Posted inଜାତୀୟ

ନିର୍ଭୟା ମାମଲା: ତିହାର ଜେଲରେ ୪ ଦୋଷୀଙ୍କ ଡମିକୁ ଦିଆଗଲା ଫାଶୀ

ନୂଆଦିଲ୍ଲୀ,୧୩।୧: ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଜାନୁୟାରୀ ୨୨ରେ ସକାଳ ୭ଟାରେ ଫାଶୀ ଦିଆଯିବ। ଏନେଇ ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଇତିମଧ୍ୟରେ ଅଧିକାରୀଙ୍କ ପକ୍ଷରୁ ୪ ଦୋଷୀଙ୍କ ଡମିକୁ ଫାଶୀ ଦିଆଯିବା କାର୍ଯ୍ୟ ଶେଷ ହୋଇଛି। ଦୋଷୀଙ୍କ ଓଜନ ଅନୁସାରେ ଡମି ପଥର ଓ କାଦୁଅରେ ପ୍ରସ୍ତୁତ କରାଯାଇଥିଲା। ଧାର୍ଯ୍ୟ ଦିନରେ ଦୋଷୀଙ୍କୁ ଜେଲ୍‌ ନମ୍ବର ୩ରେ ଫାଶୀ ଦିଆଯିବ। ଅକ୍ଷୟ ଠାକୁର(୩୧), ପଓ୍ବନ ଗୁପ୍ତା(୨୫), ମୁକେଶ ସିଂ(୩୨) ଏବଂ ବିନୟ ଶର୍ମା(୨୬)ଙ୍କୁ ଅତି ସତର୍କତାର ସହିତ ଜେଲ୍‌ରେ ରଖାଯାଇଛି। ଏବେ ୩ ଦୋଷୀଙ୍କୁ ଜେଲ୍‌ ନମ୍ବର ୨ରେ ରଖାଯାଇଥିବାବେଳେ ଜଣଙ୍କୁ ୪ ନମ୍ବର ଜେଲ୍‌ରେ ରଖାଯାଇଛି। ମୁକେଶ ସିଂ ଏବଂ ବିନୟ ଶର୍ମାଙ୍କ ପକ୍ଷରୁ ଆବେଦନ କରାଯାଇଥିବା କ୍ୟୁରେଟିଭ୍‌ ପିଟିଶନ୍‌ର ଶୁଣାଣି ଜାନୁୟାରୀ ୧୪ରେ ହେବ। ବିଚାରପତି ଏନ୍‌.ବି. ରମଣା, ଅରୁଣ ମିଶ୍ରା, ଆର୍‌.ଏଫ୍‌. ନରିମଣ, ଆର୍‌. ଭାନୁମତୀ ଏବଂ ଅଶୋକ ଭୂଷଣ ଏହାର ଶୁଣାଣି କରିବେ। ସୂଚନାଯୋଗ୍ୟ, ଘଟଣା ଘଟିବାର ୨୫୭୮ ଦିନ ପରେ ଦୋଷୀଙ୍କ ଫାଶୀ ତାରିଖ ଘୋଷଣା କରାଯାଇଛି।


All Right Reserved By Dharitri.Com

୨୦୩୦ ସୁଦ୍ଧା ନିର୍ମାଣ ହେବ ୨୧ ନୂଆ ନ୍ୟୁକ୍ଲିୟର ରିଆକ୍ଟର: ଶକ୍ତି ଉତ୍ପାଦନରେ ବଢ଼ିବ ଆତ୍ମନିର୍ଭରଶୀଳତା

ନୂଆଦିଲ୍ଲୀ,୧୯।୧୦: ଆସନ୍ତା ୨୦୩୦ ସୁଦ୍ଧା ଦେଶରେ ୨୧ଟି ନୂଆ ନ୍ୟୁକ୍ଲିୟର ରିଆକ୍ଟର ନିର୍ମାଣ କରାଯିବ। ଇତିମଧ୍ୟରେ ୭ଟି ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି। ଖୁବ୍‌ ଶୀଘ୍ର...

ପୁରୀକୁ ସାଂସ୍କୃତିକ ରାଜଧାନୀ କର: ଅନୁଭବ

ନୂଆଦିଲ୍ଲୀ,୧୦ା୭: ପୁରୀକୁ ଦେଶର ସାଂସ୍କୃତିକ ରାଜଧାନୀ କରିବା ପାଇଁ ଭାଜପା ଏହାର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା। ଏହାକୁ ବାସ୍ତବରେ ପରିଣତ କରିବା ପାଇଁ ବିଜେଡି...

କଂଗ୍ରେସ କୋର୍‌ କମିଟି ଭାଙ୍ଗିଲା

ନୂଆଦିଲ୍ଲୀ,୧୩ା୬(ଆଇଏଏନ୍‌ଏସ୍‌): ରାହୁଲ ଗାନ୍ଧୀ କଂଗ୍ରେସ ଦଳର ଅଧ୍ୟକ୍ଷ ରହିବେ ବୋଲି ଦଳ ପକ୍ଷରୁ ବୁଧବାର କୁହାଯାଇଛି। ଲୋକ ସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ...

ବଳାତ୍କାର ମାମଲାରେ ସ୍ବାମୀ ଚିନ୍ମୟାନନ୍ଦ ଗିରଫ

ଶାହଜହାନପୁର,୨୦।୯: ଶେଷରେ ବଳାତ୍କାର ମାମଲାରେ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦ ଗିରଫ ହୋଇଛନ୍ତି। ଏବେ ତାଙ୍କୁ ମେଡିକାଲ ଟେଷ୍ଟ ପାଇଁ...

୨୩ ଜୁନ୍‌ରୁ ଆରମ୍ଭ ହେବ ଅମରନାଥ ଯାତ୍ରା

ନୂଆଦିଲ୍ଲୀ,୧୪।୨: କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ଚଳିତ ବର୍ଷ ପ୍ରଥମ କରି ଆରମ୍ଭ ହେବ ଅମରନାଥ ଯାତ୍ରା। ଜୁନ୍‌ ୨୩ରୁ ଆରମ୍ଭ ହେଉଥିବା ଏହି...

ଭୋଟ ପାଇଁ ଏଏପି କାର୍ଯ୍ୟାଳୟରେ ପହଞ୍ଚିଲେ ଭାଜପା ବିଧାୟକ

ନୂଆଦିଲ୍ଲୀ, ୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ପ୍ରଚାର ଶେଷ ହେଉଛି। ଭୋଟରଙ୍କ ମନ ଜିଣିବା ପାଇଁ ଘର ଘର ବୁଲି ଭୋଟ ମାଗୁଛନ୍ତି...

ପଶ୍ଚିମବଙ୍ଗରେ ପ୍ରଚାର ଶେଷ:ବଳ କଷିଲେ ମୋଦି, ଦିଦି

କୋଲ୍‌କାତା/ମଉ,୧୭।୫:ପଶ୍ଚିମବଙ୍ଗରେ ୭ଟି ଯାକ ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ ହେଉଛି। ରାଜ୍ୟର ୪୨ ଆସନ ମଧ୍ୟରୁ ୩୩ଟିରେ ମତଦାନ ଶେଷ ହୋଇଥିବାବେଳେ ରବିବାର ଶେଷ ପର୍ଯ୍ୟାୟରେ...

ସ୍ତନ୍ୟପାନ କରାଉଥିବା ମା’ଙ୍କୁ ଡାଇବେଟିସ୍‌ ଆଶଙ୍କା କମ୍‌…

ଜନ୍ମ ପରେ ନବଜାତକଙ୍କୁ ସ୍ତନ୍ୟପାନ କରାଉଥିବା ମହିଳା ଡାଇବେଟିସ୍‌ରୁ ଦୂରେଇ ରୁହନ୍ତି। ସେମାନଙ୍କ କ୍ଷେତ୍ରରେ ଡାଇବେଟିସ୍‌ ଆଶଙ୍କା ହ୍ରାସ ପାଇଥାଏ ବୋଲି ଚିକିତ୍ସା ବିଜ୍ଞାନୀ ପରାମର୍ଶ...

Leave a comment

Your email address will not be published. Required fields are marked *