Posted inଜାତୀୟ

ଜାନୁୟାରୀ ୧୭ରେ ଉତ୍‌କ୍ଷେପଣ ହେବ ଜିସାଟ୍‌-୩୦: ବଢ଼ିବ ଇଣ୍ଟରନେଟ୍‌ ସ୍ପିଡ୍‌

ନୂଆଦିଲ୍ଲୀ,୧୩।୧: ଦେଶର ସଞ୍ଚାର ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଜାନୁୟାରୀ ୧୭ରେ ମହାକାଶକୁ ଜିସାଟ୍‌-୩୦ ଉତ୍‌କ୍ଷେପଣ କରାଯିବ। ଫ୍ରେଞ୍ଚ୍‌ ଗୁଏନାର କୋଉରୋ ଲଞ୍ଚପ୍ୟାଡ୍‌ରୁ ୟୁରୋପିଆନ୍‌ ହେଭି ରକେଟ ଏରିୟନ୍‌-୫-ଇସିଏ ଦ୍ୱାରା ଏହାକୁ ଭାରତୀୟ ସମୟ ରାତି ୨ଟା ୩୫ ମିନିଟରେ ଉତ୍‌କ୍ଷେପଣ କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଏହାର ଓଜନ ୩୧ ଶହ କିଲୋଗ୍ରାମ୍‌ ରହିଛି। ଏହା ଇନସାଟ୍‌ ଉପଗ୍ରହ ସ୍ଥାନରେ କାର୍ଯ୍ୟ କରିବ। ଏହା ଆସନ୍ତା ୧୫ ବର୍ଷ ପାଇଁ କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଉଛି। ଏହା ଦ୍ୱାରା ଟେଲିଭିଜନ ପ୍ରସାରଣ, ପାଣିପାଗ ସୂଚନା ଆଦି ସମ୍ପନ୍ନ ହେବ। ସମ୍ପ୍ରତି ମହାକାଶରେ ଜିସାଟ୍‌ ସିରିଜ୍‌ର ୧୪ଟି ଉପଗ୍ରହ କାର୍ଯ୍ୟ କରୁଛି। ଏହାଦ୍ୱାରା ଭାରତରେ ସଞ୍ଚାର ବ୍ୟବସ୍ଥା ସୁଦୃଢ଼ ହୋଇପାରିଛି। ସୂଚନାଯୋଗ୍ୟ, ୨୦୨୦ରେ ଭାରତ ୧୦ଟି ଉପଗ୍ରହ ଉତ୍‌କ୍ଷେପଣ କରିବ ବୋଲି ଇସ୍ରୋ ପକ୍ଷରୁ ଯୋଜନା କରାଯାଇଛି।


All Right Reserved By Dharitri.Com

ସୁପରଷ୍ଟାର ବିଜୟଙ୍କ ଘରେ ଚଢ଼ାଉ ପରେ ପୁଣି ଆୟକର ନୋଟିସ

ବେଙ୍ଗାଲୁରୁ,୧୦।୨: ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ବିଜୟଙ୍କୁ ଆୟକର ବିଭାଗ ପକ୍ଷରୁ ଏବେ ପୁଣି ନୋଟିସ୍‌ ଜାରି ହୋଇଛି। ଫେବୃୟାରୀ ୫ରେ ତାଙ୍କ ଘରେ ଆୟକର...

ଛତିଶଗଡ଼ ଏନକାଉଣ୍ଟର: ୭ ମାଓବାଦୀ ମୃତ

ରାୟପୁର,୩।୮: ଛତିଶଗଡ଼ର ରାଜନନ୍ଦଗାଓଁରେ ଶନିବାର ହୋଇଥିବା ଏନ୍‌କାଉଣ୍ଟରରେ ୭ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବାଗନାଡି ପୋଲିସ ଷ୍ଟେଶନ ଅଧିନରେ ଥିବା ସିତାଗୋଟା ଜଙ୍ଗଲରେ...

୩ ମାସରେ ୧୨ ଲିଟର କ୍ଷୀରଦାନ କରି ୫ ନବଜାତକଙ୍କ ଜୀବନ ବଞ୍ଚାଇଛନ୍ତି ଶିକ୍ଷୟିତ୍ରୀ

ଅହମ୍ମଦାବାଦ୍‌,୨୯।୧୨: ମା କ୍ଷୀର ଜବଜାତକଙ୍କ ପାଇଁ ଅମୃତ ତୁଲ୍ୟ। ତେବେ କେତେକ କ୍ଷେତ୍ରରେ ନବଜାତକଙ୍କୁ ଏହା ମିଳିପାରେନା। ଗୁଜରାଟରେ ଜଣେ ୨୯ ବର୍ଷ ବୟସ୍କା ଶିକ୍ଷୟିତ୍ରୀ...

ମୃତଦେହ ଦାହ ପାଇଁ ଚାଲିଥିଲା ପ୍ରସ୍ତୁତି, ହଠାତ୍‌ କୋକେଇରୁ ଉଠିପଡି ପାଣି ମାଗିଲେ ଯୁବକ

ଲକ୍ଷ୍ନୌ, ୧୫।୭: ଉତ୍ତର ପ୍ରଦେଶର ଅମିନାବାଦରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ଡାକ୍ତରଖାନାରେ ମୃତ ଘୋଷିତ ହୋଇଥିବା ଜଣେ ଯୁବକ କୋକେଇରୁ ଉଠିପଡି...

ଟାର୍ଗେଟରେ ମନ୍ଦିର, ରେଳଷ୍ଟେଶନ

ଚଣ୍ଡିଗଡ଼/ରୋହତକ,୧୬ା୯ : ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ହଟାଯିବା ପରେ ଭାରତ ବିରୋଧରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ବିଷ ଓକାଳୁଥିବାବେଳେ ପଡ଼ୋଶୀ ଦେଶର ଆତଙ୍କବାଦୀ ସଙ୍ଗଠନଗୁଡ଼ିକ...

ମୋଦିଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୨୧।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିବା ବେଳେ ଶନିବାର ଏହାକୁ ନେଇ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ...

ସୁସ୍ଥ ସ୍ବାସ୍ଥ୍ୟ ପାଇଁ ଦେହରେ କାଦୁଅ ବୋଳିହେଲେ ୩୪୦ ଜଣ

ଗୋରଖପୁର,୧୯।୧୧: ପ୍ରାକୃତିକ ଉପାୟରେ ସୁସ୍ଥ ରହିବା ପାଇଁ ଉତ୍ତରପ୍ରଦେଶ ଗୋରଖପୁରରେ ୩୪୦ ଜଣ ମିଳିତ ଭାବେ ଦେହରେ କାଦୁଅ ବୋଳିି ହୋଇଛନ୍ତି। ଆରୋଗ୍ୟ ମନ୍ଦିର ପରିସରରେ...

ରାଜ୍ୟ ସଭାରେ ସରୋଗେସି ବିଲ୍‌: ସର୍ତ୍ତ କୋହଳ ଲାଗି ଦାବି

ନୂଆଦିଲ୍ଲୀ, ୨୦ା୧୧(ପି.ଟି.) : ସରକାରଙ୍କ ପକ୍ଷରୁ ମଙ୍ଗଳବାର ରାଜ୍ୟ ସଭାରେ ସରୋଗାସି (ରେଗୁଲେଶନ) ବିଲ୍‌-୨୦୧୯ ଆଗତ କରାଯାଇଛି। ଏହା ଦେଶରେ ସରୋଗାସିକୁ ନିୟନ୍ତ୍ରଣ କରିବାରେ ସଫଳ...

Leave a comment

Your email address will not be published. Required fields are marked *