ଆମେରିକୀୟ ସୈନ୍ୟଙ୍କୁ ପୁଣି ଟାର୍ଗେଟ କଲା ଇରାନ: ଏୟାରବେସ୍‌ ଉପରେ ୮ ରକେଟ ମାଡ଼

ବାଗଦାଦ,୧୩ା୧: ପାରମ୍ପରିକ ଶତ୍ରୁ ଇରାନ ଓ ଆମେରିକା ମଧ୍ୟରେ ଚରମ ଉତ୍ତେଜନା ଲାଗି ରହିଥିବାବେଳେ ରବିବାର ରାତିରେ ବଡ଼ ଖବର ଆସିଛି। ଇରାକରେ ଆମେରିକା ସେନାକୁ ଟାର୍ଗେଟ କରିବାକୁ ଯାଇ ୮ ରକେଟ ମାଡ଼ କରିଛି ଇରାନ। ଏଥିରେ ଇରାକ ବାୟୁସେନାର ୪ ସୈନ୍ୟ ଆହତ ହୋଇଛନ୍ତି। ଇରାନ ପକ୍ଷରୁ ନିକ୍ଷେପ କରାଯାଇଥିବା ରକେଟ ଏୟାରବେସ୍‌ ରନ୍‌ଓ୍ବେରେ ମାଡ଼ ହୋଇଥିବାରୁ ବିଶେଷ କ୍ଷତି ହୋଇ ନ ଥିବା ଜଣାପଡିଛି। ଗତ ସପ୍ତାହରେ ଇରାନର ରକେଟ ମାଡ଼ ପରେ ଅନେକ ଆମେରିକୀୟ ସୈନ୍ୟ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତର ହୋଇଯାଇଥିବାରୁ ସଦ୍ୟ ଆକ୍ରମଣରୁ ସେମାନେ ବର୍ତ୍ତିଯାଇଥିବା କୁହାଯାଉଛି। ତେବେ ଆକ୍ରମଣ ପାଇଁ ଇରାନ ନିଜକୁ ଦାୟୀ କରିନାହିଁ।
ଇରାକ ରାଜଧାନୀ ବାଗଦାଦଠାରୁ ୮୦ କିଲୋମିଟର ଦୂର ସଲାହୁଦିନ ପ୍ରଦେଶରେ ଥିବା ଅଲ୍‌ ବଲାଡ ଏୟାରବେସ ଉପରେ ରବିବାର ୮ଟି କଟ୍ୟୁଶା ରକେଟ ମାଡ଼ ହୋଇଛି। ଏଥିରେ ଇରାକର ୪ ଜଣ ବାୟୁସେନା ସୈନ୍ୟ ଆହତ ହୋଇଛନ୍ତି। ଏଥିସହିତ ପାଖ ବିଲ୍ଡିଂଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିବା ଇରାକ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରିଛି। ଅଲ୍‌-ବଲାଡ ହେଉଛି ଇରାକର ମୁଖ୍ୟ ଏୟାରବେସ୍‌। ଏଠାରେ ଆମେରିକାରୁ ଇରାକ କିଣିଥିବା ଏଫ-୧୬ ଯୁଦ୍ଧବିମାନକୁ ରଖାଯାଇଛି। ପୂର୍ବରୁ ଏହି ବାୟୁସେନା ଘାଟିରେ ଆମେରିକୀୟ ଯବାନ ଓ ଠିକାଦାରମାନେ ରହୁଥିଲେ। ଗତ ମାସରେ ଇରାନ ଆକ୍ରମଣରେ ଆମେରିକାର ଜଣେ ଠିକାଦାରଙ୍କ ମୃତ୍ୟୁ ଘଟିଥିଲା। ଗତ ୩ ତାରିଖରେ ବାଗଦାଦ ବିମାନବନ୍ଦରରେ ଆମେରିକା ସେନା ଡ୍ରୋନ ଆକ୍ରମଣ କରିଥିଲା। ଏଥିରେ ଇରାନର ସେନା କମାଣ୍ଡର ଜେନେରାଲ କାସିମ ସୋଲେମାନୀଙ୍କ ସମେତ କେତେଜଣ ସେନା ଅଧିକାରୀ ନିହତ ହୋଇଥିଲେ।
ଏହା ପରେ ଆମେରିକା ଉପରେ ପ୍ରତିଶୋଧ ନେବା ପାଇଁ ଇରାନର ସୁପ୍ରିମ ଲିଡର ଆୟାତୋଲା ଖୋମିନି ଧମକ ଦେଇଥିଲେ। ୮ ତାରିଖରେ ଇରାକର ଦୁଇଟି ବାୟୁସେନା ଘାଟିକୁ ଟାର୍ଗେଟ କରି ଇରାନ ରକେଟ ମାଡ଼ କରିଥିଲା। ଏହାର କିଛି ଘଣ୍ଟା ପରେ ଇରାନ ଭୁଲ୍‌ବଶତଃ ୟୁକ୍ରେନର ଏକ ଯାତ୍ରୀବାହୀ ବିମାନକୁ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏଥିରେ ୧୭୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହି ଆକ୍ରମଣରେ କୌଣସି ଜଣେ ହେଲେ ଆମେରିକୀୟ ସୈନ୍ୟ ମୃତାହତ ହୋଇ ନ ଥିବା ଦୃଢ଼ୋକ୍ତି ବାଢ଼ିବା ସହ ଇରାନ ଉପରେ ଅତିରିକ୍ତ କଟକଣା ଲଗାଇଥିଲେ। ଦୁଇଦେଶ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଚରମ ସୀମାରେ ପହଞ୍ଚତ୍ଥିବାରୁ ଅଧିକାଂଶ ଆମେରିକା ସୈନ୍ୟ ସୁରକ୍ଷା ଦୃଷ୍ଟିରୁ ଉକ୍ତ ଏୟାରବେସ୍‌ ଛାଡ଼ି ଚାଲିଯାଇଥିଲେ। ସେଠାରେ ଆମେରିକାର ମାତ୍ର ଗୋଟିଏ ବିମାନ ଓ ୧୫ ସୈନ୍ୟ ଥିଲେ। ଆମେରିକା-ଇରାନ ମୁହାଁମୁହିଁ ହେବା ଫଳରେ ଇରାକ କ୍ଷତିଗ୍ରସ୍ତ ହେଉଛି। ଏଥିଯୋଗୁ ଇରାକ ପ୍ରଧାନମନ୍ତ୍ରୀ ଆଦିଲ ଅବଦୁଲ-ମହଦି ଆମେରିକା ପରରାଷ୍ଟ୍ର ସଚିବ ମାଇକ ପମ୍ପିଓଙ୍କୁ ସେନା ପ୍ରତ୍ୟାହାର ପାଇଁ କହିଛନ୍ତି। ତେବେ ଇରାକ ଭୂଖଣ୍ଡରେ ଆମେରିକା ସୈନ୍ୟଙ୍କ ଉପସ୍ଥିତି ଜରୁରୀ ଦର୍ଶାଇ ସୁରକ୍ଷାବଳ ପ୍ରତ୍ୟାହାର କରିବା ପାଇଁ ରୋକ୍‌ଠୋକ ମନା କରିଦେଇଛି ଓ୍ବାଶିଂଟନ।


All Right Reserved By Dharitri.Com

ଏବେ ଦୃଷ୍ଟିହୀନ ବି ଦେଖିପାରିବେ ଦୁନିଆ….

ଏବେ ଅନ୍ଧତ୍ୱରୁ ସହଜରେ ମୁକ୍ତି ମିଳି ପାରିବ। ଦୀର୍ଘ ଦିନ ଗବେଷଣା କରିବା ପରେ ଭର୍ଜିନିଆ ବିଶ୍ୱବିଦ୍ୟାଳୟର ମେଡିସିନ୍‌ ସ୍କୁଲର ଏକ ଗବେଷଣା ରିପୋର୍ଟରେ ଏହା...

ମେନ୍ୟୁ କାର୍ଡ ମେଶିନ୍‌ କହିଥାଏ ଗ୍ରାହକଙ୍କ ପସନ୍ଦ

ବେଜିଂ: ସାଧାରଣତଃ ମନ ପସନ୍ଦର ଖାଦ୍ୟ ଖାଇବା ପାଇଁ ହୋଟେଲ ବା ରେଷ୍ଟୁରାଣ୍ଟରେ ମେନ୍ୟୁ କାର୍ଡ ଦେଖି ଅର୍ଡର ଦିଆଯାଇଥାଏ। ମାତ୍ର ଏହି ଖାଦ୍ୟ ସ୍ବାସ୍ଥ୍ୟପକ୍ଷେ...

୩୮୦ ବର୍ଷ ଧରି ପାଳିତ ହେଉଥିବା ରିଓ ଉତ୍ସବରେ ଗଣେଶଙ୍କ ମେଢ଼

ରିଓ ଡି ଜେନେରିଓ,୨୬।୨: ଭାରତରେ ଅଗ୍ରପୂଜ୍ୟ ଗଣେଶଙ୍କୁ ପୂଜା କରାଯାଇଥାଏ। ତେବେ ବିଦେଶରେ ମଧ୍ୟ ଗଣପତିଙ୍କ ବହୁ ମନ୍ଦିର ରହିଛି। ବ୍ରାଜିଲ୍‌ର ରିଓ ଡି ଜେନେରିଓରେ...

ରୋହିଙ୍ଗ୍ୟା ସମସ୍ୟା: ବିଶ୍ୱ ସମୁଦାୟର ସହଯୋଗ ଲୋଡିଲା ଜାତିସଂଘ

ଜେନେଭା,୨୭।୪: ବାଂଲାଦେଶରେ କୋକ୍ସ୍‌ ବଜାର ଶରଣାର୍ଥୀ ଶିବିରରେ ଥିବା ରୋହିଙ୍ଗ୍ୟାଙ୍କ ସହାୟତା ପାଇଁ ଜାତିସଂଘ ପକ୍ଷରୁ ବିଶ୍ୱ ସମୁଦାୟର ସହଯୋଗ ଲୋଡ଼ାଯାଇଛି। ଏଠାରେ ୭ ଲକ୍ଷରୁ...

ଗୋଟିଏ ମିନିଟ୍‌ରେ ଜୀବନ ନେଇଯାଏ ଏହି ମଶା

ଚାଇନାର ସିଚୁଆନ୍‌ରେ ଦେଖାଯାଉଥିବା ଏକ ମଶାର ନାଁ ହେଉଛି ହୋଲୋରୁସିଆ ମିକାଡୋ। ଦୁନିଆରେ ଦେଖାଯାଉଥିବା ୩୫୦୦ ପ୍ରଜାତିର ମଶାଙ୍କ ମଧ୍ୟରୁ ଏହା ଗୋଟିଏ। ଦେଖିବାକୁ ଏହାର...

ଆଫଗାନିସ୍ତାନରେ ଭୂକମ୍ପ, ଉତ୍ତର ଭାରତରେ ଝଟକା

ନୂଆଦିଲ୍ଲୀ,୨୧ା୧୨(ପି.ଟି.):ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ ସମେତ ଉତ୍ତର ଭାରତରେ ଶୁକ୍ରବାର ସନ୍ଧ୍ୟାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଆଫଗାନିସ୍ତାନ ରାଜଧାନୀ କାବୁଲଠାରୁ ୨୪୬ କିଲୋମିଟର ଉତ୍ତରରେ ଅବସ୍ଥିତ...

ବାଂଲାଦେଶରେ ଟ୍ରେନ୍‌ ଦୁର୍ଘଟଣା:୧୫ ମୃତ, ୫୦ରୁ ଊର୍ଦ୍ଧ୍ୱ ଆହତ

ଢାକା,୧୨।୧୧: ବାଂଲାଦେଶରେ ଏକ ବଡ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ବ୍ରହ୍ମାନବରିଆ ଜିଲାର ମଙ୍ଗଳବାର ଦୁଇଟି ଟ୍ରେନ୍‌ ମଧ୍ୟରେ ଧକ୍କା ହେବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ...

ଇଷ୍ଟର ସଣ୍ଡେ ବିସ୍ଫୋରଣର ପ୍ରତିଶୋଧ ନେଲା ଶ୍ରୀଲଙ୍କା ଆର୍ମି: ୧୫ ସନ୍ଦିଗ୍ଧଙ୍କ ଏନ୍‌କାଉଣ୍ଟର

କଲମ୍ବୋ,୨୭।୪: ଶ୍ରୀଲଙ୍କା ଆର୍ମି ଇଷ୍ଟର ସଣ୍ଡେ ବିସ୍ଫୋରଣର ପ୍ରତିଶୋଧ ନେଇଛି। ଶ୍ରୀଲଙ୍କାର ପୂର୍ବପ୍ରାନ୍ତରେ ଥିବା ସମ୍ମନତୁରଇଠାରେ ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା କେତେକ ସନ୍ଦିଗ୍ଧଙ୍କ ସହିତ...

Leave a comment

Your email address will not be published. Required fields are marked *