Posted inଖେଳ

ଅଧିନାୟକ ପଦ ଛାଡ଼ିବାକୁ ପ୍ରସ୍ତୁତ ମାଲିଙ୍ଗା

କଲମ୍ବୋ, ୧୩।୧- ନିକଟରେ ଶେଷ ହୋଇଥିବା ଭାରତ ବିପକ୍ଷ ଟି୨୦ ସିରିଜକୁ ୦-୨ରେ ହାରିବା ପରେ ଶ୍ରୀଲଙ୍କା ଅଧିନାୟକ ପଦ ଛାଡ଼ିବାକୁ ଲସିଥ୍‌ ମାଲିଙ୍ଗା ପ୍ରସ୍ତୁତ ଥିବା କହିଛନ୍ତି। ‘ଟି୨୦ କ୍ରିକେଟ୍‌ରେ ପ୍ରଭାବ ପକାଇବା ଲାଗି ଶ୍ରୀଲଙ୍କା ଦଳ ପାଖରେ ପର୍ଯ୍ୟାପ୍ତ ଦକ୍ଷତା ନାହଁି। ଶ୍ରୀଲଙ୍କା ବୋଲରମାନେ ପ୍ରତିପକ୍ଷକୁ ଅଟକାଇବା ଲାଗି ସକ୍ଷମ ନୁହେଁ ଏବଂ ମ୍ୟାଚ୍‌ରେ ଲଢ଼ିବା ଲାଗି ଆବଶ୍ୟକ ୧୭୦ ରନ କରିବାକୁ ଏହାର ବ୍ୟାଟ୍ସମ୍ୟାନ ଅସମର୍ଥ’ ବୋଲି ଭାରତ ଗସ୍ତରୁ ପ୍ରତ୍ୟାବର୍ତ୍ତନ ପରେ ଖବରଦାତା ସମ୍ମିଳନୀରେ ମାଲିଙ୍ଗା ଏହା କହିଛନ୍ତି। ଏହି ଅବସରରେ ସେ ଆହୁରି ମଧ୍ୟ କହିଛନ୍ତି, ଦଳର ଏହି ପ୍ରଦର୍ଶନ ଲାଗି ସେ ଦାୟୀ। ଏଥିସହ ଅଧିନାୟକ ପଦ ଛାଡ଼ିବାକୁ ପ୍ରସ୍ତୁତ ରହିଛି। ୨୦୧୪ ବିଶ୍ୱକପ୍‌ରେ ମାଲିଙ୍ଗା ଶ୍ରୀଲଙ୍କା ଦଳର ନେତୃତ୍ୱ ନେଇ ୨୦୧୬ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିଥିଲେ। ଏହାପରେ ୨୦୧୮ ଡିସେମ୍ବରରେ ପୁନର୍ବାର ତାଙ୍କୁ ଟି୨୦ ଦଳର ନେତୃତ୍ୱ ପ୍ରଦାନ କରାଯାଇଥିଲା।


All Right Reserved By Dharitri.Com

Posted inଖେଳ View All

ବୟସ ଜାଲିଆତି ରୋକିବାକୁ ବୋର୍ଡର ୨୪ ଘଣ୍ଟିଆ ହେଲ୍ପ ଲାଇନ୍‌

ନୂଆଦିଲ୍ଲୀ,୨।୧୦(ପି.ଟି.)- କ୍ରିକେଟରେ ବୟସ ଜାଲିଆତି ଏବେ ଉତ୍କଟ ସମସ୍ୟା ରୂପେ ଉଭା ହୋଇଛି। ଏହାକୁ ରୋକିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏକ...

ରଣଜୀ ଟ୍ରଫି: ଓଡ଼ିଶା-ତ୍ରିପୁରା ମ୍ୟାଚ୍‌, ସ୍ପିନରଙ୍କ ଉପରେ ଓଡ଼ିଶାର ଭରସା

କଟକ ଅଫିସ,୩ା୧-  ତ୍ରିପୁରାର ଅଗରତାଲାସ୍ଥିତ ମହାରାଜା ବୀରବିକ୍ରମ କଲେଜ ଷ୍ଟାଡିୟମରେ ଶୁକ୍ରବାରଠାରୁ ଚଳିତ ରଣଜୀ ସିଜନର ୪ର୍ଥ ମ୍ୟାଚ୍‌ ଖେଳିବ ଓଡ଼ିଶା। ଘରୋଇ ତ୍ରିପୁରା ବିପକ୍ଷରେ...

ବର୍ଷର ଶେଷ ମ୍ୟାଚ ପାଇଁ ପ୍ରସ୍ତୁତି

କଟକ ଅଫିସ,୨୨ା୧୨-  ଭାରତୀୟ ଦଳ ବାରବାଟୀ ଷ୍ଟାଡିୟମରେ ରବିବାର ‘୨୦୧୯’ର ଶେଷ ମ୍ୟାଚ୍‌ ଖେଳିବ। ଚଳିତବର୍ଷ ଭାରତୀୟ କ୍ରିକେଟ ନିମନ୍ତେ ଏହା ‘ସୁପର-ସଣ୍ଡେ’ ବୋଲି କୁହାଯାଉଛି।...

୮୫ବର୍ଷରେ ଅବସର ନେବେ ପେସ୍‌ ବୋଲର

ଲଣ୍ଡନ,୨୮ା୮(ଏଏଫ୍‌ପି)-ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ ଭିଭିଆନ ରିଚାର୍ଡ, ଗ୍ୟାରି ସୋବର୍ସ ଏବଂ ଫ୍ରାଙ୍କ୍‌ ଓରେଲ୍‌ଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କ ସହିତ ଯଦିଓ ସମକକ୍ଷ ନୁହଁନ୍ତି କିନ୍ତୁ କ୍ରିକେଟରେ ଅଧିକ...

ଜାମ୍ପାଙ୍କୁ ଭର୍ତ୍ସନା

ନଟିଂହାମ,୭।୬(ପିଟି)- ଅଷ୍ଟ୍ରେଲିଆନ ଲେଗ୍‌ ସ୍ପିନର ଆଡାମ୍‌ ଜାମ୍ପାଙ୍କୁ ଆଇସିସି ପକ୍ଷରୁ ଭର୍ତ୍ସନା କରାଯାଇଛି। ଏଥିସହ ଖେଳାଳିଙ୍କ ଲାଗି ଉଦ୍ଦିଷ୍ଟ ନିୟମ ଭଙ୍ଗ କରିବା ପାଇଁ ତାଙ୍କୁ...

ଯାହା ବିରାଟ କୋହଲି କରିପାରି ନ ଥିଲେ, ତାହା କରିଦେଖାଇଲେ ରୋହିତ୍‌ ଶର୍ମା

ବିଶାଖପାଟଣା,୩।୧୦: ହିଟ୍‌ମ୍ୟାନ୍‌ ରୋହିତ ଶର୍ମାଙ୍କ ଟେଷ୍ଟ ମ୍ୟାଚରେ ଓପନିଂ କରିବାର ସୁଯୋଗ ମିଳିବା ମାତ୍ରେ ସେ ଏହାର ଭରପୂର ଫାଇଦା ଉଠାଇଛନ୍ତି। ଏହି ଟେଷ୍ଟରେ ସେ...

ଏଟିପି ମ୍ୟାଚ୍‌ ଜିତିବାରେ ଲି ପ୍ରଥମ ବଧିର ଖେଳାଳି

ଓ୍ବାଶିଂଟନ, ୨୦।୮ (ଏଏଫ୍‌ପି)- ଦକ୍ଷିଣ କୋରିଆର ଲି ଡକ୍‌-ହେ ପ୍ରଥମ ବଧିର ଟେନିସ ଖେଳାଳି ଭାବେ ଏଟିପି ମୁଖ୍ୟ ପର୍ଯ୍ୟାୟର ଏକ ମ୍ୟାଚ୍‌ ଜିତିବାର କୀର୍ତ୍ତିମାନ...

ଦଳରୁ କେମିତି ବିଦା ହୋଇଥିଲେ ଗାଙ୍ଗୁଲି, ଡ୍ରାଭିଡ୍‌, ସେହ୍ବାଗ, ଗମ୍ଭୀର

ନୂଆଦିଲ୍ଲୀ,୨୦।୭- ଟେଷ୍ଟ ଫର୍ମାଟ୍‌ରୁ ଅବସର ନେଇସାରିଥିବା ମହେନ୍ଦ୍ର ସିଂ ଧୋନୀ ନିଜର ଅନ୍ତିମ ଦିନିକିଆ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ସେମିଫାଇନାଲରେ ଖେଳିଥିଲେ। ତାଙ୍କ ଭବିଷ୍ୟତ...

Leave a comment

Your email address will not be published. Required fields are marked *