୧ମ ଜାତୀୟ ସଂହତି ଶିବିର ଓ ପଞ୍ଚବିଂଶ ସ୍କାଉଟ୍ସ, ଗାଇଡ୍ସ ମେଳା :‘ଯୁଦ୍ଧର ଭୟ ବେଳେ ଶିବିର ଗୁରୁତ୍ୱପୂର୍ଣ୍ଣ’

ଜଗତ୍‌ସିଂହପୁର ଅଫିସ୍‌,୧୩ା୧: ମାନବ ସମ୍ବଳର ସଫଳ ପରିଚାଳନାରେ ଯେଉଁ ଦେଶ ଯେତେ ପାରଙ୍ଗମ ସେ ଦେଶ ସେତେ ସମୃଦ୍ଧ। ସାମ୍ପ୍ରତିକ ବିଶ୍ୱରେ ଏବେ ଏକ ଯୁଦ୍ଧର ବିଭୀଷିକା ଭିତ୍ତି ସଞ୍ଚାର କରୁଛି। ଏ ପରିସ୍ଥିତିରେ ଜାତୀୟ ସଂହତି ବଜାୟ ରଖିବା ଜରୁରୀ। ରବିବାର ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ପରିସରରେ ଚାଲିଥିବା ୧ମ ଜାତୀୟ ସଂହତି ଶିବିର ଓ ପଞ୍ଚବିଂଶ ସ୍କାଉଟ୍ସ ଏବଂ ଗାଇଡ୍ସ୍‌ ମେଳାର ୪ର୍ଥ ଦିବସ (ପୁରସ୍କାର ବିତରଣ ଉତ୍ସବ)ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଗତ୍‌ସିଂହପୁର ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି ଏହା କହିଛନ୍ତି। ସେ କହିଥିଲେ, ଜଗତ୍‌ସିଂହପୁରରେ ଆୟୋଜନ ହୋଇଥିବା ଏଭଳି କାର୍ଯ୍ୟକ୍ରମ ଆମ ପିଲାଙ୍କ ଭିତରେ ଦେଶପ୍ରେମ ଜାଗ୍ରତ କରିବା ସଙ୍ଗେସଙ୍ଗେ ଭାରତୀୟ ଜାତୀୟ ସଂହତି ବଜାୟ ରଖିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ହେବ।
ଜିଲା ସ୍କାଉଟ୍ସ, ଗାଇଡ୍ସ ମୁଖ୍ୟ କମିଶନର ତଥା ଜିଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାସଙ୍କ ପୌରୋହିତ୍ୟରେ ସଭା ଆୟୋଜନ ହୋଇଥିଲା। ଏଥିରେ ସ୍କାଉଟ୍ସ, ଗାଇଡ୍ସ୍‌ ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି କାଳିପ୍ରସାଦ ମିଶ୍ର ଯୋଗଦେଇ କହିଥିଲେ, ଜଗତ୍‌ସିଂହପୁରରେ ଏଭଳି ଶିବିର ଆୟୋଜନ ଏକ ନିଆରା ବାର୍ତ୍ତା ଦେଇଛି। ଗତ ୯ ତାରିଖରେ ଶିବିର ଉଦ୍‌ଘାଟିତ ହୋଇଥିଲା। ସେ ଦିନ ଗାନ୍ଧୀ ୧୫୦ ଫଟୋ ପ୍ରଦର୍ଶନୀ ବେସ୍‌ ଆକର୍ଷଣୀୟ ହୋଇଥିଲା। ଏହି ଫଟୋ ପ୍ରଦର୍ଶନୀ ମାଧ୍ୟମରେ ଅହିଂସା ପରମ ଧର୍ମର ବାର୍ତ୍ତା ଯାଇଥିଲା। ସେହିପରି ୧୧ ତାରିଖରେ ଜୟ ଯବାନ ଜୟ କିଶାନର ନାରା ମାଧ୍ୟମରେ ଶାସ୍ତ୍ରୀଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ୧୨ରେ ସ୍ବାମୀ ବିବେକାନନ୍ଦଙ୍କ ବାଣୀ ମାଧ୍ୟମରେ ଜିଲାର ସ୍କାଉଟ୍ସ ସଙ୍ଗଠନ ପିଲାଙ୍କ ଭିତରେ ଜାତୀୟ ଚେତନା ସୃଷ୍ଟି କରାଯିବାକୁ ପ୍ରୟାସ ହୋଇଛ। କାର୍ଯ୍ୟକ୍ରମରେ ପୂର୍ବତନ ଏମ୍‌ପି ଡ. ପ୍ରସନ୍ନ କୁମାର ପାଟଶାଣୀ ଯୋଗଦେଇ ଜଗତ୍‌ସିଂହପୁର ଜିଲାର ଗୁରୁତ୍ୱ ସମ୍ପର୍କରେ ବଖାଣି ଥିଲେ। ସେ ଜାତି ପିରତି ବଡ ଗହନ କଥା କବିତା ଛଳରେ ଉପସ୍ଥାପନ କରି ଉପସ୍ଥିତ ଶ୍ରୋତାଙ୍କୁ ଆକର୍ଷିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସ୍କାଉଟ୍ସ ଓ ଗାଇଡ୍ସ ରାଜ୍ୟ ସଭାପତି ବିଷ୍ଣୁଚରଣ ଦାସ, କମିଶନର ଡ. ଧ୍ରୁବଚରଣ ପରିଡ଼ା, ଏସ୍‌. କେ. ଏକାଡେମୀ ପ୍ରଧାନଶିକ୍ଷକ ପ୍ରମୋଦ କର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସ୍କାଉଟ୍ସ୍‌, ଗାଇଡ୍ସ୍‌ ଜିଲା ସମ୍ପାଦକ ସୁଭାଷ ଚନ୍ଦ୍ର ରାଉତ ଅତିଥି ପରିଚୟ, ସ୍ବାଗତ ଭାଷଣ ଓ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ଚନ୍ଦନ ବେହେରା ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗରେ ଶ୍ରେଷ୍ଠତ୍ୱ ଅର୍ଜନ କରିଥିବା ସ୍କାଉଟ୍ସ, ଗାଇଡ୍ସ୍‌ଙ୍କୁ ପ୍ରମାଣପତ୍ର ଓ ଟ୍ରଫି ସହ ସମ୍ମାନିତ କରାଯାଇଥିଲା। ଜିଲାର ଶ୍ରେଷ୍ଠ ସ୍କାଉଟ୍ସ୍‌ ଟ୍ରୁପ ଭାବେ ଓଡ଼ିଶୋସ୍ଥିତ କୁତାମଚଣ୍ଡୀ ବିଦ୍ୟାପୀଠ ଓ ଶ୍ରେଷ୍ଠ ଗାଇଡ୍ସ୍‌ କମ୍ପାନୀ ଭାବେ ରସଲପୁର ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ। ଏହିଅବସରରେ ସ୍କାଉଟ୍ସ, ଗାଇଡ୍ସ୍‌ ମୁଖପତ୍ର ସ୍ମୃତି ଆରାଧନା ଉଦ୍‌ଘାଟିତ ହୋଇଥିଲା।


All Right Reserved By Dharitri.Com

ବର୍ଷା ପାଇଁ ମାଜଣା: ଠାକୁରାଣୀଙ୍କୁ ପୂଜାକଲେ ଶତାଧିକ ମହିଳା

କେନ୍ଦୁଝର, ୧୯ା୭ (ସ୍ବ.ପ୍ର.)-ଚଳିତ ବର୍ଷା ଅଭାବରୁ ଅନେକ ସ୍ଥାନରେ ଚାଷ କାର୍ଯ୍ୟ ବ୍ୟାହତ ହୋଇଛି ା ଜଳ ଅଭାବରୁ ଅନେକ ଅଞ୍ଚଳରେ ତଳି ମରିବାକୁ ବସଥିବାବେଳେ...

ବରିଷ୍ଠ ସାମ୍ବାଦିକଙ୍କ ପତ୍ନୀ ବିୟୋଗ

ଭୁବନେଶ୍ୱର,୭।୨(ବ୍ୟୁରୋ): ଧରିତ୍ରୀର ବରିଷ୍ଠ ସାମ୍ବାଦିକ ତଥା ବାଲେଶ୍ୱର ସଂସ୍କରଣ ମୁଖ୍ୟ ଉପେନ୍ଦ୍ର ପ୍ରସାଦ ମହାଲାଙ୍କ ଧର୍ମପତ୍ନୀ ପ୍ରଭାତୀ ମହାଲା(୫୧)ଙ୍କ ଗୁରୁବାର ରାତି ସାଢ଼େ ୧୦ଟାରେ ଭୁବନେଶ୍ୱରର...

ପତିତପାବନ ମହାବିଦ୍ୟାଳୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ଆନନ୍ଦପୁର,୧୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ସାଇଁକୁଳ ପତିତପାବନ ମହାବିଦ୍ୟାଳୟ ପରିସରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର...

ବେଆଇନ ବାଲି ଚାଲାଣ: ୨ ଗାଡ଼ି ଜବତ

ଆନନ୍ଦପୁର, ୭।୧୦(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ଅଧୀନ ପଞ୍ଚୁପଲ୍ଲୀଠାରେ ବୈତରଣୀ ନଦୀରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ୨ଟି...

କୃତ୍ରିମ ବନ୍ୟା ପାଇଁ ସରକାରକୁ ଦାୟୀ କଲା ଭାଜପା

ବ୍ରହ୍ମପୁର ଅଫିସ,୨୩ା୮- ବର୍ଷା ବିତ୍ପାତର ୩ ଦିନ ବିତିବା ପରେ ବି ରେଶମ ନଗରୀ ବ୍ରହ୍ମପୁରର ବିଗିଡ଼ି ଯାଇଥିବା ସ୍ଥିତି ଅପରିବର୍ତ୍ତିତ ରହିଛି। ସବୁ ରାସ୍ତା...

ପାଟଣା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ

ପାଟଣା,୨୩।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀଛାତ୍ର ଶ୍ରୀକୃଷ୍ଣଙ୍କ ବେଶରେ...

ଯାତ୍ରୀ ବିଶ୍ରାମାଗାର ଭଙ୍ଗା ହେଲେ ଆନ୍ଦୋଳନ ଚେତାବନୀ

ବଇଣ୍ଡା,୨୮।୯(ଡି.ଏନ.ଏ.) : ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ସାନହୁଲା ପଞ୍ଚାୟତ ସାନହୁଲା କ୍ରସର ଛକଠାରେ ଥିବା ଯାତ୍ରୀ ବିଶ୍ରାମାଗାରକୁ ଭାଙ୍ଗି ଦେବା ପାଇଁ ଯୋଜନା କରାଯାଉଛି।...

କଳା, ସଂସ୍କୃତିର ଏନ୍ତୁଡ଼ିଶାଳ ମୟୂରଭଞ୍ଜ

ବାରିପଦା ଅଫିସ, ୧୬ା୨-ସ୍ଥାନୀୟ ସଂସ୍କୃତି ଭବନଠାରେ କ୍ରିଏଟିଭ ସ୍କୁଲ ଅଫ୍‌ ଆର୍ଟ ଆଣ୍ଡ କ୍ରାଫ୍ଟର୍ସ ପକ୍ଷରୁ ୫ ଦିନ ଧରି ଅନୁଷ୍ଠିତ ହୋଇଥିବା ନବମ ରାଜ୍ୟସ୍ତରୀୟ...

Leave a comment

Your email address will not be published. Required fields are marked *