ହାଇକୋର୍ଟରେ ଖାରଜ ହେଲା ଫକ୍ସ ଷ୍ଟୁଡିୟର ଆବେଦନ: ଓକିଲଙ୍କୁ ଦେବାକୁ ପଡ଼ିବ କ୍ରେଡିଟ୍‌

ନୂଆଦିଲ୍ଲୀ,୧୧।୧: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ୍‌’ରେ ଏସିଡ୍‌ ଆଟାକ୍‌ ପୀଡ଼ିତାଙ୍କ ଓକିଲ ଅପର୍ଣ୍ଣା ଭଟ୍ଟଙ୍କୁ କ୍ରେଡିଟ୍‌ ଦେବା ମାମଲାରେ ହାଇକୋର୍ଟ ଶନିବାର ଶୁଣାଣି କରିଛନ୍ତି। ଏହି ଶୁଣାଣିରେ ଫକ୍ସ ଷ୍ଟୁଡିଓର ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ପଟିଆଲା ହାଉସ୍‌ କୋର୍ଟର ନିଷ୍ପତ୍ତିକୁ ଠିକ୍‌ ଦର୍ଶାଇବା ସହ ଅପର୍ଣ୍ଣାଙ୍କୁ ଫିଲ୍ମରେ କ୍ରେଡିଟ୍‌ ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଅପର୍ଣ୍ଣାଙ୍କୁ ବିନା କ୍ରେଡିଟ୍‌ ଦେଇ ଜାନୁୟାରୀ ୧୫ରୁ ମଲ୍ଟିପ୍ଲେକ୍ସ୍‌ ଓ ଲାଇଭ୍‌ ଷ୍ଟ୍ରିମିଂ ଆଦିରେ ଏହାକୁ ପ୍ରଦର୍ଶନ କରାଯାଇପାରିବନି ଏବଂ ଅନ୍ୟଗୁଡିକରେ ଜାନୁଆରୀ ୧୭ପର୍ଯ୍ୟନ୍ତ ରୋକୋ ଲଗାଇଛନ୍ତି କୋର୍ଟ। ସୂଚନାଯୋଗ୍ୟ, ଛପାକ୍‌ ରିଲିଜ୍‌ ହେବା ପୂର୍ବରୁ ତାଙ୍କୁ ଫିଲ୍ମରେ କ୍ରେଡିଟ୍‌ ଦିଆଯାଉ ବୋଲି ଅପର୍ଣ୍ଣା ପଟିଆଲା ହାଉସ୍‌ କୋର୍ଟରେ ଆବେଦନ କରିଥିଲେ। ଏହି ମାମଲାରେ ପଟିଆଲା ହାଉସ କୋର୍ଟ ଶୁଣାଣି କରି ଫିଲ୍ମର ପ୍ରଯୋଜକଙ୍କୁ ରିଲିଜ୍‌ ହେବା ପୂର୍ବରୁ ତାଙ୍କୁ କ୍ରେଡିଟ୍‌ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଫକ୍ସ ଷ୍ଟୁଡିଓ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲା।


All Right Reserved By Dharitri.Com

ବିଶ୍ୱର ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର ୩

ନୂଆଦିଲ୍ଲୀ,୨୦ା୬ (ଆଇଏଏନ୍‌ଏସ୍‌) : ବିଶ୍ୱର ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର ମାତ୍ର ୩ଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଆଇଆଇଟି ବମ୍ବେ, ଆଇଆଇଟି ଦିଲ୍ଲୀ ଓ...

କାଟ୍ରିନା କୈଫ୍‌ ୩୬ ବର୍ଷରେ ପାଦ ଦେଲେ

ମୁମ୍ବାଇ,୧୬।୭: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ୍‌ ମଙ୍ଗଳବାର ୩୬ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୩ ଜୁଲାଇ ୧୬ରେ ହଂକରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ...

କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ: ନିର୍ବାଚନୀ ଜାଲିଆତିରେ ସୁପ୍ରିମକୋର୍ଟ ମଧ୍ୟ ସମ୍ପୃକ୍ତ

ନୂଆଦିଲ୍ଲୀ, ୨୨।୫: ଇଭିଏମ ଏବଂ ଭିଭିପାଟକୁ ନେଇ ଚାଲିଥିବା ଚର୍ଚ୍ଚା ଭିତରେ କଂଗ୍ରେସ ନେତା ଉଦିତ ରାଜ ସୁପ୍ରିମକୋର୍ଟ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସୁପ୍ରିମକୋର୍ଟଙ୍କ...

ଭାଜପାକୁ ଭୁଲରେ ଭୋଟ ଦେଇ ନିଜ ଅଙ୍ଗୁଳି କାଟିଲେ

ବୁଲନ୍ଦସହର,୨୦ା୪ : ଉତ୍ତରପ୍ରଦେଶର ବୁଲନ୍ଦସହରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପବନ କୁମାର(୨୫) ନାମକ ଜଣେ ଦଳିତ ମତଦାତା ବିଏସ୍‌ପି ପ୍ରାର୍ଥୀ ଯୋଗେଶ ବର୍ମାଙ୍କୁ...

ହିଂସାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ

ନୂଆଦିଲ୍ଲୀ,୨୫ା୧: ସିଏଏ ଓ ଏନ୍‌ଆର୍‌ସିକୁ ବିରୋଧ କରିବା ଆଳରେ ବିକ୍ଷୋଭ ସହ ହିଂସାକାଣ୍ଡ ଭିଆଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ୧୫୪...

କଂଗ୍ରେସ ନେତାଙ୍କ ନାତୁଣୀଙ୍କୁ ବିବାହ କରିବେ କୁମାରସ୍ବାମୀଙ୍କ ପୁଅ

ବେଙ୍ଗାଲୁରୁ,୧୦।୨: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କ ପୁଅ ନିଖିଲ କୁମାରସ୍ବାମୀ କଂଗ୍ରେସ ନେତା ଏମ୍‌. କ୍ରିଷ୍ଣାପ୍ପାଙ୍କ ନାତୁଣୀ ରେବତିଙ୍କୁ ବିବାହ କରିବେ ବୋଲି ଜଣାପଡିଛି।...

ବିଧାନସଭା ନିର୍ବାଚନ ପୂର୍ବରୁ ଶିବସେନାକୁ ଝଟ୍‌କା: ୨ ଶହ କର୍ମକର୍ତ୍ତା ଦେଲେ ଇସ୍ତଫା

ମୁମ୍ବାଇ,୧।୧୦: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ ଶିବସେନାକୁ ବଡ଼ ଝଟ୍‌କା ଲାଗିଛି। ଦଳର ନଭୀ ମୁମ୍ବାଇ ଅଞ୍ଚଳର ୨ ଶହ କର୍ମକର୍ତ୍ତା ଇସ୍ତଫା ଦେଇଛନ୍ତି। ଇସ୍ତଫା...

ପ୍ରଥମଥର ପାଇଁ ହେଲା କୁକୁରର ହାର୍ଟ ଅପରେଶନ

ନୂଆଦିଲ୍ଲୀ,୯।୨: ଦେଶରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଏକ ବଡ ସଫଳତା ମିଳିଛି। ପ୍ରଥମ କରି ସାଢେ ୭ ବର୍ଷର ଏକ କୁକୁରର ପେସ୍‌ମେକର ଇନପ୍ଲାଣ୍ଟ ସର୍ଜରୀ...

Leave a comment

Your email address will not be published. Required fields are marked *