ଟିଭି କିଣି ଆସିଥିବା ଲୋକଙ୍କ ଭିଡ଼କୁ ଦେଖି ଶେଷରେ ପୋଲିସ ଡାକିଲେ ମାଲିକ

ଯଦି କୌଣସି ବ୍ରାଣ୍ଡର ଦାମିକିଆ ଟିଭି ଶସ୍ତାରେ ମିଳିଯାଏ, ତେବେ କେହି ତାକୁ ହାତଛଡ଼ା କରିବାକୁ ଚାହିଁବେନି। ଆହୁରି ଗୋଟିଏ ଜାଗାରେ ୪-୪ଟି ଟିଭି କିଣିବେ। କିଛି ଏଭଳି ଘଟଣା ଦେଖିବାକୁ ମିଳିଛି ଫ୍ରାନ୍ସରେ। ସହରର ଏକ ସପିଂ ମଲ୍‌ରେ ୩୧୫୦୦ଟଙ୍କାର ଏଲ୍‌ଇଡି ଟିଭି ୨୪୫୦ଟଙ୍କାରେ ମିଳୁଥିବା ନେଇ ଏକ ଗୁଜବ ଚାରିଆଡ଼େ ବ୍ୟାପି ଯାଇଥିଲା। ଦେଖୁ ଦେଖୁ ଟିଭିର ମୂଲ୍ୟ ଓ ଦୋକାନର ଠିକଣା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। କିଛି ସମୟ ପରେ ଶସ୍ତା ଟିଭି କିଣିବା ପାଇଁ ଦୋକାନରେ ଲୋକଙ୍କ ଭିଡ଼ ଜମିଯାଇଥିଲା।

ମଲ୍‌ ପହଞ୍ଚି ଲୋକମାନେ ଗୋଟିଏ ନୁହେଁ ବରଂ ୪-୪ଟି ଟିଭି ନେଇ କାଉଣ୍ଟର ପାଖରେ ହାଜର ହୋଇଯାଇଥିଲେ। ଯେତେବେଳେ ମଲ୍‌ର କର୍ମଚାରୀ ତାଙ୍କୁ ଗୋଟିଏ ଟିଭିର ମୂଲ୍ୟ ପ୍ରାୟ ୩୨ହଜାର ଟଙ୍କା ବୋଲି କହିଥିଲେ ସେତେବେଳେ ଏହା ଶୁଣି ସେଠାରେ ଉପସ୍ଥିତ ଥିବା ଗ୍ରାହକ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ଏଥିସହ ଶସ୍ତାରେ ଟିଭିକୁ ଦେବା ପାଇଁ ଜିଦ୍‌ ଧରିଥିଲେ। ଅପରପକ୍ଷେ ଶସ୍ତାରେ ଟିଭି କିଣିବା ପାଇଁ ଲୋକଙ୍କ ଭିଡ଼ ଜମିବା ଦେଖି ମଲ୍‌ ମାଲିକ ଶେଷରେ ବାଧ୍ୟ ହୋଇ ପୋଲିସକୁ ଡକାଇଥିଲେ। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୋକାନ ମାଲିକଙ୍କ ସହ ଗ୍ରାହକଙ୍କୁ ବୁଝାସୁଝା କରିଥିଲେ। ପ୍ରାଇସ୍‌ ବୋର୍ଡରେ ଲୋଖାଯାଇଥିବା ଟିଭିର ମୂଲ୍ୟ ଭୂଲରେ ଲେଖାଯାଇଛି ବୋଲି କହିଥିଲେ। ହେଲେ ଗ୍ରାହକମାନେ କିଛି ନ ବୁଝି ଶସ୍ତାରେ ଟିଭି ଦେବାକୁ ଜିଦ୍‌ କରିଥିଲେ। ଶେଷରେ ପୋଲିସ ଗ୍ରାହକଙ୍କୁ ମଲ୍‌ ଖାଲି କରିବାକୁ ଚେତାବନୀ ଦେଇଥିଲା। ଯାହାର ଏକ ଘଣ୍ଟା ପରେ ମଲ୍‌ରୁ ଧୀରେ ଧୀରେ ଗ୍ରାହକ ଖାଲି ହୋଇଥିବା ଜଣାପଡ଼ିଛି। ଫ୍ରାନ୍ସ ସହରର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି।


All Right Reserved By Dharitri.Com

ଯେଉଁ ମନ୍ଦିରରେ ପରସ୍ପର କଥାବାର୍ତ୍ତା ହୁଅନ୍ତି ମୂର୍ତ୍ତି

ମନ୍ଦିରରେ ମୂର୍ତ୍ତି ତ ଅନେକ ଦେଖିଥିବେ। କିନ୍ତୁ କେବେ କଥାକୁହା ମୂର୍ତ୍ତି ବିଷୟରେ ଶୁଣିଛନ୍ତି। ବିଷୟଟି ଆଶ୍ଚର୍ଯ୍ୟ କରୁଥିବ; ମାତ୍ର ଏହା ସତ। ତନ୍ତ୍ର ସାଧନା...

ଆଫଗାନିସ୍ତାନରେ କାର ବୋମା ବିସ୍ଫୋରଣ: ୮ ସୁରକ୍ଷାକର୍ମୀଙ୍କ ସହ ୧୨ ମୃତ

କାବୁଲ,୭।୭: ଆଫଗାନିସ୍ତାନର ଗଜନି ଅଞ୍ଚଳରେ ରବିବାର ତାଲିବାନ ଆତଙ୍କବାଦୀମାନେ କାର୍‌ ବୋମା ବିସ୍ଫୋରଣ କରିବା ଫଳରେ ୮ ସୁରକ୍ଷାକର୍ମୀଙ୍କ ସହ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା...

ଚାଇନାକୁ ଟ୍ରମ୍ପଙ୍କ ଚେତାବନୀ: ସାଲିସ ନ କଲେ ପରିଣାମ ଭୋଗିବ

ନୂଆଦିଲ୍ଲୀ,୧୩।୫: ଆମେରିକା ଏବଂ ଚାଇନା ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧ ଥମୁନାହିଁ। ଏପରିସ୍ଥିତିରେ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାକୁ ଚେତାବନୀ ଦେଇଛନ୍ତି। ବାଣିଜ୍ୟ ନେଇ...

‘ଫାର୍ଷ୍ଟ ଗର୍ଲଫ୍ରେଣ୍ଡ’ଙ୍କ ଭବିଷ୍ୟତ ନେଇ ଚର୍ଚ୍ଚା

ଲଣ୍ଡନ,୨୪ା୭(ପି.ଟି.): ବୋରିସ୍‌ ଜନ୍‌ସନ୍‌ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଭାବେ ଡାଉନିଂ ଷ୍ଟ୍ରିଟ୍‌ରେ ଅବସ୍ଥାନ କରିବାକୁ ଯାଉଥିବାବେଳେ ତାଙ୍କଠୁ ବୟସରେ ଯଥେଷ୍ଟ ସାନ ତରୁଣୀ-ବାନ୍ଧବୀ କ୍ୟାରି ସାଇମଣ୍ଡ୍ସଙ୍କୁ ସାଥିରେ...

ମୁହଁ ଖୋଲିଲା ପାକିସ୍ତାନ: ଆତଙ୍କବାଦୀ ସୃଷ୍ଟି ପାଇଁ ଆମେରିକା ଦେଇଥିଲା ଆର୍ଥିକ ସହାୟତା

ଇସ୍‌ଲାମାବାଦ,୧୩।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗୋଟିଏ ପରେ ଗୋଟିଏ ସତ ମାନୁଛନ୍ତି। ଏବେ ଇମ୍ରାନ୍‌ କହିଛନ୍ତି କି ୧୯୮୦ରେ ଆଫଗାନିସ୍ତାନରେ ରୁଷ( ତତ୍କାଳିନ ସୋଭିଏତ୍‌...

ସ୍ବାଧୀନତାର ୭୦ ବର୍ଷ ପରେ ବି ଏଠି ଉଡ଼ି ନ ଥିଲା ଜାତୀୟ ପତାକା

ପ୍ରତିବର୍ଷ ଅଗଷ୍ଟ ୧୫କୁ ଭାରତ ସ୍ବାଧୀନତା ଦିବସ ଭାବେ ପାଳନ କରିଥାଏ। କାରଣ ଭାରତୀୟଙ୍କ ପାଇଁ ଏହି ଦିନର ମହତ୍ତ୍ୱ ଖୁବ୍‌ ଅଧିକ। ହେଲେ ଭାରତରେ...

ବିଦେଶୀ ମିଡିଆକୁ ଏଲ୍‌ଓସି ବୁଲାଇଲା ପାକ୍‌

ଇସ୍‌ଲାବାବାଦ,୩୦-୮ (ଆଇଏଏନ୍‌ଏସ୍‌):କଶ୍ମୀର ପ୍ରସଙ୍ଗରେ ବିଶ୍ୱବ୍ୟାପୀ ଡିଣ୍ଡିମ ପିଟି ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରୁଥିବା ପାକିସ୍ତାନ ଗୁରୁବାର ବିଦେଶୀ ମିଡିଆକୁ ନିୟନ୍ତ୍ରଣରେଖା (ଏଲ୍‌ଓସି) ବୁଲାଇଛି। ଏହାସହ ଭାରତ...

ରୋଗ ଚିହ୍ନଟ ନ ହୋଇ ପୁଅଙ୍କ ମୃତ୍ୟୁ ହେବାରୁ ମା’ ହେଲେ ଡାକ୍ତରାଣୀ: ମାଗଣାରେ କରୁଛନ୍ତି ଚିକିତ୍ସା

ମିରଟ,୨୯।୧୦: ସବୁ ଦୁଃଖ, କଷ୍ଟ ଓ ବିପଦରୁ ନିଜ ପିଲାଙ୍କୁ ଘଣ୍ଟ ଘୋଡାଇ ରଖିଥାଏ ମା’। କିନ୍ତୁ ପିଲାକୁ ଟିକେ ଆଘାତ ଲାଗିଲେ ସେ ଭାଙ୍ଗିପଡ଼େ।...

Leave a comment

Your email address will not be published. Required fields are marked *