୨ ବାଇକ୍‌ ମୁହାଁମୁହିଁ: ଜଣେ ମୃତ, ଜଣେ ଗୁରୁତର

ଦେବଗଡ଼/ରିଆମାଳ,୧୩।୧(ଡି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳ ବ୍ଲକ ଛତାବରସ୍ଥିତ ଜଟିଆନାଳୀଠାରେ ସୋମବାର ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏଥିରେ ଜଣେ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଟିଙ୍କହୀର ପଟାପଥର ଗ୍ରାମର ଉତ୍ତମ ସାହୁ (୪୦) ଓ ଗୁରୁତର ହେଲେ ସମ୍ବଲପୁର ଜିଲା ନାକଟିଦେଉଳ ଗ୍ରାମର ଲିଟୁ ସାହୁ(୨୫)।
ସୂଚନାଯୋଗ୍ୟ, ସକାଳେ ଲିଟୁ ବାଇକ୍‌ ଯୋଗେ ଛତାବରରୁ ଘରକୁ ଯାଉଥିବା ବେଳେ ବେଳେ ଉତ୍ତମ ତିଲିଲିମୁଣ୍ଡାରୁ ଘରକୁ ଫେରୁଥିଲେ। ତେବେ ଉଭୟଙ୍କ ବାଇକ୍‌ ଜଟିଆନାଳୀଠାରେ ମୁହାଁମୁହିଁ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଛତାବର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଉତ୍ତମଙ୍କୁ ମୃତ ଘୋଷଣା କରିଥିବା ବେଳେ ଲିଟୁଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ରିଆମାଳ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।


All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ପ୍ରକୃତି ବଞ୍ଚାଇବାକୁ ଉଦ୍ୟମ, ସାମୁହିକ ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୮।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ବନାଞ୍ଚଳର ସାରିଙ୍ଗିଇର୍ପି ପାହାଡ଼ ନିକଟରେ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହାକୁ ସ୍ଥାନୀୟ ବିଧାୟକ...

ବିଚାରାଧୀନ କଏଦୀ ମୃତ

ନୟାଗଡ଼,୧୯।୧(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଦଶପଲ୍ଲା ସବ୍‌ଜେଲ୍‌ରେ ବିଚାରାଧୀନ ଥିବା ଜଣେ କଏଦୀଙ୍କ ଶନିବାର ମୃତ୍ୟୁ ଘଟିଛି। ସେ ହେଲେ କୃଷ୍ଣଚନ୍ଦ୍ର ପାତ୍ର (୪୫)। ସୂଚନାଯୋଗ୍ୟ, ଏକ...

ଖୋର୍ଦ୍ଧା ଗାମୁଛାରେ ପ୍ରସ୍ତୁତ ମାସ୍କର ଚାହିଦା ବଢୁଛି

ଖୋର୍ଦ୍ଧା ଅଫିସ,୨୫ା୪: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ବାହାରକୁ ବାହାରିଲେ ମାସ୍କ ପରିଧାନ ଲାଗି ସରକାର କଟକଣା ମଧ୍ୟ...

ସ୍ଲୁଇସ ଗେଟ୍‌ରେ ନାହିଁ ଲକ: କ୍ଷତିଗ୍ରସ୍ତ ହେଉଛନ୍ତି ଧାନଚାଷୀ

ଏରସମା,୧୯ା୮(ସ୍ବ.ପ୍ର.): ଏରସମା ବ୍ଲକ ଗଡ଼ବିଶୁନିପୁର ପଞ୍ଚାୟତସ୍ଥିତ ଆନନ୍ଦପୁର ସ୍ଲୁଇସ ଗେଟ୍‌କୁ ନେଇ ଗୋଷ୍ଠୀ ବିବାଦ ଦେଖାଦେଇଛି। ଏହି ସ୍ଲୁଇସ ଗେଟ୍‌ରେ ଥିବା ୫ଟି ଗେଟ୍‌ରେ ଲକ୍‌...

ବଜ୍ରପାତରେ ଗଲା ଯୁବତୀଙ୍କ ଜୀବନ

ଜୁନାଗଡ,୨୫।୪(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ ଥାନା ନ୍ତର୍ଗତ ଆଟିଗାଁରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତାଙ୍କ ନାମ ଶିବାନୀ ପଧାନ(୨୦)। ମିଳିଥିବା...

ଉଲ୍ଲଂଘନକାରୀଙ୍କ ବିରୋଧରେ ଏତଲା

ବାରିପଦା ଅଫିସ/ଚିତ୍ରଡ଼ା, ୨୭ା୪(ଡି.ଏନ୍‌.ଏ.)- କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପମାନ ନେଉଛନ୍ତି। କରୋନା ମୁକାବିଲାରେ ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା...

CORONAVIRUS UPDATE: ଓଡ଼ିଶାରେ ଆକ୍ରାନ୍ତ ସଂଖ୍ୟା ହେଲା ୧୭୬

ଭୁବନେଶ୍ୱର,୫।୫:(ବ୍ୟୁରୋ)- ମଙ୍ଗଳବାର ରାତିରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୬ରେ ପହଞ୍ଚିଛି। ପଜିଟିଭ୍ ଚିହ୍ନଟ...

ଲକ୍‌ଡାଉନ ପ୍ରଭାବ: ଜୀବନ ବଞ୍ଚାଇଛି କାଇପୋକ, କନ୍ଦା ଆଳୁ

କାଳିଆପାଣି,୮।୪(ଡିଏନଏ):  ଯାଜପୁର ଜିଲା ସୁକିନ୍ଦା ବ୍ଳକ କଅଁସ ପଞ୍ଚାୟତର ଟିକରପଡ଼ା ଗ୍ରାମରେ ଏବେ ୫୩ ପରିବାର ବସବାସ କରୁଥିବାବେଳେ ବୁଧବାର ମାତ୍ର ୧୦ ପରିବାର ପାଖରେ...

Leave a comment

Your email address will not be published. Required fields are marked *