହ ଭଳି ଉତ୍ସବରେ ବହୁ ପରିମାଣ ଅର୍ଥ ଖର୍ଚ୍ଚ ହୋଇଥାଏ। ତେଣୁ ଏହି ଉତ୍ସବରେ ହେଉଥିବା କିଛି ଅଯଥା ଖର୍ଚ୍ଚକୁ କାଟିବାକୁ ଯାଇ ଏମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି। ରାତିରେ ବିବାହ କରାଗଲେ ଅଯଥାରେ ଲାଇଟ୍‌, ବାଣ , ଜେନେରେଟର ଆଦି ଖର୍ଚ୍ଚ ହୋଇଥାଏ। ଯଦି ଏହି ବିବାହ ଦିନରେ କରାଯାଏ ତେବେ ଏସବୁ ଖର୍ଚ୍ଚକୁ ସହଜରେ ଏଡାଇ ଦେଇହେବ। ତେଣୁ ଗତ ବର୍ଷେ ହେବ ଏଠାରେ ସମସ୍ତ ବିବାହ କାର୍ଯ୍ୟ ଦିନରେ ସମ୍ପନ୍ନ କରାଯାଉଛି। ବର ଦିନରେ ଆସିବା ସହ ବିବାହ ସାରି ସନ୍ଧ୍ୟାସୁଦ୍ଧା କନ୍ୟା ଶାଶୁଘରକୁ ବିଦା ହୋଇ ଯାଉଛନ୍ତି।


All Right Reserved By Dharitri.Com

ଜୁଆର ଆସିଲେ ବନ୍ଦ ହୋଇଯାଏ ଏୟାରପୋର୍ଟ, ଜାଣନ୍ତୁ କେଉଁଠି

ବିଶ୍ୱରେ ଏମିତି ଏକ ଏୟାରପୋର୍ଟ ରହିଛି, ଯେଉଁଠି ରନ୍‌ଓ୍ବେ ନାହିଁ। ମହାସାଗର କୂଳରେ ଅବତରଣ କରିଥାଏ ବିମାନ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ଏକ...

ପ୍ରଥମେ ଏହି ବହିର ହୋଇଥିଲା କପିରାଇଟ୍‌

ଜଣେ ଲେଖକଙ୍କ କାହାଣୀଙ୍କୁ କେହି କପି କରୁଥିଲେ ଏହାକୁ କେମିତି ରୋକାଯାଇ ପାରିବ ଆସନ୍ତୁ ଜାଣିବା ଏ ସମ୍ପର୍କରେ… ପ୍ରଥମେ କେଉଁ ଦେଶରେ ଲାଗୁ କରାଯାଇଥିଲା...

ହ୍ୟାରିପୋଟର୍‌ ଝାଡୁ

ହ୍ୟାରିପୋଟର୍‌ ଚଳଚ୍ଚିତ୍ର ଯେଉଁମାନେ ଦେଖିଛନ୍ତି ସେମାନେ ନିଶ୍ଚିତଭାବେ ଦେଖିଥିବେ ହ୍ୟାରିପୋଟର୍‌ ଏକ ଯାଦୁ ଝାଡୁ ଉପରେ ବସି କିଭଳି ଉଡି ବୁଲୁଥିଲେ। ଅନେକ ପାଶ୍ଚାତ୍ୟ କାହାଣୀରେ...

ବିଦେଶରେ ରହିଛି ଅଜବ ନିୟମ, ଯିବା ପୂର୍ବରୁ ଜାଣନ୍ତୁ ଏ ସମ୍ପର୍କରେ…

ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ଶାନ୍ତିରେ କଟାଇବା ପାଇଁ ଲୋକେ ବାହାରେ ବୁଲାବୁଲି କରିବାକୁ ପସନ୍ଦ କରିଥା’ନ୍ତି। କିନ୍ତୁ ଯେଉଁ ସ୍ଥାନକୁ ବୁଲିବାକୁ ଯିବେ ସେଠାକାର...

ଏମିତି ରେଷ୍ଟୁରାଣ୍ଟ, ଯେଉଁଠି ଗ୍ରାହକଙ୍କୁ ପିଇବାକୁ ଦିଆଯାଏ ଟଏଲେଟ୍‌ ପାଣି

ଶୀର୍ଷକଟି ପଢ଼ି ଆଶ୍ଚର୍ଯ୍ୟ ହୋଇଥିବେ ନିଶ୍ଚୟ। ତେବେ କଥାଟି ସତ। ବିଶ୍ୱରେ ଏମିତି ଏକ ରେଷ୍ଟୁରାଣ୍ଟ ରହିଛି ଯେଉଁଠାରେ ଗ୍ରାହକମାନଙ୍କୁ ଟଏଲେଟ୍‌ ପାଣି ପିଇବାକୁ ଦିଆଯାଏ।...

ଚାଲିଛି ଭୂତ ଓ ସାପ ନାଁରେ ସ୍କୁଲ

କୋଲକାତା: ଭୂତ ଓ ସାପ ଭଳି ଅଜବ ନାମରେ ଚାଲୁଥିବା ସ୍କୁଲକୁ ପିଲା ଯାଉଛନ୍ତି। ଅଭିଭାବକମାନେ ବି ପିଲା ପଠାଉଛନ୍ତି। ପଶ୍ଚିମବଙ୍ଗର ନଦିୟା ଜିଲାରେ ଚାଲିଛି...

ଦୀପାବଳିରେ କାହିଁକି ଲଗାଯାଏ କଳା ଟିକା

ପ୍ରତିବର୍ଷ କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଦୀପାବଳି ପର୍ବ ପାଳନ କରାଯାଏ। ଚଳିତବର୍ଷ ମାତ୍ର ଗୋଟିଏ ଦିନ ପରେ ଅର୍ଥାତ୍‌ ୨୭ ତାରିଖ ରବିବାର...

ପୋଷା କୁକୁରଙ୍କ ପାଇଁ ‘ଡଗ୍‌ବ୍ରେଲା’

ବର୍ଷାର ସାଥୀ ଛତା। ଏହା କାହିଁ କେଉଁ କାଳରୁ ମଣିଷକୁ ଓଦା ହେବାରୁ ବଞ୍ଚାଇ ଆସୁଛି। ହେଲେ ପ୍ରାଣୀମାନଙ୍କୁ ସେମିତି ଭିଜିବାକୁ ହୁଏ ବର୍ଷାରେ ଅବା...

Leave a comment

Your email address will not be published. Required fields are marked *