ପୁଣି ଶୀତରେ ଥରିଲା ସୋନପୁର: ତାପମାତ୍ରା ୪.୮ ଡିଗ୍ରୀ

ଭୁବନେଶ୍ୱର/ସୋନପୁର,୧୨।୧(ବ୍ୟୁରୋ/ନି.ପ୍ର.): ଅସହ୍ୟ ଶୀତରେ ପୁଣି ଥରିଛି ସୋନପୁର। ଏଠାରେ ରବିବାର ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ରହିଥିବା ବେଳେ ଅନୁଗୋଳରେ ୬, ଟିଟିଲାଗଡ଼ରେ ୬.୫, ଦାରିଙ୍ଗବାଡ଼ିରେ ୭.୨, ଝାରସୁଗୁଡ଼ାରେ ୮.୪, କେନ୍ଦୁଝରରେ ୮.୮, କୋରାପୁଟରେ ୯, ବଲାଙ୍ଗୀରେ ୯, ସମ୍ବଲପୁରରେ ୯, ଭବାନୀପାଟଣାରେ ୯.୩, ସୁନ୍ଦରଗଡ଼ରେ ୯.୫ ଓ ବାଲେଶ୍ୱରରେ ୯.୮ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରରେ ତାପମାତ୍ରା ୧୧.୩ ଡିଗ୍ରୀ ଥିବାବେଳେ ଓ କଟକର ସର୍ବନିମ୍ନ ତାପମାତ୍ରା ୧୦.୨ ଡିଗ୍ରୀ ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆସନ୍ତା ୨୪ ଘଣ୍ଟା ପଯର୍ର୍‌ୟନ୍ତ କେତେକ ଜିଲାରେ ଏଭଳି ଥଣ୍ଡା ଅନୁଭବ ହେବ ବୋଲି କୁହାଯାଇଛି।


All Right Reserved By Dharitri.Com

କଳିଙ୍ଗ ଷ୍ଟାଡିୟମରେ ଏଫ୍‌ଆଇଏଚ ସିରିଜ୍‌ ଫାଇନାଲ: ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ପୋଲିସ କମିଶନର

ଭୁବନେଶ୍ୱର,୬ା୬(ବ୍ୟୁରୋ): ବାତ୍ୟାରେ ଭାଙ୍ଗି ପଡିଥିବା କଳିଙ୍ଗ ଷ୍ଟାଡିୟମ ଇତିମଧ୍ୟରେ ପୁଣିଥରେ ନୂଆରୂପରେ ଛିଡା ହୋଇଯାଇଛି। ଷ୍ଟାଡିୟମରେ ଏବେ ଏଫ୍‌ଆଇଏଚ ସିରିଜ୍‌ ଫାଇନାଲ ପୁରୁଷ ପ୍ରତିଯୋଗିତା ଥିବାରୁ...

ଫନୀ ସହାୟତାରୁ ବଞ୍ଚିତ ଚାଷୀ ଘେରିଲେ ତହସିଲ କାର୍ଯ୍ୟାଳୟ

ତିହିଡ଼ି,୪।୧୦(ଡି.ଏନ୍‌.ଏ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କାଁପଡ଼ା ପଞ୍ଚାୟତର ଚାଷୀମାନେ ଶୁକ୍ରବାର ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଫନୀ ସହାୟତାରୁ ବଞ୍ଚିତ ହୋଇଥିବାରୁ ସେମାନେ...

ଓଡ଼ିଶା ବିଜୁ ସଂଯୋଗ: ଅନଲାଇନ ପଞ୍ଜିକରଣର ୪୮ ଘଣ୍ଟା ମଧ୍ୟରେ ପାଇପାରିବେ ବିଦ୍ୟୁତ୍‌ ସଂଯୋଗ

ଭୁବନେଶ୍ୱର,୧୭।୧୨(ବ୍ୟୁରୋ) – ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ମଙ୍ଗଳବାର ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ଶକ୍ତି ବିଭାଗ ସମ୍ମିଳନୀ କକ୍ଷରେ ୫-ଟି ସମ୍ପର୍କିତ ବିଭାଗୀୟ କାର୍ଯ୍ୟକ୍ରମର...

ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା: ଗଛକୁ ଧକ୍କା ଦେଲା ଅଟୋ, ୮ ଆହତ

ହିିଞ୍ଜିଳିକାଟୁ, ୨୭ା୨(ଡି.ଏନ୍‌.ଏ): ଘନ କୁହୁଡ଼ି ଯୋଗୁ ଗଞ୍ଜାମ ଜିଲା ୫୯ ନଂ. ଜାତୀୟ ରାଜପଥ ହିଞ୍ଜିଳିକାଟୁ ଥାନା ସୋମପୁର ଛକ ନିକଟରେ ଗୁରୁବାର ଭୋର ସମୟରେ...

ଆମେରିକା ଯାତ୍ରା କଲେ ଜିଲାପାଳ ଶୁଭମ ସକସେନା : ଅନ୍ତର୍ଜାତୀୟ ସମ୍ମିଳନୀରେ ଦେବେ ଯୋଗ

ସମ୍ବଲପୁର,୧୬।୧୦(ବ୍ୟୁରୋ): ସମ୍ବଲପୁର ଜିଲାପାଳ ଶୁଭମ ସକ୍‌ସେନା ଆମେରିକାର ନାସଭିଲ୍ଲେ ଆଣ୍ଡ୍‌ ହଷ୍ଟେନଠାରେ ଇଣ୍ଟରନ୍ୟାଶନାଲ ସିଟି/ କଣ୍ଟ୍ରି ମ୍ୟାନେଜର୍ସ ଆସୋସିଏଶନ୍‌ (ଆଇସିଏମ୍‌ଏ)ର ସମ୍ମିଳନୀରେ ଯୋଗଦେବାକୁ ଯାତ୍ରା କରିଛନ୍ତି...

ସେସୁ ସିଇଓ ଭାବେ ଦାୟିତ୍ୱ ନେଲେ ବୋଥ୍ରା

ଭୁବନେଶ୍ୱର,୧୪।୮(ବ୍ୟୁରୋ): ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଭାବେ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାସନିକ ସ୍ତରରେ...

ଲିଙ୍ଗରାଜ ମନ୍ଦିର ପାର୍ଶ୍ୱ ସର୍ଭେ ୩ଦିନ ବଢ଼ିଲା

ପୁରୁଣା ଭୁବନେଶ୍ୱର/ ଭୁବନେଶ୍ୱର ୧୭।୧୦(ବ୍ୟୁରୋ): ରାଜ୍ୟର ଅନ୍ୟତମ ଐତିହ୍ୟ ତଥା ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ହେବ। ଏଥିପାଇଁ ମଙ୍ଗଳବାରଠାରୁ...

ବସ୍‌ ଦୁର୍ଘଟଣାରେ ୨୦ରୁ ଊର୍ଦ୍ଧ୍ୱ ଆହତ, ୫ ଗୁରୁତର

ଗଞ୍ଜାମ,୩୧ା୧୦(ଡି.ଏନ.ଏ.)-ଛତ୍ରପୁର ଓ ଗଞ୍ଜାମ ଅଗସ୍ତିନୂଆଗାଁ ୧୬ନଂ. ଜାତୀୟ ରାଜପଥ ସନ୍ତୋଷୀ ମା’ ମନ୍ଦିର ସମ୍ମୁଖରେ ବୁଧବାର ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ସିଲକ୍‌ ସିଟି ବସ୍‌ ଦୁର୍ଘଟଣାଗ୍ରସ୍ତ...

Leave a comment

Your email address will not be published. Required fields are marked *