Posted inଜାତୀୟ

ବିଳମ୍ବିତ ପ୍ରାକ୍‌ ମୌସୁମୀ: ୬୫ ବର୍ଷରେ ଦ୍ୱିତୀୟ ଥର ପାଇଁ ଭାରତରେ ଏଭଳି ସ୍ଥିତି

ନୂଆଦିଲ୍ଲୀ,୨।୬: ଭାରତ ଭଳି କୃଷି ପ୍ରଧାନ ଦେଶ ପ୍ରାକ୍‌ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଏ। ପ୍ରାକ୍‌ ମୌସୁମୀ ବିଳମ୍ବିତ ହେଲେ ଚାଷ କାମ ଉପରେ ନାକାରାତ୍ମକ ପ୍ରଭାବ ପଡ଼ିଥାଏ। ପ୍ରାକ୍‌ ମୌସୁମୀ ଚାଷ କାମ ସହିତ ଭୂତଳ ଜଳସ୍ତର ତଥା ମୃତ୍ତିକାର ଆଦ୍ରତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେବେ ଚଳିତ ବର୍ଷ ପ୍ରାକ୍‌ ମୌସୁମୀରେ ବିଳମ୍ବ ଯୋଗୁ ବର୍ତ୍ତମାନ ସୁଦ୍ଧା ଦେଶର ବିଭିନ୍ନ ଅଞ୍ଚଳରେ ୯୯ ମିିଲିମିଟର ବର୍ଷା ରେକର୍ଡ ହୋଇଛି। ଏଭଳି ଅବସ୍ଥା ଦ୍ୱିତୀୟ ଥର ପାଇଁ ୬୫ ବର୍ଷ ପରେ ଭାରତରେ ଦେଖାଦେଇଛି। ପୂର୍ବରୁ ଅନୁରୂପ ସ୍ଥିତି ୧୯୫୪ରେ ଦୃଷ୍ଟି ଗୋଚର ହୋଇଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ସେତେବେଳେ ଦେଶରେ ପ୍ରାକ୍‌ ମୌସୁମୀରେ ୯୩.୯ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ୨୦୦୯ରେ ଏହା ୯୯ ମିଲିମିଟର, ୨୦୧୨ରେ ୯୦.୫ ମିଲିମିଟର ରେକର୍ଡ କରାଯାଇଥିଲା। ସମ୍ପ୍ରତି ଏଭଳି ସ୍ଥିତି ଦେଶର ମଧ୍ୟ ମହାରାଷ୍ଟ୍ର, ମରାଠାଓ୍ବାଡା, କୋଙ୍କଣ-ଗୋଆ, ଗୁଜରାଟ, ସୌରାଷ୍ଟ୍ର, କଛ ଆଦି ଅଞ୍ଚଳରେ ଦେଖାଦେଇଛି।


All Right Reserved By Dharitri.Com

ଜୟପୁରରେ ଫିଲ୍ମ ‘ପାନିପତ’କୁ ବିରୋଧ

ଜୟପୁର,୯।୧୨: ବଡ଼ ପରଦାରେ ଫିଲ୍ମ ‘ପାନିପତ’ ରିଲିଜ୍‌ ହୋଇଛି। ରିଲିଜ୍‌ ପରେ ବି ଏହାକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି। ରାଜସ୍ଥାନର ଜୟପୁର ଓ ଉତ୍ତରପ୍ରଦେଶର...

ନବଜାତ ଶିଶୁ କଳାଧଳା ବ୍ୟତୀତ ଅନ୍ୟ ରଙ୍ଗ ଜାଣି ପାରନ୍ତି ନାହିଁ

ଶିଶୁ ଜନ୍ମ ହେବା ପରେ ତା’ର ବିଶେଷ ଯତ୍ନ ନିଆଯାଇଥାଏ। କାରଣ ସେ ପ୍ରକୃତି ସହ ଖାପ ନ ଖାଇବା ପର୍ଯ୍ୟନ୍ତ ତା’ର ବିଶେଷ ଧ୍ୟାନ...

ହାଇଦ୍ରାବାଦରେ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର ଘଟଣା: ପୋଲିସଙ୍କ ଉପରେ ଫୁଲ ବର୍ଷା କଲେ ସାଧାରଣ ଲୋକେ

ହାଇଦ୍ରାବାଦ,୬।୧୨: ହାଇଦ୍ରାବାଦର ଭେଟେରିନାରି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଏନ୍‌କାଉଣ୍ଟର କରିଛି। ଏହି ଏନ୍‌କାଉଣ୍ଟର ପରେ ସାରା...

୬୦ ପ୍ରତିଶତ ଭାରତୀୟ କମ୍ପାନୀ ଉପରେ ସାଇବର ଆକ୍ରମଣ ଆଶଙ୍କା: ଆଗାମୀ ୫ ବର୍ଷରେ ୩ ଶହ ୬୦ ଲକ୍ଷ କୋଟି ହେବ କ୍ଷତି

ନୂଆଦିଲ୍ଲୀ,୧୮।୪: ଭାରତରେ ଡିଜିଟାଲକରଣ ଧାରା ଜାରି ରହିଛି। ତେବେ ୬୦ ପ୍ରତିଶତ ଭାରତୀୟ କମ୍ପାନୀ ଉପରେ ସାଇବର ଆଶଙ୍କା ଭୟ ରହିଛି। ଏହାଦ୍ୱାରା ଆଗାମୀ ୫...

ହାରିଗଲେ ଶତୃଘ୍ନ ସିହ୍ନା

ପାଟନା, ୨୩।୫: ଭାଜପା ଛାଡି କଂଗ୍ରେସରେ ଯୋଗ ଦେଇଥିବା ଶତୃଘ୍ନ ସିହ୍ନା ଚଳିତ ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ଭୋଗିଛନ୍ତି। ସେ ନିଜର ନିକଟତମ...

ବାଜପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀ ପାଇଁ ପ୍ରସ୍ତୁତ ହେଲାଣି ଭାଜପା

ନୂଆଦିଲ୍ଲୀ,୫।୮: ଭାରତୀୟ ଜନତା ପାର୍ଟି(ଭାଜପା)ର ପ୍ରତିଷ୍ଠାତା, ବରିଷ୍ଠ ନେତା ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଇଁ ଏବେଠାରୁ ଭାଜପା...

ସେନାରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଜମ୍ମୁ-କଶ୍ମୀର ଯୁବକ

ଶ୍ରୀନଗର,୩।୯: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଓ ୩୫(ଏ) ହଟାଇ ଦିଆଯିବା ପରେ ସେଠାରେ ଏବେ ଭିନ୍ନ ବାତାବରଣ ଦେଖିବାକୁ ମିଳିଛି। ଗୋଟିଏ ଦିନ ପୂର୍ବରୁ ଏଠାକାର...

ବିଚାର ବିଭାଗୀୟ ହାଜତରେ କମଲନାଥଙ୍କ ଭଣଜା

ନୂଆଦିଲ୍ଲୀ,୩।୯: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ତଥା ବ୍ୟବସାୟୀ ରତୁଲ ପୁରୀଙ୍କୁ ଦିଲ୍ଲୀର ଏକ କୋର୍ଟ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି।...

Leave a comment

Your email address will not be published. Required fields are marked *