Posted inଜାତୀୟ

ଇୟର ଫୋନ୍‌ ହେଲା କାଳ: ଦୁର୍ଘଟଣା ପରେ ପତ୍ନୀଙ୍କୁ ଭିଡିଓ କଲ୍‌ କରି ମୃତ୍ୟୁ କୋଳରେ ଶୋଇଗଲେ ଯୁବକ

ପାଟନା,୨।୬: ବିହାରର ବେଗୁସରାଇରେ ଇୟର ଫୋନ୍‌ ଲଗାଇ ବାଇକ୍‌ ଚଲାଇବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଜାତୀୟ ରାଜପଥ ୨୮ରେ ରାଜାରାମ ପଣ୍ଡିତ ନାମକ ଜଣେ ଯୁବକ କାନରେ ଇୟରଫୋନ୍‌ ଲଗାଇ ବାଇକ୍‌ ଚଲାଇ ଯାଉଥିଲେ। ଏହି ସମୟରେ ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେବା ସହ ସେ ତଳେ ପଡି ଯାଇଥିଲେ ଓ ଟ୍ରକର ଚକ ଚଢିଯାଇ ତାଙ୍କର ଗୋଟିଏ ଗୋଡ ସମ୍ପୂର୍ଣ୍ଣ କଟି ଯାଇଥିଲା। ଏହାପରେ ଯୁବକ ଜଣକ ତାଙ୍କ ପତ୍ନୀଙ୍କୁ ଭିଡିଓ କଲ୍‌ କରି ନିଜର ଦୁର୍ଘଟଣା ଖବର ଜଣାଇବା ବେଳେ ଚେତାଶୂନ ହୋଇ ପଡିଥିଲେ। ତେବେ ପୋଲିସ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ହେଲା ରାଜାରାମ କାନରେ ଇୟର ଫୋନ୍‌ ଲଗାଇଥିବାରୁ ତାଙ୍କୁ ଟ୍ରକ୍‌ର ହର୍ନ ଶୁଭି ନ ଥିଲା ଓ ଦୁର୍ଘଟଣା ହୋଇଥିଲା। ସୂଚନାଯୋଗ୍ୟ, ରାଜାରାମ ତାଙ୍କ ଶଳାଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗ ଦେବାକୁ ଶ୍ୱଶୁର ଘର ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।


All Right Reserved By Dharitri.Com

ପାର୍ଲାମେଣ୍ଟରେ ଉନ୍ନାଓ ଝଡ଼

ବଳାତ୍କାର କରି ଜେଲ୍‌ ଯାଇଥିଲେ। ଜାମିନରେ ଫେରି ଜାଳିଦେଲେ। ମାନବିକତାକୁ ଲଜ୍ଜିତ କରି ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେବା ଭଳି ପୁଣି ଏକ ବର୍ବରକାଣ୍ଡ...

କିଡ୍‌ନୀ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ମଞ୍ଜୁଆତି ପତ୍ର ପାଣି…

ପ୍ରତିଦିନ ସକାଳେ ଅଧାକପ୍‌ ମଞ୍ଜୁଆତି ପତ୍ର ପାଣି ପିଇଲେ ଅନେକ ଉପକାର ମିଳିଥାଏ। ମଞ୍ଜୁଆତି ପତ୍ରକୁ ରାତିରେ ସିଝାଇ ସକାଳେ ଏହାକୁ ଛାଣି ପିଇବାକୁ ପଡ଼ିଥାଏ।...

ନ୍ୟୁ ଇଣ୍ଡିଆ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ: ଅର୍ଥବ୍ୟବସ୍ଥାକୁ ୫ ଟ୍ରିଲିୟନ୍‌ ଡଲାରରେ ପହଞ୍ଚାଇବା ଲକ୍ଷ୍ୟ ଧାର୍ଯ୍ୟ

ନୂଆଦିଲ୍ଲୀ,୧୫।୬: ନୀତି ଆୟୋଗ ବୈଠକରେ ନ୍ୟୁ ଇଣ୍ଡିଆ ପାଇଁ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ ହୋଇଛି। ଭାରତୀୟ ଅର୍ଥ ବ୍ୟବସ୍ଥାକୁ ୫ ଟ୍ରିଲିୟନ୍‌ ଡଲାରରେ ପହଞ୍ଚାଇବା ଲାଗି...

ସିଏଏ, ଏନ୍‌ଆର୍‌ସିକୁ ନେଇ ପୁଣି ଗର୍ଜିଲେ ଦିଦି

ନଏଡା,୪।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ନଏଡାରେ ଅନୁଷ୍ଠିତ ଏକ ଜନସଭାକୁ ସମ୍ବୋଧନ କରିବା ଅବସରରେ ପୁଣିଥରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ସେ...

ମା’ଙ୍କୁ ବଞ୍ଚାଇବା ପାଇଁ ୬ ବର୍ଷ ବୟସ୍କା ଭାଗ୍ୟଶ୍ରୀ କରୁଛନ୍ତି ଭିକ୍ଷାବୃତ୍ତି

କୋପ୍ପାଲ,୨୮।୫: କର୍ନାଟକ କୋପ୍ପାଲରେ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନିଜ ମା’ଙ୍କୁ ବଞ୍ଚାଇବା ପାଇଁ ଜଣେ ୬ ବର୍ଷ ବୟସ୍କା ନାବାଳିକା ଭିକ୍ଷାବୃତ୍ତି କରୁଛନ୍ତି। ସେ...

ଟ୍ରେନରେ ଓମ୍‌ ବିର୍ଲା ଭର୍ସେସ୍‌ ମଦୁଆ: ଯୁବକଙ୍କୁ ଗିରଫ କଲା ଆରପିଏଫ୍‌ ପୋଲିସ

ନୂଆଦିଲ୍ଲୀ,୧୦।୯: ଟ୍ରେନରେ ମଦୁଆଙ୍କୁ ଉଚିତ ଶିକ୍ଷା ଦେଲେ ଲୋକ ସଭା ବାଚସ୍ପତି। ନୂଆଦିଲ୍ଲୀରୁ ଇନ୍ଦୋର ଇଣ୍ଟରସିଟି ଏକ୍ସପ୍ରେସର ଏସି ବଗିରେ ରବିବାର ଲୋକ ସଭା ବାଚସ୍ପତି...

ଜାମିଆ ଛାତ୍ରଙ୍କୁ ଲାଠିମାଡ଼: ପୋଲିସ ଜୁଲମ ହାଏ ହାଏ

ଓ୍ବାଶିଂଟନ,୧୮ା୧୨: ସିଏଏ ବିରୋଧୀ ବିକ୍ଷୋଭ ବେଳେ ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ (ଜେଏମ୍‌ଆଇୟୁ) ଏବଂ ଉତ୍ତରପ୍ରଦେଶର ଆଲିଗଡ଼ ମୁସ୍‌ଲିମ୍‌ ୟୁନିଭସର୍ସିଟି (ଏଏମ୍‌ୟୁ) ଛାତ୍ରୀଛାତ୍ରଙ୍କ ଉପରେ...

ଅସୁସ୍ଥ ମୁଲାୟମ ହସ୍ପିଟାଲରେ ଭର୍ତ୍ତି

ଲକ୍ଷ୍ନୌ,୧୩।୧୧: ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି(ଏସ୍‌ପି)ର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଅସୁସ୍ଥ ହୋଇପଡ଼ିଛନ୍ତି। ବୁଧବାର ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ...

Leave a comment

Your email address will not be published. Required fields are marked *