ଭୋରରୁ ଚମ୍ପଟ, ଅପରାହ୍ନରେ ଗିରଫ

କଟକ ଅଫିସ,୧୨ା୧: ଶନିବାର ଭୋର ସମୟରେ ଏସ୍‌ସିବି ମେଡିକାଲର ସେଣ୍ଟ୍ରାଲ ଆଇସିୟୁରୁ ଚମ୍ପଟ ମାରିଥିଲେ ଅଭିଯୁକ୍ତ ଆଲୋକ ସାହୁ। କିନ୍ତୁ ମଙ୍ଗଳାବାଗ ପୋଲିସ ତାଙ୍କୁ ଅପରାହ୍ନରେ ଜଣେ ଓକିଲଙ୍କ ଘରୁ ଗିରଫ କରିଥିଲା। ୫ମହଲା ଉପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ଆଇସିୟୁ ଭିତରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି। ତାଙ୍କୁ ଫେରାର କରାଇବା ପଛରେ ପୋଲିସର ହାତ ରହିଥିବା ନେଇ ଆଲୋଚନା ହେଉଛି। ଏପରି କି ପୋଲିସ ୫୦ଟଙ୍କା ଲାଞ୍ଚ ନେଇ ଫେରାର ହୋଇଯିବାକୁ କହିଥିବା ଅଭିଯୁକ୍ତ ଆଲୋକ ଗଣମାଧ୍ୟମ ସାମ୍ନାରେ କହିଛନ୍ତି।

ସୂଚନା ଅନୁଯାୟୀ, ଆଲୋକଙ୍କ ଘର ପୁରୀ ଜିଲା କୋଣାର୍କ ଥାନା ଅଧୀନ ଧନିତ୍ରୀ ଅଞ୍ଚଳରେ। ଗତବର୍ଷ ଅକ୍ଟୋବର ୨୯ରେ ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଅଞ୍ଚଳର ଏକ ମଦ ଦୋକାନରୁ ଚୋରି ହୋଇଥିଲା। ଏହି ଅଭିଯୋଗରେ ସ୍ପେଶାଲ ସ୍କ୍ବାଡ୍‌ ଗତ ୩ ତାରିଖ ରାତିରେ ଆଲୋକଙ୍କୁ ଗିରଫ କରି ଆଣି ରଘୁନାଥପୁର ଥାନାରେ ରଖିଥିଲା। ପୋଲିସ ହେପାଜତରେ ଥିବା ସମୟରେ ଆଲୋକ ଫିନାଇଲ ପିଇଦେଇ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସା ନିମନ୍ତେ ଗତ ୪ ତାରିଖରେ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଣ୍ଟ୍ରାଲ ଆଇସିୟୁରେ ସେ ଚିକିତ୍ସିତ ହେଉଥିବାବେଳେ ଚମ୍ପଟ ମାରିଥିଲେ। ଏହାପରେ ସେ ସହରର ପୁରୀଘାଟ ଥାନା ଅଞ୍ଚଳର ଜଣେ ଓକିଲଙ୍କ ଘରେ ଥିବା ମଙ୍ଗଳାବାଗ୍‌ ପୋଲିସ ଜାଣିବାକୁ ପାଇଥିଲା। ସେଠାରୁ ସାଦା ପୋଷାକଧାରୀ ପୋଲିସ ତାଙ୍କୁ କାବୁ କରି ଆଣୁଥିବା ବେଳେ ସମ୍ପୃକ୍ତ ଓକିଲ ବିରୋଧ କରି ମଙ୍ଗଳାବାଗ ଥାନାକୁ ଜଣାଇଥିଲେ। ଏହାପରେ ମଙ୍ଗଳାବାଗ ଓ ପୁରୀଘାଟ ଥାନା ପୋଲିସ ପହଞ୍ଚି ଆଲୋକଙ୍କୁ ଗିରଫ କରି ଆଣିଥିଲେ। ରବିବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ମଙ୍ଗଳାବାଗ ଥାନା ଆଇଆଇସି ଅଭିତାଭ ମହାପାତ୍ର କହିଛନ୍ତି।

ଅନ୍ୟପକ୍ଷରେ ରଘୁନାଥପୁର ଥାନାରେ ତାଙ୍କୁ ନିର୍ଯାତନା ଦିଆଯିବାରୁ ସେ ଫିନାଇଲ ପିଇଦେଇଥିବା ଆଲୋକ ଅଭିଯୋଗ କରିଛନ୍ତି। ତାଙ୍କ ବାପା ବସନ୍ତଙ୍କ କହିବାନୁଯାୟୀ, ଗତ ଡିସେମ୍ବର ୧୨ରେ ଅଲୋକ ନିଜ ଟ୍ରାକ୍ଟର ନିମନ୍ତେ ଡିଜେଲ ଆଣିବା ପାଇଁ ଯାଇଥିଲେ। ମାତ୍ର ବାଟରେ ଏକ ବୋଲେରୋରେ କେତେଜଣ ବ୍ୟକ୍ତି ଆଲୋକଙ୍କୁ ଉଠାଇ ନେଇଥିଲେ। ଆଲୋକ ଘରକୁ ନ ଫେରିବାରୁ ଗତ ଡିସେମ୍ବର ୧୪ରେ ବସନ୍ତ କୋଣାର୍କ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଜଗତ୍‌ସିଂହପୁର ଜିଲା ପୋଲିସ ଆଲୋକକୁ ଉଠାଇ ନେଇଥିବା ଜାଣିବାକୁ ପାଇଥିଲେ। ଏହାପରେ ବସନ୍ତ ଜଗତ୍‌ସିଂହପୁର ଜିଲାର ଏ ଥାନାରୁ ସେ ଥାନା ଘୂରିବୁଲିଥିଲେ। ଜାନୁୟାରୀ ୧୦ରେ ରଘୁନାଥପୁର ପୋଲିସ ପକ୍ଷରୁ ବସନ୍ତଙ୍କ ନିକଟକୁ ଏକ ଫୋନ୍‌ କରି କୁହାଯାଇଥିଲା ଯେ, ଏକ ଚୋରି ମାମଲାରେ ପଚରା ଉଚରା କରୁଥିବାବେଳେ ଆଲୋକ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ମାତ୍ର ଶନିବାର ସକାଳେ ବସନ୍ତ ମେଡିକାଲକୁ ଆସି ଦେଖିବାରୁ ତାଙ୍କ ପୁଅ ଫେରାର ହୋଇଯାଇଥିବା ଜାଣିବାକୁ ପାଇଥିଲେ। ପ୍ରାୟ ୧ମାସ ଧରି ଆଲୋକଙ୍କୁ ପୋଲିସ ନିର୍ଯାତନା ଦେଉଥିବା ବସନ୍ତ କହିଛନ୍ତି। ଅପରପକ୍ଷରେ ଆଲୋକଙ୍କୁ ନିର୍ଯାତନା ଅଭିଯୋଗକୁ ରଘୁନାଥପୁର ଥାନା ଆଇଆଇସି ବବିତା ଦଳେଇ ଖଣ୍ଡନ କରିଛନ୍ତି।


All Right Reserved By Dharitri.Com

ପୀଡ଼ିତା ନାବାଳିକାଙ୍କୁ କଟକ ସ୍ଥାନାନ୍ତର

ଭଦ୍ରକ ଅଫିସ,୧୮ା୪ : ଗ୍ରାମାଞ୍ଚଳ ଥାନା ଅଧୀନରେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ଉଦ୍ୟମ ମାମଲାରେ ପୀଡିତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି...

ସୂଚନା କେନ୍ଦ୍ରକୁ ଯୋଡ଼ିଲା ହ୍ବାଟ୍‌ସ ଆପ୍‌ ଗ୍ରୁପ୍‌: ହଜିଲା ଲୋକଙ୍କ ସୂଚନା ପାଇଲେ ପରିଜନ

ପୁରୀ ଅଫିସ,୧୪।୭: ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବା ଲାଗି ଦେଶର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ପୁରୀକୁ ଆସିଥାନ୍ତି। ରଥଯାତ୍ରାଠୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ଗହଳି ଚହଳି ଲାଗିଥାଏ।...

ଆସିଲାଣି ବର୍ଷା ଋତୁ: ମରାମତି ହେଉନି ନଦୀବନ୍ଧ, ବିପଦ ଆଶଙ୍କାରେ ନଦୀକୂଳିଆ ଲୋକେ

ନୟାଗଡ଼ ଅଫିସ,୨୬ା୬- ନୟାଗଡ଼ ଜିଲା ଦେଇ ପ୍ରବାହିତ ହେଉଥିବା ଅନେକ ନଦୀବନ୍ଧ ବର୍ତ୍ତମାନ ମରାମତି ନ ହୋଇ ପଡ଼ିରହିଛି। ବର୍ଷା ଋତୁ ଆସୁଥିବାରୁ ନଦୀଜଳ କୂଳ...

ଓଟିଇଟି ଆନ୍‌ସର-କି ରେ ତ୍ରୁଟି ଅଭିଯୋଗ ପ୍ରସଙ୍ଗ : ଚ୍ୟାଲେଞ୍ଜ ଅବଧି ୧୩କୁ ବୃଦ୍ଧି

ଭୁୁବନେଶ୍ୱର,୧୧।୧୦(ବ୍ୟୁରୋ) : ରାଜ୍ୟର ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଗୋଟିଏ ପରେ ଗୋଟିଏ ସାଂଘାତିକ ତ୍ରୁଟି ଦୃଷ୍ଟିଗୋଚର ହେଉଛି। ଯାହାକୁ ନେଇ ଛାତ୍ରୀଛାତ୍ରଙ୍କ...

ଜୀବନ ସାଥୀ ହେଲେ ଅମ୍ଲାନ୍‌-ଭୂମିକା

ଭୁବନେଶ୍ୱର,୮ା୨(ବ୍ୟୁରୋ): ବିବାହ ବନ୍ଧନରେ ଆବଦ୍ଧ ହେଲେ ଓଲିଉଡ୍‌ର ଭେଟେରାନ୍‌ ଆକ୍ଟର ମିହିର ଦାସଙ୍କ ପୁଅ ତଥା ଅଭିନେତା ଅମ୍ଲାନ୍‌। ପରିବାରବର୍ଗ ତଥା ଘନିଷ୍ଠ ସମ୍ପର୍କୀୟଙ୍କ ଗହଣରେ...

ଏଡିଏମ୍‌ଓଙ୍କୁ ନିଲମ୍ବନର ଅଭିନବ ପ୍ରତିବାଦ : ପୋଷାକରେ ପ୍ଲିଜ ସସ୍‌ପେଣ୍ଡ ମି ବ୍ୟାଜ୍‌ ଲଗାଇଲେ କାର୍ଯ୍ୟରତ ଡାକ୍ତର

ବରଗଡ଼ ଅଫିସ,୨୬।୧୦: ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଆସିଥିବା ୨୭ଜଣ ମହିଳାଙ୍କୁ ନିଶ୍ଚେତକ ଇଞ୍ଜେକସନ ଦେଇ ସେମାନଙ୍କୁ ବିନା ଅସ୍ତ୍ରୋପଚାରରେ...

ହଳଦୀପଦା ରେଳ ଷ୍ଟେଶନକୁ ଅଣଦେଖା

ରୂପ୍‌ସା, ୧୯।୬(ଡି.ଏନ.ଏ.)-ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ୍‌ ଅନ୍ତର୍ଗତ ବାଲେଶ୍ୱର ଜିଲା ହଳଦୀପଦା ରେଳ ଷ୍ଟେଶନ ଗମନାଗମନ କ୍ଷେତ୍ରରେ ଗୁରୁତ୍ୱ ବହନ କରିଆସୁଛି। ୬୦ବର୍ଷ ପୂର୍ବରୁ ଏହି...

ବେଆଇନ ଘରେ ମଦ କାରବାର

ବିରିଡି, ୨୯।୨ (ଡି.ଏନ୍‌.ଏ.): ବିରିଡ଼ି ବ୍ଲକ ଅଧୀନ ବିଲୁଆଖାଇ କେନାଲ ସବ୍‌ଡିଭିଜନ ବାଲିଆ ଅଧୀନରେ ଥିବା ୬ ନଂ. କେନାଲ ବନ୍ଧ ପାର୍ଶ୍ୱରେ ବେଆଇନ୍‌ ଭାବେ...

Leave a comment

Your email address will not be published. Required fields are marked *