ତାମିଲ ଫିଲ୍ମ ପାଇଁ ସମ୍ମାନୀତ ହେଲେ ତାପସୀ

ମୁମ୍ବାଇ: ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ତାପସୀ ପନ୍ନୁ ଏବେ ତାମିଲ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏବେ ନାରୀ କୈନ୍ଦ୍ରୀକ ଫିଲ୍ମ ଭଲ ବ୍ୟବସାୟ କରୁଥିବା ବେଳେ ନିକଟରେ ଦୀପିକା ପାଦୁକୋନଙ୍କ ଅଭିନୀତ ଏମିତି ଏକ ନାରୀ କୈନ୍ଦ୍ରୀକ ଫିଲ୍ମ ‘ଛପାକ’କୁ ମଧ୍ୟ ଦର୍ଶକେ ବେଶ୍‌ ପସନ୍ଦ କରିଛନ୍ତି। ଏହି ସମୟରେ ବଲିଉଡ୍‌ ବିୟୁଟି ତାପସୀ ତାମିଲ ଇଣ୍ଡଷ୍ଟ୍ରିରେ କାମ କରି ସମ୍ମାନୀତ ହେବା ଘଟଣା ତାଙ୍କ ପ୍ର୍ରଶଂସକଙ୍କ ମହଲରେ ଖୁସି ଆଣିଦେଇଛି। ଖବର ଅନୁଯାୟୀ ତାପସୀଙ୍କୁ ତାମିଲ ସିନେମାର ଆନନ୍ଦ ଭିକତାନ ଆଓ୍ବାର୍ଡ ମିଳିଛି। ଗତବର୍ଷ ତାଙ୍କ ଅଭିନୀତ ମୁଭି ‘ଗେମ୍‌ ଓଭର’ ପାଇଁ ତାପସୀଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ମିଳିଛି। ଏହି ସମ୍ମାନ ପାଇବା ପରେ ତାପସୀ ବେଶ୍‌ ଖୁସିଥିବା କହିଛନ୍ତି। ୨୦୧୯ ତାଙ୍କ ପାଇଁ ଭଲ ବର୍ଷଥିଲା। ଏମିତିକି ୨୦୨୦ରେ ମଧ୍ୟ ତାଙ୍କ ହାତରେ ରହିଛି କିଛି ପ୍ରୋଜେକ୍ଟ। ଅନୁଭବ ସିହ୍ନାଙ୍କ ଫିଲ୍ମ ‘ଥପ୍ପଡ’ରୁ ସେ ୨୦୨୦ର କାମ ଆରମ୍ଭ କରୁଥିବା ଶୁଣିବାକୁ ମିଳିଛି। ଏହାସହ ଏକ ଆଥ୍‌ଲେଟ୍‌ କ୍ୟାରେକ୍ଟରରେ ବି ତାପସୀ ନଜର ଆସିବେ ବୋଲି ଜଣାପଡିଛି।


All Right Reserved By Dharitri.Com

ପ୍ରଥମ ଦିନରେ ୧୧କୋଟି

ମୁମ୍ବାଇ: ହ୍ରିତିକ ରୋଶନ୍‌ଙ୍କ ଅଭିନୀତ ‘ସୁପର ୩୦’ ରିଲିଜ ଦିବସରେ ୧୧କୋଟି ଅର୍ଜନ କରିଥିବା ଟ୍ରେଡ୍‌ ରିପୋର୍ଟ୍‌ସ ପକ୍ଷରୁ ସୂଚନା ମିଳିଛି। ଉକ୍ତ ଫିଲ୍ମ ଗତ...

ଭିନ୍ନ ଲୁକ୍‌ରେ କରୀନା

ବଲିଉଡ୍‌ର ଫ୍ୟାଶନ କୁଇନ୍‌ କରୀନା କପୁର ଖାନ୍‌ଙ୍କ ଭିନ୍ନ ଲୁକ୍‌ ନେଇ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି। ତାଙ୍କର ଏହି ନୂଆ ଲୁକ୍‌କୁ ପ୍ରଶଂସକ...

ରାନୁଙ୍କ ଟ୍ରୋଲର୍‌ଙ୍କୁ ପ୍ରଶଂସକଙ୍କ ଜବାବ: ତାଙ୍କୁ ଯାହା କୁହାଯାଉଛି, ସେ ତାହା କରୁଛନ୍ତି

ବମ୍ବେ: ରାଣାଘାଟ ଷ୍ଟେଶନରେ ଗୀତ ଗାଉଥିବା ଜଣେ ସାଧାରଣ ମହିଳାରୁ ଇଣ୍ଟରନେଟ୍‌ ସେନ୍‌ଶେସନ୍‌ ପାଲଟଥିବା ରାନୁ ମଣ୍ଡଳ ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ। ପ୍ରଥମେ ସଙ୍ଗୀତ...

ଏଥର ଡ୍ୟାନ୍ସ ଶୋ’ ‘ନଚ୍‌ ବଲିଏ-୯’ରେ ନଜର ଆସିବେ ପୂର୍ବତନ ଯୋଡ଼ି

ଦି କପିଲ ଶର୍ମା ଶୋ’ ପରେ ବଲିଉଡ୍‌ ଦବଙ୍ଗ ସଲ୍‌ମାନ୍‌ ଖାନ୍‌ ଆଉ ଏକ ଟିଭି ଶୋ’ର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି। ସେଲିବ୍ରିଟି ନୃତ୍ୟ ରିଆଲିଟି...

ଭଲ ଲାଗୁଥିବା ଯାଏ ଯାତ୍ରାରେ ଥିବି: ଜ୍ୟୋତ୍ସ୍ନାରାଣୀ

ନା ଆଗରୁ ଯାତ୍ରା କରିଥିଲେ ନା ଅଭିନୟରେ ତାଲିମ୍‌ ନେଇଥିଲେ। ତେବେ ଯାତ୍ରା ପ୍ରତି ରୁଚି ରହିଥିଲା। ଅଚାନକ ମିଳିଗଲା ସୁଯୋଗ। ତ ଚାଲି ଆସିଲେ...

ଚର୍ଚ୍ଚାରେ ଅକ୍ଷୟଙ୍କ ‘ମିଶନ ମଙ୍ଗଲ’ ଟିଜର

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟେ ଅକ୍ଷୟ କୁମାରଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ମିଶନ ମଙ୍ଗଲ’ର ପୋଷ୍ଟର ଆସି ସାରିଥିବା ବେଳେ ଏବେ ଏହାର ଟିଜରକୁ ନେଇ ଆରମ୍ଭ...

୧୬ ବର୍ଷ ବୟସରେ ବଲିଉଡ୍‌ରେ ଡେବ୍ୟୁ କରଥିଲେ ଡିମ୍ପଲ୍‌

ମୁମ୍ବାଇ,୮।୬: ବଲିଉଡ୍‌ ନାୟିକା ଡିମ୍ପଲ୍‌ କପାଡ଼ିଆ ଶନିବାର ୬୨ ବର୍ଷରେ ପାଦ ଥାପିଛନ୍ତି। ୧୯୫୭ ଜୁନ୍‌ ୮ରେ ସେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ...

‘ସୂର୍ଯ୍ୟବଂଶୀ’ ଅବତାରରେ ନଜର ଆସିଲେ ଅକ୍ଷୟ

ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଖିଲାଡି ହିରୋ ଅକ୍ଷୟ କୁମାରଙ୍କ ପ୍ରଥମ ଲୁକ୍‌ ରିଲିଜ୍‌ ହୋଇଛି। ଅକ୍ଷୟଙ୍କ ସହ ଅଭିନେତା ଅଜୟ ଦେବଗନ୍‌ ଏବଂ ରଣବୀର...

Leave a comment

Your email address will not be published. Required fields are marked *