Posted inଜାତୀୟ

ନାବାଳିକା ଝିଅଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା: ଗୁଜରାଟରେ ଜଣେ ଓଡ଼ିଆଙ୍କୁ ଫାଶୀ ଦଣ୍ଡାଦେଶ

ସୁରଟ୍‌,୧୧ା୧(ପି.ଟି.): ନିଜର ନାବାଳିକା ଝିଅ(୧୪ଙ୍କୁ ବଳାତ୍କାର କରି ଗର୍ଭବତୀ କରିବା ପରେ ତଣ୍ଟିଚିପି ମାରିବା ଘଟଣାରେ ଗୁଜରାଟର ସ୍ପତନ୍ତ୍ର କୋର୍ଟ ଜଣେ ଓଡ଼ିଆଙ୍କୁ ଫାଶୀଦଣ୍ଡାଦେଶ ଦେଇଛନ୍ତି। ଅତିରିକ୍ତ ଜିଲା ଓ ସେସନ୍‌ ଜଜ୍‌ ପି.ଏସ୍‌. କାଲା ସୁରଟ୍‌ର ପାଣ୍ଡେସ୍ରାରେ ରହୁଥିବା ଟୁକୁନା ଦାସଙ୍କୁ ‘ରେୟାରେଷ୍ଟ ଅଫ୍‌ ରେୟାର’ ଅପରାଧ ମାମଲାରେ ଦୋଷୀ ସାବ୍ୟସ୍ତ କରି ଏଭଳି ଦଣ୍ଡାଦେଶ ଦେଇଛନ୍ତି। ମୃତକଙ୍କ ରକ୍ତନମୁନା ସହ ଟୁକୁନାଙ୍କ ଡିଏନ୍‌ଏ ଟେଷ୍ଟ ମେଳଖାଇବା ପରେ ପିଶାଚ ବାପାର ରାକ୍ଷସପଣ ଜଣାପଡ଼ିଥିଲା। ମିଳିଥିବା ସୂଚନା ଅନୁଯାୟୀ ଟୁକୁନା ଦ୍ୱିତୀୟ ସ୍ତ୍ରୀ (ମୃତ ନାବାଳିକା ଝିଅର ସାବତ ମା) ସହ ରହୁଥିବାବେଳେ ନାବାଳିକା ଝିଅକୁ କ୍ରମାଗତ ବଳାତ୍କାର କରିଆସୁଥିଲା। ନାବାଳିକା ଗର୍ଭବତୀ ହେବା କଥା ଦ୍ୱିତୀୟ ସ୍ତ୍ରୀ ଜାଣିଥିଲେ। ପରେ ନାବାଳିକା ଝିଅକୁ ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲେ। ନାବାଳିକା ଝିଅର ମରଶରୀର ୧୧ଦିନ ପରେ ଅର୍ଥାତ୍‌ ୨୦୧୭ ଜୁନ୍‌ ୩୦ରେ ସୁରଟ୍‌ସ୍ଥିତ ଡୁମାସ୍‌ ରୋଡ୍‌ ନିକଟ ନିଛାଟିଆ ଜାଗାରୁ ମିଳିଥିଲା।


All Right Reserved By Dharitri.Com

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଇଶ୍ୱର ଦୟାଲ୍‌ ସ୍ବାମୀଙ୍କ ପରଲୋକ

ଫରିଦାବାଦ,୧୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ରାଜ୍ୟମନ୍ତ୍ରୀ ଥିବା ଇଶ୍ୱର ଦୟାଲ ସ୍ବାମୀଙ୍କ ପରଲୋକ ଘଟିଛି। ରବିବାର ଫରିଦାବାଦର ମେଟ୍ରୋ ହାର୍ଟ ଇନଷ୍ଟିଚ୍ୟୁଟ୍‌ରେ...

ସାଢ଼େ ୮ ଲକ୍ଷ ଟଙ୍କାର ପିଆଜ ଚୋରି

ପାଟନା,୨୪।୯: ଦିନକୁ ଦିନ ପିଆଜ ଦାମ ଆକାଶ ଛୁଆଁ ହେବାରେ ଲାଗିଛି। ଏବେ ଏହା ବଜାରରେ କିଲୋ ପିଛା ୮୦ ଟଙ୍କାରେ ପହଞ୍ଚିଛି। ପିଆଜ କାରବାରରେ...

ମହାରାଷ୍ଟ୍ରରେ ନିର୍ବାଚନୀ ବିଗୁଲ୍‌ ବଜାଇଲେ ମୋଦି

ନାଶିକ୍‌,୨୦-୯(ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଆସନ୍ତା ମାସରେ ହେବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସେଠାରେ ଭାଜପା ପାଇଁ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ଏନ୍‌ସିପି...

ପଶ୍ଚିମବଙ୍ଗରେ ୧୧୨ ଜୀବନ୍ତ ବୋମା ଉଦ୍ଧାର: ୩୯୯ଜଣ ଗିରଫ

କୋଲକାତା,୭।୭: ପଶ୍ଚିମବଙ୍ଗରେ କିଛିଦିନ ହେବ ଲାଗି ରହିଥିବା ରାଜନୈତିକ ହିଂସା ଥମୁ ନ ଥିବା ବେଳେ ପୋଲିସ ଶନିବାର ସୁଦ୍ଧା ପ୍ରାୟ ୧୧୨ଟି ଜୀବନ୍ତ ବୋମା...

ମୋଦି-ଶାହ ଆଇନଜୀବୀଙ୍କ ଭଳି କଥା କହିବା ବନ୍ଦ କରନ୍ତୁ: ସିଙ୍ଘଓ୍ବୀ

ନୂଆଦିଲ୍ଲୀ,୨୫।୧୨: ସିଏଏ, ଏନ୍‌ଆର୍‌ସି ଏବଂ ଏନ୍‌ପିଆର୍‌ ନେଇ କଂଗ୍ରେସ ଭାଜପା କୁ ଘେରିବାରେ ଲାଗିଛି। ଏହି ମର୍ମରେ ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଓ୍ବୀ...

ପାଟନାରେ ବନ୍ଦ ଘରେ ବିସ୍ଫୋରଣ: ତଦନ୍ତ ଜାରି

ପାଟନା,୧୦।୨: ବିହାର ପାଟନାରେ ଏକ ବନ୍ଦ ଘରେ ସୋମବାର ବିସ୍ଫୋରଣ ଘଟିଛି। ଏଥିରେ ୫ ଜଣ ଗୁରୁତର ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।...

ଆଜମ୍‌ ଖାନ୍‌ଙ୍କ ଉପରେ ପୁଣି ଅଙ୍କୁଶ: ୪୮ ଘଣ୍ଟା ପ୍ରଚାର ମନା

ନୂଆଦିଲ୍ଲୀ,୧ା୫(ପି.ଟି.):ସମାଜବାଦୀ ପାର୍ଟି (ଏସ୍‌ପି)ର ବରିଷ୍ଠ ନେତା ଆଜମ୍‌ ଖାନ୍‌ଙ୍କ ନିର୍ବାଚନୀ ପ୍ରଚାର ଉପରେ ନିର୍ବାଚନ କମିଶନ (ଇସି) ମଙ୍ଗଳବାର ପୁଣିଥରେ ୪୮ ଘଣ୍ଟିଆ କଟକଣା ଜାରି...

ହାଇଦ୍ରାବାଦରେ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର ଘଟଣା: ପୋଲିସଙ୍କ ଉପରେ ଫୁଲ ବର୍ଷା କଲେ ସାଧାରଣ ଲୋକେ

ହାଇଦ୍ରାବାଦ,୬।୧୨: ହାଇଦ୍ରାବାଦର ଭେଟେରିନାରି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଏନ୍‌କାଉଣ୍ଟର କରିଛି। ଏହି ଏନ୍‌କାଉଣ୍ଟର ପରେ ସାରା...

Leave a comment

Your email address will not be published. Required fields are marked *