ଚଇତି ଘୋଡ଼ାନାଚରେ ଦୁଲୁକୁଛି ଗାଁ ଦାଣ୍ଡ

ଆରଡ଼ି, ୨୦।୪ (ଡି.ଏନ.ଏ.)- ଚଇତି ପୁନେଇ ଆସିଲେ କୈବର୍ତ୍ତ ଓ ନିଆରୀ ସମ୍ପ୍ରଦାୟ ଉଲ୍ଲସିତ ହୋଇଉଠନ୍ତି। ଘରେ ଘରେ ଝୋଟି ପଡ଼ିବା ସହ ପିଠାପଣାର ଆସର ଜମେ। ୫ ଦିନ ଧରି ଚାଲେ ଏହି ପର୍ବ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଖୁସିରେ ମସଗୁଲ ହୁଅନ୍ତି। ଭଦ୍ରକ ଜିଲା ଚାନ୍ଦବାଲି ବକ୍ଲର ବୋଡକ ଗାଁରେ ଶୁକ୍ରବାରଠାରୁ ଏହି ପର୍ବ ଆରମ୍ଭ ହୋଇଛି। ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଚାଲୁ ରହିବ ବିଭିନ୍ନ ପାରମ୍ପରିକ କାର୍ଯ୍ୟକ୍ରମ। କେବଳ ଏହି ୨ ସମ୍ପ୍ରଦାୟ ନୁହେଁ ଏଠାରେ ବସବାସ କରୁଥିବା ଅନ୍ୟ ସମ୍ପ୍ରଦାୟର ଲୋକେ ମଧ୍ୟ ପର୍ବରେ ନିଜକୁ ସାମିଲ କରି ଭାଇଚାରାର ସମ୍ପର୍କ ବଜାୟ ରଖିଛନ୍ତି।

ଉତ୍ସବର ପ୍ରଥମ ଦିନରେ ବ୍ୟବହୃତ ଡଙ୍ଗା, ଜାଲ, ଢିଙ୍କି ଆଦି ପୂଜା ମଣ୍ଡପରେ ପୂଜା ଉଦ୍ଦେଶ୍ୟରେ ରଖାଯାଇଥିଲା। ପର୍ବରେ ଏହି ଗାଁର ବିଶେଷ ଆକର୍ଷଣ ହେଲା ଘୋଡ଼ାନାଚ। ଚଇତି ଘୋଡ଼ାନାଚରେ ଗାଁ ଦାଣ୍ଡ ଦୁଲୁକୁଛି। ପରବ ସମୟରେ ଏକ କାଠଘୋଡ଼ାକୁ ସୁସଜ୍ଜିତ କରାଯାଇ ପୂଜା ମଣ୍ଡପରେ ରଖାଯାଇଥିଲା। ସକାଳେ ଓ ସନ୍ଧ୍ୟାରେ ଘୋଡ଼ାନାଚ ପରିବେଷଣ କରାଯାଉଛି। ପୁରୁଷ ପୁରୁଷ ଧରି ଏହି ଘୋଡ଼ାନାଚ ପରମ୍ପରା ଗାଁ ଐତିହ୍ୟ ଓ ପ୍ରଥାର ପ୍ରଚାର କରୁଛି। ଘୋଡ଼ାନାଚ ଦେଖିବା ପାଇଁ ଆଖପାଖ ଗାଁରୁ ଶହ ଶହ ଦର୍ଶକଙ୍କ ଭିଡ଼ ଜମୁଛି। ଘଣ୍ଟା ଘଣ୍ଟା ଧରି ଚାଲୁଛି ଏହି ନାଚ।ଗାଁ ସେହିପରି ରାତିରେ ପାଲାର ଆୟୋଜନ କରାଯାଇଛି। ବିଭିନ୍ନ ସୁନାମଧନ୍ୟ ଗାୟକଙ୍କ କଣ୍ଠନିସୃତ ପାଲା ଗୀତ ଶୁଣିବା ପାଇଁ ଦର୍ଶକଙ୍କ ସୁଅ ଛୁଟୁଛି ଏହି ଗାଁକୁ।  ଏ ସମ୍ପର୍କରେ ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତି ବାଟୁ ମାଝି କହନ୍ତି, ପିଲାବେଳୁ ଘୋଡାନାଚ ଦେଖି ଆସୁଛି। ଏବେବି ଚାଲିଛି। ଫରକ ଏତିକି ଏବେକାର ପିଲାମାନେ ଆଉ ଘୋଡ଼ା ନେଇ ଗାଁ ଗାଁ ବୁଲୁ ନାହାନ୍ତି। ଗାଁର ଘୋଡ଼ାନାଚ ପରମ୍ପରା କୈବର୍ତ୍ତମାନଙ୍କ ପରିଚୟ ବୋଲି ଗାଁର ଧ୍ରୁବଚରଣ ବେହେରା କହିଛନ୍ତି। ଘୋଡ଼ାନାଚ ଗୀତ ବେଳେ ଦର୍ଶକଙ୍କ ପାଦ ଆପେ ଆପେ ହଲିଥାଏ। ଚଇତି ପୁନେଇ ଆସିଲେ ଗାଁର ସମସ୍ତ ଜନସାଧାରଣ ଆନନ୍ଦରେ ଘୋଡାନାଚ ଉପଭୋଗ କରନ୍ତି। ଏହି ପରମ୍ପରା ଗାଁର ଗର୍ବ ଓ ଗୌରବ ବୋଲି ଯୁବକ ସୁଶାନ୍ତ ମାଝି କହିଛନ୍ତି।


All Right Reserved By Dharitri.Com

ଅଲୋଡା ଶିଶୁକନ୍ୟା: ଅନ୍ଧାର ରାତିରେ ଚାଳିଆରୁ ଉଦ୍ଧାର ହେଲା ନବଜାତକ

ସଜନାଗଡ଼, ୮।୮(ଡି.ଏନ.ଏ.)-ଶିଶୁ କନ୍ୟା ପ୍ରତି ଘୃଣା ଭାବ ପୋଷଣ ନ କରିବା ପାଇଁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ସଫଳ...

କଲେଜ ଛାତ୍ରୀଙ୍କ ଗଳିତ ଶବ ମିଳିବା ଘଟଣା : ପୋଲିସର ନିଷ୍କ୍ରିୟତା ନେଇ ରାସ୍ତା ଅବରୋଧ

ବସ୍ତା,୧୦ା୬(ସ୍ବ.ପ୍ର.) : ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଜାମୁଶୁଳି କଲେଜ ଛାତ୍ରୀ ଲୋପାମୁଦ୍ରା ମହାନ୍ତି ୪ ମାସ ଧରି ନିଖୋଜ ହେବା ପରେ ଗଳିତ...

ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ, ୭ ଗିରଫ

ଗୋପାଳପୁର/କନିଷି,୧୭ା୪(ଡି.ଏନ.ଏ.)-ଗୋଳନ୍ଥରା ଥାନା ପୋଲିସ ସୋମବାର ରାତିରେ ଏକ ବ୍ୟାଙ୍କରୁ ଡକାୟତି ଯୋଜନା କରୁଥିବା ୭ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କୁନା ବେହେରା, ସୁରଜ...

ଶ୍ରଦ୍ଧାପୁର ସରପଞ୍ଚ ଉପନିର୍ବାଚନ: ବିଜେଡ଼ି ସମର୍ଥିତ ପ୍ରାର୍ଥୀ ବିଜୟୀ

ଭୋଗରାଇ, ୩୦ା୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ ଅଧୀନ ଶ୍ରଦ୍ଧାପୁର ଉପନିର୍ବାଚନରେ ବିଜେଡ଼ି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ପଞ୍ଚାନନ କୁଣ୍ଡ ବିଜୟୀ ହୋଇଛନ୍ତି। ଶନିବାର ବ୍ଲକ...

ଶିଶୁ ଓ ମହିଳାଙ୍କ ସୁରକ୍ଷା ଦାବିରେ ବିକ୍ଷୋଭ

ବାରିପଦା ଅଫିସ,୨୫।୭- ରାଜ୍ୟରେ କ୍ରମାଗତ ଭାବେ ଶିଶୁ, ନାବାଳିକା ଓ ନାରୀ ନିର୍ଯାତନା, ବଳାତ୍କାର, ଅପହରଣ ଓ ନିଖୋଜ ଘଟଣା ବଢ଼ି ଚାଲିିଛି। ଏହାର ପ୍ରତିବାଦରେ...

ଜଳିଗଲା ୪ ବଖରା: ନିଆଁରେ ପୋଡ଼ି ୨ ଗୁରୁତର

ତିହିଡ଼ି, ୨୫।୫ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ କାଁପଡ଼ା ପଞ୍ଚାୟତ ଅଧୀନ ମଠସାହି ଗ୍ରାମରେ ଶନିବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ୪ ବଖରା ଘର...

ବେଣାମୁଣ୍ଡା ଗ୍ରାମରେ ସ୍ବଜଳଧାରା ଅଚଳ:ପାଣି ପାଉ ନାହାନ୍ତି ଗ୍ରାମବାସୀ

ତେଲକୋଇ, ୭।୭(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ପୁରୁଜୋଡା ପଞ୍ଚାୟତ ଅଧିନର ବେଣାମୁଣ୍ଡା ଗ୍ରାମରେ ସ୍ବଜଳଧାରା ଯୋଜନା ୨୦୦୮ ମସିହାରୁ ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ୧୫ଦିନ ହେବ...

ବାଲି ଚୋରା ଚାଲାଣକୁ ରୋକିବା ପାଇଁ ଟ୍ରେଞ୍ଚ ଖୋଳିଲା ପ୍ରଶାସନ

ଆନନ୍ଦପୁର,୪।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ଅନ୍ତର୍ଗତ ପଦ୍ମପୁର ବୈତରଣୀ ନଦୀ ବାଲି ଘାଟରୁ ବାଲି ଚୋରା ଚାଲାଣକୁ ରୋକିବା ପାଇଁ ଆନନ୍ଦପୁର ତହସିଲ ପକ୍ଷରୁ...

Leave a comment

Your email address will not be published. Required fields are marked *