Posted inଫୁରସତ

ପ୍ରସବ ଯନ୍ତ୍ରଣା ଅସହ୍ୟ ହେବାରୁ ୪ କିଲୋମିଟର ବରଫରେ ଚାଲିଲେ ଗର୍ଭବତୀ

ହିମାଚଳପ୍ରଦେଶ: ଜଣେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣା ସହି ନ ପାରି ୪ କିଲୋମିଟର ବରଫରେ ଚାଲି ହସ୍ପିଟାଲରେ ପହଞ୍ଚିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତୀର୍ଥନ ଘାଟି ନୋହାଣ୍ଡା ପଞ୍ଚାୟତ ଝଲେରି ଗାଁର ସଞ୍ଜୁଙ୍କ କ୍ଷେତ୍ରରେ ଏପରି ଘଟିଛି। ରାସ୍ତାରେ ଏତେ ବରଫ ପଡ଼ିଥିଲା କି ଘରୁ ବାହାରିବା କଷ୍ଟକର ଥିଲା। ମାତ୍ର ସଞ୍ଜୁଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ସେ ସ୍ବାମୀ ରୋଶନ୍‌ ଲାଲ୍‌ ଏବଂ ଶାଶୁଙ୍କ ସହ ସ୍ଥାନୀୟ ହସ୍ପିଟାଲକୁ ଯାଇଥିଲେ। ସେଠାରେ ଡାକ୍ତର ନ ଥିଲେ କି କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନ ଥିଲା। ଫଳରେ ସେଠାରୁ ୪ କିଲୋମିଟର ଦୂର ସେଗୁଶୈଣୀ ପିଏଚ୍‌ସିକୁ ଯାଇଥିଲେ।

ରୋଶନ୍‌ଲାଲ୍‌ କୁହନ୍ତି, ତାଙ୍କ ସ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଏତେ ବିଗିଡ଼ିବାରେ ଲାଗିଲା ଯେ କୌଣସି ଗାଡ଼ିମଟରକୁ ଅପେକ୍ଷା ନ କରି ତାଙ୍କୁ ଚଲାଇ ଚଲାଇ ନେବାକୁ ପଡ଼ିଲା। ବରଫରେ ସଞ୍ଜୁଙ୍କ ପାଦ ଖସି ଯାଉଥାଏ କିନ୍ତୁ ଶାଶୁ ଏବଂ ସ୍ବାମୀ ଦୁଇ ହାତ ଧରି ନେଇଥିଲେ। ଏହି ଘଟଣା ପରେ ତାଙ୍କ ସମ୍ପର୍କୀୟମାନେ ଅସନ୍ତୋଷ ପ୍ରକାଶ କରିବା ସହ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।


All Right Reserved By Dharitri.Com

ବ୍ୟକ୍ତିତ୍ୱ: ଅନ୍ତର୍ଜାତୀୟ ସୁପରଷ୍ଟାର ଏମା ଓ୍ବାଟ୍‌ସନ୍‌

ଇଣ୍ଟରନ୍ୟାଶନାଲ ସୁପରଷ୍ଟାର ବା ଅନ୍ତର୍ଜାତୀୟ ସୁପରଷ୍ଟାର। ଅତି କମ୍‌ ବୟସରେ ଏଭଳି ଏକ ମୁକୁଟ ପିନ୍ଧିବାର ସଫଳ ହୋଇଛନ୍ତି ସେ। ଏକ ପରିସଂଖ୍ୟାନ ଅନୁଯାୟୀ ସେ...

ସଂଖ୍ୟାଲଘୁଙ୍କ ଏକତା ହିଁ ଦେଶର ଶକ୍ତି

ନୂଆଦିଲ୍ଲୀ: ସଂଖ୍ୟାଲଘୁ ଅଧିକାର ଦିବସ ପ୍ରତିବର୍ଷ ୧୮ ଡିସେମ୍ବରରେ ପାଳନ କରାଯାଉଛି। ଭାରତରେ ସଂଖ୍ୟାଲଘୁମାନଙ୍କର ଅଧିକାରକୁ ଲୋକଲୋଚନକୁ ଆଣିବା ସହ ଏସମ୍ପର୍କରେ ସଚେତନତା ସୃଷ୍ଟିକରିବା ଏହି...

ମଣିଷ ପରି ଦେଖାଯାଉଥିବା କୁକୁର: ସୋସିଆଲ ମିଡିଆରେ ଫଟୋ ଭାଇରାଲ

ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ବିଭିନ୍ନ ପ୍ରଜାତିର କୁକୁର ଦେଖିଛେ, ଯାହାର ନିଜର ଏକ ସ୍ବତନ୍ତ୍ରତା ମଧ୍ୟ ରହିଥାଏ। ହେଲେ ଏମିତି ଏକ କୁକୁର ରହିଛି, ଯାହା...

ପ୍ରଥମ ଦେଖାର ୪ଘଣ୍ଟା ମଧ୍ୟରେ ଦୁର୍ଗାମଣ୍ଡପରେ ବିବାହ କଲେ ପ୍ରେମୀଯୁଗଳ

ଝିଅ ପୁଅଙ୍କ ବିବାହ ପୂର୍ବରୁ ହିଁ ସ୍ବର୍ଗରେ ନିଷ୍ପତ୍ତି ହୋଇଥାଏ। ବିଶ୍ୱରେ କାହା ପାଇଁ କିଏ ନା କିଏ ନିଶ୍ଚୟ ଗଢ଼ା ହୋଇଛି। ଖାଲି ସମୟ...

ପବିତ୍ର ପୀଠ ସାଗର ଶ୍ରୀକ୍ଷେତ୍ର

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ବଡ଼ ବିଚିତ୍ର। ସେ ହିଁ ସର୍ବତ୍ର ବିଦ୍ୟମାନ। ନୀଳକନ୍ଦରର ଅନତି ଦୂରରେ ମହାପ୍ରଭୁଙ୍କର ଚରଣାରବିନ୍ଦକୁ ଧୋଇ ନାଚି ଉଠୁଥିବା ମହୋଦଧି(ବଙ୍ଗୋପସାଗର) ତା’ର...

ଏମିତି ସହର, ଦେଖିବାକୁ ଶିବଲିଙ୍ଗ ଆକାରର

ବିଶ୍ୱରେ ଏମିତି ଏକ ସହର ରହିଛି ଯାହା ଦେଖିବାକୁ ପୂରା ଶିବଲିଙ୍ଗ ଆକାରର। ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ। ଏମିତି ଏକ ସହର ହେଉଛି...

ବିବାହରେ ଅତିଥିମାନଙ୍କ ପାଇଁ ପ୍ରବେଶ ଫି ରଖିଲେ ଯୁବତୀ: ସୋସିଆଲ୍‌ ମିଡ଼ିଆରେ ହେଲେ ଟ୍ରୋଲ୍‌

ନ୍ୟୁୟର୍କ,୨୦।୧: ବିବାହରେ ନବ ବିବାହିତ ଯୋଡ଼ାଙ୍କୁ ଆଶୀର୍ବାଦ ଦେବା ପାଇଁ ଅତିଥିମାନେ ଆସିଥାନ୍ତି। ଏଥି ଲାଗି କୌଣସି ପ୍ରବେଶ ଫି ନ ଥାଏ। ତେବେ ଆମେରିକାର...

ବିଶ୍ୱର ସବୁଠୁ ସୁରକ୍ଷିତ ଘର, ପରମାଣୁ ବୋମା ପଡ଼ିଲେ ବି ହେବ ନାହିଁ ନଷ୍ଟ

ନିଜ ଘରକୁ ସୁରକ୍ଷିତ ରଖିବାକୁ ସମସ୍ତେ ଚାହାନ୍ତି। ସେ ନେଇ ଘର ନିର୍ମାଣ ହେଉ କିମ୍ବା କିଣା ସମୟରେ ସୁରକ୍ଷା ନେଇ ଯୋଜନା ପ୍ରସ୍ତୁତ କରାଯାଇଥାଏ।...

Leave a comment

Your email address will not be published. Required fields are marked *