Posted inଜାତୀୟ

ବାୟୁସେନାକୁ ମିଳିବ ଅଧିକ ଶକ୍ତି: ୨୦୦ ଯୁଦ୍ଧବିମାନ କିଣିବ ଭାରତ

କୋଲକାତା,୧୩ା୧(ପି.ଟି.): ଭାରତୀୟ ବାୟୁସେନାକୁ ଅଧିକ ବଳଦେବା ପାଇଁ ସରକାର ୨୦୦ ଲଢ଼ୁଆ ବିମାନ କ୍ରୟ କରିବେ। ଏନେଇ ପ୍ରକ୍ରିୟା ଜାରି ରହିଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ହାଲ୍‌ ନିର୍ମିତ ୮୩ ଏଲ୍‌ସିଏ ତେଜସ୍‌ ମାର୍କ୧ ଆଡଭାନ୍ସଡ୍‌ ଜେଟ୍‌ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ପ୍ରତିରକ୍ଷା ସଚିବ ଅଜୟ କୁମାର ପ୍ରକାଶ କରିଛନ୍ତି। ଏଥିସହ ଅନ୍ୟ ୧୧୦ ଲଢ଼ୁଆ ବିମାନ ଲାଗି ପ୍ରସ୍ତାବ ଦିଆଯାଇଥିବା ସେ କହିଛନ୍ତି। ସାମ୍ପ୍ରତିକ ସ୍ଥିତିକୁ ଦେଖି ୮୩ ଲାଇଟ୍‌ କମ୍ବାକ୍ଟ ଏୟାରକ୍ରାଫ୍ଟ ଚୂଡ଼ାନ୍ତ ହୋଇଥିଲା। ଭାରତୀୟ ଆବଶ୍ୟକତା ପୂରଣ କରିବା ସହ ବାୟୁସେନାର ଶକ୍ତି ଏହା ବୃଦ୍ଧି କରିପାରିବ ବୋଲି କୁମାର କହିଛନ୍ତି। ଚଳିତ ବର୍ଷ ଏହିକାର୍ଯ୍ୟ ସମ୍ପନ୍ନ କରାଯିବ ବୋଲି ସେ ମତ ଦେଇଛନ୍ତି। ବାୟୁସେନା ନିକଟରେ ଏବେ ସୁଖୋଇ ୩୦ ଏମ୍‌କେଆଇ, ମିରଜ୍‌ ୨୦୦୦, ମିଗ୍‌ ୨୯, ଜାଗୁଆର, ମିଗ୍‌ ୨୧ ବିସନ୍‌ ରହିଛି। ୧୯୯୯ କାର୍‌ଗିଲ ଯୁଦ୍ଧ ବେଳେ ଦମ୍‌ ଦେଖାଇଥିବା ମିଗ୍‌ ୨୭ ଯୁଦ୍ଧବିମାନ ଉପରେ କଟକଣା ଲଗାଯିବା ପରେ ଅଧିକ ଯୁଦ୍ଧବିମାନ କ୍ରୟର ଆବଶ୍ୟକତା ରହିଥିବା ପ୍ରତିରକ୍ଷା ସଚିବ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

୩ଦିନରେ ପ୍ରାୟ ୪୦୦କି.ମି.ରୁ ଊର୍ଦ୍ଧ୍ୱ ସାଇକେଲ୍‌ ଚଳାଇ ଗାଁକୁ ପହଞ୍ଚିଲେ ଯୁବକ

ପାଟନା,୩।୪: କରୋନା ଭାଇରସ୍‌କୁ ବ୍ୟାପିବାରୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ସମସ୍ତ ରାଜ୍ୟରେ କାମଧନ୍ଦା ବନ୍ଦ ହୋଇଯିବାରୁ ଶ୍ରମିକ...

ଗୋମୁତ୍ରରୁ ପ୍ରସ୍ତୁତ କ୍ୟାପସୁଲ୍‌ ଦ୍ୱାରା ଭଲ ହେବ କ୍ୟାନସର !

ଅହମ୍ମଦାବାଦ୍‌,୩୧।୧୨: ଗୋମୁତ୍ରରୁ ପ୍ରସ୍ତୁତ କ୍ୟାପସୁଲ୍‌ ଦ୍ୱାରା କ୍ୟାନସର ଭଲ ହେବ ବୋଲି ଗୁଜରାଟର ସର୍ଦ୍ଦାର ବଲ୍ଲଭଭାଇ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ ହୋଇଥିବା ଏକ ଗବେଷଣା...

ରେଲଓ୍ବେ ଟ୍ରାକ୍‌ ଉପରେ ସଚେତନତା ସୃଷ୍ଟି କରୁଛନ୍ତି ଯମରାଜା

ମୁମ୍ବାଇ,୭।୧୧: ଯମରାଜା କଥା କହିଲେ ଲୋକେ ଶିହିରି ଉଠିବା ସହ ଯେତେ ସମ୍ଭବ ତାଙ୍କଠାରୁ ଦୂରେଇ ରହିବାକୁ ଚାହାନ୍ତି। ତାଙ୍କୁ ସ୍ବଚକ୍ଷୁରେ କେହି ଦେଖି ନ...

ବାବରି ମସଜିଦ୍‌ ପ୍ରସଙ୍ଗରେ ପ୍ରଜ୍ଞା ଦେଲେ ବିବାଦୀୟ ମନ୍ତବ୍ୟ: ପୁଣି ଇସି ଜାରି କଲେ ନୋଟିସ୍‌

ଭୋପାଳ, ୨୧।୪: ମାଲେଗାଓଁ ବିସ୍ଫୋରଣ ଅଭିଯୁକ୍ତ ତଥା ଭୋପାଳରୁ ଭାଜପାର ଲୋକ ସଭା ପ୍ରାର୍ଥୀ ହୋଇଥିବା ସ୍ବାଧୀ ପ୍ରଜ୍ଞା ସିଂ ଠାକୁର ବାବରି ମସଜିଦ୍‌ ସମ୍ପର୍କରେ...

ଦଳ ଓ ପରିବାରରେ ବିଭାଜନ ଦେଖାଦେଇଛି: ସୁଲେ

ମୁମ୍ବାଇ, ୨୪ା୧୧(ପି.ଟି.) : ମହାରାଷ୍ଟ୍ରରେ ରାତାରାତି ରାଜନୀତି ବଦଳିବା ଓ ଅଜିତ୍‌ ପାଓ୍ବାରଙ୍କ ସହଯୋଗରେ ଭାଜପା ନେତା ଦେବେନ୍ଦ୍ର ଫଡ୍‌ନବିସ୍‌ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା...

ଫ୍ୟାଶନରେ ଆଗରେ ଥିଲେ ପ୍ରାଚୀନ ଭାରତୀୟ

ନୁଆଦିଲ୍ଲୀ: ସୋସିଆଲ ମିଡିଆ ଏବେ ବେଶ୍‌ ଲୋକପ୍ରିୟତା ହାସଲ କରିଛି। ଦୂରଦୂରାନ୍ତରେ ରହୁଥିବା ଲୋକଙ୍କ ସହ ଯୋଗାଯୋଗରେ ରହିବାର ଏହା ମୁଖ୍ୟ ମାଧ୍ୟମ ପାଲଟିଥିବା ବେଳେ...

ଜେଟଲୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ରାଖୀ ସାଓ୍ବନ୍ତ: ୧୦ ଦିନ ପୂର୍ବରୁ ହୋଇଥିଲା ମୃତ୍ୟୁ

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ନେଇ ଅଭିନେତ୍ରୀ ରାଖୀ ସାଓ୍ବନ୍ତ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଜେଟଲୀ ୧୦ ଦିନ ପୂର୍ବରୁ ଦେହତ୍ୟାଗ କରିଥିବା...

ବାପାଙ୍କ ପରେ କଂଗ୍ରେସ ନେତାଙ୍କ ଝିଅଙ୍କୁ ଇଡିର ନୋଟିସ୍‌

ନୂଆଦିଲ୍ଲୀ,୧୦।୯: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ଡି.କେ. ଶିବକୁମାରଙ୍କ ଝିଅଙ୍କୁ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି।...

Leave a comment

Your email address will not be published. Required fields are marked *