ହୁଗୁଳା ଉନ୍ନୟନ

ଜନମଙ୍ଗଳ ରାଷ୍ଟ୍ରରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥାଏ । ଏହାକୁ ହିଁ ଉନ୍ନୟନ ବୋଲି କୁହାଯାଏ । ଏଥିରେ ଖିଲାପ ହେଲେ ପ୍ରଶାସନ ବାଟ ହୁଡୁଛି ବୋଲି ସମାଲୋଚନା କରାଯାଏ । ବିଶେଷ କରି ସାଧାରଣ ନିର୍ବାଚନ ପରର ଚିତ୍ରକୁ ପର୍ଯ୍ୟାଲୋଚନା କରାଗଲେ ନୂଆପଡା ଜିଲାରେ ବିକାଶ ଯେମିତିକି ଦିଗହରା ହୋଇପଡିଥିବା ପରିଲକ୍ଷିତ ହେଉଛି । ପ୍ରଥମେ ସ୍ବାସ୍ଥ୍ୟ କଥା ଯଦି ବିଚାରକୁ ନିଆଯାଏ ତେବେ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ସୁଉଚ୍ଚ ଅଟ୍ଟାଳିକା ସବୁ ଅଛି । ହେଲେ ଆବଶ୍ୟକ ଡାକ୍ତର ନାହାନ୍ତି । ଯେଉଁମାନେ ବି ଅଛନ୍ତି ସେମାନେ କେବଳ କାଗଜକଲମରେ କାମ କରୁଛନ୍ତି । ପ୍ରକୃତ ପକ୍ଷେ ସେମାନେ ଏଠି ହାଜିରା ମାରି ରାଜଧାନୀରେ ଯାଇ ବ୍ୟବସାୟ କରୁଛନ୍ତି । ଗରିବ ଖଟିଖିଆ ସରକାରୀ ମୁକ୍ତ ସେବା ପାଇବା ବଦଳରେ ଗହଣା ଓ ଜମି ବିକି ସେବା କିଣୁଛନ୍ତି। ଗମନାଗମନ କଥା ହିସାବକୁ ନିଆଗଲେ ଏଠାରେ ବହୁ ଦୁର୍ଗମ ଅଞ୍ଚଳ ଅଛି ଯେଉଁଠିକୁ ସବୁଦିନିଆ ରାସ୍ତା ନିର୍ମାଣ ହୋଇପାରୁନାହିଁ। ସୁନାବେଡା ଉପତ୍ୟକା ଭଳି ଜାଗାରେ ୧୨ଟି ପ୍ରଧାନମନ୍ତ୍ରୀ ସଡ଼କ ଅଧାପନ୍ତରିଆ ହୋଇ ୫ ବର୍ଷ ହେଲା ପଡିରହିଛି । କେବଳ ନେତା ପୋଷା ନୀତିରେ ଛୋଟକାଟିଆ ରାସ୍ତା ତିଆରିରେ ପ୍ରଶାସନ ମୁଣ୍ଡ ଖେଳାଇ ବହୁ କୋଟି ଟଙ୍କା ଶେଷ କରୁଛି। ଦୁର୍ଗମ ଅଞ୍ଚଳରେ ରାସ୍ତା ନାହିଁ ବୋଲି ଗର୍ଭବତୀଙ୍କୁ ଖଟିଆରେ ବୋହି ନେବାକୁ ପଡୁଛି । ବିଦ୍ୟୁତ୍‌ ସେବା ଜିଲାରେ ଅଧାପନ୍ତରିଆ ହୋଇପଡିଛି। ସୁନାବେଡା ଉପତ୍ୟକାରେ ଥିବା ୫୨ଟି ଛୋଟବଡ ଗାଁକୁ ବିଦ୍ୟୁତ୍‌ ସେବା ଅପହଞ୍ଚ ହୋଇଛି । ରୋଜଗାର କଥା କହିଲେ ଏଥିରେ କୌଣସି ଗ୍ୟାରେଣ୍ଟି ନାହିଁ । ଏହା ଏକ ଦାଦନ ପ୍ରବଣ ଜିଲା ହେତୁ ଲୋକଙ୍କୁ ରୋଜଗାର ଗ୍ୟାରେଣ୍ଟି ଦେବାକୁ ସରକାର ଏଠାରେ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ସଶକ୍ତ କରିଥିବା କୁହାଯାଉଛି। ହେଲେ ସବୁ ଯୋଜନା ଫେଲ ମାରିଛି ।
ଏଠାରୁ ଦିନକୁ ଦିନ ଦାଦନ ଚାଲାଣ ସଂଖ୍ୟା ବଢିଚାଲିଛି । ଗତ ନଭେମ୍ବର ସୁଦ୍ଧା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ଜିଲାବ୍ୟାପୀ ୪ କୋଟି ଟଙ୍କାର ମଜୁରି ଟଙ୍କା ବକେୟା ପଡିଛି । ଲୋକେ କାମ କରି ମଜୁରି ଟଙ୍କା ନ ମିଳିବାରୁ ବାଧ୍ୟ ହୋଇ ରାଜ୍ୟ ବାହାରକୁ ଦାଦନ ଖଟିଗଲେଣି । ଜିଲାରୁ ଗତବର୍ଷ ୨୦ହଜାର ପରିବାର ଦାଦନ ଖଟିଯାଇଥିବାବେଳେ ଚଳିତବର୍ଷ ଏହା ୩୦ ହଜାରକୁ ଟପିଗଲାଣି। ସେହିଭଳି ଚାଷୀଙ୍କୁ ସହାୟତା କଥା କହିଲେ ତେଲିଆ ମୁଣ୍ଡରେ ତେଲ ସଦୃଶ ପ୍ରକୃତ ଚାଷୀଙ୍କୁ ଟଙ୍କା ମିଳୁନାହିଁ। ଧାନ କିଣାବେଳେ ପ୍ରଶାସନର ନାକତଳେ ମିଲର୍ସମାନେ ଦାଦାଗିରି କରି ଚାଷୀଙ୍କୁ ଶୋଷଣ କରୁଛନ୍ତି। କଟନି ଛଟନି ଯୋଗୁ ଚାଷୀଙ୍କୁ ଅଭାବୀ ବିକ୍ରିର ଶିକାର ହେବାକୁ ବାଧ୍ୟ କରାଯାଉଛି। ଜିଲାକୁ ନାଁକୁ ମାତ୍ର ମାସକରେ ଜଣେ ଦୁଇଜଣ ମନ୍ତ୍ରୀ ବୁଲି ଆସୁଛନ୍ତି। ଗୋଟିଏ ଦୁଇଟି ସରକାରୀ ବେସରକାରୀ ସ୍କୁଲ ଘୂରି ବୁଲୁଛନ୍ତି। ତାଙ୍କ ଦଳୀୟ ବିଧାୟକଙ୍କ ଘରେ ଜଳପାନ କରି ପର୍ଯ୍ୟଟନସ୍ଥଳୀ ବୁଲି ଦେଖି ରାଜଧାନୀକୁ ଫେରିଯାଉଛନ୍ତି। ଏଥିରେ ଉନ୍ନୟନ କଥା କିଏ କାହିଁକି ଚିନ୍ତାକରିବ ବୋଲି ଏଠାରେ ଆଲୋଚନା ହେଉଛି।


All Right Reserved By Dharitri.Com

ବିଦ୍ୟୁତ୍‌ ବିଲ୍‌ ଆଦାୟକୁ ନେଇ ଥାନାରେ ମାମଲା

କୁଆମରା,୧୯ା୨(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ରାଣୀବନ୍ଧ ପଞ୍ଚାୟତର ନାଉପଦା ଗ୍ରାମକୁ ସୋମବାର ବିଦ୍ୟୁତ୍‌ ବିଲ ଆଦାୟ କରିବାକୁ ଯାଇଥିତ୍ବା ନେସ୍କୋ କର୍ମଚାରୀଙ୍କୁ...

ମାଛ ଚୋରି କରିବାକୁ ଆସି ଶିକ୍ଷକଙ୍କୁ ହତ୍ୟା: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ଦେବଗଡ଼,୧।୧୧(ଡି.ଏନ୍‌.ଏ.): ଦେବଗଡ଼ ଜିଲା କଂସର ଫାଣ୍ଡି ଅନ୍ତର୍ଗତ ପାଳୁଣୀପଡ଼ା ଗ୍ରାମରେ ଗୁରୁବାର ରାତିରେ ଜଣେ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସେ ହେଲେ ଆଶୁତୋଷ...

ଅସାହା ବୁରୁଧ୍‌କଁର ଶବ୍‌କେ ଖଁଦ୍‌ ଦେଲେ ସାମାଜିକ କରମୀ

ବିଜେପୁର, ୨୧।୨(ଡି.ଏନ୍‌.ଏ.)- ମୁନୁଷ୍‌ ହିଁ ମୁନୁଷ୍‌ର ଦୁଖ୍‌, ଦରଦ୍‌ ବୁଝ୍‌ସି। ତାହାକେ ନିଜର କରିନେସି। ଇତାକେ କୁହାଯାଏସି ମାନବିକତା। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ...

ନୂତନ ଆବିଷ୍କାର ପାଇଁ ଉଦ୍ୟମ ଜାରି ରଖ

କାମାକ୍ଷାନଗର,୨୯।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର କାନପୁରା ପଞ୍ଚାୟତିରାଜ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଶ୍ରୀରାମ ରାଉତ ଏଥିରେ...

ନାଗରିକତ୍ୱ ସଂଶୋଧନ ବିଲ୍‌ ସପକ୍ଷରେ ସଭା

ଖୋର୍ଦ୍ଧା ଅଫିସ,୯ା୧: ଗଡମାଣତୀରର ରାମଚଣ୍ଡୀଙ୍କ ପୀଠରେ ଭାଜପାର ଦକ୍ଷିଣ ବେଗୁନିଆ ପକ୍ଷରୁ ନାଗରିକତ୍ୱ ସଂଶୋଧନ ବିଲ୍‌ ସପକ୍ଷରେ ମଣ୍ଡଳସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି...

ବିଦ୍ୟୁତ୍‌ ସର୍ଟ ସର୍କିଟରୁ ଲାଗିଲା ନିଆଁ: ପରିବାରର ୧ ମୃତ: ୩ ଗୁରୁତର

ଫୁଲବାଣୀ ଅଫିସ/ଫିରିଙ୍ଗିଆ: ୧୯।୬: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଞ୍ଚାୟତ ଗେରୁପଡ଼ା ଗ୍ରାମରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାର ଲୋକେ...

ତହସିଲଦାରଙ୍କ ବାସଭବନ ପରିସରରୁ ଚନ୍ଦନ ଗଛ କାଟିନେଲେ ଦୁର୍ବୃତ୍ତ

ବାଲିଗୁଡ଼ା,୧୯।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ତହସିଲଦାର ସୁଶ୍ରୀ କ୍ଷିରାବ୍ଧୀ ତନୟା ସାହୁଙ୍କ ବାସଭବନ ପରିସରରୁ ଦୁର୍ବୃତ୍ତମାନେ ଏକ ଛନ୍ଦନ ଗଛ କାଟିନେଇଛନ୍ତି। ସୂଚନାଯୋଗ୍ୟ, ବୁଧବାର ରାତିରେ...

ବେଧଡକ ଚାଲିଛି ଗଛକଟା, ଧ୍ୱଂସ ପାଉଛି ଜଙ୍ଗଲ

ଲେଫ୍ରିପଡା,୧୫।୧୧(ଡି.ଏନ.ଏ) -ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗୁଣ୍ଡିଆଡିହି ସେକ୍‌ସନ ଅଞ୍ଚଳରେ ବେଧଡକ ଭାବେ ଗଛକଟା ଚାଲଛି। ଫଳରେ ଜଙ୍ଗଲ ନଷ୍ଟ ହୋଇଯାଉଛି। ବନବିଭାଗ...

Leave a comment

Your email address will not be published. Required fields are marked *