Posted inଜାତୀୟ

ମାଟିରେ ମିଶିଲା ୪ ବେଆଇନ ଆପାର୍ଟମେଣ୍ଟ

କୋଚି,୧୩ା୧(ପି.ଟି.): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେରଳର କୋଚିସ୍ଥିତ ୪ଟି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ମାଟିରେ ମିଶିଛି। ପରିବେଶ ନିୟମ ଉଲ୍ଲଂଘନ କରି ଘର କରୁଥିବା ଲୋକମାନଙ୍କୁ ଏହା ଏକ ଶକ୍ତ ବାର୍ତ୍ତା। ମରାଡୁ ମ୍ୟୁନିସିପାଲିଟିରେ ଥିବା ହୋଲି ଫେଥ୍‌ ଏବଂ ଟୁଇନ୍‌ ଟାଓ୍ବାର ଆଲ୍‌ଫା ସେରେନ ଆପାର୍ଟମେଣ୍ଟକୁ ନିୟନ୍ତ୍ରିତ ବିସ୍ଫୋରଣ ପଦ୍ଧତିରେ ଭଙ୍ଗାଯାଇଥିଲା। ରବିବାର ଅନୁରୂପ ଭାବେ ଅନ୍ୟ ଦୁଇଟି ଅଟ୍ଟାଳିକାକୁ ଭାଙ୍ଗିଦିଆଯାଇଛି। ସେଗୁଡ଼ିକ ବେଆଇନ ଭାବେ ନିର୍ମାଣ କରାଯାଇଥିଲା, ଯାହାକି କୋଷ୍ଟାଲ୍‌ ରେଗୁଲେଶନ ଜୋନ୍‌ର ନିୟମ ଉଲ୍ଲଂଘନ କରୁଥିଲା। ଦେଶରେ ବେଆଇନ ଆପାର୍ଟମେଣ୍ଟ ଧ୍ୱଂସ କରାଯିବା ଏହା ପ୍ରଥମ ଘଟଣା। ୪ଟି ବିଲ୍ଡିଂରେ ୩୫୦ ଫ୍ଲାଟ ରହିଥିଲା, ଯାହା କେଇ ସେକେଣ୍ଡ ମଧ୍ୟରେ ଧ୍ୱଂସସ୍ତୂପରେ ପରିଣତ ହୋଇଛି। ବେଆଇନ ନିର୍ମାଣ ଉଚ୍ଛେଦ ଅଭିଯାନ ସଫଳ ହୋଇଥିବା ଏର୍ନାକୁଲମ ଜିଲାପାଳ ଏସ୍‌ ସୁହାସ ଏବଂ କୋଚି ପୋଲିସ କମିଶନର ବିଜୟ ସଖାରେ କହିଛନ୍ତି। ହ୍ରଦ ପାର୍ଶ୍ୱରେ ଅବସ୍ଥିତ ଏହି ବିଲ୍ଡିଂଗୁଡ଼ିକୁ ଧ୍ୱଂସ କରିବାରେ ୭୫୦ କିଲୋଗ୍ରାମ ବିସ୍ଫୋରକ ବ୍ୟବହାର କରାଯାଇଥିଲା। ସେଗୁଡ଼ିକୁ ଭାଙ୍ଗିଦେବାକୁ ୮ ମାସ ପୂର୍ବେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।


All Right Reserved By Dharitri.Com

ସୁପ୍ରିମ୍‌କୋର୍ଟ ଆଇନଜୀବୀ ଇନ୍ଦିରା ଜୟସିଂ ଏବଂ ଆନନ୍ଦ ଗ୍ରୋଭରଙ୍କ ଘରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ,୧୧।୭: ସୁପ୍ରିମ୍‌କୋର୍ଟ ଆଇନଜୀବୀ ଇନ୍ଦିରା ଜୟସିଂ ଓ  ଆନନ୍ଦ ଗ୍ରୋଭରଙ୍କ ଘରେ ଏବଂ କାର୍ଯ୍ୟାଳୟରେ ଗୁରୁବାର ସିବିଆଇ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି। ସେମାନଙ୍କ ପାଖକୁ...

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କୁ ତାଙ୍କ ସରକାରୀ ବାସଭବନରେ ରବିବାର ସାକ୍ଷାତ୍‌ କରିଛନ୍ତି। ଏହି ଅବସରରେ ଦଳର ବିପୁଳ ବିଜୟ ନେଇ...

ପୂର୍ବତନ ସେନା ଅଧିକାରୀ ବିଦେଶୀ ଘୋଷିତ

ଗୁଆହାଟୀ, ୩୦ା୫: ରାଷ୍ଟ୍ରପତି ମେଡାଲ୍‌ ପାଇଥିବା ଆସାମର ଜଣେ ପୂର୍ବତନ ସେନା ଅଧିକାରୀଙ୍କୁ ବୁଧବାର ଗିରଫ କରାଯାଇଛି। କାମରୂପସ୍ଥିତ ବୈଦେଶିକ ନ୍ୟାୟାଳୟରେ ତାଙ୍କୁ ଜଣେ ବିଦେଶୀ...

ନାଗରିକତ୍ୱ ପ୍ରକ୍ରିୟାକୁ ବର୍ଜନ ପାଇଁ ଶପଥ

ନୂଆଦିଲ୍ଲୀ,୨ା୧: ନାଗରିକତ୍ୱ ପ୍ରକ୍ରିୟାକୁ ବର୍ଜନ କରିବା ଲାଗି ନୂଆବର୍ଷ ଅବସରରେ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ ନିକଟରେ ଶତାଧିକ ବିକ୍ଷୋଭକାରୀ ଗଣଶପଥ ନେଇଛନ୍ତି। ସେମାନେ ସଂଶୋଧିତ ନାଗରିକତ୍ୱ...

୮୦ ବର୍ଷର ଆଇନ ଲଢ଼େଇ ପରେ ତିରୁପତି ଦେବସ୍ଥାନମ୍‌ ଟ୍ରଷ୍ଟକୁ ମିଳିଲା ୧୮୮ ଏକର ଜମି

ତିରୁପତି,୭।୯: ଆନ୍ଧ୍ରପ୍ରଦେଶରେ ଥିବା ତିରୁପତି ତିରୁମାଲା ଦେବସ୍ଥାନମ୍‌ ଟ୍ରଷ୍ଟ୍‌କୁ ୮୦ ବର୍ଷ ଆଇନ ଲଢ଼େଇ ପରେ ସଫଳତା ମିଳିଛି। ଟ୍ରଷ୍ଟକୁ ୧୮୮ ଏକର ଏବଂ ୩୨...

ପୁଲଓ୍ବାମାରେ ଆତଙ୍କବାଦୀଙ୍କ ଆକ୍ରମଣ: ସ୍ଥାନୀୟ ଦୋକାନୀ ମୃତ

ଶ୍ରୀନଗର,୧୩।୧୧: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲା ଅବନ୍ତିପୁରା ଅଞ୍ଚଳର ଜଣେ ସ୍ଥାନୀୟ ଦୋକାନୀଙ୍କୁ ବୁଧବାର ସନ୍ଧ୍ୟାରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି।...

ଦୁଇମାସ ପରେ ହଟିଲା କଟକଣା: ଆଜିଠୁ କଶ୍ମୀର ଯାଇପାରିବେ ପର୍ଯ୍ୟଟକ

ଶ୍ରୀନଗର,୧୦ା୧୦: ଜମ୍ମୁ-କଶ୍ମୀରରେ ପର୍ଯ୍ୟଟକଙ୍କ ଭ୍ରମଣ ଉପରେ ଦୁଇମାସରୁ ଊର୍ଦ୍ଧ୍ୱ ସମୟ ଧରି ରହିଥିବା କଟକଣାକୁ ଶେଷରେ ହଟାଇଦିଆଯାଇଛି। ଫଳରେ ଗୁରୁବାରଠାରୁ ପର୍ଯ୍ୟଟକ ମାନେ ଜମ୍ମୁ-କଶ୍ମୀରକୁ ଭ୍ରମଣରେ...

କଶ୍ମୀର ମାମଲାରେ ଟ୍ରମ୍ପକୁ ବି ହସ୍ତକ୍ଷେପ କରିବାକୁ ଦେଇ ନାହାଁନ୍ତି ମୋଦି: ଶାହ

ବୁଲଧାନା,୧୧।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହାର ପ୍ରଚାରକୁ ଏବେ ଓହ୍ଲାଇଛନ୍ତି ବହୁ ହେଭିଓ୍ବେଟ ନେତା। ଶୁକ୍ରବାର ଭାଜପାର ପ୍ରଚାର କାର୍ଯ୍ୟକ୍ରମରେ ଯୋଗ...

Leave a comment

Your email address will not be published. Required fields are marked *