ଓଠ କଳା ପଡୁଥିଲେ ଆପଣାନ୍ତୁ ଏହି ଘରୋଇ ଉପଚାର

ମୁହଁର ସୌନ୍ଦର୍ଯ୍ୟ ବଢ଼ାଇଥାଏ ଓଠ। ବିଶେଷକରି ଗୋଲାପୀ ଓଠ ଆକର୍ଷଣୀୟ ଦେଖାଯାଏ। ବେଳେବେଳେ ବିଭିନ୍ନ ରାସାୟନିକ ପଦାର୍ଥ ମିଶିଥିବା ଲିପ୍‌ଷ୍ଟିକ୍‌ ବ୍ୟବହାର କରିବା ଦ୍ୱାରା ଓଠ କଳା ପଡ଼ି ଯାଇଥାଏ। କିଛି ଘରୋଇ ଉପଚାର ଗ୍ରହଣ କଲେ ଓଠ ନରମ ହେବା ସହ ଗୋଲାପୀ ଦେଖାଯିବ।

ଗୋଲାପ ଜଳ :
ରାତିରେ ଶୋଇବା ପୂର୍ବରୁ ଓଠରେ ଗୋଲାପ ଜଳ ଲଗାଇ ଶୁଅନ୍ତୁ। ଏପରି ନିୟମିତ କଲେ ଏହା ଓଠର କଳାଅଂଶ ଦୂର କରିଥାଏ।

ଅଲମଣ୍ଡ ତେଲ :
ଅଲମଣ୍ଡ ତେଲକୁ ଓଠରେ ଲଗାନ୍ତୁ। କିଛିଦିନ ବ୍ୟବଧାନରେ ଦେଖିବେ କଳା ପଡ଼ିଥିବା ଓଠ ଗୋଲାପୀ ଦିଶିବ।

ନଡ଼ିଆ ତେଲ :
ଶୋଇବା ପୂର୍ବରୁ ହାତରେ କିଛି ନଡ଼ିଆ ତେଲ ଆଣି ଧୀରେ ଧୀରେ ଓଠରେ ଲଗାନ୍ତୁ। ଏମିତି କରିବା ଦ୍ୱାରା କିଛିଦିନ ପରେ ଓଠର ରଙ୍ଗ ଗୋଲାପୀ ଦେଖାଯିବା ସହ ନରମ ରହିବ।

ଲେମ୍ବୁ ରସ:
ଓଠରେ ଲେମ୍ବୁ ରସ ଲଗାନ୍ତୁ। ପ୍ରତି ଦିନ ଲେମ୍ବୁରସ ଲଗାଇବା ଦ୍ୱାରା ପିଗ୍‌ମେଟେସନ ପାଇଁ କଳା ପଡ଼ିଯାଇଥିବା ଓଠ ଗୋଲାପୀ ଦିଶିବ।

କାକୁଡି ରସ:
ନଡ଼ିଆ ତେଲ, ଲେମ୍ବୁରସ ସହ କାକୁଡ଼ି ରସକୁ ମିଶାଇ ଓଠରେ ଲଗାନ୍ତୁ । ଦେଖିବେ ଓଠ ନରମ ହେବା ସହ ଗୋଲାପୀ ଦିଶିବ।


All Right Reserved By Dharitri.Com

ଡାଇବେଟିସ୍‌, ରକ୍ତଚାପରୁ ଦୂରେଇ ରହିବା ପାଇଁ ଖାଆନ୍ତୁ ଏସବୁ

ଆଜିକାଲି ଡାଇବେଟିସ୍‌, ରକ୍ତଚାପରେ ଅଧିକାଂଶ ପୀଡ଼ିତ। ସ୍ବାସ୍ଥ୍ୟ ହିଁ ସମ୍ପଦ। ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଏମିତି କିଛି ଖାଦ୍ୟ ଉପରେ ଧ୍ୟାନ ଦେଲେ...

ଚିକେନ୍‌ ଦମ୍‌ ବିରିଆନି

ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୁର୍ଲା ସହରଟି ବିଦ୍ୟାନଗରୀ ଭାବେ ପରିଚିତ। ଏହି ବିଦ୍ୟାନଗରୀରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌...

ଶୀତଦିନେ ଖାଆନ୍ତୁ ମେଥି ସାଗ…

ନିୟମିତ ମେଥିସାଗ ଖାଇଲେ ଅନେକ ଫାଇଦା ମିଳିଥାଏ। ଆୟୁର୍ବେଦ ଅନୁଯାୟୀ ମେଥି ବିଶେଷ କରି ଡେଙ୍ଗୁ ରୋଗୀଙ୍କ ପାଇଁ ବେଶ ଲାଭଦାୟକ। ଏହାକୁ ନିୟମିତ ଖାଇଲେ...

ଗୋଲାପ ତେଲର ଉପକାରିତା

ଗୋଲାପ ଫୁଲ ଦେଖିବାକୁ ଯେତିକି ସୁନ୍ଦର ସେତିକି ମନଲୋଭା। ଏହାର ଔଷଧୀୟ ଗୁଣ ବେଳେବେଳେ ଆମର କିଛି ଶାରୀରିକ ସମସ୍ୟାର ସମାଧାନ କରିଥାଏ। ଗୋଲାପ ତେଲ...

ପଞ୍ଜାବୀ କଡ଼ାଇ ଛୋଲେ

ଆବଶ୍ୟକ ସାମଗ୍ରୀ: ୨୫୦ଗ୍ରାମ କାବୁଲିଚଣା, ଏକ ଚାମଚ ଚା’ ପତି ଏକ କପଡ଼ାରେ ବନ୍ଧା ହୋଇଥିବା, ଏକ ଚାମଚ ଗୋଟା ଜୀରା, ଗୋଟା ଧନିଆଁ, ଦୁଇଖଣ୍ଡ...

ଚିକେନ ମଷ୍ଟାର୍ଡ

ଚିକେନରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପ୍ରତି ଏବେବି ଆଦର ବଢୁଛି। ଗ୍ରାହକଙ୍କ ଆଦର ଓ ରୁଚି ଅନୁଯାୟୀ ଏବେ ହୋଟେଲଗୁଡିକ ମଧ୍ୟ ଚିକେନରେ ବିଭିନ୍ନ ନୂଆ...

ଓଲଟା ପ୍ୟାଣ୍ଟ ଫ୍ୟାଶନ

ବଦଳୁଛି ଫ୍ୟାଶନ୍‌ର ପରିଭାଷା। ପ୍ରତିଦିନ ଆସୁଛି ନୂଆ ନୂଆ ଫ୍ୟାଶନ। ବେଳେବେଳେ ତ ଫ୍ୟାଶନ ନାଁରେ ଏଭଳି ପୋଷାକ ସବୁ ଆସୁଛି ଯାହା ଲାଗେ ବେଶ୍‌...

ଚିକେନ ୟୋଗା

ଆଜିକାଲି ଯୁବଗୋଷ୍ଠୀ ଖାଇବାରେ ସବୁବେଳେ କିଛି ନା କିଛି ନୂଆ ଚାହୁଁଥିବା ବେଳେ ସ୍ବାଦକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ଏମାନଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ହୋଟେଲରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *