Posted inଖେଳ

ନ୍ୟୁଜିଲାଣ୍ଡ ଟୁର: ଭାରତ ଏ’ ଦଳରେ ପାଣ୍ଡ୍ୟାଙ୍କ ସ୍ଥାନ ନାହିଁ

ନୂଆଦିଲ୍ଲୀ, ୧୩।୧- ଷ୍ଟାର୍‌ ଭାରତୀୟ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ ପୁଣିଥରେ ବିଳମ୍ବ ହୋଇଛି। ପିଠି ଯନ୍ତ୍ରଣାଜନିତ ସମସ୍ୟାରୁ ସୁସ୍ଥ ହେବାପରେ ପାଣ୍ଡ୍ୟାଙ୍କୁ ଆଗାମୀ ନ୍ୟୁଜିଲାଣ୍ଡ ଟୁର୍‌ ଲାଗି ଭାରତ-ଏ ଦଳରେ ସାମିଲ କରାଯାଇଥିଲା। ବରୋଦା ପକ୍ଷରୁ ରଣ୍‌ଜୀ ଟ୍ରଫି ମ୍ୟାଚ୍‌ ଖେଳି ନ ଥିଲେ ମଧ୍ୟ ଚୟନକର୍ତ୍ତାମାନେ ତାଙ୍କୁ ଭାରତ-ଏ ଦଳରେ ସ୍ଥାନ ଦେଇଥିଲେ। କିନ୍ତୁ ପାଣ୍ଡ୍ୟା ବାଧ୍ୟତାମୂଳକ ଫିଟ୍‌ନେସ ପରୀକ୍ଷାରେ ବିଫଳ ହେବାରୁ ତାଙ୍କୁ ଏହି ଗସ୍ତରୁ ବାଦ୍‌ ଦିଆଯାଇଛି। ଅନ୍ତର୍ଜାତୀୟ ଖେଳାଳିଙ୍କ ପାଇଁ ରହିଥିବା ଫିଟ୍‌ନେସସ୍ତରଠାରୁ ୨୬ ବର୍ଷୀୟ ପାଣ୍ଡ୍ୟାଙ୍କ ଆହୁରି କମ୍‌ ରହିଛି। ଯେଉଁ କାରଣରୁ ତାଙ୍କୁ ଶୁବମନ ଗିଲ୍‌ଙ୍କ ନେତୃତ୍ୱାଧୀନ ଭାରତ-ଏ ଦଳରୁ ବାଦ୍‌ ଦିଆଯିବା ନିଷ୍ପତ୍ତି ହୋଇଛି। ତାମିଲନାଡ଼ୁ ଅଲ୍‌ରାଉଣ୍ଡର ବିଜୟ ଶଙ୍କରଙ୍କୁ ପାଣ୍ଡ୍ୟାଙ୍କ ବଦଳ ଖେଳାଳି ଭାବେ ଦଳରେ ସାମିଲ କରାଯାଇଛି। ଭାରତ-ଏ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ସେଠାରେ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି। ଜାନୁୟାରୀ ୨୨ରୁ ଏହି ସିରିଜ ଆରମ୍ଭ ହେବ।


All Right Reserved By Dharitri.Com

Posted inଖେଳ View All

ଭାରତୀୟ ପ୍ରଶଂସକଙ୍କୁ ନିଶାମଙ୍କ ଅନୁରୋଧ

ଲର୍ଡସ,୧୩।୭- ସ୍ଥାନୀୟ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ରବିବାର ନ୍ୟୁଜିଲାଣ୍ଡ ଓ ଆୟୋଜକ ଇଂଲଣ୍ଡ ମଧ୍ୟରେ ଚଳିତ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ର ଟିକେଟ...

ବିଶ୍ୱକପ୍‌ ଆୟୋଜକଙ୍କୁ ଗାଭାସ୍କରଙ୍କ ସମାଲୋଚନା

ମାଞ୍ଚେଷ୍ଟର,୧୬ା୬: ପୂର୍ବତନ ଭାରତୀୟ ଅଧିନାୟକ ସୁନିଲ ଗାଭାସ୍କର ବିଶ୍ୱକପ୍‌ ଆୟୋଜକ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)କୁ ସମାଲୋଚନା କରିଛନ୍ତି। ବର୍ଷା ପ୍ରଭାବିତ ଗ୍ରାଉଣ୍ଡକୁ...

ସ୍ପେଶାଲ ଅଲିମ୍ପିକ୍‌ ଭାରତ- ଓଡ଼ିଶା ଏଫ୍‌ସି ବୁଝାମଣା

ଭୁବନେଶ୍ୱର,୧୩।୧୨(ସ୍ପୋଟର୍‌ସ ବ୍ୟୁରୋ)- ତୃଣମୂଳ ସ୍ତରରେ ଫୁଟବଲର ବିକାଶ ପାଇଁ ଓଡ଼ିଶା ଏଫ୍‌ସି ସ୍ପେଶାଲ ଅଲିମ୍ପିକ୍ସ ଭାରତ (ଏସ୍‌ଓବି) ସହିତ ଏକ ବୁଝାମଣା ପତ୍ରରେ ସ୍ବାକ୍ଷର କରିଛି।...

ଇରିଶ ପାରା-ବ୍ୟାଡ୍‌ମିଣ୍ଟନ: ଓଡ଼ିଶାର ପ୍ରମୋଦଙ୍କୁ ଡବଲ୍‌ ସ୍ବର୍ଣ୍ଣ

ଭୁବନେଶ୍ୱର, ୨୪।୬(ସ୍ପୋଟର୍‌ସ ବ୍ୟୁରୋ)- ଆୟର୍ଲାଣ୍ଡର ଡବ୍‌ଲିନଠାରେ ଶେଷ ହୋଇଥିବା ଇରିଶ ପାରା-ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଆ ତାରକା ପ୍ରମୋଦ ଭଗତ ୨ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଡବ୍‌ଲିନର...

ଦଶନ୍ଧିର ବ୍ୟାଟ୍ସମ୍ୟାନ କୋହଲି

ନୂଆଦିଲ୍ଲୀ,୧୫।୮: କୋହଲିଙ୍କ ଦମ୍‌ଦାର ଶତକୀୟ ଇନିଂସ ବଳରେ ଭାରତୀୟ ଦଳ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୨-୦ ବ୍ୟବଧାନରେ ଜିତି ନେଇଛି। ଏହି...

ଆର୍ଚରଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ: ସୁରକ୍ଷା ବ୍ୟବସ୍ଥା କଡ଼ା କଲା ନ୍ୟୁଜିଲାଣ୍ଡ

ଓ୍ବେଲିଂଟନ,୨୭।୧୧(ଏଏଫ୍‌ପି)- ହାମିଲଟନରେ ଆଗକୁ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡ କ୍ରିକେଟ ସୁରକ୍ଷା ତଥା ନିରାପତ୍ତା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଛି। ମାଉଣ୍ଟ...

କାଲିସଙ୍କ ସହ ସମ୍ପର୍କ ଛିନ୍ନ କଲା କେକେଆର

କୋଲକାତା,୧୪।୭- ଦୁଇ ଥର ଆଇପିଏଲ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ (କେକେଆର) ମୁଖ୍ୟ କୋଚ୍‌ ଜ୍ୟାକ୍ସ କାଲିସ ଓ ଆସିଷ୍ଟାଣ୍ଟ କୋଚ୍‌ ସାଇମନ କ୍ୟାଟିଚଙ୍କ ସହ...

ଦୀପ୍ତିଙ୍କ ଦମ୍‌ଦାର ପ୍ରଦର୍ଶନ, ମନ୍ଧାନା ବିଫଳ

ଲଣ୍ଡନ, ୨୨।୮- ଏଠାରେ ଚାଲିଥିବା ଓ୍ବମେନ୍ସ କ୍ରିକେଟ୍‌ ସୁପର୍‌ ଲିଗ୍‌ର ଏକ ମ୍ୟାଚ୍‌ରେ ଭାରତୀୟ ମହିଳା କ୍ରିକେଟର୍‌ ଦୀପ୍ତି ଶର୍ମାଙ୍କ ଦମ୍‌ଦାର ଅଲ୍‌ରାଉଣ୍ଡ ପ୍ରଦର୍ଶନ ଦେଖିବାକୁ...

Leave a comment

Your email address will not be published. Required fields are marked *