Posted inଜାତୀୟ

ଉନ୍ନାଓ ପୀଡ଼ିତା ବାପାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ

ଉନ୍ନାଓ,୧୩।୧: ଉତ୍ତରପ୍ରଦେଶ ଉନ୍ନାଓର ବଳାତ୍କାରୀ ପୀଡ଼ିତାଙ୍କ ବାପାଙ୍କ ଚିକିତ୍ସା କରିଥିବା ଡାକ୍ତର ପ୍ରଶାନ୍ତ ଉପାଧ୍ୟାୟଙ୍କ ସୋମବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ମଙ୍ଗଳବାର ତିସ୍‌ ହଜାରି କୋର୍ଟରେ ତାଙ୍କର ଶୁଣାଣି ଥିବା ବେଳେ ଏହା ପୂର୍ବରୁ ପ୍ରଶାନ୍ତଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ,ଉନ୍ନାଓ ପୀଡ଼ିତାଙ୍କ ବାପାଙ୍କୁ ଥାନାରେ ମାରପିଟ୍‌ କରିବା ପରେ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହି ସମୟରେ ଡାକ୍ତର ପ୍ରଶାନ୍ତ ଏମରଜେନ୍ସି ଓ୍ବାର୍ଡରେ କାର୍ଯ୍ୟରତ ଥିଲେ। ସେ ପୀଡ଼ିତାଙ୍କ ବାପାଙ୍କୁ ଚିକିତ୍ସା କରି ପୁଣି ଜେଲ୍‌କୁ ପଠାଇ ଦେଇଥିଲେ। ଏହାପରେ ଜେଲ୍‌ରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲା ବିବାଦୀୟ ହେବା ପରେ ସିବିଆଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଡାକ୍ତର ପ୍ରଶାନ୍ତଙ୍କୁ ନିଲମ୍ବିତ କରାଯାଇଥିଲା। ହେଲେ ନିଲମ୍ବିତର ଦୀର୍ଘ ସମୟ ପରେ ପୁଣି ସେ ଫତେହପୁର ହସ୍ପିଟାଲରେ କାର୍ଯ୍ୟରତ ଥିଲେ। ସେ କିଛି ଦିନରୁ ମଧୁମେହ ରୋଗରେ ପୀଡ଼ିତ ଥିବା ବେଳେ ଏବେ ତାଙ୍କର ସନ୍ଦେହଜନକ ମୃତ୍ୟୁ ଚର୍ଚ୍ଚାର ବିଷୟ ପାଲଟିଛି। କିଛି ଗଣମାଧ୍ୟମ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ କହୁଥିବା ବେଳେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇପାରିନାହିଁ।


All Right Reserved By Dharitri.Com

ପରିବାରର ୫ ସଦସ୍ୟଙ୍କୁ ହତ୍ୟା କରି ଯୁବକ କଲେ ଆତ୍ମହତ୍ୟା: ୧୯ ପୃଷ୍ଠାର ସୁଇସାଇଟ୍‌ ନୋଟ୍‌ ଜବତ

ମୋଗା,୩।୮: ପଞ୍ଜାବର ମୋଗାରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କୁ ହତ୍ୟା କରିବା ପରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି। ଘଟଣା ସମ୍ପର୍କରେ ସୂଚନା...

ନୂଆ ଟ୍ରାଫିକ୍‌ ନିୟମ ନେଇ ବିବାଦ: ପଶ୍ଚିମବଙ୍ଗ, ରାଜସ୍ଥାନ, ମଧ୍ୟପ୍ରଦେଶ ଲାଗୁ କରିବାକୁ ମନା କଲେ

ନୂଆଦିଲ୍ଲୀ,୧।୯: ସେପ୍ଟେମ୍ବର ୧ରୁ ସାରା ଦେଶରେ ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହୋଇଛି। ମୋଟର ବାହନ ସଂଶୋଧନ ଅଧିନିୟମ ଅନୁସାରେ ୬୩ ନୂଆ ନିୟମ ଲାଗୁ...

ଏଥର ନିର୍ବାଚନ ନୁହେଁ ସିଧା ସରକାର ଗଠନ କରାଯାଉ: ଉଦ୍ଧବ

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ସରକାର ଏବେ ସମସ୍ତଙ୍କ ମୁଣ୍ଡ ବିଗାଡିଛନ୍ତି। ରାତାରାତି ନିଷ୍ପତ୍ତି ନେଇ ଶନିବାର ସକାଳୁ ଭାଜପା-ଏନ୍‌ସିପି ସହ ମିଶି ସରକାର ଗଢିବା ଶିବସେନା ହଜମ...

ଭାଜପାରେ ସାମିଲ ନ ହେବାରୁ ନେତାଙ୍କ ଉପରେ ଚାପ ପକାଯାଉଛି: ଶରଦ ପାଓ୍ବାର

ମୁମ୍ବାଇ,୨୮।୭: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାଓ୍ବାର କେନ୍ଦ୍ରର ଭାଜପା ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ପାଓ୍ବାର କହିଛନ୍ତି ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ...

୧୦ ବର୍ଷ ତଳର କାହାଣୀ: ୨୦୧୦ ଜୁଲାଇ ୨୫ ବନାମ ୨୦୧୯ ଅଗଷ୍ଟ ୨୧; ସେତେବେଳେ ଶାହ ହୋଇଥିଲେ ଗିରଫ; ଏବେ ଚିଦାମ୍ବରମ୍‌ଙ୍କ ଉପରେ ଖଣ୍ଡା

ନୂଆଦିଲ୍ଲୀ,୨୧।୮: ସମ୍ପ୍ରତି ଭାଜପା ସରକାରରେ କଂଗ୍ରେସର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ଅର୍ଥ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ମାମଲା ନେଇ ଦେଶର ରାଜନୈତିକ...

ଆଡଓ୍ବାଣୀଙ୍କ ରେକର୍ଡ ଭାଙ୍ଗିଲେ ଶାହ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗୁଜରାଟ ଗାନ୍ଧୀନଗର ଆସନରୁ ବିପୁଳ ଭୋଟରେ ବିଜୟ ହୋଇଛନ୍ତି। ଶାହ ୫ ଲକ୍ଷ...

୧୩ରେ ଏସ୍‌ସିଓ ସମ୍ମିଳନୀ:ହେବନି ମୋଦି-ଇମ୍ରାନ ବୈଠକ

ନୂଆଦିଲ୍ଲୀ,୭ା୬(ପି.ଟି.):ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ଶିଖର ସମ୍ମିଳନୀ ଆସନ୍ତା ୧୩ ଓ ୧୪ ତାରିଖରେ କିର୍ଗିଜ୍‌ସ୍ତାନ ରାଜଧାନୀ ବିଶ୍‌କେକ୍‌ଠାରେ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ନମାଜ ପଢୁଥିବାବେଳେ ଚଢିଗଲା କାର୍‌

ନୂଆଦିଲ୍ଲୀ, ୫।୬: ବୁଧବାର ସାରା ଦେଶରେ ଇଦ୍‌-ଉଲ୍‌-ଫିତର ଧୂମଧାମରେ ପାଳନ କରାଯାଉଥିଲାବେଳେ ରାଜଧାନୀ ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ଖୁରେଜିରେ ମୁସଲମାନ ସମ୍ପ୍ରଦାୟର ଲୋକେ...

Leave a comment

Your email address will not be published. Required fields are marked *