Posted inଫୁରସତ

ମଣିଷଙ୍କ ପରି ପ୍ରାଣୀ ବି ସମ୍ବେଦନଶୀଳ

ଭିଏନା,୧୨।୧: ମଣିଷ ମଧ୍ୟରେ ସମ୍ବେଦନଶୀଳ ଗୁଣ ରହିଥାଏ। ଏହା ଦ୍ୱାରା ଅନ୍ୟ ପ୍ରତି ସହାନୁଭୁତି, ଇର୍ଷା, ଭଲ ପାଇବା ଆଦି ମଣିଷ ପ୍ରଦର୍ଶନ କରିଥାଏ। ମଣିଷ ପ୍ରେମ ପରିପ୍ରକାଶ ପାଇଁ ଚୁମ୍ବନ ଦେଇଥାଏ। ସେହିପରି ଅନ୍ୟ ସମ୍ବେଦନଶୀଳ ଗୁଣର ପରିପ୍ରକାଶ ଲାଗି ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିଥାଏ। ମଣିଷ ଭଳି ପ୍ରାଣୀଙ୍କଠାରେ ମଧ୍ୟ ସମ୍ବେଦନଶୀଳ ଗୁଣ ଦେଖାଦେଇଥାଏ। ଏନେଇ ଭିଏନା ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମଣିଷ ଶରୀରରେ ଖୁସି ହରମୋନ୍‌ ଅକ୍ସିଟୋସିନ୍‌ ପ୍ରବାହିତ ହେବା ପରି ପ୍ରାଣୀଙ୍କ ମଧ୍ୟରେ ମଧ୍ୟ ଏହି ହରମୋନ୍‌ କ୍ଷରଣ ହୋଇଥାଏ। ଏହାର ପ୍ରଭାବରେ ସେମାନଙ୍କଠାରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦୃଷ୍ଟିଗୋଚର ହୋଇଥାଏ। କିଛି ପ୍ରାଣୀ ଭଲ ପାଇବାର ନିଦର୍ଶନ ସ୍ବରୂପ ଅନ୍ୟକୁ ଚାଟି ଥାନ୍ତି। ସିମ୍ପାଜିମାନେ ପରସ୍ପର ମଧ୍ୟରେ ମଣିଷ ଭଳି ସମ୍ବେଦନଶୀଳତା ପରିପ୍ରକାଶ କରିଥାନ୍ତି। କେତେକ ପ୍ରାଣୀ ପରସ୍ପରକୁ ଆଲିଙ୍ଗନ ଓ ଚୁମ୍ବନ ଦେଇ ନିଜ ନିଜ ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ସୂଚିତ କରନ୍ତି ବୋଲି ଗବେଷଣା ରିପୋର୍ଟରେ ଦର୍ଶାଯାଇଛି। କୁକୁର ଏବଂ ହାତୀଙ୍କ କ୍ଷେତ୍ରରେ ଇର୍ଷା ଏବଂ ଭଲ ପାଇବା ଗୁଣ ଅନ୍ୟ ପ୍ରାଣୀଙ୍କ ତୁଳନାରେ ଅଧିକ ରହିଥାଏ। ଅପରପକ୍ଷରେ ମୂଷା ଏବଂ ଅନ୍ୟ ଛୋଟ ଛୋଟ ପ୍ରାଣୀଙ୍କଠାରେ ଏହା କମ୍‌ ରହିଥାଏ। ତେବେ ଏସବୁ ଗୁଣ ପରସ୍ପର ମଧ୍ୟରେ ସମ୍ପର୍କ ସୂଚିତ କରିବାର ଏକ ପ୍ରାକୃତିକ ମାଧ୍ୟମ ବୋଲି ଏହି ରିପୋର୍ଟ ଦର୍ଶାଯାଇଛି।


All Right Reserved By Dharitri.Com

ନିଜ ଗାଁକୁ ଖୋଲା ଶୌଚମୁକ୍ତ କଲେ ଦୃଷ୍ଟିହୀନ ସାଧୁ ମାଝି

ବିହାରର ଫତେହପୁର ଗାଁ ଏବେ ସମ୍ପୂର୍ଣ୍ଣ ଭାବେ ଖୋଲା ଶୌଚମୁକ୍ତ। ଏହାର ସମସ୍ତ ଶ୍ରେୟ ଯାଉଛି ୪୫ ବର୍ଷୀୟ ଦୃଷ୍ଟିହୀନ ସାଧୁ ମାଝିଙ୍କୁ। ଯିଏକି ନିଜ...

ଗର୍ଭବତୀଙ୍କ ପ୍ରସବ ଯନ୍ତ୍ରଣା କମାଇବାକୁ ଡାକ୍ତରଙ୍କ ନୂଆ ପଦକ୍ଷେପ

ବ୍ରିଟେନ୍‌: ବିଜ୍ଞାନର ଅଗ୍ରଗତି ଯୋଗୁ ପ୍ରତିଦିନ କିଛି ନା କିଛି ନୂଆ ନୂଆ ଉଦ୍ଭାବନ କରାଯାଉଛି। ଯଦ୍ଦ୍ବାରା ଅସାଧ୍ୟ କାମ ମଧ୍ୟ ସହଜରେ ସାଧନ ହୋଇପାରୁଛି।...

ପର୍ଯ୍ୟଟନସ୍ଥଳୀ: ଐତିହାସିକ ଥଙ୍ଗାସେରୀ ଦୁର୍ଗ

କେରଳର କୋଲ୍ଲାମ୍‌ ସହର ଅନ୍ତର୍ଗତ ଏକ ତଟୀୟ  ଅଞ୍ଚଳ ହେଉଛି ଥଙ୍ଗାସେରୀ। ଏଠାରେ ରହିଛି ଏକ ପ୍ରାଚୀନ ଦୁର୍ଗ, ଯାହାର ନାଁ ହେଲା ଥଙ୍ଗାସେରୀ ଦୁର୍ଗ।...

ସିରିଏଲ୍‌ କିଲର୍‌ ମୁଣ୍ଡ ୧୫୧ ବର୍ଷରୁ ରଖାଯାଇଛି ସଂରକ୍ଷିତ

ପ୍ରାଚୀନ ମିଶର୍‌ରେ ଶବକୁ ସଂରକ୍ଷିତ କରାଯାଉଥିଲା, ଯାହାଙ୍କ ମମ୍ମି ଏବେ ବି ଦେଖିବାକୁ ମିଳୁଛି। କିନ୍ତୁ ଶୁଣି ଆଶ୍ଚର୍ଯ୍ୟ ହେବେ ପୁର୍ତ୍ତୁଗାଲ୍‌ର ୟୁନିଭର୍ସିଟିରେ ଡିଏଗୋ ଏଲ୍ବେସ୍‌...

ଘରଭଡ଼ାରୁ ମୁକ୍ତି ପାଇଁ ଯୁବତୀ ନେଲେ ଏମିତି ପଦକ୍ଷେପ

ଏଡିନ୍‌ବର୍ଗ: ଘରଭଡ଼ା ଦେଇ ଜଣେ ୨୫ ବର୍ଷୀୟା ଯୁବତୀ ଏତେ ବିରକ୍ତି ହୋଇଯାଇଥିଲେ ଯେ, ଶେଷରେ ୩୫ ବର୍ଷର ଏକ ପୁରୁଣା ଭ୍ୟାନ କିଣି ନିଜର...

କବାଡ଼ିି ଦେଇଛି ୧୭୦ଙ୍କୁ ସରକାରୀ ଚାକିରି

ବାଗପତ୍‌: କେବଳ ପାଠ ନୁହେଁ ଖେଳ ବି ଜୀବିକା ପାଇଁ ବାଟ କଢ଼ାଇ ନିଏ, ଏଭଳି ବାର୍ତ୍ତା ଦେଇଛି ଉତ୍ତରପ୍ରଦେଶର ଦୁଇଟି ଗାଁ। ଯେତେବେଳେ କବାଡ଼ି...

ହ୍ରଦ ଉପରେ ରହିଛି ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଗାଁ

ପଶ୍ଚିମ ଆଫ୍ରିକାର ବୋନିନ୍‌ କ୍ଷେତ୍ରରେ ଏଭଳି ଏକ ଗାଁ ରହିଛି, ଯାହା ସମ୍ପୂର୍ଣ୍ଣ ଭାବେ ହ୍ରଦ ଉପରେ ବସିଛି। ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଏହି...

ବିଲ୍‌ ଗେଟସ୍‌ କିଣିଲେ ସୁପର ୟାଚ୍‌: ଦାମ ୪୬୧୨ କୋଟି

ନ୍ୟୁୟର୍କ,୧୦।୨: ପୃଥିବୀର ଦ୍ୱିତୀୟ ଧନୀକ ବିଲ୍‌ ଗେଟସ୍‌ ଏକ ସୁପର ୟାଚ୍‌ କିଣିଛନ୍ତି। ଏହାର ଦାମ ୪୬୧୨କୋଟି ଟଙ୍କା ରହିଛି। ଏହା ତରଳ ହାଇଡ୍ରୋଜେନ୍‌ ଇନ୍ଧନରେ...

Leave a comment

Your email address will not be published. Required fields are marked *