Posted inଖେଳ

ସୁପର କପ୍‌ ଜିତିଲା ରିୟଲ ମାଡ୍ରିଡ୍‌

ଜେଦ୍ଦା,୧୩ା୧ (ଏଏଫ୍‌ପି)- ଏଠାରେ ଅନୁଷ୍ଠିତ ସୁପର କପ୍‌ ଫାଇନାଲରେ ରିୟଲ ମାଡ୍ରିଡ୍‌ ପେନାଲ୍ଟି ଶୁଟ୍‌ଆଉଟ ଜରିଆରେ ଆଟଲେଟିକୋ ମାଡ୍ରିଡ୍‌କୁ ହରାଇ ଦେଇଛି। ସୌଦି ଆରବୀୟ ପ୍ରଶଂସକଙ୍କ ସାମ୍ନାରେ ରିୟଲ ମାଡ୍ରିଡ୍‌ ତା’ର ୧୧ତମ ସ୍ପାନିଶ ସୁପର କପ୍‌ ଟାଇଟଲ ହାତେଇଛି। ମ୍ୟାଚ ଧାର୍ଯ୍ୟ ୯୦ ମିନିଟ୍‌ ପର୍ଯ୍ୟନ୍ତ ଗୋଲ ଶୂନ୍ୟ ହୋଇ ରହିବାରୁ ଏକ୍ସଟ୍ରା ୩୦ ମିନିଟ୍‌ ଖେଳାଯାଇଥିଲା। ଏଥିରେ ଆଟଲେଟିକୋ ଦଳ ମ୍ୟାଚ୍‌ ଜିତିବାକୁ ସୁଯୋଗ ପାଇଥିଲା। ଦଳର ଷ୍ଟ୍ରାଇକର ଆଲଭାରୋ ମୋରାଟୋ ରିୟଲର ଫେଡ୍ରିକୋ ଭାଲଭେର୍ଡେଙ୍କ ସହ ଓ୍ବାନ-ଅନ-ଓ୍ବାନ ଖେଳ ଦେଖାଇ ଗୋଲପୋଷ୍ଟ ଆଡ଼େ ବଢ଼ିଥିଲେ। ମାତ୍ର ଆଭାରୋଙ୍କୁ ପଛପଟୁ ଟ୍ୟାକେଲ ମାରି ରୋକିଦେଇଥିଲେ ଫେଡ୍ରିକ। ଏଥିଯୋଗୁ ଫେଡ୍ରିକଙ୍କୁ ମିଳିଥିଲା ରେର୍ଡ କାର୍ଡ। ଫଳରେ ମ୍ୟାଚ୍‌ ଗୋଲଶୂନ୍ୟ ରହିଥିଲା। ଉଭୟ ଦଳର ଗୋଲକିପର ଚମତ୍କାର ପ୍ରଦର୍ଶନ କରିଥିଲେ। କିନ୍ତୁ ରିୟଲ ମାଡ୍ରିଡ୍‌ କିପର ଥିବାଉଟ କୋର୍ଟଇସ ଆଟଲେଟିକୋ ଦଳର ଥୋମାସ ପାର୍ଟିଙ୍କ ଶଟ୍‌କୁ ପ୍ରତିହିତ କରିଥିଲେ। ତାଙ୍କ ପୂର୍ବରୁ ଆଟଲେଟିକୋ ଦଳର ସଲ ନିଗୁଏଜଙ୍କ ଶଟ ଗୋଲପୋଷ୍ଟ ବାର ବାଜିଥିଲା। ଏହାପରେ ସେର୍ଗିଓ ରାମୋସଙ୍କ ସ୍ପଟ କିକ୍‌ ରିୟଲ ମାଡ୍ରିଡ୍‌କୁ ଆଣିଦେଇଥିଲା ଚଳିତ ସିଜନର ପ୍ରଥମ ଟ୍ରଫି। ଏହି ବିଜୟ ଯୋଗୁ କୋଚ୍‌ ଜିନେଡିନେ ଜିଡାନେଙ୍କ ଫାଇନାଲ ରେକର୍ଡ ବଳବତ୍ତର ରହିଛି। ତାଙ୍କ ନେତୃତ୍ୱାଧୀନ ଦଳ କୌଣସି ଫାଇନାଲରେ ଏପର୍ଯ୍ୟନ୍ତ ହାରି ନାହିଁ।


All Right Reserved By Dharitri.Com

Posted inଖେଳ View All

ଲକ୍‌ଡାଉନ୍‌ରେ ଇଞ୍ଜୁରିମୁକ୍ତ ହେବାକୁ ଚାହାନ୍ତି ପୋଗ୍‌ବା

ଲଣ୍ଡନ, ୪ା୫ (ଏଏଫ୍‌ପି): କୋଭିଡ୍‌-୧୯ ପାଇଁ ଲକ୍‌ଡାଉନର ସଦୁପଯୋଗ କରିବେ ମାଞ୍ଚେଷ୍ଟର ୟୁନାଇଟେଡ୍‌ ମିଡ୍‌ଫିଲ୍ଡର ପଲ୍‌ ପୋଗ୍‌ବା। ଇଞ୍ଜୁରିଜନିତ ସମସ୍ୟାରୁ ମୁକ୍ତ ହୋଇ ନିଜକୁ ସମ୍ପୂର୍ଣ୍ଣ...

ଇଏସ୍‌ପିଏନ୍‌ ସାହସିକ ପୁରସ୍କାର ଜିତିଲେ ଦୂତୀ

ନୂଆଦିଲ୍ଲୀ, ୨୧।୨ (ପି.ଟି.)- ଷ୍ଟାର୍‌ ସ୍ପ୍ରିଣ୍ଟର ତଥା ମହିଳା ୧୦୦ ମିଟର ରେସ୍‌ରେ ଜାତୀୟ ରେକର୍ଡର ଅଧିକାରିଣୀ ହୋଇଥିବା ଦୂତୀ ଚାନ୍ଦ ଆମେରିକୀୟ କ୍ରୀଡ଼ା ଚ୍ୟାନେଲ...

ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ଶୁଟିଂ: ଶ୍ରୀୟଙ୍କାଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୬।୧୧(କ୍ରୀଡ଼ା ପ୍ରତିନିଧି)- ଆସୋସିଏଶନ ଅଫ୍‌ ଇଣ୍ଡିଆନ ୟୁନିଭର୍ସିଟି(ଏଆଇୟୁ) ଆନୁକୂଲ୍ୟରେ ହରିୟାଣାର ଫରିଦାବାଦରେ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ଶୁଟିଂ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଶ୍ରୀୟଙ୍କା ଷଡ଼ଙ୍ଗୀ ସ୍ବର୍ଣ୍ଣ...

ଅଭ୍ୟାସ ମ୍ୟାଚ୍‌: ୨୯୭/୫ରେ ଭାରତର ଇନିଂସ୍‌ ଘୋଷଣା ଓ୍ବେଷ୍ଟଇଣ୍ଡିଜ ‘ଏ’ ୧୮୧ରେ ସୀମିତ

ଆଣ୍ଟିଗୁଆ,୧୯ା୮- ସ୍ଥାନୀୟ କୁଲିଜ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ଏ’ ପ୍ରଥମ ଇନିଂସ୍‌ରେ ୧୮୧ ରନ୍‌ କରି ଅଲ୍‌ଆଉଟ ହୋଇଛି।...

ଅଲିମ୍ପିକ୍‌ କ୍ୱାଲିଫାୟର୍ସ: ଭାରତୀୟ ଦଳରେ ବକ୍ସର ବିକାଶ

ବେଙ୍ଗାଲୁରୁ, ୩୦।୧୨(ପି.ଟି.)- ପ୍ରତ୍ୟାବର୍ତ୍ତନରେ ଭାରତୀୟ ବକ୍ସର ବିକାଶ କ୍ରିଷନ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଏଠାରେ ଚାଲିଥିବା ଫାଇନାଲ ଟ୍ରାଏଲ ବାଉଟ୍‌ରେ ବିଜୟୀ ହୋଇ ବିକାଶ ଆସନ୍ତାବର୍ଷ...

ଅନ୍ତର୍ଜାତୀୟ କ୍ରିକେଟ କ୍ୟାଲେଣ୍ଡରରେ ପରିବର୍ତ୍ତନ ଆବଶ୍ୟକ: ଆଝାରୁଦ୍ଦିନ

ନୂଆଦିଲ୍ଲୀ,୧୨।୪ (ପି.ଟି.): କୋଭିଡ-୧୯ କାରଣରୁ ସାରା ବିଶ୍ୱରେ ବିଭିନ୍ନ କ୍ରୀଡ଼ ଓ ଇଭେଣ୍ଟଗୁଡିକ ଠପ୍‌ ହୋଇଛି। ଏପରିସ୍ଥଳେ ଅନ୍ତର୍ଜାତୀୟ କ୍ରିକେଟ କ୍ୟାଲେଣ୍ଡରରେ ପରିବର୍ତ୍ତନ କରିବାର ଜରୁରୀ...

ବଡ଼ଭଉଣୀ ବ୍ଲାକମେଲ କରୁଛନ୍ତି: ଦୂତୀ

ଭୁବନେଶ୍ୱର,୨୨।୫ (ସ୍ପୋଟର୍‌ସ ବ୍ୟୁରୋ)- ଦେଶର ଦ୍ରୁତତମ ଧାବିକା ତଥା ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ନିଜ ସମଲିଙ୍ଗୀ ସମ୍ପର୍କକୁ ନେଇ ମୁହଁ ଖୋଲିବା ପରେ କେବଳ...

ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅଙ୍କ ହାତ ଧରିଲେ ସାନିଆ ମିର୍ଜାଙ୍କ ଭଉଣୀ

ହାଇଦ୍ରାବାଦ,୧୨।୧୨: ଭାରତୀୟ ଟେନିସ ଷ୍ଟାର୍‌ ସାନିଆ ର୍ମିଜାଙ୍କ ସାନ ଭଉଣୀ ଅନମ ମିର୍ଜା ଭାରତର କିମ୍ବଦନ୍ତୀ କ୍ରିକେଟର ତଥା ପୂର୍ବତନ କ୍ୟାପଟେନ ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ...

Leave a comment

Your email address will not be published. Required fields are marked *