‘ଦି ଓଭରଷ୍ଟୋରି’ ଔପନ୍ୟାସିକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ଆମେରିକାରେ ଖବରକାଗଜ, ପତ୍ରିକା, ଅନ୍‌ଲାଇନ୍‌ ସାମ୍ବାଦିକତା, ସାହିତ୍ୟ ଏବଂ ସଙ୍ଗୀତ ରଚନା କ୍ଷେତ୍ରରେ ଉତ୍କର୍ଷ ଲାଭ କରୁଥିବା ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ପୁଲିଜର ପୁରସ୍କାର ପ୍ରଦାନ କରାଯାଇଥାଏ। ହଙ୍ଗେରି ଜନ୍ମିତ ଆମେରିକୀୟ ଯୋଶେଫ୍‌ ଫୁଲିଜର ୧୯୧୭ରେ ଏହି ସମ୍ମାନ ପ୍ରତିଷ୍ଠା କରିଥିଲେ। ପ୍ରତିବର୍ଷ ୨୧ଟି କ୍ଷେତ୍ରରେ ଏହି ମର୍ଯ୍ୟାଦାଜନକ ପୁରସ୍କାର ଦିଆଯାଇ ଆସୁଥିବାରୁ ନୂଆ ବିଜେତାଙ୍କ ଉପରେ ସମସ୍ତଙ୍କ ଲକ୍ଷ୍ୟ ଥାଏ। ଚଳିତବର୍ଷ ସାହିତ୍ୟ କ୍ଷେତ୍ରରେ ରିଚାର୍ଡ ପାଓ୍ବାର୍ସ ତାଙ୍କ ଦ୍ୱାଦଶ ଉପନ୍ୟାସ ‘ଦି ଓଭରଷ୍ଟୋରି’ ପାଇଁ ପୁଲିଜର ସମ୍ମାନ ପାଇଛନ୍ତି।
ଆମେରିକାର ଇଲିନୟ ପ୍ରଦେଶର ଇଭାନ୍‌ଷ୍ଟନ୍‌ଠାରେ ୧୮ ଜୁନ୍‌ ୧୯୫୭ରେ ରିଚାର୍ଡ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ସ୍ଥାନୀୟ ଅଞ୍ଚଳର ଏକ ସ୍କୁଲରେ ଅଧ୍ୟକ୍ଷ ଥିଲେ। ଯେତେବେଳେ ରିଚାର୍ଡଙ୍କୁ ୧୧ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ପିତା ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌ର ଏକ ଅନ୍ତର୍ଜାତୀୟ ସ୍କୁଲରେ ଚାକିରି କରିବା ପାଇଁ ଚାଲିଯାଇଥିଲେ। ଫଳରେ ସେହିଠାରେ ରିଚାର୍ଡଙ୍କ ପ୍ରାରମ୍ଭିକ ଶିକ୍ଷା ହୋଇଥିଲା। ସେହି ସମୟରେ ସେ ଗିଟାର, ସେଲୋ, ସାକ୍ସୋଫୋନ୍‌ ଭଳି ବାଦ୍ୟଯନ୍ତ୍ର ସହ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ। ଏଥିସହିତ ଇଲିଆଡ୍‌, ଓଡେଶୀ ଭଳି ଶାସ୍ତ୍ରୀୟ ସାହିତ୍ୟ ପଢ଼ିବାକୁ ଲାଗିଲେ। ୧୯୭୫ରେ ରିଚାର୍ଡଙ୍କ ପରିବାର ପୁଣି ଆମେରିକା ଫେରିଆସିଥିଲେ। ସେହିବର୍ଷ ସେ ଇଲିନୟର ଡିକାଲ୍‌ବ ହାଇସ୍କୁଲରେ ସ୍ନାତକ ଶ୍ରେଣୀରେ ନାମ ଲେଖାଇଥିଲେ। ୧୯୭୮ରେ ସ୍ନାତକ ଶେଷ କରିବା ପରେ ୧୯୮୦ରେ ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ହେଲେ ଛାତ୍ରୀଛାତ୍ର ଓ ପ୍ରଫେସରଙ୍କ ମଧ୍ୟରେ ବହି ପଢ଼ିବା ଓ ଲେଖିବା ଅଭ୍ୟାସ କମିଯାଉଥିବା ସେ ଲକ୍ଷ୍ୟ କରିଥିଲେ। ତେଣୁ ସାହିତ୍ୟ ରଚନା କ୍ଷେତ୍ରରେ ନୂଆ କିଛି କରିବା ଲାଗି ସେ ଆହ୍ବାନ ଦେଇଥିଲେ। ନିଜେ ଏହି ଧାରାରେ ସାମିଲ ହେବାକୁ ଯାଇ ୨୦୧୦ରୁ ୨୦୧୩ ଯାଏ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟରେ ଭିଜିଟିଂ ରାଇଟର ଭାବେ ଯୋଗଦେଇଥିଲେ। ୨୨ ଅଗଷ୍ଟ ୨୦୧୩ରେ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଇଂଲିଶ ବିଭାଗରେ ସେ ସୃଜନଶୀଳ ଲେଖା ପାଇଁ ମର୍ଯ୍ୟାଦାଜନକ ଫିଲ୍‌ ଆଣ୍ଡ୍‌ ପେନି ନାଇଟ୍‌ ପ୍ରଫେସର ହେବାର ଗୌରବ ଅର୍ଜନ କରିଥିଲେ।
ରିଚାର୍ଡଙ୍କ ସୃଜନ ଯାତ୍ରା ୧୯୮୦ରୁ ଆରମ୍ଭ ହୋଇଥିଲା। ବୋଷ୍ଟନ୍‌ଠାରେ ଜଣେ ପ୍ରୋଗ୍ରାମର ଭାବେ କାର୍ଯ୍ୟ କରୁଥିବା ବେଳେ ଅଗଷ୍ଟ ସାଣ୍ଡର୍‌ଙ୍କ ଦ୍ୱାରା ଅଙ୍କିତ ୧୯୧୪ ମସିହାର ଏକ ଫଟୋଗ୍ରାଫ୍‌ ଉପରେ ତାଙ୍କ ନଜର ପଡ଼ିଥିଲା। ଉକ୍ତ ଫଟୋ ତାଙ୍କୁ ଏତେ ପ୍ରଭାବିତ କରିଥିଲା ଯେ, ସେ ଚାକିରି ଛାଡ଼ି ଲେଖାଲେଖିରେ ମନୋନିବେଶ କରିଥିଲେ। ଏବଂ ପ୍ରଥମ ବହି ‘ଥ୍ରୀ ଫାର୍ମର୍ସ ଅନ୍‌ ଦେୟାର ଓ୍ବେ ଟୁ ଏ ଡ୍ୟାନ୍ସ’ ଲେଖିବା ପାଇଁ ତାଙ୍କୁ ଦୁଇ ବର୍ଷ ଲାଗିଯାଇଥିଲା। ୧୯୮୫ରେ ଓ୍ବିଲିୟମ୍‌ ମାରୋଙ୍କ ଦ୍ୱାରା ଏହା ପ୍ରକାଶିତ ହୋଇଥିଲା। ସେବେଠାରୁ ଚିଚାର୍ଡ ପଛକୁ ଫେରି ଚାହିଁ ନାହାନ୍ତି। ଏହି ରଚନା ପରେ ସେ ନେଦରଲାଣ୍ଡସ୍‌ ଚାଲିଯାଇ ସେଠାରେ ‘ପ୍ରିଜିନର୍ସ ଡିଲେମା’ ଲେଖିଥିଲେ। ଏହା ପରେ ୧୯୯୩ରେ ‘ଅପରେଶନ ଓ୍ବାଣ୍ଡରିଂ ସୋଅଲ’, ୧୯୯୫ରେ ‘ଗାଲାଟି’, ୧୯୯୮ରେ ‘ଗେନ୍‌’, ୨୦୦୦ ମସିହାରେ ‘ପ୍ଲେୟିଂ ଦି ଡାର୍କ’, ୨୦୦୩ରେ ‘ଦି ଟାଇମ୍‌ ଅଫ୍‌ ଆଓ୍ବାର ସିଙ୍ଗିଙ୍ଗ’ ଏବଂ ଏହିପରି ଭାବେ ୨୦୦୬ରେ ରିଚାର୍ଡଙ୍କ ନବମ ଉପନ୍ୟାସ ‘ଦି ଇକୋ ମେକର’ ପ୍ରକାଶ ଲାଭ କରିଥିଲା। ‘ଦି ଇକୋ ମେକର’ ମଧ୍ୟ ନ୍ୟାଶନାଲ ବୁକ୍‌ ଆଓ୍ବାର୍ଡ ପାଇବା ସହ କାଳ୍ପନିକ ଲେଖା (ଫିକ୍ସନ) ବର୍ଗ ପାଇଁ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଥିଲା। ତାଙ୍କ ଦଶମ ଉପନ୍ୟାସ ‘ଜେନେରୋସିଟି’ ଏବଂ ‘ଓର୍ଫେଓ’ ନାମରେ ଏକାଦଶ ସୃଜନଶୀଳତା ପ୍ରକାଶ ପାଇଥିଲା। ତେବେ ଦ୍ୱାଦଶ ଉପନ୍ୟାସ ‘ଦି ଓଭରଷ୍ଟୋରି’ ପୂର୍ବ ରଚନାଠାରୁ ଉତ୍କର୍ଷ ଲାଭ କରିବା ପରେ ଏବେ ପୁଲିଜର ସମ୍ମାନ ପାଇପାରିଛି। ୨୦୧୮ରେ ଏହି ଉପନ୍ୟାସ ଡବ୍ଲ୍ୟୁ.ଡବ୍ଲ୍ୟୁ. ନୋର୍ଟନଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା। ଏଥିରେ ୯ ଜଣ ଆମେରିକୀୟଙ୍କ ଗଛ ସହ ଥିବା ଅନନ୍ୟ ଅଭିଜ୍ଞତାକୁ ବର୍ଣ୍ଣନା କରାଯାଇଛି। ଏହି ନାଗରିକମାନେ ଜଙ୍ଗଲ ଧ୍ୱଂସ ରୋକିବା ଲାଗି ଦେଇଥିବା ଆହ୍ବାନକୁ ଉପନ୍ୟାସ ଥିମ୍‌ରେ ରିଚାର୍ଡ ସ୍ଥାନ ଦେଇଛନ୍ତି। ଏଥିସହିତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ ସେ ବୃହତ୍‌ ରେଡ୍‌ଉଡ୍‌ ସଂସ୍ପର୍ଶରେ ଆସିଥିବା ବେଳର ଅନୁଭୂତିକୁ ଉପନ୍ୟାସରେ ଅନ୍ତର୍ଭୁକ୍ତ କରିଛନ୍ତି। ୨୦୧୮ ମ୍ୟାନ୍‌ ବୁକର ପୁରସ୍କାର ଲାଗି ‘ଦି ଓଭରଷ୍ଟୋରି’ ଶ୍ରେଷ୍ଠ ପୁସ୍ତକ ତାଲିକାରେ ମଧ୍ୟ ସ୍ଥାନ ପାଇଥିଲା। ତେବେ ପୁଲିଜର ପୁରସ୍କାର ତାଙ୍କ ସୃଜନଶୀଳତାକୁ ନବଦିଗନ୍ତ ଦେଇଛି ବୋଲି ସମୀକ୍ଷକମାନେ ମତ ରଖିଛନ୍ତି।


All Right Reserved By Dharitri.Com

ସବୁଜ ଦୀପାବଳି: ଆଜିର ଆବଶ୍ୟକତା

ଡ. ଆଶୁତୋଷ ଦେବତା ଦୀପାବଳି ହେଉଛି ଆନନ୍ଦ ଓ ଆଲୋକର ପର୍ବ। ସଂସ୍କୃତି ଓ ଆଧ୍ୟାତ୍ମିକତା ଉପରେ ଆଧାରିତ ଏହି ପର୍ବ ପାଳନ କରିବାରେ ଏକ...

ଏଇ ଭାରତରେ

ସମାଜରେ ଲିଙ୍ଗଗତ ଅସମାନତା ଦୂର କରିବା ସହ ପରିବେଶ ସୁରକ୍ଷା ଲାଗି ରାଜସ୍ଥାନର ଏକ ପରିବାର ଆରମ୍ଭ କରିଥିବା ଅଭିଯାନ ଏବେ ଚର୍ଚ୍ଚାରେ। ଉଦୟପୁର ଜିଲା...

ସବୁଠାରୁ ଛୋଟ-ସବୁଠାରୁ ବଡ଼

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ବାଲ୍ୟସଖା ତଥା ଅନ୍ୟତମ ପ୍ରଧାନଶିଷ୍ୟ ଅନନ୍ତନାଥ ରାୟ ଥିଲେ ଅପୂର୍ବ ସାଧନ-ଶକ୍ତିର ଅଧିକାରୀ। ଯୌବନରେ ସ୍ତ୍ରୀ, ପୁତ୍ରଙ୍କୁ ହରାଇ ସେ...

ଭାରତର ରାଜନୈତିକ ସମୀକରଣ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ୧୯୪୭ ମସିହାରେ ଭାରତ ସ୍ବାଧୀନ ହେବା ପରେ ପଣ୍ଡିତ ନେହେରୁଙ୍କ ନେତୃତ୍ୱରେ କଂଗ୍ରେସ ଦଳ (ଭାରତୀୟ ଜାତୀୟ କଂଗ୍ରେସ) ଦେଶର ଶାସନ ଭାର...

ଏଇ ଭାରତରେ

ବର୍ତ୍ତମାନ ନିର୍ବାଚନ ଋତୁ ଜାରି ରହିଛି। ଭାରତ ଭଳି ଏକ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ରରେ ଭୋଟଦେଇ ନିଜ ମନ ପସନ୍ଦର ପ୍ରତିନିଧି ବାଛିବା ପ୍ରତ୍ୟେକ ବ୍ୟକ୍ତିଙ୍କର...

ଏଇ ଭାରତରେ

ଭାରତର ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ଏସବୁ ପରମ୍ପରା ଲୋକଙ୍କ ଶ୍ରଦ୍ଧା ତଥା ବିଶ୍ୱାସ ଯୋଗୁ କରାଯାଇଥାଏ। ଶ୍ରଦ୍ଧାଳୁମାନେ ମାନସିକ ପୂରଣ ପରେ...

ଚାଇନା-ଭାରତ ବାଣିଜ୍ୟ ସମ୍ପର୍କ

ଇଂ. ମାୟାଧର ସ୍ବାଇଁ ଭାରତ ଓ ଚାଇନା ପୃଥିବୀର ଦୁଇଟି ପ୍ରାଚୀନ ସଭ୍ୟତା। ଏହି ଦୁଇ ଦେଶରେ ଅନେକ ଜ୍ଞାନବିଜ୍ଞାନ ବିକଶିତ ହୋଇ ସମଗ୍ର ବିଶ୍ୱରେ...

ବାୟୁସେନାର ଦିଗ ନିର୍ଣ୍ଣାୟକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଭାରତୀୟ ସଶସ୍ତ୍ର ବାହିନୀର ଆକାଶବଳ ହେଉଛି ଭାରତୀୟ ବାୟୁସେନା (ଆଇଏଏଫ୍‌)। ଦେଶର ବାୟୁ ସୀମାର ନିରାପତ୍ତା ରକ୍ଷାକରିବା ସହ ଯୁଦ୍ଧ ବେଳେ...

Leave a comment

Your email address will not be published. Required fields are marked *