ଚାରିଛକ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଘଟଣ: ରୋଗୀଙ୍କ ଉପରେ ପଡ଼ିଲା କଂକ୍ରିଟ୍‌ ଖଣ୍ଡ, ୩ ଆହତ

ନିମାପଡ଼ା,୧୨ା୧(ଡି.ଏନ୍‌.ଏ.): ନିମାପଡ଼ା ବ୍ଲକ ଅନ୍ତର୍ଗତ ଚାରିଛକ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ମହିଳା ଓ୍ବାର୍ଡର ଛାତରୁ କଂକ୍ରିଟ୍‌ ଖଣ୍ଡ ଖସିପଡ଼ିବା ଯୋଗୁ ୨ ଜଣ ମହିଳା ରୋଗୀଙ୍କ ସହ ୩ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ବାହାରେଣା ଗ୍ରାମର ମୁନି ବିବି, ମେହେବୁନ୍‌ ବିବି ଏବଂ ଇଫ୍‌ତେଶ୍ୟାମ ବିବି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଜଣେ ୫ଦିନର ଶିଶୁ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପ୍ରସୂତି ଏବଂ ସେମାନଙ୍କ ଆଟେଣ୍ଡାଣ୍ଟ ଶୋଇଥିବା ବେଳେ ହଠାତ୍‌ ଛାତରୁ କଂକ୍ରିଟ ଖଣ୍ଡ ଖସିପଡିଥିଲା। ଓ୍ବାର୍ଡରେ ଚିକିତ୍ସିତ ହେଉଥିବା ରଶ୍ମିତା ମୁଦୁଲି, ରୀତାଞ୍ଜଳି ନାୟକ ଏବଂ ବର୍ଷା ଭୋଇ ପ୍ରମୁଖ ଘଟଣାକୁ ନେଇ ଭୟଭୀତ ଥିବା କହିଛନ୍ତି । ତେବେ ଏହା ପ୍ରଥମ ଘଟଣା ନୁହଁ, ପୂର୍ବରୁ ମଧ୍ୟ ବହୁଥର ଛାତରୁ ସିମେଣ୍ଟ ଖଣ୍ଡ ଖସିଛି । ଏ ନେଇ ଚିକିତ୍ସା ଦାୟିତ୍ୱରେ ଥିବା ଡା.ସୁକାନ୍ତ କୁମାର ଜେନା କୁହନ୍ତି, ସିମେଣ୍ଟ ଖଣ୍ଡ ଖସିପଡ଼ିବା ଯୋଗୁ ଦୁଇ ଜଣ ମହିଳା ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଅନ୍ୟ ରୁମ୍‌କୁ ସ୍ଥାନାନ୍ତର କରାଯାଇଥିବା ସେ କହିଛନ୍ତି । ଅଞ୍ଚଳର ଶହଶହ ରୋଗୀ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ବାରମ୍ବାର ଦୁର୍ଘଟଣା ଘଟୁଥିବା ଫଳରେ ରୋଗୀମାନେ ଭୟରେ ରହୁଛନ୍ତି । ଏଠାରେ ଚିକିତ୍ସିତ ହେବାକୁ ସୁରକ୍ଷିତ ମଣୁନାହାନ୍ତି। ସ୍ବାସ୍ଥ୍ୟସେବା ଦିଗରେ ରାଜ୍ୟ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ୫-ଟି ମଧ୍ୟ ଲାଗୁ ହୋଇଛି । କିନ୍ତୁ ଚାରିଛକ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହାର ସୁଫଳ ପହଞ୍ଚିପାରୁନି। ତୁରନ୍ତ ଅସୁରକ୍ଷିତ କୋଠାଗୁଡ଼ିକର ମରାମତି ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।


All Right Reserved By Dharitri.Com

କେଳୁଣୀ ମୁହାଁଣ ବନ୍ଦ ଯୋଗୁ ପ୍ରାଚୀ, କାଦୁଆରେ କୃତ୍ରିମ ବନ୍ୟା: ପାଣି ଘେରରେ ୫ ଗାଁ, ରାସ୍ତରେ ୪ଫୁଟର ପାଣି

କାକଟପୁର, ୩୦।୭(ଡି.ଏନ୍‌.ଏ.)-ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ତଣ୍ଡାହାର ଗ୍ରାମ ନିକଟରେ ରହିଛି କେଳୁଣୀ ମୁହାଁଣ। ଏଠାରେ ପ୍ରାଚୀ ଓ କାଦୁଆ ନଦୀ ସମୁଦ୍ରରେ ମିଶିଛନ୍ତି। ପ୍ରାଚୀ...

ହାଟଡ଼ିହୀ ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟରେ ଯୋଗଦେଲେ କ୍ଷୀରୋଦ କୁମାର

ହାଟଡିହୀ,୨।୮(ଡି.ଏନ୍‌.ଏ/ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଶିକ୍ଷାଧିକାରୀ ଭାବେ କ୍ଷୀରୋଦ କୁମାର ତ୍ରିପାଠୀ ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ପୂର୍ବରୁ ସେ ଆନନ୍ଦପୁରରେ ଏବିଇଓ ରୂପେ...

ଦାଦନ ଯାଇ ନାବାଲକ୍‌ ପୁଓ ନିଖୋଜ: ଫିରବାର ବାଟ୍‌କେ ଚାହିଁ ଛନ୍‌ ମା’ବାପ୍‌

ସିନାପାଲି,୨।୩ (ଡି.ଏନ୍‌.ଏ.)- ପରିବାରକେ ଦାନା ଯୁଗାବାର ଲାଗି ପୁଓ ଦାଦନ୍‌ ଖଟିଯାଇଛେ। ସେ ଘରୁ ଯିବାର ଆଏଜ୍‌କେ ୬ ମାସ୍‌ ବିତିଗଲାନ। ଯାଇଛେ ଯେ ଆର...

ନଗରଭବନଠାରେ ବିଶ୍ୱ ପରିବେଶ ଦିବସ ପାଳିତ: ପ୍ରକୃତିବନ୍ଧୁମାନଙ୍କୁ ପୁରସ୍କାର ପ୍ରଦାନ

କେନ୍ଦୁଝର,୫।୬( ସ୍ବ.ପ୍ର.): କେନ୍ଦୁଝର ଜିଲା ନଗରଭବନଠାରେ ବୁଧବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଡିଏଫ୍‌ଓ ସନ୍ତୋଷ ଯୋଶୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ...

ନିମ୍ନମାନର କାମ ଯୋଗୁ ରାସ୍ତା ଦୁଇ ଫାଳ

କେନ୍ଦୁଝର, ୧।୧୦ (ସ୍ବ.ପ୍ର.)-ନିମ୍ନମାନର କାମ ଓ ଉପଯୁକ୍ତ ତଦାରଖ ଅଭାବରୁ କେନ୍ଦୁଝର ଜିଲାର ବିଶେଷ କରି ଆଦିବାସୀ ଅଧ୍ୟୁଷିତ ବାଂଶପାଳ ବ୍ଲକରେ ବିଭିନ୍ନ ବିଭାଗ ଦ୍ୱାରା...

ଜେଇଇ ମେନ୍‌ରେ ଆସିବ ଓଡ଼ିଆ ପ୍ରଶ୍ନପତ୍ର

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ଏଣିକି ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ‘ଜେଇଇ ମେନ୍‌’ରେ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ଆସିବ। ଓଡ଼ିଆ ସମେତ ମୋଟ ୧୧...

୧୨ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ

ଝାରସୁଗୁଡା ଅଫିସ/ଲଖନପୁର, ୩।୮(ଡି.ଏନ,ଏ): ଝାରସୁଗୁଡା ଜିଲା ପୁରୁଣା ସ୍ବାସ୍ଥ୍ୟକେନ୍ଦ୍ରକୁ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦାବିରେ ଜୟ ଭୀମ ଘାସି ସମାଜ ପକ୍ଷରୁ ଶନିବାର ୧୨ଘଣ୍ଟିଆ ବନ୍ଦ...

ନକଲି ଅଳଙ୍କାର ଦେଇ ଲକ୍ଷାଧିକ ଟଙ୍କା ଠକେଇ

ଛେଣ୍ଡିପଦା,୪।୮(ଡି.ଏନ.ଏ.)-ନକଲି ଅଳଙ୍କାର ଦେଇ ୨ ଅଣଓଡ଼ିଆ ଯୁବକ ଶନିବାର ପ୍ରାୟ ୧ ଲକ୍ଷ ୩୦ ହଜାର ଟଙ୍କା ଠକେଇ କରି ଫେରାର ହୋଇଯାଇଛନ୍ତି। ଠକେଇର ଶିକାର...

Leave a comment

Your email address will not be published. Required fields are marked *